Advt
ପଢିବାକୁ ଲାଗିବ: 3 ମିନିଟ, ସେୟାର ମଧ୍ୟ କରନ୍ତୁ

ପ୍ରାଣୀଏ ଜନ୍ମି ଏ ଜଗତେ
କର୍ମ କରନ୍ତି ନାନା ମତେ

ମୁଁ ଯାହା ଲେଖିଲେ ମୋର ଜଣେ ଫେସବୁକ୍ ବନ୍ଧୁ ଅଶୋକ ବାବୁ ମୋତେ ଜମିଦାର ବୋଲି ଥଟ୍ଟାକରି ଲେଖୁଛନ୍ତି |

ଏକେ ତ ଜମିଦାର ଏକ ଗୌରବାବହ ଶବ୍ଦ ନୁହେଁ,
ଏ ଶବ୍ଦଟି ଗୋଟେ ଶୋଷକର ସର୍ବନାମ ହେଲେ ହୋଇପାରେ |

ଅନ୍ୟପକ୍ଷରେ ଯାହାର ଜମିବାଡି ଅଧିକ ତାକୁ ବୋଧେ ଜମିଦାର କୁହାଯାଏ |

ଆମର ତ ଜମିବାଡି ନାହିଁ କହିଲେ ଚଳେ,
ଅଳପ ଟିକେ ଜମି , ଆମର ଅନ୍ୟାନ୍ୟ ଯଥା ବିହିତ କର୍ମ ସହ ଆମକୁ ଯାହାକୁ ଯେତେବେଳେ ଟାଇମ୍ ମିଳିଲା, ଆମେ ସେଇ ଜମିରେ ବି ପରିଶ୍ରମ କରୁ, ଚାଷବାସରେ ଯଥା ସମ୍ଭବ ହାତ ବଢାଉ, ଏମିତି କରି ଯଥା ତଥା ସୁରୁଖୁରୁରେ ମହାନନ୍ଦେ ଚଳି ଯାଉ ।

ବଡ ପୁଅ ଅଙ୍କିତ ଅନନ୍ତ, ବିଏସସି ପରେ ପିଜି ଓ ଆଉ କଣ ଗୋଟେ ପଢୁଛି ,
ଆମ ବିଲ ରେ ଅଙ୍କିତ ବାବୁ ଘାସ ମୂଳି ତାଡି ବାଇଗଣ ଲଗାଇବାକୁ ଜମି ପ୍ରସ୍ତୁତ କରୁଛନ୍ତି
ଇଏ ସାନପୁଅ ଅଚ୍ୟୁତ, ଲକଡାଉନରେ ଭିଏସ୍ ଆସିଲେନି, ବିନା veterinary surgeon ରେ ଆମ ଗାଈ ର ବାଛୁରି ପ୍ରସବ କାମ ସୁଚାରୁରୂପେ କରାଇ ଦେଲା, କହିଲା ଜେଜେଙ୍କଠାରୁ ଶିଖିଥିଲି, ସିଏ ଏବେ NIT Raipur ରୁ Apllied Geology ରେ କଣ ଗୋଟେ M. Tech କରିଛି PhD କରିବ କି କଣ
ମୋ ବୋଉ ଶୋଭାରାଣୀ, ବାଦାମ କେରାଏ ପଡିଥିଲା, ତାକୁ ଛଡୋଉଛି, ତାକୁ ସହଯୋଗ କରୁଛନ୍ତି ମୋ ସାନଭାଇ ଶିଶିର, ସାନ ପଅ ଅଚ୍ୟୁତ, ମୁଁ ବସି ଇଟିଲି ଖାଉଛି, ପାଖରେ ଝିଅ ସୁଭଦ୍ରା ମମିରେ
ମୋ ବୋଉ ସହ ବସି ସାରୁ ଛଡୋଉଛନ୍ତି ଆମ ପୁଅ ଆଦିତ୍ଯ ଓ ଅର୍ଣ୍ଣବ
ଇଏ ଆମ ସବା ସାନଝିଅ ସ୍ବର୍ଣ୍ଣପ୍ରଭା ମମି, ପକ୍କା ମାମଲତକାର, ତାକୁ ସମସ୍ତଙ୍କ ଚିନ୍ତା, ବିଲ ଆଡେ ଯାଇ କଣ ଗୋଟେ ମାମଲତି କରୁଛି
ମୁଁ ଓ ମୋ ସାନ ଭଇ ଭରତ ଆମ ଗାଈ ସହିତ
ସାନଭାଇ ଭରତ, କ୍ଷୀର ନେଇ ବାହାରୁଛି, ନେଇ ଓମଫେଡ ରେ ଦେବ

ସତ କହିବାକୁ ଗଲେ ଆମେ ଗୋଟେ ବିପିଏଲ୍ ପରିବାର |

କିନ୍ତୁ ଫେସବୁକ ବନ୍ଧୁ ଅଶୋକ ଦାସଜୀଙ୍କ ପରି, ଅନ୍ୟ କେହି ମଧ୍ୟ ଆମକୁ ବି ପି ଏଲ୍ ପରିବାରରେ ଗଣନ୍ତି ନାହି,
ନା ସରକାର ନା ଅନ୍ୟ କେହି |

ତେଣୁ ପରିବାର ପାଳିବାକୁ ଆମ ପରିବାରର ପିଲା ଠୁ ବୟସ୍କ ପର୍ଯ୍ୟନ୍ତ ଲୋକଙ୍କୁ ଯଥାସମ୍ଭବ ଅକ୍ଳାନ୍ତ ପରିଶ୍ରମ ତ କରିବାକୁ ପଡିବ ନା !

ଏବେ କରୋନା ଲକ୍ ଡାଉନ ସମୟ, ଆମେ ସମସ୍ତେ ଭୁବନେଶ୍ୱର ଛାଡି ଗାଁ ରେ ଅଛୁ, ଯାହାକୁ ଯାହା କାମ ଆସୁଛି ବା ଆଖି ସାମନାରେ ଯାହାକୁ ଯେଉଁ କାମ ଦିଶୁଛି କରୁଛୁ |

ଇଏ ତ ମୁଁ, କଣ କରୁଛି ତ ଦିଶୁଛି
ବିଲବାଡି କାମ ଦାମ ପରେ ଖରାବେଳେ ବ୍ରାହ୍ମଣୀ କୁଳେ ବରଗଛ ମୂଳେ
ଆମ ବିଲରେ ଆମ ସବା ସାନଭାଇ ଶିଶିର, , ସିଏ ବିଏସସି ପାଶ୍ କରି କଣ ଖଣ୍ଡେ ଚାକିରି କରିଥିଲା, ଏବେ ବୋଉ କହିବାରୁ ଗାଁ ରେ ରହୁଛି, , ବସିବ କାହିଁକି, ଚାଷବାସ କରୁଛି, ପୁଣି ଆବଶ୍ୟକ ହେଲେ, ବୋଉ ରାଜି ହେଲେ କୋଉଠି ଯାଇ କଣ ଗୋଟେ ଚାକିରି କଲେ କରିବ, ତା ପାଖକୁ ମୋ ସାନଭାଇ ଶତୃଘ୍ନ, କୋଉ ଗୋଟେ ବ୍ଯାଙ୍କରେ କଣ ଗୋଟେ ଅଫିସର ଅଛି
ଆମ ଗେହ୍ଲେଇ ଝିଅ ସୁଭଦ୍ରା ମମି, ଆମ ପୁଅ ଆଦି ବାବା ସହ ଆମ ଘର ସାମନାରେ ଦି ଓଭର ଖେଳି ଟିକେ ଟାଇମ୍ ପାସ୍ କରିବା କଥା
ମୋ ସାନଭାଇ ଭରତ, ଫ୍ରି ଟାଇମରେ ବସି ମୋବାଇଲ୍ ଖେଳୋଉଚି
ଗାଁ ରେ ଥିଲାବେଳେ ଦୋଳପୂର୍ଣ୍ଣିମା ପଡିଥିଲା ବୋଧେ, ଏ ପୂଜା ଅର୍ଚ୍ଚନା ପାର୍ବଣ କର୍ମ ବାପା ଥିଲାବେଳେ କରୁଥିଲେ, ମୁଁ ବି କରୁଛି
ଉପରବେଳା, କେତେବେଳେ ଟିକେ ମୁଡ୍ ହେଲେ, ସୁଲୁସୁଲିଆ ପବନରେ ଆମ ଗାଁ ମୁଣ୍ଡରେ ମୁଁ ଲଗାଇଥିବା ଧାଡି ଧାଡି କୃଷ୍ଣଚୂଡା ମୂଳେ

ତେଣୁ ଅଶୋକ ବାବୁ ଶୁଣ

କର୍ମ ମୋହର ନିଜ ଗୁରୁ
ଅଶୋକ କେତେ ତୁ ପଚାରୁ

ପ୍ରାଣୀଏ ଜନ୍ମି ଏ ଜଗତେ
କର୍ମ କରନ୍ତି ନାନା ମତେ

  • ଲକ୍ଷ୍ମୀଧର ନାୟକ
    ( 07.04.2020 )
Advt.