Advt
ପଢିବାକୁ ଲାଗିବ: 2 ମିନିଟ, ସେୟାର ମଧ୍ୟ କରନ୍ତୁ

ଏ ପାଲା ଗାୟିକାଙ୍କ ଦୁଃଖ ଟିକେ ଶୁଣ ହେ ସଂସ୍କୃତି ମନ୍ତ୍ରୀ , ସଂସ୍କୃତି ସଚିବ ଓ ଉତ୍କଳ ସମ୍ମିଳନୀ କର୍ମକର୍ତ୍ତାଗଣ !

ପାଲାଗାୟିକାଙ୍କ ପରିଚୟ ଓ ଠିକଣା :
Name – Meena Kumari Bai
At / po- Danguapasi
Dist – West Singhbhum
State – Jharkhand
Mob : 07763899360

ମୀନାକୁମାରୀଙ୍କ ସମ୍ପର୍କରେ ମୁଁ ଯାହା ଜାଣିଛି :
କୁମାରୀ ମୀନାକୁମାରୀ ବାଇ ଓଡିଆ ଭାଷାର ପ୍ରଥମ ପାଲା ଗାୟିକା | ବିହାର , ମାଡ୍ରାସ, ମଧ୍ୟପ୍ରଦେଶ ଇତ୍ୟାଦିଠାରୁ ଅଲଗା ହୋଇ ଯେତେବଳେ ଆମ ଓଡିଶା ରାଜ୍ୟ ସୃଷ୍ଟି ହେଲା , ସେତେବେଳେ ବିଭିନ୍ନ କାରଣଯୋଗୁ ବହୁ ଓଡିଆ ଭାଷାଭାଷୀ ଅଞ୍ଚଳ ଓ ବହୁ ଓଡିଆ ଓଡିଶାରୁ ବିଚ୍ଛିନ୍ନ ହୋଇ ଝାଡଖଣ୍ଡ, ଛତିଶଗଡ ଇତ୍ୟାଦି ରାଜ୍ୟ ସୀମା ଭିତରେ ରହିଗଲେ | ମୀନାକୁମାରୀଙ୍କ ଘର ମଧ୍ୟ ଝାଡଖଣ୍ଡ ରାଜ୍ୟସୀମା ଭିତରେ ରହିଗଲା |

ବଚ୍ଛିନ୍ନାଞ୍ଚଳରେ ନିଜ ମାତୃଭାଷାକୁ ବଞ୍ଚାଇ ରଖିବାପାଇଁ ତଥା ନିଜ ମାତୃଭାଷାର ପ୍ରଚାର ପ୍ରସାର ପାଇଁ ଓଡିଆ ଝିଅ ମୀନାକୁମାରୀ ପାଲାକୁ ମାଧ୍ୟମରୂପେ ଆଦରି ନେଲେ |

ସେତେବେଳେ ଝାଡଖଣ୍ଡ ଭଳି ଅଞ୍ଚଳର ଜଣେ ସ୍ୱଳ୍ପ ବୟସ୍କା ଝିଅ ଘରୁ ଗୋଡକାଢି ପାଲା ପରିବେଷଣ କରିବା ଆଜିକାଲିକା ପରି ସାଧାରଣ କଥା ନଥିଲା |

କିନ୍ତୁ ଓଡିଶାକୁ ନିଜ ମାତୃଭୁମିଭାବେ ନ ପାଇପାରିବାର କ୍ଷୋଭ ଓ ଗ୍ଳାନିରେ ଜର୍ଜରିତ ହୋଇ ଏକ ଶିଶୁସୁଲଭ କିଶୋରୀ ପ୍ରାଣ ପଣ କରି ନେଇଥିଲା ନିଜ ମାତୃଭାଷାର ଟେକ ବଜାୟ ରଖିବାକୁ ଓ ପାଲାକୁ ଆଦରି ନେଇଥିଲା ଗଣମାଧ୍ୟମ ଭାବରେ |

ସେତେବେଳକା ସାମାଜିକ ଓ ପାରିବାରିକ ଆର୍ଥିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ଏହା ଏକ ଛେଟିଆ ପ୍ରୟାସ ନଥିଲା କି ସ୍ଥିତି ଅନୁକୁଳ ପ୍ରୟାସ ମଧ୍ୟ ନଥିଲା |

କିନ୍ତୁ ମୀନାକୁମାରୀ ନିଜର ପଣରେ ଅଟଳ ରହି ବିଚ୍ଛିନ୍ନାଞ୍ଚଳରେ ନିଜ ମାତୃଭାଷାର ପ୍ରଚାରରେ ତଲ୍ଲୀନ ହୋଇ ସେ ଭୁଲି ବି ଗଲେ ନିଜ ସଂସାର ଗଢିବା କଥା | ବିବାହ ବୟସ ମଧ୍ୟ ଅତିକ୍ରାନ୍ତ ହୋଇଯାଇଥିବ | ସାରା ଜୀବନ କୁମାରୀ ରହିଗଲେ ମୀନା |

ମୀନାକୁମାରୀ ବିଚ୍ଛିନ୍ନାଞ୍ଚଳ ସମେତ ଓଡିଶାର ପ୍ରାୟ ସବୁ ଜିଲ୍ଲାରେ ଓଡିଆ ଭାଷାରେ ପାଲା ପରିବେଷଣକରି ବହୁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି |

ଏବେ ସେ ପରିଣତ ବୟସରେ ଉପନୀତା | ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଦୁସ୍ଥ | ତାଙ୍କର ଜୀବନ ଭରଣ ପୋଷଣ ପାଇଁ ଓଡିଶା ସରକାରଙ୍କୁ ସାମାନ୍ୟ କିଛି ଆର୍ଥିକ ସହାୟତା ପ୍ରଦାନ କରିବାକୁ ବାରମ୍ୱାର ଅନୁରୋଧ ପତ୍ର ପଠାଇଥିଲେ ମଧ୍ୟ ତାଙ୍କ ଦରଖାସ୍ତ ଖଣ୍ଡିକ ବାରମ୍ୱାର ଆମ ଭାଷା ବେରସିକ ନବୀନ ସରକାରଙ୍କ କେଉଁ ଫାଇଲ ତଳେ ଚାପି ହୋଇ ଅତି ରହସ୍ୟଜନକଭାବେ ନିରୁଦ୍ଦିଷ୍ଟ ହୋଇଯାଉଛି |

ନିଜ ମାଚୃଭାଷାର ସେବା ପାଇଁ ନିଜର ସାରା ଜୀବନ ଉତ୍ସର୍ଗ କରି ଦେଇଥିବା ଓଡିଆ ଭାଷାର ପ୍ରଥମ ପାଲାଗାୟିକା ମୀନାକୁମାରୀଙ୍କୁ ନବୀନ ସରକାର ସାମାନ୍ୟ କଳାକାର ଭତ୍ତାଟିଏ ମଧ୍ୟ ଦେବାକୁ ନାରାଜ |

ମୋ ମତରେ ମୀନାକୁମାରୀ ଗୋଟାଏ ଅସମ୍ବେଦନଶୀଳ ସରକାରଠାରୁ ସ୍ୱୀକୃତି ଆଶା କରିବା ହିଁ ସବୁଠୁ ବଡ ବିଡମ୍ୱନା |

ନିଚ୍ଛକ ସତ କହି ବସିଲେ ଯଦି ଭାରତର ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଠାରୁ ମୀନାକୁମାରୀ ତାଙ୍କ ତ୍ୟାଗ ଓ ତପସ୍ୟାର ସ୍ୱୀକୃଚି ଟିଏ ପାଇଁ ସାମାନ୍ୟ ଅପେକ୍ଷାଟିଏ ରଖି ଥାଆନ୍ତେ , ସେ ହୁଏତ ଆଜି ପଦ୍ମଭୂଷଣ ସମ୍ମାନରେ ବିଭୁଷିତା ହୋଇ ସାରି ଥାଆନ୍ତେ , ଭାଷାଜନନୀପାଇଁ ମୀନାକୁମାରୀଙ୍କ ତ୍ୟାଗ ତପସ୍ୟା ଓ ପଣକୁ ତଉଲିଲେ ସେ ପଦ୍ମଭୂଷଣରେ ବିଭୂଷିତା ହେବାପାଇଁ ସର୍ବୋତଭାବେ ଯୋଗ୍ୟା, ବରଂ ସତ କହିଲେ ଏହାର ବହୁ ଉର୍ଦ୍ଧ୍ୱରେ ରହିବା କଥା ତାଙ୍କର ସମ୍ମାନ |

କୃତଘ୍ନ ଓଡିଆଜାତି ଏହା ହୃଦୟଙ୍ଗମ କଲେ ତ ?

ଭାଷା ସୁରକ୍ଷା ନାମରେ ଓଡିଶା ସରକାରଙ୍କଠାରୁ ବିଭିନ୍ନ ଯୋଜନା ବିଭିନ୍ନ ଫନ୍ଦିଫିକର ମାଧ୍ୟମରେ ବର୍ଷକୁ କୋଟି କୋଟି ଟଙ୍କା ନେଇ ଚଳୁ କରୁଥିବା ତଥା କଥିତ ଓଡିଶା ଭାଷାପ୍ରାଣୀମାନେ ମୀନାକୁମାରୀଙ୍କ ତ୍ୟାଗକୁ ସମ୍ମାନ ଦେବା ତ ଦୂରର କଥା କେବେ ଥରେ ତାଙ୍କ ନାମ ସ୍ମରଣ କରିଥିବା କଥା ମୋ ନଜରକୁ ଆସିନି କି ନିଜ ମୁଣ୍ଡରେ ଓଡିଆ ଭାଷାର ଓଢଣୀ ପକେଇ ନିଜ ଛୁଆଙ୍କୁ ସେଇ ଓଢଣୀ ତଳେ ଲୁଚେଇ ଲୁଚେଇ ନେଇ ଇଂଲିସ ମିଡିୟମ୍ ସ୍କୁଲରେ ଛାଡି ଦେଇ ଆସୁଥିବା ଭାଷାପ୍ରାଣମାନେ ମୂନାକୁମୀରୀଙ୍କପାଇଁ କେବେ ଥରେ ଆହା ପଦେ କହିଥିବାର ମୋର କର୍ଣ୍ଣ ଗୋଚର ହୋଇନି |

ଡେରିରେ ହେଉପଛେ, 1936 ପରେ ଜାଣତରେ ହେଉ ଅଥବା ଅଜାଣତରେ ହେଉ ନିଜ ରାଜ୍ୟରୁ ଆମେ ବିଚ୍ଛିନ୍ନ କରି ଦେଇଥିବା ବିଚାରୀ ଏ ମୀନାକୁମାରୀଙ୍କ ପାଇଁ ଏବେ ଅନ୍ତତଃ ପଦେ ତ ସରକାରଙ୍କୁ କୁହ ହେ ଓଡିଶାବାସୀ !!

Meenakumari Bai, Jharkhand

ମୋଦିଜୀଙ୍କ ସରକାର ସତରେ ଯଦି ମୀନାକୁମାରୀଙ୍କୁ ପଦ୍ମଶ୍ରୀ ସମ୍ମାନ ଟିଏ ଦେଇ ଦିଅନ୍ତେ ନା ଅନେକ ଲୋକଙ୍କ ଗାଲରେ ଠାଏ କିନା କଟକଣା ଟିଏ ବସିଲା ପରିକା ଲାଗନ୍ତା ।

  • ଲକ୍ଷ୍ମୀଧର ନାୟକ
Advt.