Advt
ପଢିବାକୁ ଲାଗିବ: 5 ମିନିଟ, ସେୟାର ମଧ୍ୟ କରନ୍ତୁ

ଆସ ଜୀବନ ଧନ ମୋର ପଖାଳ କଂସା
( ପଖାଳ ଦିବସର ଅନୁଚିନ୍ତା)

PAKHAL RA GUNA

Ferment rice for a healthy morsel AAU scientists have discovered that poita bhat is highly nutritious
SMITA BHATTACHARYYA

Jorhat, Aug. 3: It is a well known fact that the widely-consumed fermented rice, popularly known as poita bhat in Assam, panta bhath in Bengal and pokhalo in Orissa has cooling properties and produces a soporific effect. But it is only recently that the agricultural biotechnology department of the Assam Agricultural University here has unravelled the immense health benefits of this water-soaked rice.

What is of more importance is that the lactic acid bacteria isolated from poita bhat has the potential of removing anti-nutritional factors in fermented food.

Madhumita Barooah, who worked along with Gunajit Goswami of the department to isolate the bacteria, said cooked rice had an element that prevented the availability of minerals like iron, potassium, sodium and calcium in high quantities.

“About 100gm of cooked rice has only 3.4mg of iron, while for the same quantity of rice fermented for 12 hours, the iron content went up to 73.91mg. Likewise, sodium, which was 475mg came down to 303mg, potassium went up to 839mg and calcium went up from 21mg per 100gm of cooked rice to 850mg, after 12 hours of fermentation of the same quantity of rice,” Barooah said.

Even after slight fermentation (three hours), the breakdown of the nutritional inhibitor by the lactic acid bacteria increased the mineral content manifold, she added.

“Although rice is an important source of dietary energy and nutrients, it is not a good source of metabolic micro-nutrients because of the presence of anti-nutritional factors such as phytic acid. Cereal grains such as rice also contain oligosaccharides that are not easily digestible because of absence of an enzyme in the human intestinal mucosa. Fermentation allows for breakdown of this and easy digestion,” Barooah said.

Poita bhat, which is consumed by many people here and in other east Indian states, is prepared by soaking and fermenting cooked rice overnight in water in a covered container. It is popular in rural households where this method is used to preserve leftover rice, which is consumed as breakfast the following morning along with salt, chilli, lemon and curd, if available. The dish is slightly sweet and sour in taste because of fermentation by the lactic acid bacteria.

As it is considered to be a coolant during summer, in Assam there is a Bohag Bihu tradition of consuming a small portion of poita bhat, accompanied by whisking of a hand fan, to signify the onset of summer.

ଓଡ଼ିଆଙ୍କ ଖାଦ୍ୟ ପରମ୍ପରାର ଅନ୍ୟତମ ବିଭବ ହେଉଛି ପଖାଳ l ଏହା ଓଡ଼ିଶାର ନିଜସ୍ୱ ଖାଦ୍ୟ ଓ ଐତିହ୍ୟ l ଏହା ମଧ୍ୟ ତା’ର ପରମ ଆରାଧ୍ୟ, ତା’ର ପ୍ରାଣର ପ୍ରାଣ, ତା’ର ସଂସ୍କୃତିର କେନ୍ଦ୍ରବିନ୍ଦୁ ଶ୍ରୀଜଗନ୍ନାଥଙ୍କ ଭୋଗରେ ସ୍ଥାନ ପାଇଛି l ବହୁ ପୁରା କାଳରୁ ମହାପ୍ରଭୁଙ୍କ ପଖାଳ ମଣୋହି ପାଇଁ ଖଞ୍ଜା ହୋଇଛନ୍ତି ଦୁଇ ପ୍ରକାର ସେବକ l ସେ ହେଉଛନ୍ତି ତୁଣ ସୁଆର ଓ ଥାଳି ସୁଆର l ପଖାଳ ସେବାରେ ଖଞ୍ଜା ହୋଇଛି ପାଞ୍ଚ ପ୍ରକାର ପଖାଳ l ଏହା କେତେବେଳେ ଚିପୁଡ଼ା ପଖାଳ ତ କେତେବେଳେ ଟଭା ପଖାଳ l ପୁଣି ଏହା ସହିତ ଋତୁ ଅନୁଯାୟୀ ବଢାଯାଏ ସୁବାସିିତ ପଖାଳ,ଦହି ପଖାଳ ଓ ଘିଅ ପଖାଳ l ଆମର ଲୋକୋକ୍ତି ‘ପଖାଳଭାତରେ ଘି’ ମହାପ୍ରଭୁଙ୍କ ଘିଅପଖାଳ
ଭୋଗରୁହିଁ ସୃଷ୍ଟି ହୋଇଛି l ଦ୍ବିପ୍ରହରରେ ଅଦା ପାତି ଓ ଜିରା ଭଜା ଦିଆଯାଇ ପ୍ରସ୍ତୁତ ହୁଏ ମହାପ୍ରଭୁଙ୍କ ପାଇଁ ଚିପୁଡା ପଖାଳ l ଏହା ସହିତ ପୁଣି ସାମିଲ ହୋଇଥାଏ ଟଭା ପଖାଳ l ଅନ୍ନରେ ଟଭାରସ ଦିଆଯାଇ ଲୁଣ,ଜିରା ଓ ଅଦା ମିଶାଇ ସାମାନ୍ୟ ପାଣି ଦେଇ ଏହାକୁ ପ୍ରସ୍ତୁତ କରାଯାଏ l ଏହି ପଖାଳ ପ୍ରଭୁଙ୍କର ଅତ୍ୟନ୍ତ ପ୍ରିୟ ବୋଲି ପ୍ରାଚୀନ କଥାମାନ ରହିଛି l ପଖାଳରେ ଲବଙ୍ଗ,ଗୋଲ ମରିଚ, ଭଜା ଜିରା ଓ ଅଦା ମିଶାଇ ପ୍ରସ୍ତୁତ କରାଯାଏ ସୁବାସିିତ ପଖାଳ l ଏହା ମହାପ୍ରଭୁଙ୍କର ଦ୍ବିପ୍ରହର ଭୋଗ l ସନ୍ଧ୍ୟା ବେଳେ ବଢାଯାଏ ଦହି ପଖାଳ ଏବଂ ଶେଷକୁ ବଢାଯାଏ ଘିଅ ପଖାଳ l ଭଜାଜିରା ଓ ଅଦା ସହିତ ଘିଅ ମିଶାଇ ପ୍ରସ୍ତୁତ ହୁଏ ଘିଅ ପଖାଳ l ବଡ଼ସିଂହାର ଧୂପରେ ଅର୍ପିତ ଘିଅ ପଖାଳ ସବୁଠୁ ଅଧିକ ଆକର୍ଷଣୀୟ l ଘିଅ ପଖାଳ ଶ୍ରୀମନ୍ଦିରରେ କେଶରୀ ବଂଶ ରାଜୁତି କାଳରେ ପ୍ରଚଳିତ ହୋଇଥିଲା ବୋଲି ବିଶ୍ୱାସ କରାଯାଏ l ଏହା ହେଉଛି ମହାପ୍ରଭୁଙ୍କ ଗ୍ରୀଷ୍ମ ଓ ନିତି ଦିନର ମଣୋହି l ସ୍ନାନ ପୂର୍ଣ୍ଣିମା ରାତ୍ରି ଠାରୁ ନିଳାଦ୍ରୀବିଜେ ପରଦିନ ପର୍ଯ୍ୟନ୍ତ ମହାପ୍ରଭୁ ପଖାଳ ଖାଆନ୍ତି ନାହିଁ l କାରଣ ସ୍ନାନ ପରେ ମହାପ୍ରଭୁଙ୍କୁ ଜ୍ୱର ହୋଇଥାଏ l
ପଖାଳର ଆଦୃତି ଗ୍ରୀଷ୍ମ କାଳରେ ବିଶେଷ ଭାବେ ରହି ଥିଲେ ହେଁ ଏହା ଏକଦା ଥିଲା ଓଡ଼ିଆର ନିତି ଦିନିଆ ଖାଦ୍ୟ l ଆଧୁନିକତା ସ୍ପର୍ଶରେ ଆମର ଖାଦ୍ୟ ଶୈଳୀ ବଦଳି ଥିଲେ ମଧ୍ୟ ପଖାଳର ସ୍ୱାଦ ନରମ ପଡ଼ି ନାହିଁ l ପଖାଳ ପୁଣି ପୁନଃ ଜାଗରିତ ହୋଇ ଏବେ ପଞ୍ଚତାରକା ହୋଟେଲର ସୌଖିନ ଖାଦ୍ୟ ସାରଣୀରେ ସ୍ଥାନ ପାଇଛି l ଦେହକୁ ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ତଥା ପେଟ ଗରମ ଓ ଦେହରୁ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଡାକ୍ତରମାନେ ଏବେ ପଖାଳ ସେବନ ପାଇଁ ଉପଦେଶ ଦେଉଛନ୍ତି l ପଖାଳର ଲୋକାଦୃତି ଓ ପ୍ରସାର ପ୍ରଚାର ପାଇଁ 2011 ମସିହା ଠାରୁ ମାର୍ଚ୍ଚ ମାସ ୨୦ ତାରିଖକୁ ପଖାଳ ଦିବସ ଭାବେ ନାମିତ କରାଯାଇଛି l
ପଖାଳ ଓଡ଼ିଆ ଶବ୍ଦ,ପଖାଳିବା/ପଖାଳିତ/ପ୍ରକ୍ଷାଳନରୁ ଆସିଛି l ଭାତକୁ ଧୋଇ ସେଥିରେ ପାଣି ମିଶାଇ ପଖାଳ ପ୍ରସ୍ତୁତ ହୁଏ l ତେଣୁ ଏହାର ନାମ ହୋଇଛି ପଖାଳ l
ପଖାଳ ଓଡ଼ିଶା ବ୍ୟତୀତ ଆସାମ,ପଶ୍ଚିମବଙ୍ଗ,ଝାଡ଼ଖଣ୍ଡ,
ବିହାର,ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ସୁପରିଚିତ l ଆସାମରେ ଏହା ପୋଇତା ଭାତ,ପଶ୍ଚିମ ବଙ୍ଗରେ ପାନ୍ତା ଭାତ,ଝାଡ଼ଖଣ୍ଡ ଓ ବିହାରରେ ମାରାଭାତ,ଛତିଶଗଡ଼ରେ ବୋରେ ଭାତ, ତାମିଲନାଡୁରେ ବକାଳ ବାତ ନାମରେ ପରିଚିତ l କେତେକ ଦକ୍ଷିଣୀ ରାଜ୍ୟରେ ଏହା ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ବ୍ୟବହୃତ ହୁଏ l


ପଖାଳର ପ୍ରକାର ଭେଦ :-

  1. ସଜ ପଖାଳ – ଭାତରୁ ପେଜ ନ ଗାଳି,ସେଥିରେ ପାଣି ମିଶାଇ ଯେଉଁ ପଖାଳ ପ୍ରସ୍ତୁତ ହୁଏ ତାହା ସଜ ପଖାଳ l ସଜପଖାଳ ସ୍ୱାଦିଷ୍ଟ ହେବା ପାଇଁ ଏଥିରେ କାଗିଜି ଲେମ୍ବୁ ଚିପୁଡ଼ି କିମ୍ବା ଦହି ଗୋଳାଇ ଖିଆ ଯାଇ ଥାଏ l ଏଥିରେ ଭୃସଙ୍ଗ ପତ୍ର ଛୁଙ୍କ ଦେଇ କଟା ଦେଶୀ ପିଆଜ,ବସାଦହି, ଆମ୍ବଅଦା, କଞ୍ଚାଲଙ୍କା ପକାଇଲେ ଏହାର ସ୍ୱାଦ ବହୁଗୁଣ ବଢ଼ିଯାଏ l
  2. ବାସି ପଖାଳ-ଭାତ ପଖାଳି 10/12ଘଣ୍ଟା ପରେ କିମ୍ବା ତା’ ପରଦିନ ବ୍ୟବହାର କଲେ ଏହା ହୋଇଥାଏ ବାସି ପଖାଳ l ଏହା ସ୍ଵାଦରେ ଟିକିଏ ଟଙ୍କ ବା ଖଟା l ଏହି ପଦ୍ଧତିରେ ପ୍ରସ୍ତୁତ ଶ୍ରୀ ଜଗନ୍ନାଥଙ୍କ ଟଙ୍କ ତୋରାଣି ଜନ ମାନସରେ ସୁପରିଚିତ l
  3. ଜିରା ପଖାଳ – ଜିରା ଓ ଭୃସଙ୍ଗ ପତ୍ରକୁ ଭାଜି ଚୁର୍ଣ୍ଣ କରି ପଖାଳରେ ମିଶାଇଲେ ଏହା ହୁଏ ଜିରା ପଖାଳ l ଏହାର ସ୍ୱାଦ ନିଆରା l
  4. ଦହି ପଖାଳ -ଏହା ସଜ ବା ବାସି ପଖାଳରେ ଦହି ଓ ଭଜା ଜିରା,ରସୁଣ,ଭୃଷଙ୍ଗ ପତ୍ର ଆଦି ଛୁଙ୍କ ଦେଇ ପ୍ରସ୍ତୁତ ହୋଇଥାଏ l
  5. ଚାଇଁ ପଖାଳ – ଗରମ ଭାତରେ ପାଣି ମିଶାଇ ଅଳ୍ପ ସମୟ ବ୍ୟବଧାନରେ ହାଲୁକା ଗରମ ଥିବା ବେଳେ ସେବନ କଲେ ଏହା ହୋଇଥାଏ ଚାଇଁ ପଖାଳ l ଚାଇଁ ପଖାଳ ଲାଳ ଝାଡ଼ା ପାଇଁ ଔଷଧ ଭାବେ କାର୍ଯ୍ୟ କରି ଥାଏ l ଏଥିରେ କ୍ଷୀର,ଦହି କିମ୍ବା ଘିଅ ପକାଇ ମଧ୍ୟ କେହି କେହି ଖାଇଥାନ୍ତି l
  6. ଏହା ଛଡ଼ା ପଖାଳ, ପ୍ରସ୍ତୁତି ପ୍ରଣାଳୀ ଭେଦରେ ଟଭା ପଖାଳ,ଅଦାପଖାଳ, ଆମ୍ବ ପଖାଳ,କାକୁଡ଼ି ପଖାଳ,ବଡ଼ି ପଖାଳ ଇତ୍ୟାଦି ନାମରେ ମଧ୍ୟ ପରିଚିତ l
    ପଖାଳ ସହ ପାର୍ଶ୍ୱ ବ୍ୟଞ୍ଜନ ରୂପେ ବ୍ୟବହାର ହୋଇଥାଏ ଆମ୍ବ,ଆଳୁ ଚକଟା, ଛତୁ ଚଡ଼ଚଡ଼ି,ବସାଦହି, ବଡ଼ି ଚୁରା, ବିଭିନ୍ନ ପ୍ରକାରର ଭଜା ଓ ଧନିଆ, ନଡ଼ିଆ, ପୁଦିନା, ଆମ୍ବ, କରମଙ୍ଗା,ତେନ୍ତୁଳି,ଆମ୍ବୁଲ ଆଦିରେ ପ୍ରସ୍ତୁତ ଚଟଣି l ସୁନୁ ସୁନିଆ, ଲେଉଟିଆ, କୋଶଳା,ମଦରଙ୍ଗା,ଖଡ଼ା,ସଜନା, କଳମ ଆଦି ଶାଗରେ ପ୍ରସ୍ତୁତ ଶାଗ ଖରଡ଼ା ଏବଂ ବିଭିନ୍ନ ପ୍ରକାରର ପତର ପୋଡ଼ା ପଖାଳର ସ୍ବାଦକୁ ଦ୍ବିଗୁଣିତ କରି ଥାଏ l ପଖାଳକୁ ବିଭିନ୍ନ ପ୍ରକାରର ଆଚାର ସହିତ ମଧ୍ୟ ଖିଆ ଯାଇପାରେ l ଆମ୍ବ ସମୟରେ ଆମ୍ବ ନସାକୁ ପଖାଳ ଭାତରେ ପକାଇ ଖାଇଲେ ଏହା ବଡ଼ ତୃପ୍ତିଦାୟକ ହୋଇ ଥାଏ l ପଖାଳରୁ ପ୍ରସ୍ତୁତ କାଞ୍ଜିପାଣିର ବହୁ ଔଷଧିୟ ଗୁଣ ଅଛି l ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ପଖାଳ ଓ ତୋରାଣି ସେବନ ଅତ୍ୟନ୍ତ ଉପକାରୀ l ସେଇଥିପାଇଁ ତ ଚନ୍ଦନ ଯାତ୍ରା ଅବସରରେ ଦହି ପଖାଳ ମଣୋହି କରି ମଦନ ମୋହନ ଚାପ ଖେଳକୁ ବିଜେ ହୁଅନ୍ତି l
    ଓଡ଼ିଆ ଚଳଣିରେ ପଖାଳ :-
    1.ମାର୍ଗଶୀର ମାସ ମାଣବସା ଗୁରୁବାର ଓଷାରେ ମାଆ ମହାଲକ୍ଷ୍ମୀଙ୍କଠାରେ ପଖାଳ ଓ କଳମ ଶାଗ ଭୋଗ ଲାଗି ହୋଇଥାଏ l
  7. ପଶ୍ଚିମ ଓଡ଼ିଶାରେ ଭାଇ ଜିଉନ୍ତିଆ ଓଷାର ପରଦିନ ଭଉଣୀମାନେ ପଖାଳ ଖାଇବାର ପରମ୍ପରା ରହିଛି l
  8. ବର ଘର ସହ କନ୍ୟାଘରର ମଧୁର ସମ୍ପର୍କ ଆରମ୍ଭ ହୁଏ ପଖାଳରୁ l ଜ୍ୱାଇଁର ପଖାଳ ଖିଆ ପରମ୍ପରା ସହ ସମସ୍ତେ ପରିଚିତ l
  9. ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପଖାଳ ମଣୋହି ସହିତ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଠାକୁରଙ୍କୁ ବଡ଼ସିଂହାର ଭୋଗବେଳେ ପଖାଳ ଓ କଦଳୀ ଭଜା ଅର୍ପଣ କରାଯାଇ ଥାଏ l
  10. 1934 ମସିହାରେ ଗାନ୍ଧୀ ଯେତେ ବେଳେ ଓଡ଼ିଶା ଆସିଥିଲେ ପିପିଲି ନିକଟ ଶିଉଳା ଠାରେ ପଦଯାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିଲା l ମଧ୍ୟାହ୍ନ ଭୋଜନ ପରେ ଯେଉଁ ଭାତ ବଳିପଡ଼ିଥିଲା ଓଡ଼ିଆ କର୍ମୀ ମାନେ ତାକୁ ନଷ୍ଟ ନକରି ପଖାଳ କରି ଦେଇଥିଲେ ଓ ସେହି ପଖାଳକୁ ପଦଯାତ୍ରୀମାନେ ପୁଣି ଉପରଓଳି ଖାଇ ପଦଯାତ୍ରା କରିଥିଲେ l ମହାତ୍ମା ଗାନ୍ଧୀ ଅତ୍ୟନ୍ତ ଆନନ୍ଦିତ ହୋଇ କହିଥିଲେ,”ଓଡ଼ିଶା ଲୋକେ ଠିକ କରି ଜାଣିଛନ୍ତି ଖାଦ୍ୟର ସଦ ସଦ ବ୍ୟବହାର “l
    ପଖାଳର ଔଷଧୀୟ ଗୁଣ :-
    ପଖାଳ ପିତ୍ତ ନାଶକ l ଚାଇଁପଖାଳ ଖାଇ ତୋରାଣି ମୁନ୍ଦେ ପିଇ ଦେଲେ କୋଷ୍ଠ କାଠିନ୍ୟ,ଅଗ୍ନୀମାନ୍ଦ୍ୟ,ଅଜୀର୍ଣ୍ଣ,ପେଟ ବ୍ୟଥା ଆଦି ଉପଶମ ହୋଇଥାଏ l ବାଧିକିରେ ପଡ଼ିଥିବା ରୋଗୀର ପଥି ଭାବେ ମଧ୍ୟ ଏହା ବ୍ୟବହାର ହୋଇଥାଏ l କାଞ୍ଜିପାଣି ଦ୍ୱାରା ପେଟ ଥଣ୍ଡା ରହେ l ପଖାଳ ତୋରାଣି, ପିତ୍ତ ରୋଗ,ବିସୂଚିକା, ଡାଇରିଆ ଆଦିରେ ଉପଶମ ଦେଇଥାଏ l
    ଲୋକଗୀତରେ ପଖାଳ:-
    ଝିଅ ଶାଶୁଘରକୁ ଯିବାବେଳେ, ଶାଶୁଘରେ ପଖାଳ ଖିଆ ବନ୍ଦ ହୋଇ ଯିବ କହି ବାହୁନି ଥାଏ :-
    “ପାହାନ୍ତା ପଖାଳ ସପନ ହେବ ଲୋ ମୋ’ ମାଆରାଣୀ
    ବାଳ ବାନ୍ଧିବାକୁ ତେଲ ନଥିବ ଲୋ ମୋ’ ମାଆରାଣୀ l”
    ଶାଶୁଘର ଯିବା ଆଗରୁ ଝିଅକୁ ବନ୍ଧୁ ବାନ୍ଧବ ଓ ସାଇ ପଡ଼ିଶା କନିଆଁ ଡାକରାରେ ତୋରାଣି ପିଆ ପାଇଁ ଡାକି ଥାନ୍ତି l ଝିଅଟି ସେତେବେଳେ ବାହୁନିଥାଏ :–
    ଦେଠେଇ ତୋହର ଥିଲେ
    ତୋରାଣି ପିଆକୁ ଡକାଇ ନେଲେ
    ହାତକୁ ବନ୍ଧେଇ ଦେଲେ l
    ସାଇ ପଡ଼ିଶାଏ ଥିଲେ
    ତୋରାଣି ପିଆକୁ ଡକାଇ ନେଲେ
    ଫରୁଆ ପାନିଆଁ ଦେଲେ l
    ଓଡ଼ିଆ ଢଗ ଢମାଳିରେ ମଧ୍ୟ ପଖାଳ ଅଛି ଯଥା :-
    “ମଦରଙ୍ଗା ଶାଗ ରାଇ, ପଖାଳ ଭାତକୁ
    ଚିଲିକା ଶୁଖୁଆ ମାଣିକ ପାଟଣା ଦହି l”
    “ଦି ମାଇପର ଘଇତା ତବତ ଖାଇବୁ କି ପଖାଳ
    ଖାଇବୁ ବେଳ ଥାଉ ଥାଉ କହିଥା l”
    ” ଖରାକୁ ପଖାଳ ପାଗ
    .ଖାଇବାରେ ଓଡ଼ିଆ ଆଗ l”
    ପଶ୍ଚିମ ଓଡ଼ିଶାରେ ଢଗଟିଏ ଚଳେ :-
    “ଲାଲ ଟହଟହ ପାତଲ ଘଣ୍ଟା, ଧାନ ମିରଚା ନୁନେ,
    ଚିଟକି ଚିଟକି ଖାଏମା ପୁତା,ବାସି ପଖାଳର ସୁନେ l”
    ଏସବୁ କଥା ମାନଙ୍କରୁ ପ୍ରତିପାଦିତ ହୁଏ ଓଡ଼ିଆ ପରମ୍ପରା ଓ ସଂସ୍କୃତିରେ ପଖାଳର ପରିଚିତି l ମୃତ ପ୍ରାୟ ଆମର ଏହି ଖାଦ୍ୟ ପରମ୍ପରା ଏବେ ପୁନର୍ଜୀବିତ ହୋଇଛି l ଏହା ଆଉ ଗରିବର ଖାଦ୍ୟ ନରହି ପହଞ୍ଚିଛି ଯାଇ ପଞ୍ଚତାରକା ହୋଟେଲ ଓ ସମ୍ଭ୍ରାନ୍ତ ଉଚ୍ଚବର୍ଗ ଜନ ସମୁଦାୟ ପାଖରେ l
    ପଖାଳ ଦିବସରେ ପଖାଳ ବିଷୟରେ ଆଲୋଚନା ବେଳେ ମନେପଡ଼େ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଣ୍ଠରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରଚିତ ଏବଂ ବହୁ ପରିଚିତ ଲୋକ ଗୀତ, “ଆସ ଜୀବନଧନ ମୋର ପଖାଳ କଂସା” l ଏ ଗୀତଟିରେ ପ୍ରତିଫଳିତ ହୋଇଛି ପଖାଳ ଓ ଓଡ଼ିଆ ଜନ ଜୀବନର ପ୍ରତିଛବି l ପ୍ରାସଙ୍ଗିକତା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଗୀତଟି ନିମ୍ନରେ ସଂଯୋଗ କଲି l
    ଆସ ଜୀଵନଧନ ମୋର ପଖାଳ କଂସା,
    ସଜନୀରେ ତୋ ବିହୁନେ ବୁଡି଼ଲା ହଂସା ll
    ବହିଲାଣି ଅନା ସଖୀ ଝାଞ୍ଜି ପଵନ l
    ଅଠା ମାରିଗଲା ତୁଣ୍ଡୁ ଯାଏ ଜୀବନ l
    ତୋ ବିନେ ପଖାଳ ଗୋ ଫାଟିଲା କପାଳ ଗୋ,
    ତୋରାଣୀ ସହିତେ ମିଶି ହର ମୋ ତୃଷା
    ଆସ ଜୀଵନଧନ ମୋର ପଖାଳ କଂସା ll
    ସଙ୍ଘା ଠାକୁରାଣୀ ପିତା ଶୁଖୁଆ ରାଣୀ,
    ତୋ ଲାଗି ନିଆଁରେ ସତୀ ଝାସ ଦେଲାଣି,
    ପିଆଜ ଥରି ଡରେ ଛାଲ ଛଡାଇ ମରେ
    ମରିଚ କହୁଛି ମୋତେ ତୋ ତୁଲେ ମିଶା,
    ଆସ ଜୀଵନଧନ ମୋର ପଖାଳ କଂସା ll
    ସଜଘୋଳ ଦହି  ଆମ୍ଵ ଛେଚା ସହିତେ
    ଝୁରି ହେଉଥିବେ ସତେ ଦେଵତା ଯେତେ
    ବଡି଼ ଚଟଣୀ ଥାଇ ଗୁମାନେ ରହେ ଚାହିଁ
    ଆନ ମନା ଶାଗ କହେ ଚୂଲିରେ ବସା
    ଆସ ଜୀଵନଧନ ମୋର ପଖାଳ କଂସା ll
    ଓଡ଼ିଆ ଜୀବନ ଧୁଆ ଶାଗ ପଖାଳ
    ଜଗନ୍ନାଥ ରସି ଖାଏ ମନେ ତୁ ଭାଳ
    ଚାଖିନାହିଁ ଯେ ଥରେ,ଧିକ ତା ଜନମରେ
    ମଣିଷ ଯାକରେ ସେ ତ ଅଣ ପୁରୁଷା
    ଆସ ଜୀଵନଧନ ମୋର ପଖାଳ କଂସା ll
    ଆସ ଜୀଵନଧନ ମୋର ପଖାଳ କଂସା !!!
    ————————-
    ଅର୍ଜୁନୀ ଚରଣ ବେହେରା
    ମୋ -7693091971
Advt.