Advt
ପଢିବାକୁ ଲାଗିବ: 2 ମିନିଟ, ସେୟାର ମଧ୍ୟ କରନ୍ତୁ

ଜଙ୍ଗଲ ନିଆଁକୁ ସାବଧାନ

ଓଡିଶା ଜଙ୍ଗଲ ଓ ଭାରତୀୟ ଜଙ୍ଗଲରେ ବି ନିଆଁ ଲାଗେ,
ପ୍ରତି ବର୍ଷ ଲାଗେ,

ଏହାର ଭୟଙ୍କର ରୂପ ଆମକୁ ଜଣାପଡେନି

କାରଣ
ଜଙ୍ଗଲ ନିଆଁ ତିନି ପ୍ରକାରର

  1. Crown Fire
  2. Surface Fire
  3. Ground Fire

ଆମାଜନ, ଅଷ୍ଟ୍ରେଲିଆ ଆଦି ଦେଶର ଜଂଗଲ Rain Forest ହୋଇ ଥିବାରୁ ସେଠାରେ କ୍ରାଉନ୍ ଫାୟାର ବା ଅଗି ନିଆଁ ଦେଖାଯାଏ,
ପବନ ବାଜିଲେ ଏହା ଚାହୁଁ ଚାହୁଁ ଭୟଙ୍କର ରୂପ ଧାରଣ କରି ସହର ବଜାର ଜନବସତିକୁ ମଧ୍ୟ ବ୍ୟାପିଯାଏ

ଭାରତର ହିମାଳୟ ଆଦି ଅଂଚଳର ଜଂଗଲରେ ଗ୍ରାଉଣ୍ଡ ଫାୟାର ବା ଚୋରା ନିଆଁ ଦେଖାଯାଏ, କୁହୁଳି କୁହୁଳି ବ୍ୟାପୁଥିବା ନିଆଁ

ଓଡିଶାରେ ପ୍ରାୟତ ସର୍ଫେସ ଫାୟାର ଦେଖାଯାଏ,
ଭୁଇଁରେ ପଡିଥିବା ପତ୍ର ଜଳି ଜଳି ଯାଏ,

ଆମ ଜଂଗଲଗୁଡା ପ୍ରାୟତ deciduouce forest ବା ପତ୍ର ଝଡା ଜଂଗଲ ହୋଇଥିବା କାରଣରୁ ଏପରି ହୁଏ,

ଏହା ହଜାର ହଜାର କୋଟି ଟଙ୍କାର ଜଙ୍ଗଲ ଜାତ ଦ୍ରବ୍ୟ, ଔଷଧୀୟ ଗୁଳ୍ମ ଲତା ଧ୍ୱଂସ କରେ,

ଏହା ମଣିଷର ଘର ଦ୍ୱାର ପୋଡୁ ନଥିବାରୁ,
ଏବଂ ଆମ ଜଙ୍ଗଲ ବିଭାଗ ଏହାର କ୍ଷୟ କ୍ଷତି ଆକଳନ କରି ଲୋକଂକୁ ଜଣାଉ ନଥିବାରୁ, ଓଡିଶା ଲୋକେ ବେଧଡକ ଥାଆନ୍ତି,

ଜଙ୍ଗଲ ବିଭାଗର ଏହି ଗୋଟିଏ ଉଦାସୀନତା କାରଣରୁ,

ଅର୍ଥନୀତି ଓ ପରିବେଶ ଉପରେ ଏହାର ପ୍ରଭାବ ସମ୍ପର୍କରେ ଆମେ ଅନଭିଜ୍ଞ ଥାଆନ୍ତି,
ଆଜି ବି ଅନଭିଜ୍ଞ ଅଛନ୍ତି

ଆମେ ଜାଣନ୍ତି କି ଓଡିଶା ଜଂଗଲର ମାତ୍ର ଦୁଇଟି ପତ୍ର,
ଶାଳ ପତ୍ର ଓ କେନ୍ଦୁ ପତ୍ର,
ଓଡିଶା ଅର୍ଥନୀତିକୁ ବାର୍ଷିକ 5 ହଜାର କୋଟି ଟଙ୍କା ପ୍ରଦାନ କରେ

ଇଏ ତ ଓଡିଶା ଜଂଗଲର ମାତ୍ର ଦୁଇଟି ପତ୍ରର ଅର୍ଥନୀତି,

ତା ବାଦ୍ ଶାଳ ମଂଜି, ମହୁଲ ଫୁଲ, ଟୋଲ , ମହୁ , କାଠ, ବାଉଁଶ, ଘାସ କଣ କଣ ଲେଖିବା ? କେତେ ଲେଖିବା ??

ଜଂଗଲ ପାଠ ପଢି ଜଂଗଲ ହାକିମ ହେଇଥିବା ବାବୁମାନେ ସିନା ଲେଖନ୍ତେ

ଏମାନେ ଥରେ ଗରିବ ଲେକେ ଜଂଗଲରୁ ଶାଳପତ୍ର ତୋଳିବାକୁ ବ୍ୟାନ କରିବାକୁ ଯାଉଥିଲେ, ବୋଧେ 2002 ରେ

ମୁଁ ଏମାନଂକୁ ପଚାରିଥିଲି,
ଓଡିଶା ଅର୍ଥନୀତି ଉପରେ ଶାଳ ପତ୍ରର ପ୍ରଭାବ କଣ ?
ଏମାନଂକର ଧାରଣା ଥିଲା,
କିଛି ପ୍ରଭାବ ନାହିଁ, ବରଂ ଗରିବ ଲୋକଗୁଡା ଶାଳପତ୍ର ତୋଳି ଆଣିବାରୁ ଶାଳ ଜଂଗଲ ନଷ୍ଟହେଇ ଯାଉଛି,

ଏମାନେ ତ ଆଗରୁ କହୁଥିଲେ ଶାଳ ପତର ଶାଳ ଦାନ୍ତ କାଠି ବିକି ଲୋକେ ପାଂଚ ଲକ୍ଷ ଖଣ୍ଡେ ରୋଜଗାର କରୁଥିଲେ କରୁଥିବେ

ମୁଁ ସେତେବେଳେ ପନ୍ଦର ଦିନ ପରିଶ୍ରମ କରି
ଜଂଗଲ ପାହାଡ ଗାଁ ଗଣ୍ଡା ବେପାରୀ ଟ୍ରକ ମାଲିକ ହୋଟେଲ ଇଲେକ୍ଟ୍ରୀ ବିଭାଗ ସରକାର ଏଫ୍ ଏସ୍ ଆଇ ଡାଟା ଇତ୍ୟାଦି ଏକାଠି କରି ପ୍ରମାଣ ସହ ଯେତେବେଳେ ଲେଖିଲି କେବଳ ଶାଳ ପତ୍ର କାରବାର ମାଧ୍ୟମରେ ବର୍ଷକୁ 1032 କୋଟି ଟଂକା ଓଡିଶା ରାଜ୍ୟକୁ ପଶେ,

ଓ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ଡାଟା କହୁଛି ଯେଉଁ ଅଂଚଳର ଲୋକଂକୁ ଶାଳପତ୍ର ତୋଳିବା ଉପରେ ପ୍ରତିବନ୍ଧକ ନାହିଁ, ସେହି ଅଂଚଳର ଜଂଗଲ ବୃଦ୍ଧି ହେଇଛି,

ସେମାନେ କାଠ କାଟନ୍ତି ନାହିଁ,
ପତ୍ର ଖଲି ଦନା ବିକି ଚାଉଳ ପାଆନ୍ତି, ଟୁକୁଡା ପତ୍ରକୁ ଜାଳି ଭାତ ରାନ୍ଧନ୍ତି,

ତା ପରେ ବାବୁମାନଂକର ଜ୍ଞାନ ଯାଇ ଠିକଣା ଘର ଧରିଥିଲା,

ଏବଂ ତଦନୁଯାୟୀ ଓଡିଶା ସରକାର ଶାଳପତ୍ର ନୀତିଟିଏ ପ୍ରଣୀତ କରିଥିଲେ,
ସେହି ନୀତିରେ ଆଜିଯାଏ ଚାଲିଥିବ ବୋଧେ,

ସରକାର ତ ସରକାର,
ଆମ ସମ୍ୱାଦିକମାନେ ମଧ୍ୟ ଏପରି କଥା ଆଡେ ନଜର ଦିଅନ୍ତି ନାହିଁ,

ଏମାନଂକ ପାଇଁ ଖବର ବୋଇଲେ,

ହିନ୍ଦୁ ପଠାଣ
ବିଜେପି କଂଗ୍ରେସ
ନହେଲେ କିଏ ମଂତ୍ରୀ ହେବ
ନବୀନଂକ ପରେ କିଏ
ବିଶ୍ୱ ସୁନ୍ଦରୀ କୋଉଠି ଛେଳି ଜଗୁଥିଲେ
ମୋଦୀ କୋଉ ଦୋକାନରେ ଚାହା ବିକୁଥିଲେ
ଇତ୍ୟାଦି

କର ଯାହା କରୁଚ

ନିଜ ଅର୍ଜିତ କର୍ମ ଫଳେ
ଯାଚିଣ ଦେଉଥାଇ ବଳେ

ଜମାରୁ ବ୍ୟସ୍ତ ହୁଅନା
ସମସ୍ତେ କେଂଚାଏ କେଂଚାଏ ପାଇବ
ଠିକ୍ ସମୟରେ ପାଇବ

  • ଲକ୍ଷ୍ମୀଧର ନାୟକ ( 06.01.2020 )

https://m.facebook.com/story.php?story_fbid=10157274977120365&id=211075745364

Advt.