Advt
ପଢିବାକୁ ଲାଗିବ: 4 ମିନିଟ, ସେୟାର ମଧ୍ୟ କରନ୍ତୁ

ଏ ଗୋ ସେବକମାନଙ୍କୁ ତାଙ୍କ କଲମ ମୂନରେ ମାତ୍ର ଏତିକି ଦୟା ତ କରନ୍ତୁ ସଚିବ ମହାଶୟ | ସେମାନେ ନିଜେ ଖଟି ଯୋଉ ଦି ପଇସା ଚାଷୀଙ୍କଠାରୁ ଆଣୁଛନ୍ତି, ସେଥିରୁ ଓଲଟା ଗୋଟାଏ ଓଲୁ ଟିକସ ପରିକା ୟୁଜର ଫି ସରକାରଙ୍କୁ ଗଣୁଛନ୍ତି | ସରକାର ସେ ୟୁଜର ଫି ନିଅନ୍ତୁ, ମନା ନାହିଁ, ହେଲେ ଏ ଶହେ ଦୁଇଶହ ଗୋମିତ୍ରଙ୍କୁ ଦିନକୁ ଟଙ୍କା 500 ମଜୁରୀ ତ ଦିଅନ୍ତୁ | ଅନ୍ୟ ପଡୋଶୀ ରାଜ୍ୟମାନେ କେମିତି ତାଙ୍କ ରାଜ୍ୟ ଗୋମିତ୍ର ମାନଙ୍କୁ ଥଇଥାନ କରିଛନ୍ତି ସେକଥା ଟିକେ ଦେଖ ହେ, ସେ କଥା ଦେଖିଲେ ସରମ ଲାଗିବ | ଏତିକି କରୁଣା କର ହେ ପ୍ରାଣିଧନ ସଚିବ !

( 06. 04. 2020 ) : ଗତ କାଲି ଯାଜପୁର ଜିଲ୍ଲା ସଟ୍ ଡାଉନ ଥିଲା

ଆମ ଗାଈ ସୁନା କାଲି ଅତି ସୁନ୍ଦର ଅତି ମନୋହର ବାଛୁରୀ ଟିଏ ଜନ୍ମ ଦେଲା

ରବିବାର ଜନ୍ମ ହୋଇଥିବାରୁ ସାନ ଭାଇ ଭରତ କହିଲା ୟା ନା ରବିନ୍ଦ୍ର

ଆଉ କେହି କହିଲେ ସଟ୍ ଡାଉନ୍ ବା ବନ୍ଦୀ ସମୟରେ ଜନ୍ମ ହେଇଥିବାରୁ ୟା ନାଁ କାହ୍ନା ଦେଇଥିଲେ ଭଲ ହେଇ ଥାଆନ୍ତା

ମୁଁ ଏ ସମ୍ପର୍କରେ କଥାଟିଏ କହିବି

ଆମ ଗାଈମାନେ ଆମ ପରିବାରର ସମସ୍ତଙ୍କର ପ୍ରିୟ
ଆମ ପରିବାରର ସଦସ୍ୟ ପରି ସେମାନେ

ଯେତେବେଳେ ସିଏ ବାଛୁରୀ ଜନ୍ମ କରିବାକୁ ନସର ପସର ହେଲା, ବରୀ VS ( Block Veterinary Officer ) ଙ୍କୁ ଭରତ ଟେଲିଫୋନ୍ କରି ଆସିବାକୁ ଅନୁରୋଧ କଲା

ଭି ଏସ୍ କହିଲେ
ଆଜି ସଟ୍ ଡାଉନ୍
ତେଣୁ ମୁଁ ଯାଇ ପାରିବିନି

ଆମେ ସରକାରୀ ଚାକିରୀଆ, ତେଣୁ ସରକାରଙ୍କ ସଟ୍ ଡାଉନ ଆଦେଶ ଅବମାନନା କରି ପାରିବୁନି

( ଏଠାରେ ସୂଚନାଯୋଗ୍ୟ ଯେ ବରୀ BVO ଜଣେ ଭଲ ଲୋକ, କିନ୍ତୁ ସରକାରଙ୍କ ସାଟ୍ ଡାଉନ୍ ର ପ୍ରଭାବ କଥା ମୁଁ ଏଠି କହୁଛି କେବଳ )

ଆମ ପରିବାରର ଚିନ୍ତା ବଢ଼ିଗଲା

ଗୋମିତ୍ରଙ୍କର ଟେଲିଫୋନ୍ ଲାଗିଲାନି

ଆମେ ବ୍ୟସ୍ତ ହେଲୁ

ଈଶ୍ୱରଙ୍କ କୃପାରୁ ସହଜ ପ୍ରସବ ହୋଇଗଲା

ସେ ଦାୟିତ୍ୱ ମୋର ସାନଭାଇ ଭରତ ଓ ମୋର ସାନ ପୁଅ ଅଚ୍ୟୁତ ସୁଚାରୁ ରୂପେ ତୁଲାଇ ପାରିଲେ ଦେଖି ମୋତେ ବହୁତ ଖୁସି ଲାଗିଲା

ସାନ ପୁଅର ଛୋଟ ବେଳୁ ଗାଈ ଗୋରୁ କାମରେ ବେଶୀ ଶ୍ରଦ୍ଧା

ବଡଟା ର ପିଲାବେଳୁ ଚାଷ ବାସରେ ବେଶୀ ଋଚି ରହେ

ସିଏ ସଖାଳୁ ଉଠି କୋଦାଳଟାଏ ଧରି ବିଲକୁ ପଳାଏ ଆଜି ବି ଯାଇ ଥିଲା

ଗାଈ ପାଇଁ ଆମର କିଛି ଶଙ୍କରହାତୀଆ ଘାସ ଚାଷ ହୋଇଛି

ବଡଟା ସେଗୁଡାକୁ କୋଡା ଖୁସା କରି ପାଣି ଦେଉଥିଲା

ସେ ବିଲରୁ ଫେରି ଗାଈ ବାଛୁରୀ କରିଥିବା ଦେଖି ବହୁତ ଖୁସି ହେଲା

ସମସ୍ତେ ବହୁତ ଖୁସି ହେଲେ
କଅଁଳା ବାଛୁରୀ ଟିକୁ ଦେଖି ସବୁଠୁ ବେଶୀ ଖୁସି ହେଲେ ଆମ ସବୁ ପିଲାମାନେ, ବିଶେଷ କରି ମୋ ଝିଅ ସୁଭଦ୍ରା ର ଖୁସି କହିଲେ ନସରେ

ଗାଈ ବାଛୁରୀ କରି ସାରିବା ପରେ କୌଣସି ମତେ ଗୋ ମିଚ୍ର ଅନୁଜ ପ୍ରତିମ ନିର୍ମଳ ପାଖରେ ଖବର ପହଂଚିଲା

ନିର୍ମଳ ସଟ୍ ଡାଉନ ସତ୍ତ୍ୱେ ପୁଲିସିକୁ କୁହାବୋଲା କରି ଗୋଟାଏ କାଲସିୟମ ଜେଲ୍ ଓ ଆଉ ଗୋଟାଏ ୟୁଟ୍ରିଫିଟ୍ ମେଡିସିନ୍ ଧରି ଆମ ଘରେ ପହଞ୍ଚିଲେ

ଆମ ଗାଈ ଏଥରକୁ ଲଗାଇ ତୃତୀୟ ଥର ବାଛୁରୀ ଜନ୍ମ କଲା

ଇଏ ହାରାହାରି ପ୍ରାୟ 18 ଲିଟର ଖୀର ଦିଏ, କେବେ କେମିତି କୋଡିଏ ଲିଟର ଖୀର ବି ଦେଇ ପାରେ

( ଏହା ଏକ ହୃଷ୍ଟ ପୁଷ୍ଟ ସୁନ୍ଦର ହଲଷ୍ଟିନ ଅଣ୍ଡିରା ବାଛୁରୀ , ଯଦି ପ୍ରାଣୀ ଚିକିତ୍ସା ନିର୍ଦେଶକ ଚାହାନ୍ତି ମୁଁ ଏ ବାଛୁରୀଟିକୁ ଶଣ୍ଢ କରିବା ପାଇଁ ପ୍ରାଣୀ ଚିକିତ୍ସା ବିଭାଗ କୁ ବିନା ମୂଲ୍ୟ ରେ ଦେଇ ପାରିବି )

High milched cow ମାନଙ୍କୁ ପ୍ରସବ ସମୟରେ ଗୋଟିଏ କାଲସିୟମ ଜେଲ୍ ଖାଇବାକୁ ଦେବା ପ୍ରାୟତ ନିହାତି ଆବଶ୍ୟକ ହୋଇଥାଏ, ଏହା ପ୍ରସୂତୀ ସେବାର ଅଂଶ ବିଶେଷ

ଲକ୍ ଡାଉନ ସମୟରେ
ଗୋମିତ୍ର ନିର୍ମଳଙ୍କର ସେବା ନିଶ୍ଚିତ ଭାବେ ମହତ୍ତ୍ୱପୂର୍ଣ୍ଣ ଥିଲା

ଏ ଗୋମିତ୍ର ମାନଙ୍କୁ କିନ୍ତୁ ସରକାର ପାଖରେ ପୁରାନ୍ତି ନାହିଁ

ଏକଦା ଏମାନଙ୍କୁ 6 ବର୍ଷ ମାଗଣା ଖଟାଇବା ପରେ ଏବଂ ଏମାନଙ୍କ ଠାରୁ ଓଲଟା ଲକ୍ଷ ଲକ୍ଷ ଟଂକା ୟୁଜର ଫି ନେବା ପରେ ଆମ ସରକାର କହିଲେ, କେନ୍ଦ୍ରୀୟ ସ୍କିମ ବନ୍ଦ ହେଇଗଲା, ତମର ଆଉ କିଛି କାମ ନାହିଁ,

ଅବଶ୍ୟ ଅନ୍ୟ ରାଜ୍ୟ ସରକାରମାନେ ତାଙ୍କ ରାଜ୍ୟର ଗୋମିତ୍ରମାନଙ୍କୁ ଥଇଥାନ କଲେ

କାଳେ ଆମ ରାଜ୍ୟର ଗୋମିତ୍ରମାନେ ଆମ ସରକାରଙ୍କୁ ଥଇଥାନପାଇଁ କହିବେ କିମ୍ୱା ଚାକିରୀ ବାକିରି ମାଗିବେ

ସେଇ ଭୟରେ VS ବା ପଶୁଡାକ୍ତରମାନେ ଏମାନଙ୍କୁ ଗୋ ଶତ୍ରୁ କହି ଏମାନଙ୍କ ବିରୁଦ୍ଧରେ ଅପପ୍ରଚାର ଚଳାଇଲେ

( ୟୁଜର ଫି ମାନେ
ଗୋମିତ୍ରମାନେ ଚାଷୀର ଗୋସେବା କରିବେ, ଚାଷୀ ସେମାନଙ୍କୁ ଯେଉଁ ପଇସା ଦେବ ସେଥିରୁ ସେମାନେ ସରକାରଙ୍କୁ କିଛି ପଇସା ଦେବେ )

ସରକାର ଏମାନଙ୍କୁ ଚାକିରୀ ଦେବା ତ ଦୂରର କଥା ଏମାନଙ୍କୁ ଗୋସେବା କରିବାକୁ ବାରଣ କଲେ

ଏମାନେ ରାସ୍ତାରେ ବୁଲିଲେ

ଲୋୟର ପି ଏମ ଜି ରେ ମାସ ମାସ ବସିଲେ ଉଠିଲେ
ହେଲେ ସରକାର ଥରେ ବି ଏମାନଙ୍କ ସହ କଥା ହେଲେନି

ଚଗଲା ଭବାନୀ ( ଶ୍ରୀଯୁକ୍ତ ଭବାନୀ ଶଙ୍କର ପରିଜା ) ଏମାନଙ୍କ ଦୁଃଖ ସହି ପାରିଲେନି

ତାଙ୍କୁ କହିଲେ
ଗୋଟିଏ ଲୋକ ତୁମକୁ କୁଳରେ ଲଗେଇ ପାରିବ
ସିଏ ହେଉଛି ଲକ୍ଷ୍ମୀଧର ନାୟକ

ତୁମେମାନେ ଲକ୍ଷ୍ମୀଧର ଭାଇଙ୍କ ପାଖକୁ ଯାଅ
ମୁଁ ପଠେଇଛି ବୋଲି କହିବ

ସେମାନେ ମୋ ପାଖରେ ଆସି ପହଂଚିଲେ

ସେମାନଙ୍କ ସଂଖ୍ୟା ଥିଲା 1800

ମୁଁ ବଡ ଅଡୁଆରେ ପଡିଲି

ସେ ଗରିବ ଦରଦୀ ଭବାନିଙ୍କୁ ମୁଁ ଟିକେ ବେଶି ଭଲ ପାଏ, ଯଦିଓ ଭବାନୀବାବୁ ଏକଥା ଜାଣନ୍ତିନି

ସେ ଯାହା ହେଉ
ନେତା ନହୋଇ ବି ମୁଁ ଗୋମିତ୍ରମାନଙ୍କ ଦାୟିତ୍ୱ ନେଲି
କେବଳ ଭବାନୀଙ୍କ ପାଇଁ

ସେମାନଙ୍କ ପାଇଁ ଲଢ଼ିଲି

ମୁଁ ତ ଲଢ଼ିଲେ ସହଜେ ଛାଡେନି କି ହାରିବାକୁ ଭଲ ପାଏନି

ଲଢେଇ ଆରମ୍ଭ କଲି ଡ. ହୃଷୀକେଶ ପଣ୍ଡାଙ୍କ ସହିତ , ସିଏ ସେତେବେଳେ ବିଭାଗୀୟ ସଚିବ ଥିଲେ, ତା ପରେ ସତ୍ୟବ୍ରତ ସାହୁଙ୍କ ଅମଳ ଦେଇ,
ମୁଣ୍ଡି ମରିଲା ବିଷ୍ଣୁପଦ ସେଠୀଙ୍କ ଅମଳରେ

ଶେଷରେ ସରକାର ରାଜି ହେଲେ

( ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ ଓ ଡକ୍ଟର ହୃଷିକେଶ ପଣ୍ଡା ଙ୍କୁ ଏଥିପାଇଁ ଅଶେଷ ଅଶେଷ ଅଶେଷ ଧନ୍ୟବାଦ )

ସରକାର ନିଷ୍ପତ୍ତି କଲେ,
ଆଗକୁ ଯେତେ ଏଲ୍ ଆଇ ନିଯୁକ୍ତ ହେବେ ସେଥିରୁ 50% କୋଟା ଗୋମିତ୍ର ମାନଙ୍କ ପାଇଁ ରହିବ

ଯେମିତି ଏ ଫାଇଲ ଟି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଅନୁମୋଦନ ପାଇଁ ଯିବାକୁ ବସିଲା, ଗୋଟାଏ କିଏ ମାଝୀ, ସେ ବାବୁ ଗୋଟେ ନେତା କି ଏମ ଏଲ ଏ ବୋଧେ, ମୁଁ ତାଙ୍କୁ ଚିହ୍ନେନି,

ସେ ବାବୁଟି କହିଲା ମୁଁ ସପ୍ତାହେ ଭିତରେ ତୁମ କାମ କରିଦେବି, ତମେ ମତେ ଏତିକି ଲେଖା ପଇସା ଦିଅ, ପଇସା ନଦେଲେ ସରକାର କିଛି କାମ କରନ୍ତିନି,

ଗୋମିତ୍ରମାନେ କହିଲେ ଯିଏ ଆମପାଇଁ ବର୍ଷ ବର୍ଷ ଲଢି ଲଢି ଆମକୁ ଏତେବାଟ ଆଣିଲେ, ସିଏ ତ ଆମ ଠାରୁ କେବେ ଚାହା କପେ ବି ପିଇ ନାହାନ୍ତି, ସେ କାହାକୁ ଚାରଣା ପଇସା ଦେବାକୁ ବି ମନା କରିଛନ୍ତି,

ତେଣୁ ଆମେ ତୁମକୁ କାଣି କଉଡି ବି ଦେବୁନି

ଏ ନେତା କଣ କେମିତି ବୁଦ୍ଧି ଖର୍ଚ୍ଚ କରି ଗୋଟେ ପଶ୍ଚିମ ଓଡିଶା ଫିଲିଂ କଲେ

ମୁଁ ତିନୋଟି ପିଲାଙ୍କୁ ମୁଖ୍ୟତ ଏ କାମରେ ଯା ଆସ କରିବାକୁ ଦାୟିତ୍ୱ ଦେଇଥିଲି,
ବୋଧେ କାମଦେବ ସାହୁ, ଅଶୋକ ପାତ୍ର, ଆଉ ଜଣେ କି ପଟେଲ୍,

ନେତା ମହାଶୟ ସେ ପଟେଲ ବାବୁଟିକୁ କରାୟତ୍ତ କରି କେତେକ ପଶ୍ଚିମ ଓଡିଶା ଗୋମିତ୍ର ମାନଙ୍କଠାରୁ 34 ଲକ୍ଷ ଖାଇ ଦେଲା ବୋଲି ମୁଁ ଶୁଣିଲି

କିଛି ପିଲାଙ୍କର ଏତାଦୃଶ ବୁଦ୍ଧି ମୋତେ ବ୍ୟଥିତ କଲା

ସେ ଯାହା ହେଉ କାମ ଟି ହେଲା

ପରେ କିରାନୀ ପେଂଚ ମୋଡା ଖାଇ କାମ ଟା ଟିକେ ଅଧ ପନ୍ତରିଆ ହେଇଗଲା,

ମୁଁ ଆଉ ସେ କଥାରେ ମୁଣ୍ଡ ଖେଳେଇଲି ନାହିଁ କି ସେ ପିଲାମାନେ ମୋ ପାଖକୁ ଆଉ ଲାଜେ ଆସିଲେନି,

ଫଳରେ ଆଜି ସୁଦ୍ଧା କିଛି ଗୋମିତ୍ର ଚାକିରୀ ପାଇଛନ୍ତି,
ଆଉ କିଛି ପାଇ ନାହାନ୍ତି

ଯେଉଁ ପିଲାଟି ବେଶୀ ଦଉଡା ଦଉଡି କରୁଥିଲା,
ତାଙ୍କ ନାଁ କାମ ଦେବ ସାହୁ,
ସେ ପିଲାଟି ଚାକିରୀ ପାଇଁ ଆଜିଯାଏ ଅପେକ୍ଷା କରିଛି ବୋଧେ
କିରାଣୀ ପେଂଚ ଯୋଗୁ ତାଙ୍କର ପାଳି ପଡୁନି କି କଣ

ଅଶୋକ ପାଇ ଯାଇଛି

ଆମ ଅଂଚଳର ଗୋମିତ୍ର ନିର୍ମଳ ପାଇଲେ ନାହିଁ ପାଇବେ କି ନାହିଁ ପଚାରିନି,

ମୁ ଆମ ପ୍ରାଣୀ ସମ୍ପଦ ବିଭାଗ ସଚିବ ରଘୁପ୍ରସାଦଙ୍କୁ ପଚାରିବାକୁ ଚାହୁଁଛି ଯେ ଆମ ଏ ଗୋମିତ୍ର ନିର୍ମଳର ସେ ନିର୍ମଳ ଦୋଷଟି କଣ ? ଯେଉଁଥିପାଇଁ ସେ ଚାକିରି ରୁ ବଞ୍ଚିତ ହେଲେ ?

ମୁଁ ଶୁଣିଛି ନିର୍ମଳଙ୍କ ପରି ଆଉ ଶହେ ଦୁଇଶହ ଗୋମିତ୍ର ଚାକିରି ପାଇଲେ ନାହଁ, କିନ୍ତୁ ସେମାନେ ଗୋ ସେବା କରୁଛନ୍ତି ନିଷ୍ଠାର ସହ, ସେମାନେ ସଚିବଙ୍କୁ ଚାକିରି ନୁହେଁ ଏବେ କେବଳ ଦିନକୁ ଟଙ୍କା 500 ମଜୁରୀ ମାଗୁଛନ୍ତି, ସେଇ ଧାଡିକ ଓଡିଆ କଥା ବି ସଚିବ ବୁଝି ପାରୁ ନାହାନ୍ତି।

ଆଜି ସାନ ଭାଇ ଭରତ ଗୋଟିଏ ବଡ ରୋଚକ କଥା କହିଲା

ଭରତ କହିଲା

ଦଶ ପନ୍ଦର ବର୍ଷ ପୂର୍ବେ ଦିନେ ରାତିରେ ଆମ ଗାଈର ଦେହ ହଠାତ୍ ଭୀଷଣ ଖରାପ ହେଲା

ସେ ଦିନ ନିର୍ମଳର ବାହାଘର ଚତୁର୍ଥୀ ଭୋଜି ଚାଲିଥାଏ, ଯଁପଡାରେ ,
ନିର୍ମଳ ଶୁଣିବା ମାତ୍ରେ ଭୋଜି ଛାଡି ପଳେଇ ଆସିଲା,
ରାତିସାରା ପାରୁ ପର୍ଯ୍ୟନ୍ତ ଅସୁସ୍ଥ ଗାଈଟିର ସେବା କଲା,

ଭୋରୁ ଭୋରୁ ଗାଈ ଟିକେ ସୁସ୍ଥ ହେଲା,
ରାତି ପାହିଲା ପରେ ନିର୍ମଳ ତାଙ୍କ ଗାଁକୁ ଗଲା

ଇଏ ହେଉଛି ଜଣେ ଗୋମିତ୍ରର ସେବା ନିଷ୍ଠା,

ଯାହାକୁ ଏକଦା ମୋଟା ଅଙ୍କର ଦରମା ପାଉଥିବା ତଥା କଥିତ କ୍ୱାଲିଫାଏଡ VS ମାନେ ଗୋ ଶତ୍ରୁ ବୋଲି କହୁଥିଲେ ଏବଂ ଆମ ସରକାର ବାହାଦୂର ସେମାନଙ୍କ କଥାରେ ହଁ ମାରୁଥିଲେ

କେନ୍ଦ୍ରୀୟ ଗୋମିତ୍ର ସ୍କିମ୍ ସରିଗଲା କହି ସେମାନଙ୍କ ଫାଇଲ କ୍ଲୋଜ୍ କରିଦେଇଥିଲେ,

ଧନ୍ୟବାଦ ଦେବି ତତ୍କାଳୀନ ପ୍ରାଣି ଚିକିତ୍ସା ନିର୍ଦେଶକ ଶ୍ରୀଯୁକ୍ତ ବିଷ୍ଣୁ ପଦ ସେଠୀ ଏବଂ ତତ୍କାଳୀନ ବିଭାଗୀୟ ସଚିବ ଶ୍ରୀଯୁକ୍ତ ହୃଷୀକେଶ ପଣ୍ଡାଙ୍କୁ,

ଯେଉଁମାନେ ମୋ କଥାରେ ଭାସିଯାଇ ଗୋମିତ୍ରମାନଙ୍କୁ କୂଳରେ ଲଗାଇବାର ମୂଳଦୁଆ ପକାଇ ଥିଲେ ।

ଏ ଗୋ ସେବକମାନଙ୍କୁ ତାଙ୍କ କଲମ ମୂନରେ ମାତ୍ର ଏତିକି ଦୟା ତ କରନ୍ତୁ ସଚିବ ମହାଶୟ | ସେମାନେ ନିଜେ ଖଟି ଯୋଉ ଦି ପଇସା ଚାଷୀଙ୍କଠାରୁ ଆଣୁଛନ୍ତି, ସେଥିରୁ ଓଲଟା ଗୋଟାଏ ଓଲୁ ଟିକସ ପରିକା ୟୁଜର ଫି ସରକାରଙ୍କୁ ଗଣୁଛନ୍ତି | |

ସରକାର ସେ ୟୁଜର ଫି ନିଅନ୍ତୁ, ମନା ନାହିଁ, ହେଲେ ଏ ଶହେ ଦୁଇଶହ ଗୋମିତ୍ରଙ୍କୁ ଦିନକୁ ଟଙ୍କା 500 ମଜୁରୀ ତ ଦିଅନ୍ତୁ | ଅନ୍ୟ ପଡୋଶୀ ରାଜ୍ୟମାନେ କେମିତି ତାଙ୍କ ରାଜ୍ୟ ଗୋମିତ୍ର ମାନଙ୍କୁ ଥଇଥାନ କରିଛନ୍ତି ସେକଥା ଟିକେ ଦେଖ ହେ, ସେ କଥା ଦେଖିଲେ ସରମ ଲାଗିବ |

ଏତିକି କରୁଣା କର ହେ ପ୍ରାଣିଧନ ସଚିବ !

ସର୍ବେ ଭବନ୍ତୁ ସୁଖୀନଃ

  • ଲକ୍ଷ୍ମୀଧର ନାୟକ ( 06.04.2020 )
Advt.