Advt
ପଢିବାକୁ ଲାଗିବ: 2 ମିନିଟ, ସେୟାର ମଧ୍ୟ କରନ୍ତୁ

ଆନ୍ଧ୍ର ସରକାରଙ୍କୁ କୋଟିଆ ଝଟକା : ଓଡିଶାବାସୀଙ୍କ ପାଇଁ ଖୁସି ଖବର

କୋଟିଆରେ ଜିଲ୍ଲାପରିଷଦ ଓ ପଞ୍ଚାୟତ ସମିତି ନିର୍ବାଚନକୁ ସ୍ଥଗିତ କରିଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ଏହି ଆଦେଶ ଫଳରେ ଏକ ରକମ ଗୋଟେ ଝଟକା ପାଇଛନ୍ତି ଆନ୍ଧ୍ର ସରକାର | ଆମାନିଆ ଆନ୍ଧ୍ରପ୍ରଦେଶ ଉପରେ ଲାଗିଛି ପ୍ରଥମ ଅଙ୍କୁଶ ।

ତେଲୁଗୁ ଦେଶମ ପାର୍ଟିର ଗୋଟିଏ ନୀର୍ବାଚନ ମାମଲାର ଆବେଦନ ଉପରେ ଶୁଣାଣି କରି ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ନୀର୍ବାଚନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇନଥିବାରୁ ନିର୍ବାଚନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୋର୍ଟଙ୍କ ଏ ନିର୍ଦ୍ଦେଶ ଫଳରେ କୋଟିଆରେ ମଧ୍ୟ ବନ୍ଦ ରହିବ ଆନ୍ଧ୍ରପ୍ରଦେଶର ନିର୍ବାଚନ ।

ନିକଟ ଅତୀତରେ ଆନ୍ଧ୍ରପ୍ରଦେଶରେ ସରପଞ୍ଚ ନିର୍ବାଚନ ହୋଇଥିଲା ଓ ଭାରତୀୟ ସଂଘିୟ ବ୍ୟବସ୍ଥାର ଶାଳୀନତା ସୀମା ଅତିକ୍ରମ କରି ଆନ୍ଧ୍ରପ୍ରଦେଶର ବର୍ତ୍ତମାନର ଗାଦୀନସୀନ ସରକାର ଓଡିଶାର କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ଫାଟୁସିନେରୀ ଅଞ୍ଚଳକୁ ଏକ ପଞ୍ଚାୟତର ମାନ୍ୟତା ଦେଇ ପଞ୍ଚାୟତ ନିର୍ବାଚନ କରିବା ସହ ତଳ ଗଞ୍ଜେଇପଦର ଓ ଫଗୁଣସିନେରୀ ଗାଁକୁ ମଧ୍ୟ ପଞ୍ଚାୟତ ଭାବେ ପରିଗଣିତ କରି ସେଠାରେ ବିନା ପ୍ରତିଦ୍ବନ୍ଦ୍ବୀତାରେ ସରପଞ୍ଚ ଚୟନ କରିଥିବା ଦାବି କରିଥିଲା ।

ଏବେ ଆନ୍ଧ୍ର ସୀମାକୁ ଲାଗିଥିବା କୋଟିଆକୁ ନେଇ ଅଧିକ ସକ୍ରିୟ ଓ କଠୋର ହୋଇଛନ୍ତି ଓଡିଶା ସରକାର । ଆନ୍ଧ୍ରପ୍ରଦେଶ ବିରୋଧରେ ସାନି ରିଟ ପିଟିସନ କରିବାକୁ ଓଡିଶା ସରକାର ପୁରା ଦମ୍ ରେ ସଜବାଜ ହେଉଛନ୍ତି ଓ ଶାସକ ଆନ୍ଧ୍ର ସରକାରଙ୍କୁ ନ୍ୟାୟିକ, ରାଜନୈତିକ ଓ କୂଟନୈତିକ ସ୍ତରରେ ଷଣ୍ଡୁଆସୀ ଆକ୍ରମଣ କରିବାକୁ ପୁରା ମନ ସ୍ଥିର କରିନେଇଥିବା ପରି ପ୍ରତୀୟମାନ ହେଉଛି |

ଏ ଘଟଣା ସମଗ୍ର ଓଡିଶାବାସୀଙ୍କ ସମେତ ଶାସକ ବିଜୁ ଜନତା ଦଳର କର୍ମ କର୍ତ୍ତା,ଏହାର ସୁପ୍ରିମୋ ଶ୍ରାଯୁକ୍ତ ନବୀନ ପଟ୍ଟନାୟକ ତଥା ରାଜ୍ୟ ରାଜସ୍ୱ ବିଭାଗ ଅଧିକାରୀ ମାନଙ୍କୁ ଏକ ସୁବିଧା ଜନକ ଆଶ୍ୱସ୍ତିକର ସ୍ଥିତି ଆରୂଢ କରିଛି |

Advt.