ଗୋମାତାଙ୍କ ବିଷୟରେ କିଛି ମହତ୍ତ୍ବ ପୂର୍ଣ୍ଣ କଥା
୧-ଗୋ ମାତା ଯେଉଁଠି ଛିଡା ହୋଇ ଆନନ୍ଦରେ ପ୍ରଶ୍ବାସ ନିଏ, ସେଠାରେ ବାସ୍ତୁ ଦୋଷ ରହେନାହିଁ ।
୨-ଗୋ ମାତାର ଶରୀରରେ ତେତିଶ କୋଟି(ପ୍ରକାର)ଦେବା ଦେବୀ ନିବାସ କରନ୍ତି ।
୩-ଯେଉଁଠି ଗୋ ମାତା ଖୁସିରେ ପାଗୁଳି କରେ, ସେଠାରେ ଦେବତା ମାନେ ଅଦୃଶ୍ୟ ଶୁଭ ପୁଷ୍ପ ବୃଷ୍ଟି କରିଥାନ୍ତି ।
୪-ଗୋ ମାତା ବେକରେ ବନ୍ଧା ଯାଇଥିବା ଘଣ୍ଟିଶବ୍ଦରେ ଗୋମାତାଙ୍କ ଆରତୀ ହେବା ସହିତ ଦେବାଦେବୀଙ୍କ ଆରତୀ ହୋଇଯାଏ ।
୫-ଭକ୍ତିର ସହିତ ଗୋ ସେବା କଲେ ସମସ୍ତ ଆପଦ ବିପଦ ଦୂରରେ ରହେ ।
୬-ଗୋ ମାତାର ନିୟମିତ ଖୁରା ପଡୁଥିବା ସ୍ଥାନରେ ସର୍ପ ଓ ବୃଶ୍ଚିକଙ୍କ ପ୍ରାଦୁର୍ଭାବ ରୁହେନି ।
୭- ଗାଈ ଗୋବରରେ ଲକ୍ଷ୍ମୀଙ୍କର ବାସ ।
୮-ଗୋ ମୂତ୍ରରେ ଗଙ୍ଗା ବିଦ୍ୟମାନ ।
୯-ଗୋବର ଘଷି ଧୂଆଁ ରେ ଘର ଦୋକାନର ବାତାବରଣ ଶୁଦ୍ଧ ହୁଏ ଏବଂ ସେଥିରୁ ସକାରାତ୍ମକ ଶକ୍ତି ପ୍ରାପ୍ତ ହୁଏ ।
୧୦-ଗୋ ମାତାଙ୍କ ଗୋଟିଏ ଆଖିରେ ଚନ୍ଦ୍ର ଜ୍ୟୋତି ତ ଆଉ ଗୋଟିଏ ଆଖିରେ ସୂର୍ଯ୍ୟ ଙ୍କ ଜ୍ୟୋତି ଥାଏ ।
୧୧-ଗୋ ମାତା ସର୍ବ ସୁଖଦାୟୀ ମାଆ।
୧୨-ଗୋ ମାତା କାମଧେନୁଙ୍କ ରୂପ। ସେ ସନ୍ତୁଷ୍ଟ ହେଲେ ସକଳ କାମନା ପୂର୍ଣ୍ଣ ହୋଇଥାଏ।
୧୩-ଦେଶୀ ଗାଈ କ୍ଷୀରରେ ସୁବର୍ଣ୍ଣ ତତ୍ତ୍ବ ଥାଏ।ତେଣୁ ନିୟମିତ କ୍ଷୀର ଖାଉଥିବା ବ୍ୟକ୍ତି ଶରୀରରେ କେବେ ହେଲେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୁଏନା ।
୧୪-ଗୋ ମାତା ଲାଞ୍ଜରେ ହନୁମାନ ରହିଥାନ୍ତି। ତେଣୁ ଦୃଷ୍ଟିଆ ହୋଇଥଲେ ଗାଈ ଲାଞ୍ଜରେ ଝାଡିଦେଲେ କୁଦୃଷ୍ଟିଦୋଷ ନିବାରଣ ହୁଏ।

୧୫-ଗୋ ମାତାଙ୍କ ମେରୁଦଣ୍ଡ ରେ ସୂର୍ଯ୍ୟକେତୁ ନାମକ ନାଡି ଥାଏ । ପ୍ରତିଦିନ ପାଞ୍ଚ ମିନିଟ୍ ସେଥିରେ ହାତ ବୁଲାଇ ଆଉଁସିଲେ ବହୁ ରୋଗ ନଷ୍ଟ ହୁଏ।
୧୬-ଗାଈର କ୍ଷୀର ଅମୃତ ତୁଲ୍ୟ ।
୧୭-କୌଣସି ଶୁଭ କର୍ମ ଅଟକିଥିଲେ, ଗୋ ମାତା କାନ ପାଖରେ ନିଜ ଦୁଃଖ ଜଣାନ୍ତୁ । କାର୍ଯ୍ୟ ନିଶ୍ଚୟ ସଫଳ ହେବ ।
୧୮-ଗୋ ମାତା ପୃଥ୍ବୀ ମାଆର ରୂପ ।
୧୯-ଗୋ ମାତା ଜଗତ ଜନନୀ ସ୍ବରୂପା ।
୨୦-ଗୋ ମାତା ସର୍ବ ବେଦମୟୀ । ସର୍ବ ଦେବମୟୀ । ତାହା ବିନା ପୂଜା ଅସମ୍ପୂର୍ଣ୍ଣ ।
୨୧-ଗୋଟିଏ ଗୋ ମାତାକୁ ଘାସ ଇତ୍ୟାଦି ଭୋଜନ କରାଇଲେ ତେତିଶ କୋଟି(ପ୍ରକାରର) ଦେବତାଙ୍କୁ ଭୋଗ ଲଗାଇବା ସହ ସମାନ।
୨୨-ଗୋମାତା ଗୋଟିଏ ଚଳନ୍ତି ଦେବାଳୟ । ନିତି ଗାଈ ସେବା କଲେ ସମସ୍ତ ଦେବ ଦର୍ଶନ ପୂଜନର ଫଳ ମିଳେ ।
୨୩-ଗୋ ମାତା ସ୍ବୟଂ ମାତା ଭବାନୀ ସ୍ବରୂପା ।
୨୪-ପଞ୍ଚଗବ୍ୟ ବିନା ଆନୁଷ୍ଠାନିକ ପୂଜା ହୁଏନି । ହୋମ ସମ୍ପୂର୍ଣ୍ଣ ହୁଏନି।
୨୫-ପଞ୍ଚଗବ୍ଯ ଦ୍ବାରା ଅନେକ ଅସାଧ୍ୟ ରୋଗ ଠିକ୍ ହୋଇଯାଏ।
୨୬-ଗୋ ସେବା କରୁଥିବା ବ୍ଯକ୍ତି ର ଅକାଳ ମୃତ୍ୟୁ ହୁଏନା । ସେ ସୁଖୀ ଆଧ୍ୟାତ୍ମିକ ଜୀବନ ଯାପନ କରେ ।
୨୭-ତନ,ମନ,ଧନ ରେ ଯେ ଗୋ ସେବାକରେତାର ମୃତ୍ୟୁ ଉତ୍ତାରେ ସେ ଗୋଲୋକ ଧାମରେ ବାସକରେ ।
୨୮-ଗୋ ମାତା ଧାର୍ମିକ, ସାଂସ୍କୃତିକ, ଓ ଆଧ୍ୟାତ୍ମିକ ଦୃଷ୍ଟିରେ ସର୍ବଗୁଣ ସମ୍ପନ୍ନା ।

୨୯-ଗୋ ମାତା ସବୁ ଦେବତା ଓ ମନୁଷ୍ୟଙ୍କ ଈଷ୍ଟ ଓ ଆରାଧ୍ୟ।
୩୦- କାଳିଗାଈ ପୂଜନରେ ଗ୍ରହ ଶାନ୍ତି ହୁଏ ।
୩୧-ଗୋ ମାତା ବିନା ପୃଥିବୀର ସଂରଚନା ସମ୍ଭବ ହୋଇ ନଥାନ୍ତା ।
୩୨-ଗୋ ମାତାଙ୍କ ଦିବ୍ୟ ଶକ୍ତିରେ ସଂସାରର ସନ୍ତୁଳନ ରକ୍ଷା ହୋଇଛି ।
୩୩-ଗୋ ବଂଶଦ୍ବାରା ଉପୂଜା ଯାଇଥିବା ଶସ୍ୟ ଫସଲ ସର୍ବୋତ୍କୃଷ୍ଟ ଅଟେ ।
୩୪-ଗୋ ମାତା ମନୁଷ୍ୟ ସମାଜକୁ ସର୍ବଦା ଦୁଗ୍ଧ ଜାତ ପଦାର୍ଥ ଦେଇ ଉର୍ଜାର ଉତ୍ସ ହୋଇଛି ।
୩୫-ଯେଉଁଠି ଗୋମାତାର ନିବାସ ସେଠି ସକଳ ତୀର୍ଥ ଧାମ ରହିଥାଏ ।
୩୬-ଗୋମାତାର ସେବା ପରିକ୍ରମା ରେ ତୀର୍ଥ ଯାତ୍ରାର ଫଳ ମିଳେ।
୩୭-ଗୋମାତାଙ୍କୁ ବାତ୍ସଲ୍ୟ ଦୃଷ୍ଟିରେ ଚାହିଁ ଦେଲେ ଦୈବୀ କୃପା ହୁଏ ।
୩୮-ଗୋ ମାତାର ଚାରି ଗୋଡ ମଝିରେ ଗଳିଗଲେ ମନୁଷ୍ୟ କୁ ନିର୍ଭୟତା ପ୍ରାପ୍ତ ହୁଏ |
୩୯-ଗୋ ମାତାଙ୍କ ଆନନ୍ଦ ମୟ ଶ୍ବାସ କ୍ରିୟାରେ ବାତାବରଣ ଶୁଦ୍ଧ ହୁଏ। ନକାରାତ୍ମକ ଶକ୍ତି ବିନଷ୍ଟ ହୁଏ ।
୪୦-ଗୋଧନ ଅର୍କ (ଶୁଦ୍ଧ)ଗୋମୂତ୍ର ସେବନେ ସମସ୍ତ ରୋଗ ଦୂରୀଭୂତ ହୁଏ ।
୪୧-ଗାଈର ପ୍ରଥମ କ୍ଷୀର ବନ୍ଧ୍ୟା ନାରୀକୁ ପାନ କରାଇଲେ ସେ ବାଞ୍ଝ ଦୋଷରୁ ମୁକ୍ତିପାଏ ।
୪୨-ଗୋ ମାତାଙ୍କ ସେବା କରିବା ପାଇଁ ଏ ଧରାଧାମରେ ଅନେକ ପୂଣ୍ୟାତ୍ମା ଓ ଦେବୀ ଦେବତା ଅବତାର ନିଅନ୍ତି ।

ଜୟ ଗୋମାତା ଜୟ ଗୋପାଳ ଜୟ ଶ୍ରୀକୃଷ୍ଣ