Advt
ପଢିବାକୁ ଲାଗିବ: 5 ମିନିଟ, ସେୟାର ମଧ୍ୟ କରନ୍ତୁ

ଓଡିଶା ଜଙ୍ଗଲରେ ଭୟଙ୍କର ବନାଗ୍ନି : ସରକାରୀ ଫାଇଲରେ ହଜିଗଲେ କି ଆମ VSS ଓ EDC ??

ମୋର ଅନୁମାନ ଥିଲା ଚଳିତ ବର୍ଷକୁ ଭାରତୀୟ ପାଣିପାଗ ଉପରେ ଏଲ-ନିନୋ ପ୍ରଭାବ ସରି ଆସିବ ଓ ଲା-ନିନା ପ୍ରଭାବ ଆରମ୍ଭ ହେଇଯିବ |

ଲା ନିନା ପ୍ରଭାବରେ ଶୀଘ୍ର ଗରମ ପଡିଯାଏ, ଗ୍ରୀଷ୍ମ ଟା ସହଳ ଆସିଯାଏ , ପରିବେଶ ଅଧିକ ଗରମ ରୁହେ, ଅତି ଶୁଖିଲା ବା ଗୋଟେ ମରୁଡି ପରିକା ପରିବେଶ ପ୍ରୋତ୍ସାହିତ ହୁଏ |

ମୋର ଏକଥା ମଧ୍ୟ ଅନୁମାନ ହେଉଥିଲା ଯେ,

  1. ଆଜିକାଲି ଅଳ୍ପେ ବହୁତେ ଓଡିଶାରେ ଟିକେ ଜଙ୍ଗଲ ଓ ଗଛବୃଚ୍ଛ ସଂଖ୍ୟା ଦିନକୁ ଦିନ ଅଧିକ ହେଉଛି, ଲୋକ ସଚେତନ, ଜଙ୍ଗଲ ବିଭାଗ ହାତରେ ଗଛ ଲଗେଇବାକୁ ଅତି ପ୍ରବଳ ପଇସା, ବନ ସୁରକ୍ଷା ସମିତି ଇତ୍ୟାଦିରେ ଲୋକଙ୍କ ଅଧିକ ଭାଗିଦାରୀ ଇତ୍ୟାଦି ଏହାର କାରଣ ହେଉଥିବ
  2. ଆଜିକାଲି ପତ୍ରକୁ ଜାଳେଣି ହିସାବରେ ବ୍ୟବହାର କରିବାର ପରମ୍ପରା ବି ବିଶେଷ ଦୃଷ୍ଟି ଗୋଚର ହେଉନି, ବିଶେଷ ଆବଶ୍ୟକତା ବି ହେଉନଥିବ ଉଜ୍ଜଳା ଯୋଜନା ଯୋଗୁ,
    ଥରେ ଗ୍ୟାସ ଚୁଲାରେ ରୋଷେଇ କରିବା ଅଭ୍ୟାସ ହେଇଗଲେ ଚୁଲି ମୁଣ୍ଡକୁ ଫେରିବା ସହଜ ବ୍ୟାପାର ନୁହେଁ, ମୋଦିଜୀ ମାଗଣା ଭେଳିକିରୁ 800 ଲୁଟିବା ପର୍ଯ୍ୟନ୍ତ ଆଗେଇ ଗଲେ ବି ଗ୍ୟାସ ଚୁଲାରୁ ଦେଶି ଚୁଲାକୁ ପଛେଇବା କଷ୍ଟ, ସତରେ କଷ୍ଟ,
    ଗ୍ୟାସ ଚୁଲା ରୋଷେଇ ସହଜ ବି ଗୋଟେ ମିଛିମିଛିକା ସମ୍ମାନ ବି ଯୋଡି ହେଇଯାଇଥିବ ଏହା ସହିତ

3.ତେଣୁ ଘର ପାଖ ଜଙ୍ଗଲରେ ପାଦେ ବହଳର ଓ ଗହଳ ଜଙ୍ଗଲରେ ଆଣ୍ଠୁଏ ବହଳର ପତ୍ର ଜମା ହୋଇଯିବା ସ୍ୱାଭାବିକ୍

  1. ଜଙ୍ଗଲ ସୁରକ୍ଷା ନାଁରେ ଜଙ୍ଗଲ ଭିତରୁ ଜଙ୍ଗଲ ଗାଁ ଗୁଡିକ ଉଚ୍ଛେଦ କରିଦେବା ଏକ ମାରାତ୍ମକ ଭୁଲ ଏକଥା ତ ଆମ IFS ବାବୁମାନେ କେବେ ହେଜନ୍ତି ନାହିଁ କି ଆଜି ମଧ୍ୟ ହେଜି ନଥିବେ
  2. ଏ ବର୍ଷ ଯଦି ଲା ନିନା ଆରମ୍ଭ ହୁଏ ତାହେଲେ ଫେବୃୟାରୀ ଆରମ୍ଭରୁ ଏ ପତ୍ରମାନେ ଶୁଖା ଖଡ୍ ଖଡ୍ ହେଇ ପବନରେ ପ୍ରବଳ ନଡବଡ ହେବେ, ଏମିତି ଗୋଟେ ଅନୁମାନ ହେଉଥିଲା ମୋର
  3. କରୋନା ର ଆର୍ଥିକ ପାହାର ଏ ବର୍ଷ ଅଧିକ ଲୋକଙ୍କୁ ମହୁଲ ଟୋଲ ଶାଳମଞ୍ଜି ଗୋଟେଇବା ପାଇଁ ପ୍ରୋତସାହିତ କରିବା ସହ ଏ ମଞ୍ଜି ଝଡିବା ସ୍ଥାନ ବା ଗଛମୁଳକୁ ବହୁ ଆଗରୁ ପରିଷ୍କାର କରିବାକୁ ମୁଳରେ ପଡିଥିବା ପତରଗୁଡାକରେ ଦିଆସିଲି କାଠିଟାଏ ତ ମାରିଦେବାକୁ ମନ ବଳିବ, ଆବଶ୍ୟକତା ଦୃଷ୍ଟିରୁ , ଏହା ଏକ କଣ୍ଟ୍ରୋଲ ଫାୟାର କାର୍ଯ୍ୟକ୍ରମ ହୋଇଥିଲେ ବି କିଏ ନିଆଁ ଲିଭିବା ପର୍ଯ୍ୟନ୍ତ ବାଡି ପକେଇ ରାତି ଅନିଦ୍ରା ହେଇ ଜଗିବ ଯେ ! ନିଆଁ ଆଉ ଅରାହେ କୁଆଡେ ଟିକେ ମାଡୁଚି ତ ମାଡୁ ଏମିତି ମନୋଭାବଟିଏ ବହୁଳ ଦୃଶ୍ୟମାନ ହେବ ବୋଲି ମଧ୍ୟ ମୋର ଅନୁମାନ ହେଉଥିଲା
  4. ଗାଁ ଗାଁରେ ସରକାର ଦଶ ପଚାଶ ହଜାର ବନ ସୁରକ୍ଷା ସମିତି, ଇକୋ ଡେଭେଲପମେଣ୍ଟ କମିଟି ସୃଷ୍ଟି କରିଛନ୍ତି ଯେ ହେଲେ ସେ ସବୁ ସଂସ୍ଥା ଏବେ ବନ ସୁରକ୍ଷକ କମ୍ ବରଂ ବନକର୍ମଚାରୀଙ୍କ ଅର୍ଥ ଭକ୍ଷକ ଅନ୍ତରଙ୍ଗ ପାର୍ଟନର ଅଧିକ ହୋଇଗଲେଣି ୟା ଭିତରେ ବା ପିସିସିଏଫଙ୍କ ବନ କର୍ମଚାରୀ ସେମାନଙ୍କୁ ଏମିତି ଫର୍ମାଟରେ ପକେଇ ଦେଇ ସାରିଲେଣି ଗତ ଦଶ ବର୍ଷ ହେଲା ବହୁ ଚେଷ୍ଟା କରିକି,
    ବନ ସୁରକ୍ଷା କମିଟିର ଅନ୍ୟତମ ମୁଖ୍ୟ ଦାୟିତ୍ୱ ହେଲା ଜଙ୍ଗଲ ନିଆଁକୁ ରୋକିବା, ସେଇଟା ଏବେ ଆମର ଅତି ପାରିବାର ଅଣ ଓଡିଶା ଜଙ୍ଗଲ ହାକିମଙ୍କ ଓଡିଶା ଅନିଷ୍ଠା ଓ ସରକାରୀ ଗ୍ରାଣ୍ଟର ରାଧେ ରାଧେ ଅଧେ ଅଧେ ଲୀଳାରେ କେବଳ ବହି ପାଠ ହେଇ ଯାଇଥିବ
  5. ଆମ ଜଙ୍ଗଲ ବିଭାଗ ପିସିସିଏଫ୍ ପାଣିପାଗ କାହିଁକି ପଢିବେ ନା ପାଣିପାଗ ଅଫିସ ସାଙ୍ଗରେ କାହିଁକି କଥା ହେବେ ? ସେ ପୁଅକୁ ସେଥିପାଇଁ ସରକାର ଏକ୍ସଟ୍ରା ଦରମା ଦେଉଛନ୍ତି କି ?
    ପିସିସିଏଫଙ୍କୁ ସରକାର ଏମିତି କେତେ ଟଙ୍କା ଦରମା ଦିଅନ୍ତି କି ? ଆମ ଚିଫ୍ ସେକ୍ରେଚେରୀଙ୍କର ଯେତିକି ତାଙ୍କର ବି ସେତିକି, କେବେ କେମିତି ଟିକେ ଅଧିକା | ତେଣୁ ସିଏ କାହିଁକି 2020 ଡିସେମ୍ୱରରୁ ଲା ନିନା କି ଏଲ୍ ନିନୋ ପାଠପଢି ଓଡିଶା ଜଙ୍ଗଲରେ ନିଆଁ ଲାଗିବା ସମ୍ଭାବନାକୁ ଅନୁମାନରେ ସପନ ଦେଖି , ଜାନୁଆରୀରେ ଗାଁ ବନ ସୁରକ୍ଷା ସମିତି ଲୋକ, ଜଙ୍ଗଲ ଗାଁ ପାଖ ଲୋକଙ୍କୁ ଡାକି ଏ ସମ୍ପର୍କରେ ଆଲୋଚନା କରିବ ନା କାହିଁକି ଜଙ୍ଗଲରେ ପତର ଆଡେଇ କିମ୍ୱା ଝରଣା ଅଡେଇ କିମ୍ୱା କଣ୍ଟ୍ରୋଲ ବର୍ଣ୍ଣିଂ କିମ୍ୱା ଟ୍ରେଞ୍ଚ ଖୋୃଳି ଫାୟାର ଲାଇନ୍ କରିବା କଥା ଚିନ୍ତା କରିବେ ଯେ ?

ଏମିତି ଓଡିଶା ଜଙ୍ଗଲ ସପନ ଦେଖୁ ଦେଖୁ ତ ରାତି ପାହିବ , ମୋ ପିସିସିଏଫ୍ ବାବୁ ଶୋଇବ କେତେବେଳେ ମ ?

ଏଇ ସବୁ କଥା ଅନୁମାନ କରି ମୋର କାହିଁକି ଗୋଟେ ଅନୁମାନ ହେଉଥିଲା ଏ ବର୍ଷ ମୋ ଓଡିଶା ଜଙ୍ଗଲରେ ପ୍ରବଳ ନିଆଁ ଲାଗିବ ବୋଧେ, କେବଳ ଓଡିଶା କାହିଁକି ଭାରତ ସାରା ଏଇ ଅବସ୍ଥା ହେବ କି କଣ |

ସେଥି ପାଇଁ ଜାନୁଆରୀ ମାସ ଆରମ୍ଭରୁ , ଜାନୁଆରୀ 6 ତାରିଖରେ ମୁଁ ଲେଖିଥିଲି – “ଜଙ୍ଗଲ ନିଆଁକୁ ସାବଧାନ୍ ” |

ଆପଣମାନେ ତ ପଢିଥିବେ ନିଶ୍ଚୟ , ସେଥିରେ ମୋର ସନ୍ଗେହ ନାହିଁ, କାରଣ ଆପଣମାନେ ତ ବୀର ଓଡିଆ ପଢୁଆ ଲୋକ |

କିନ୍ତୁ ଆମ ପିସିସିଏଫ୍ ବିଚରା ପଢିଥାଆନ୍ତେ କେମିତି ?
ମୁଁ ତ କଥାଟା ଓଡିଆରେ ଲେଖିଥିଲି |
ଆମ ବ୍ୟବସ୍ଥା ବୋଇଲା ଖଣ୍ଡେ ସପ୍ତମ ସାର୍ଟିଫିକେଟ୍ ଯୋଗାଡ କରିବ, ଓଡିଆରେ ବଙ୍କାଟଙ୍କା କରି ଗୋଟେ ଦସ୍ତଖତ ଶିଖିଥିବ, ଏତିକି ହେଲେ ଦରମା ମିଳିବାରେ ଅସୁବିଧା ନାହିଁ |

ମୁଁ ଅଣ ଓଡିଶା ପିସିସିଏଫଙ୍କୁ କଣ କହିବି , ମୋ ଓଡିଶାର ମୁଣ୍ଡ ବୋଲୋଉଥିବା କଟକି ଖବର କାଗଜର ଗଧା ସମ୍ପାଦକ ପାଇଁ ତ ଏ ଜଙ୍ଗଲ ନିଆଁ ଗୋଟେ ଖବର ବି ନୁହେଁ, ମୁଁ ଖବରକାଗଜ ପଢିବାକୁ ଭଲ ପାଏନି କି ଟିଭି ନିଉଜ୍ ଦେଖିବାକୁ ଭଲ ପାଏନି, ଏମିତି ବସିବା ଉଠିବାବେଳେ ଯଦି କଣ ଟିକେ ନଜରରେ ପଡିଗଲା ତ ଭିନ୍ନ କଥା |

ଆଜି ମାଡାମଙ୍କୁ କହିଲି ଟିକେ ଆଜିକା ଖବରକାଗଜ ଖଣ୍ଡେଦେଲ, ସିଏ ଆଗ ମତେ ଦିପଦ ହକାଳିଲେ, କିହୋ ତମେ କୋଉଦିନଠୁ ଇମିତି ଖବର କାଗଜ ପଢିଲଣି, ପିଲାଏ କଲେଜ୍ ଯିବେ, ମୁଁ ତାଙ୍କ କାମ କରିବି ନା ତମପାଇଁ ଖବର କାଗଜ ଖୋଜିବି ବା, ଯାହା ହେଉ ଆଜ୍ଞା ତ ଅବଜ୍ଞା ଯୋଗ୍ୟ ନୁହଁ, ଆମ ଘରର ଅଭ୍ୟାସ ପରମ୍ପରାରେ, ମାଡାମ ଟିକେ ମୁରୁକି ହସି ଆଣି ଖଣ୍ଡେ କାଗଜ ଦେଲେ , ସେଇଟା ସେଇ କାଗଜ, ଯାହା କଥା ଏଠି କହିଲି |

ମୁଁ ସେ କାଗଜର ପ୍ରଥମରୁ ଶେଷ ପୃଷ୍ଠା ପର୍ଯ୍ୟନ୍ତ ଖେଳେଇଲି, ଆଜିର ଏ ପ୍ରଥମପୃଷ୍ଠା ଯୋଗ୍ୟ ସମସ୍ୟାଟି ଏ କାଗଜର କ୍ରୋଡପତ୍ରର ଲୋକାଲ ନିଉଜ ହିସାବରେ ବି କେଉଁଠି ଦିଶିଲାନି, ଧନ୍ୟ କହିବା !
ହଁ କାହିଁକି ବା ଦିଶିବ, ଜଙ୍ଗଲରୁ ମହୁଲ ଚାର ଶାଳମଞ୍ଜି ଶିଆଳି ପତ୍ର ମହୁ ଝୁଣା କେନ୍ଦୁପତର ଶାଳ ପତର ଗୋଟେଇ ଜୀବିକା ଖୋଜୁଥିବା କୋଟିଏ ଗରିବ ଲୋକଙ୍କ ଭିତରୁ ଗୋଟିଏ ଲୋକ ବି ତ ୟାଙ୍କ ବନ୍ଧୁବାନ୍ଧବ ଲିଷ୍ଚରେ ନଥିବେ କି ଜଙ୍ଗଲର ହନୁ ହରିଣ ଠେକୁଆ ଶୁଆ ମୟୁର କପୋତ ବଗ ବଣି … ….ୟାଙ୍କର କୋଉ କାମରେ ଲାଗନ୍ତି ଯେ ତାଙିକ ଚିନ୍ତା ୟାଙ୍କ ମୁଣ୍ଡରେ ପଶିବ ?
ଇଏ ତ ସାମ୍ପାତିକ, ୟାଙ୍କ ଦରମା ତ ଦିଅନ୍ତି ତାଙ୍କ ମଣ୍ଡଳ ଲୋକ, ତେଣୁ ତାଙ୍କର କିଆଁ ପଡିବ କେଉଁ ଧଅକ |

ଛାଡନ୍ତୁ ସେ କଥା
ଏବେ କଣ କରିବା କୁହନ୍ତୁ, ଜଙ୍ଗଲ ନିଆଁ ଗ୍ରାସରୁ ଏ ବର୍ଷ ଆମ ଜଙ୍ଗଲକୁ କେମିତି ରକ୍ଷା କରାଯାଇ ପାରିବ ସେମିତିକା କିଛି ପ୍ରସ୍ତାବ ଦିଅନ୍ତୁ ସରକାରଙ୍କୁ |

ମୁଁ କଣ ଶୁଣୁଥିଲି ସରକାର 40 ଟା ଗାଡି ଶହେ ଦୁଇଶହ ଗାର୍ଡ ପଠେଇଛନ୍ତି ଶିମିଳିପାଳକୁ ନିଆଁ ଲିଭେଇବାକୁ , ଆଉ କିଛି ଇଂରିଜୀ ପଢୁଆ ଭୁତ ଦିଲ୍ଲୀଆଡୁ କାହିଁକି ଏପର୍ଯ୍ୟନ୍ତ ବିଶେଷଜ୍ଞ ମଗେଇବା କଥା ଚିନ୍ତା କରୁ ନାହାନ୍ତି ସରକାର ବୋଲି ରଡି ହୁରି ଛାଡୁଛନ୍ତି, ଏକଥା ଶୁଣି ମତେ କାନ୍ଦ ମାଡିଲା , ବିଚରା ସରକାର !

ମୋ ଗାଉଁଲି ମତରେ ମୁଁ ଏମିତି ଭାବୁଛି

  1. ଓଡିଶାର ଜଙ୍ଗଲ ନିଆଁ ସର୍ଫେସ ଫାୟାର କାଟେଗୋରୀର, ଏହା ଆମାଜନ ପରି କ୍ରାଉନ ଫାୟାର ହେଇଥିଲେ ଏତେବେଳକୁ ଶିମିଳିପାଳ ପୁରା ପାଉଁଶ ଗଦା ହେଇ ସାରନ୍ତାଣି, ତେଣୁ ଡରିବାର କିଛି ନାହିଁ କି ଦିଲ୍ଲୀ ବିଶେଷଜ୍ଞଙ୍କର କିଛି ଆବଶ୍ୟକତା ନାହିଁ
  2. ସବୁ ନିଆଁ ଲିଭା ବୁଦ୍ଧି କୌଶଳ , ଜଙ୍ଗଲ ବାଟ ଘାଟ ଆମ ଜଙ୍ଗଲ ପାଖ ଗାଁ ଲୋକଙ୍କୁ ଓ ଜଙ୍ଗଲ ବିଭାଗ ଗାର୍ଡ, ଫରେଷ୍ଟର ଓ ରେଞ୍ଜରମାନଙ୍କୁ ଜଣା ,
    ତେଣୁ ସେମାନଙ୍କର ବ୍ୟାପକ ସହଯୋଗ ନିଅନ୍ତୁ ଆମ ସରକାର
  3. ଓଡିଶାରେ ଏବେ 30 ହଜାର ଖଣ୍ଡ ବନ ସପରକ୍ଷା ସମିତି ଓ ଇକୋ ଡେଭଲପମେଣ୍ଟ କମିଟି ଥିବ, ସେଥିରୁ 10 ହଜାର ଖଣ୍ଡ ସଂଗଠନର ଠିକଣା ସରକାରଙ୍କ ପିସିସିଏଫଙ୍କ ଖାତାରେ ଥିବ,
    ସେଇମାନଙ୍କୁ ଗୋଟିଏ ଭାବପୁର୍ଣ୍ଣ ନିବେଦନ କରନ୍ତୁ ନବୀନ,
    ଯିଏ ଯେତେ ଯାହା କହିଲେ ବି ନବୀନଙ୍କୁ ଗାଁ ଲୋକଟିଏ ଆଜି ବି ଭଲ ପାଏ, ତାଙ୍କର ଏ ଅପିଲକୁ ସମସ୍ତେ ଶ୍ରଦ୍ଧାରେ ଗ୍ରହଣ କରିବେ
  4. କେବଳ ନିଆଁ ଲାଗିଥିବା ଜଙ୍ଗଲରେ ନୁହେଁ, ଏ ପର୍ଯ୍ୟନ୍ତ ନିଆଁ ଲାଗି ନଥିବା ଜଙ୍ଗଲରେ କିପରି ଏବର୍ଷ ନିଆଁ ନ ଲାଗିବ ସେଥିପାଇଁ ପ୍ରତ୍ୟେକ ଜଙ୍ଗଲାଞ୍ଚଳ ନିବାସୀ, ପ୍ରତ୍ୟେକ ଓଡିଶାବାସୀ ସଜାଗ ରୁହନ୍ତୁ , ସ୍ୱେଚ୍ଛାସେବି ମନୋଭାବଟିଏ ନେଇ ସହଯୋଗ କରନ୍ତୁ, ଫିଜିକାଲି କିମ୍ୱା ମୋରାଲି ଯାହା ସମ୍ଭବ
  5. ଏଥିପାଇଁ ଯଥା ସମ୍ଭବ ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥାଟିଏ କରନ୍ତୁ ସରକାର ଏବଂ ଆର୍ଥିକ ବ୍ୟବସ୍ଥାଟିଏ କରିବା ସହ ପ୍ରତ୍ୟେକ ବିଟ୍ ର ଫରେଷ୍ଟ ଗାର୍ଡ ଓ ପ୍ରତ୍ୟେକ ରେଞ୍ଜ୍ ର ରେଞ୍ଜରମାନଙ୍କୁ ଉତ୍ତରଦାୟୀ ରହିବାକୁ ତାଗିଦ୍ ମଧ୍ୟ କରାଯାଉ, ( ତାଗିଦ୍ ଅର୍ଥ ଆକ୍ରୋଶମୁଳକ ଅଥବା ସରକାରଙ୍କ ସ୍କିନ ସେଭିଙ୍ଗ ଏକ୍ସରସାଇଜ୍ ନୁହଁ )
  6. ଦୁଇ ତିନିମାସ ଧରି ଦି ପାଞ୍ଚ କୋଟି ଖର୍ଚ କରି ବାରମ୍ୱାର ଜଙ୍ଗଲର ଅର୍ଥନୈତିକ ଗୁରୁତ୍ୱ , ଓଡିଶାର କୋଟିଏ ଗରିବଙ୍କ ଜୀବିକା ଉପରେ ଜଙ୍ଗଲ ନିଆଁର କୁପ୍ରଭାବ ସମ୍ପର୍କରେ ବିଜ୍ଞାପନ ମାଧ୍ୟମରେ ସଚେତନ କରାଯାଉ,
    ମୋ ସ୍ୱାଧୀନକୁ ତ ସରକାର ବିଜ୍ଞାପନ ଦିଅନ୍ତି ନାହିଁ, ତେଣୁ ମୋ ଚିନ୍ତା ଛାଡି ଅନ୍ୟମାନଙ୍କୁ ଦିଅନ୍ତୁ, ଏହା ନିହାତି ଆବଶ୍ୟକ
  7. ମୁଁ ଜାଣେ ରାଜ୍ୟର ଗରିବ ଲୋକର ଅର୍ଥନୀତିକୁ, ଓଡିଶା ଅର୍ଥନୀତିକୁ ଓଡିଶା ଜଙ୍ଗଲର ଅବଦାନ ସମ୍ପର୍କରେ ଆମର IFS ଅଫିସର, IAS ସଚିବା, ଅପା.. ମନ୍ତ୍ରୀ ଅନଭିଜ୍ଞ, ସେମାନଙ୍କର ଧାରଣାରେ ତାଙ୍କେ ତ ଦରମାଟା ସରକାରୀ ତହବିଲରୁ ପାଆନ୍ତି, ଜଙ୍ଗଲରୁ ଶାଳପତର ଗୋଟେଇବା ବାଲା କଣ ତାଙ୍କୁ କିଛି କୁଢାଏ ନା କଣ !
  8. ଏହି ଅନଭିଜ୍ଞତା କାରଣରୁ ଏ ଜଙ୍ଗଲ ନିଆଁକୁ ଆମ ସରକାର ରାଜ୍ୟ ବିପତ୍ତି ଘୋଷଣା ନକଲେ ନକରନ୍କୁ ପଛେ କିନ୍ତୁ ମୋ କଥା କୁ ବିଶ୍ୱାସ କରନ୍ତୁ ମୋ ଓଡିଶା ଜଙ୍ଗଲ ମୋର କୋଟିଏ ଗରିବର ଅକର୍ଷିତ ଫସଲ, ଅର୍ଥନୈତିକ ମେରୁଦଣ୍ଡ, ଭାତ ହାଣ୍ଡି | ଆଜି କେବଳ ମୋ କଥାକୁ ବିଶ୍ୱାସ କରି ଜଙ୍ଗଲ ନିଆଁକୁ ସାବଧାନ୍ ହୁଅନ୍ତୁ ସରକାର, ପରେ ଷ୍ଚଡି କରି ସତ୍ୟାସତ୍ୟ ଜାଣିବ ବରଂ |

ମନେ ରଖ ଫାଇଲିନ ହୁଡୁହୁଡୁ ବିପତ୍ତି ଲକ୍ଷେ ଲୋକଙ୍କ ପାଇଁ ହେଲେ ଜଙ୍ଗଲ ନିଆଁ ବିପତ୍ତି କୋଟିଏ ଲୋକଙ୍କ ପାଇଁ,
ବନ୍ୟା ଫାଇଲିନର ଧନ କ୍ଷତି ଜୀବନ କ୍ଷତି ତତ୍ କ୍ଷଣାତ୍ ଦିଶେ,
ଜଙ୍ଗଲ ନିଆଁରେ କ୍ଷତିଗ୍ରସ୍ତର ବିପତ୍ତି ବର୍ଷ ବର୍ଷ ଧରି ଲୋକଟାକୁ ତିଳ ତିଳ କରି ତଳି ତଳାନ୍ତ କରାଏ

ପ୍ରଥମେ ଏକଥାର ଗୁରୁତ୍ୱ ବୁଝନ୍ତୁ ଓଡିଶାର ଲୋକ, ଗଣ ମାଧ୍ୟମ, ତାପରେ ସରକାର ଆପେ ବୁଝିଯିବେ

  1. ଜଙ୍ଗଲ ନିଆଁ ଲିଭାଇବାର କିଛି ତରିକା ସମ୍ପର୍କରେ ଲେଖନ୍ତି ଯେ, କଥାଟା ଆହୁରି ବହୁତ ଲମ୍ୱା ହେବ, ମେବାଇଲଟାରେ ବସି କେତେ ଲେଖିବି, ଆଙ୍ଗୁଠି ବିନ୍ଧିଲାଣି,
    ତରିକା ସ୍ଥାନୀୟ ଗାଁ ଲୋକେ ଜାଣନ୍ତି, ତେଣୁ ଓଡିଶା ଜଙ୍ଗଲର ନିଆଁକୁ ନିର୍ବାପିତ କରିବାପାଇଁ ଦିଲ୍ଲୀ ବିଶେଷଜ୍ଞ ନୁହେଁ ଆମ ଗାଁ ଲୋକଙ୍କୁ ସହଯୋଗ କରିବାକୁ ସୁଯୋଗ ସୃଷ୍ଟି କରନ୍ତୁ ସରକାର
  • ଲକ୍ଷ୍ମୀଧର ନାୟକ
    ( 04. 03.2021 )
Advt.