ସକ୍ଷମ ଓଡିଶା : କୁଶଳୀ ଓଡିଆ
ଆପଣ ଦେଖିଲେ ବି ଆଖି ଲାଖିଯିବ, ଅଳିଆ କୁଟା ଓ ଛଣରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ସପ ।
ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକର ବିଚିତ୍ର ପୁର ପର୍ଯ୍ଯଟନ ସ୍ଥଳୀ ନିକଟରେ ବିକ୍ରି ହେଉ ଥିଲା ଏଭଳି ଅନେକ ଜିନିଷ ।
ମୋ ମନରୁ କିଛି ମାତ୍ରାରେ ଦୁଃଖ ଲାଘବ କରିବା ନିମନ୍ତେ, ଗତ 30 .03.2022 ରେ ମୋତେ ମୋର ଦୁଇଜଣ ଅନୁଜ ପ୍ରତିମ ପ୍ରିୟ ସାଙ୍ଗ ନେଇଯାଇଥିଲେ ବୁଲିବାକୁ । ଯାଇଥିଲୁ ବିଚିତ୍ର ପୁର । ଉଦ୍ଦେଶ୍ଯ ଥିଲା ହେନ୍ତାଳ ଜଙ୍ଗଲ କ୍ରିକ୍ ରେ କିଛି ସମୟ ନୌକା ବିହାର କରିବା ।
ମୋତେ କିନ୍ତୁ ବେଶି ଖୁସି ଲାଗିଲା ନଡା ଓ କୁଟାରୁ ଏ ସପବୁଣା, ଖଜୁରୀ ପତ୍ରରୁ ତିଆରି ବିଭିନ୍ନ ଘରକରଣା ଜିନିଷ, ଯଥା ରୁଟି, ଲେମ୍ବୁ, କଞ୍ଚା ଲଙ୍କା ବେଶି ସମୟ ସତେଜ ରଖିପାରୁଥିବା ମଜବୁତ ପାଛିଆ ତିଆରି, ତାଳ କାଠରୁ ତିଆରି ପିଠା ଖଡିକା, କର୍ଚ୍ଚୁଲି ଇତ୍ଯାଦି ର ତିଆରି କୌଶଳ ଓ ଏହାର ବଜାର ଚାହିଦା କଥା ଶୁଣିବାକୁ ।





ଆମେ ବି କିଛି ଆଣିଲୁ ।
ଆପଣମାନଙ୍କୁ ବି ଭଲ ଲାଗିବ ।
ଏ ସ୍ଥାନ ଟି ଦୀଘାଠାରୁ ଖୁବ୍ କମ୍ ବାଟ ।
ଆପଣ ବି କେବେ ଥରେ ଯାଇ ପାରନ୍ତି ଇଚ୍ଛା କଲେ ।
- ଲକ୍ଷ୍ମୀଧର ନାୟକ