Advt
ପଢିବାକୁ ଲାଗିବ: 2 ମିନିଟ, ସେୟାର ମଧ୍ୟ କରନ୍ତୁ

ବନ୍ଦେ ଓଡିଶା ଜନନୀ
ସଦା ସୁହାସିନୀ ସଦା ସୁଭାଷିନୀ
ସଦା ସୁଶୋଭିନୀ ସଦା ସୁହାଗିନୀ
ଜନନୀ ଜନନୀ ଜନନୀ
ବନ୍ଦେ ଓଡିଶା ଜନନୀ , ବନ୍ଦେ ଓଡିଶା ଜନନୀ ।।

ବନ ଗିରି ଶୋଭିନୀ, ନଦ ନଦୀ ବେଷ୍ଟିନୀ
ସାଗର ବନ୍ଦିନୀ, ଭାରତ ନନ୍ଦିନୀ
ଜନନୀ ଜନନୀ ଜନନୀ
ବନ୍ଦେ ଓଡିଶା ଜନନୀ, ବନ୍ଦେ ଓଡିଶା ଜନନୀ ।।

ଉଡ୍ର ଉତ୍କଳ କୋଶଳ କଳିଙ୍ଗ
ସ୍ଥାବର ଜଙ୍ଗମ, ତରୁ ଲତା ବିହଙ୍ଗ
ଶସ୍ଯ କେଦାର ଭରା, ଫଳ ପୁଷ୍ପ ଶୋଭିନୀ
ବନ୍ଦେ ଓଡିଶା ଜନନୀ
ବନ୍ଦେ ଓଡିଶା ଜନନୀ, ବନ୍ଦେ ଓଡିଶା ଜନନୀ ।।

ସୁଭଦ୍ରା ସୁସଂସ୍କୃତା, ଗୁଣିଗଣ ଶୋଭିତା
ଚାରୁକଳା ମଣ୍ଡିତା, ନୃତ୍ଯ ଗୀତ ଝଙ୍କୃତା
ସର୍ବ ହିତକାରିଣୀ, ସର୍ବ ଧର୍ମ ପାଳିନୀ
ବନ୍ଦେ ଓଡିଶା ଜନନୀ
ବନ୍ଦେ ଓଡିଶା ଜନନୀ, ବନ୍ଦେ ଓଡିଶା ଜନନୀ। ।।

ବନ୍ଦେ ଚାରୁ ହାସିନୀ, ବନ୍ଦେ ଚାରୁ ଭାଷିନୀ
ମମତାମୟୀ, ହେ ଓଡିଶା ଜନନୀ
ପଦେ କୋଟି ପ୍ରଣତି, ହେ ମା ପ୍ରାଣଦାୟିନୀ
ବନ୍ଦେ ଓଡିଶା ଜନନୀ
ବନ୍ଦେ ଓଡିଶା ଜନନୀ, ବନ୍ଦେ ଓଡିଶା ଜନନୀ। ।।

 
 - ଲକ୍ଷ୍ମୀଧର ନାୟକ
    ୨୮.୦୬.୨୦୧୮
Laxmidhar Nayak
Advt.