Advt
ପଢିବାକୁ ଲାଗିବ: 3 ମିନିଟ, ସେୟାର ମଧ୍ୟ କରନ୍ତୁ

“ନବୀନ ବର୍ଷାଜଳ ପରିଚାଳନା କାର୍ଯ୍ୟକ୍ରମ”

ଏଠାରେ ତଳେ ଦୁଇଟି ଫଟୋ ଦିଆ ଯାଇଛି । ଓଡିଶା ସରକାର କେବଳ 1 ନମ୍ୱର ଚିତ୍ର ଟାକୁ 2 ନମ୍ୱର ଚିତ୍ର ପରିକା କରି ଦିଅନ୍ତୁ,
ବିନା କାଳିଆ ରେ ଓଡିଶା ଚାଷୀ ସମ୍ପନ୍ନ ହେଇଯିବ, ଓଡିଶା ସମୃଦ୍ଧ ହେଇଯିବ ।
ରାଜ୍ୟରେ ମରୁଡି ହେବନି କି ବନ୍ୟା ହେବନି ।

Photo – 1
Photo – 2

କେମିତି କରିବେ !!

ଓଡିଶା ସରକାର ଜଳସେଚନ ଆଇନ ବା ପାଣି ପଂଚାୟତ ଆଇନରେ ଛୋଟିଆ ଧାଡିଟିଏ ଯୋଡିବେ, ଯୋଉଥିରେ ଲେଖା ହେଇଥିବ –
ଜମି ମାଲିକ ତା ଜମି ଚାରିକଡେ 2 ଫୁଟ ଚଉଡା ଓ 2 ଫୁଟ ଉଚ୍ଚାର ହିଡ ଟିଏ ତିଆରି କରିବା ବାଧ୍ୟତା ମୂଳକ ।
ନକଲେ ବିନା ମାସ୍କ ପିନ୍ଧିଲା ବାଲାକୁ ବିନା ହେଲମେଟ ବାଲାକୁ ଫାଇନ କଲା ପରିକା ଆର ଆଇ ଫାଇନ କରିବ ।

କୋଦାଳ କିଏ ଧରିବ ?

ସୁରଟ ଫେରନ୍ତା , ଚାଷୀ,  ମୂଲିଆ , ଜମି ମାଲିକ, ତମେ ଓ ମୁଁ ମଧ୍ୟ ।
ଯିଏ ଚାହିଁବ ସରକାର ତାକୁ ଗୋଟେ ଜବ୍ କାର୍ଡ ଦେବେ ।

ମଜୁରୀ କିଏ ଦେବ ?

ମହାତ୍ମା ଗାନ୍ଧୀ
ମାନେ ମନରେଗାରୁ ଦିନକୁ 300 ମଜୁରୀ ମିଳିବ ।

କେବେ କାମ ହେବ ?

ଖରା ବର୍ଷା ଶୀତ ସବୁଦିନେ, ସବୁ ବର୍ଷ
ଯେତେବେଳେ ଯାହାକୁ ସୁବିଧା ହେଲା ।

ଦିନକୁ ଜଣେ କେତେ କାମ କରିବ ?

ମାଟି ହଣା ବହୁତ କଷ୍ଟ କାମ ତ
ତେଣୁ ସକାଳ 6 ଟାରୁ 10 ଟା , ପୁରା ଚାରି ଘଣ୍ଟା ।
ଜଣେ ଲୋକ ହାରାହାରି ଦିନକୁ 3 ମିଟର ହିଡ ତିଆରି କରି ପାରିବ  ।

ଏତେ ହିଡ କେଉଁଠୁ ଆସିବ ?

ଆପଣ ଜାଣି ନାହାନ୍ତି, ମୁଁ ମାପିଚି ।
ଗୋଟାଏ ଗାଁ ପାଟରେ ଯେତେ ହିଡ ଥାଏ ତାକୁ ମାପି ଦେଲେ ହାରା ହାରି 500 କିଲୋମିଟର ହେବ ।

ଜଣେ ଲୋକ ବର୍ଷକୁ ଏଥିରୁ କେତେ ପଇସା ପାଇବ ?

ଯେତେ କାମ କରିବ ସେତେ ପଇସା ।
ତାର ଅନ୍ୟାନ୍ୟ କାମଦାମ କରି ଯଦି ବର୍ଷକୁ 100 ଦିନ ହିଡ କାମ କଲା ତାହେଲେ ବି ତା ଆକାଉଣ୍ଟ କୁ ବର୍ଷକୁ 30 ହଜାର ଟଙ୍କାର ଗାନ୍ଧି ମୁଣ୍ଡ କ୍ରେଡିଟ ହେବ ।

କାମ କିଏ ବରାଦ କରିବ ?

ଆର୍ ଆଇ ।
( ସରପଂଚକୁ ଭୁଲରେ ଏ ଦାୟିତ୍ୱ ଦେବନି, ସବୁ ଫଲସ୍ ବିଲ କରି ଖାଇଦବ )

କାମ କିଏ  ତଦାରଖ କରିବ ?

NGO ମୁଖ୍ଯ ହେବ, ଗ୍ରାମ ସାଥି ଓ ଚାଷୀ ସାଥିରେ ରହିବେ ।
ତଦାରଖ ମାନେ ହିଡ ମୁଣ୍ଡରେ ଛତା ଧରି ଛିଡା ହବେନି, ସମସ୍ତେ  କୋଦାଳ ମଧ୍ୟ ଧରିବେ, ମଜୁରୀ ପାଇବେ ।

ଫଳ କଣ ହେବ ?

ଆତ୍ମ ନିର୍ଭରତାର ମଜବୁତ  ମୂଳଦୁଆ ପଡିବ ।

ଆପଣଙ୍କ କଥାକୁ ସରକାର କାହିଁକି ବିଶ୍ୱାସ କରିବେ ?

ମୋ କଥାକୁ ବିଶ୍ୱାସ ନକଲେ ନାହିଁ,
ବିଦ୍ୟାଧର ମହାରଣା, ବିମଳ ସାହୁଙ୍କ ଭଳି ଭଦ୍ରଲୋକମାନଙ୍କୁ ପଚାରି ଦିଅନ୍ତୁ ।
ସେମାନେ କହିଦେବେ ମୁଁ ଠିକ୍ କଥା କହୁଚି କି ନାହିଁ ।

ଏ କାମ ପାଇଁ ଆବଶ୍ୟକ ହେଲେ ଆର୍ ଆଇ, ଗ୍ରାମସାଥୀ, କୃଷକ ମାନଙ୍କୁ ଟ୍ରେନିଂ କିଏ ଦେବ, କିଏ ମୋଟିଭେଟ୍ କରିବ ??

ଇଂ ବନମାଳୀ ନାଏକ ଥିଲେ ଏକଥା ଓଡ଼ିଶା ସାରା ଲୋକଙ୍କୁ ବୁଲି ବୁଲି ବୁଝେଇ ଦେଉଥିଲେ । ସେ ଏବେ ଆର ପାରିରେ ।

ଏବେ ଏ ଟ୍ରେନିଂ ଇଂ  ବିଦ୍ୟାଧର ମହାରଣା ଦେଇ ପାରିବେ, ଇଂ ବିମଳ ସାହୁ ଦେଇ ପାରିବେ, ମୁଁ ବି ଦେଇ ପାରିବି, ସମସ୍ତେ  ମିଶିକି ଦେଇ ପାରିବୁ।  କୋଉ ବିଚିତ୍ର କାମଟା କି !
ମୋଟିଭେସନ କାମଟା ଏନ ଜି ଓ ମାନେ ଭଲ କରି ପାରିବେ ।

ଆପଣ ଏସବୁ କଥା କେମିତି ଜାଣିଲେ ?

ମଲା ହ୍ୟାଳିପ
ଏକେ ତ ମୋ ଘର ବରୀ ,
ଦ୍ୱିତୀୟତ ମୁଁ ପରା ୟା ଉପରେ 336 ପୃଷ୍ଠାର ଗୋଟେ ବଇ ଛାପିଚି ।

ଆମ ସରକାରଙ୍କର କଣ ଲାଭ ହେବ ?

1. ଆଉ କାଳିଆ ପଇସା ଦେଲେ ଚଳିବ ନ ଦେଲେ ବି ଚଳିବ ।

2. ଚାଷୀ ଲୋକଙ୍କ ଆକାଉଣ୍ଟକୁ ବର୍ଷକୁ 30 ହଜାର ଟଙ୍କା ଯିବ ।

3. ମନରେଗା ପଇସା କେନ୍ଦ୍ର ସରକାର ଦେବ
ରାଜ୍ୟ ସରକାର ପର ଧନରେ ଦାତା ପରମେଶ୍ୱରୀ ବୋଲାଇବେ ।

4. ରାଜ୍ୟରେ ମରୁଡି ହେବନି କି ବନ୍ୟା ହେବନି, କୃଷି ଉତ୍ପାଦନ ବହୁ ଅଧିକ ହେବ,
ସରକାର ପ୍ରତିବର୍ଷ କୃଷିକର୍ମଣ ପୁରସ୍କାର ପାଇବେ ।

5. ରାଜ୍ୟ ଆତ୍ମନିର୍ଭର ରାସ୍ତାରେ ଆଗେଇବ, ଦାଦନ କମିବ ।
ଏମିତି ଏମିତି ବହୁତ ଲାଭ, ଲେଖିଲେ ଗୋଟେ ପୁରାଣ ହେବ ।

ଏ କାମ କେତେ ଦିନ ଚାଲିବ ?

କାଳ କାଳକୁ, କାରଣ ପ୍ରତି ବର୍ଷ ଚାଷୀକୁ ଅଳ୍ପେ ବହୁତେ ହିଡ କାମ କରିବାକୁ ହୁଏ ।

ଏ ଯୋଜନା ନାଁ କଣ ଦିଆଯିବ ?

New Rain Water Management
ବା ଓଡିଆରେ କହିଲେ ” ନବୀନ ବର୍ଷାଜଳ ପରିଚାଳନା କାର୍ଯ୍ୟକ୍ରମ ”  ମଧ୍ୟ କୁହାଯାଇ ପାରିବ ।

ଆଜି ଯାଏଁ ହୋଇନି କାହିଁକି ?

ଆଇ ଆସ୍ ମାନେ ଏକଥା ବୁଝି ପାରିଲେ ତ ?

ସୁରେଶ ମହାପାତ୍ର ଯତ୍ କିଞ୍ଚିତ ବୁଝିଛନ୍ତି ଯେ
ହେଲେ ସିଏ ତ ଏବେ  ଚିଫ୍ ସେକ୍ରେଟାରୀ, ବହୁତ  ବିଜି ଥିବେ ବୋଧେ ।

ଅବଶ୍ୟ ଏ କାମ ଓଡ଼ିଶାରେ କୋଉଠି
ହୋଉଛି କି ନାହିଁ ମୁଁ ଠିକ୍ କରି ଜାଣିନି ।

ତାହେଲେ କାମ ଟା କେବେ ଆରମ୍ଭ କରିବା ?

ଆଜିଠୁ କରୁ ନାହାନ୍ତି ! କିନ୍ତୁ ପ୍ରଥମେ କୁହନ୍ତୁ
କଣ କଥାଟା ମନକୁ ପାଉଚି ତ ??

– ଲକ୍ଷ୍ମୀଧର ନାୟକ

Advt.