Home Visible Thought MAKE COST AUDIT COMPULSORY FOR EVERY PRODUCT

MAKE COST AUDIT COMPULSORY FOR EVERY PRODUCT

0
65

Make Cost Audit Compulsory for every industry,
Medicine & medical appliances first.
Don’t allow more than 100% margin above the cost.
Put an end to the schedule and non schedule drugs drama. Pharma companies are adding 500% to 1500% above the cost of production of medicines and surgical medical appliances , stop it .
It is central govt who can exercise this price control mechanism.

ଚାଷୀକୁ ତାର ଉତ୍ପାଦିତ ମୂଲ୍ଯ ଉପରେ ୫୦% ( cost + 50% ), ଔଷଧ କଂପାନୀକୁ cost + 1500% , ଏପରି ନୀତି କାହିଁକି ?

୧୯୭୦ ରୁ କେଂଦ୍ର ସରକାର ଅବଶ୍ଯ ଏ ପ୍ରାଇସ୍ କଂଟ୍ରୋଲ୍ କାମ କରୁଛନ୍ତି, କିନ୍ତୁ ଧର୍ମକୁ ଆଖି ଠାର ପରି ।
୧୯୭୦ ରୁ ୨୦୧୩ ମଧ୍ଯରେ ମାତ୍ର ୭୪ ଟି ଔଷଧକୁ ଡ୍ରଗ ପ୍ରାଇସ୍ କଂଣ୍ଟ୍ରୋଲ୍ ଅର୍ଡର୍ ମାଧ୍ଯମରେ ସିଡୁଲ୍ ଡ୍ରଗ୍ ଘୋଷଣା କରାଯାଇ ଏ ସବୁ ଔଷଧ ଉପରେ ଉତ୍ପାଦନ ଖର୍ଚ ଉପରେ ୧୦୦% ମାର୍ଜିନ୍ ର ଅନୁମତି ଦିଆ ଯାଇଛି । ୨୦୧୩ ରେ ୩୪୮ ଟି ଔଷଧକୁ ସିଡୁଲ୍ ଡ୍ରଗ୍ ପରିସରଭୁକ୍ତ କରିଥିଲେ ଉପା ସରକାର, କିନ୍ତୁ ସେଥିରେ ନାନାଦି ଗଳାବାଟ ରହିଗଲା ।

ଉଦାହରଣ ସ୍ୱରୁପ ପାରାସିଟାମୋଲ୍ ୫୦୦ ମିଗ୍ରା କୁ ସିଡୁଲ୍ ଡ୍ରଗ ଘୋଷଣା କରାଗଲା । ମନେକର ଏପରି ଗୋଟିଏ ଟାବ୍ଲେଟ୍ ର ଉତ୍ପାଦନ ଖର୍ଚ ୨ ଟଂକା, ଔଷଦ କଂପାନୀ ଏହାକୁ ଆଉ ୧୦୦% ମିଶାଇ ଅତିବେଶୀରେ ୪ ଟଂକାରେ ବିକି ପାରିବ । ଦାମ୍ ୪ ଟଂକାରୁ ଅଧିକ ହେଲେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବ, ଜେଲ୍ ଯିବ, ଜରିମାନା ଦେବ ।

ଗଳାବାଟ ହେଲା – କଂପାନୀ ପାରାସିଟାମୁଲ୍ ୫୦୦ ମିଗ୍ରା ଜାଗାରେ ପାରାସିଟାମୁଲ୍ ୨୫୦ ମିଗ୍ରା ଉତ୍ପାଦନ କରିବ, ଏହା ଆଇନ ଆଖିରେ ସିଡୁଲ୍ ଡ୍ରଗ୍ ନୁହେଁ ।ଉତ୍ପାଦନ ଖର୍ଚ ୧ ଟଂକା ହେଲେ ଏଥିରେ ୯୦୦% ମାର୍ଜିନ୍ ରଖି ଏହାକୁ ୧୦ ଟଂକାରେ ବିକିବ । ସେଥିରୁ ଡାକ୍ତରଂକୁ କିଛି ଦେବ, ଡାକ୍ତର ଲେଖିବା କଥା ପାରାସିଟାମୁଲ୍ ୫୦୦ ମିଗ୍ରା – ଦିନକୁ ଗୋଟାଏ ଖାଇବ,
ଏଥିରେରୋଗୀର ଦିନକୁ ଖର୍ଚ ହୋଇ ଥାଆନ୍ତା ୪ ଟଂକା,
କିନ୍ତୁ ଡାକ୍ତର ପଇସା ଖାଇ ଲେଖିବେ ପାରାସିଟାମୁଲ୍ ୨୫୦ ମିଗ୍ରା – ଦିନକୁ ଦୁଇଟା ଖାଇବ,
ଅର୍ଥାତ୍ ରୋଗୀ ୪ ଟଂକା ଜାଗାରେ ସେହି ଏକା ମେଡିସିନ୍ ପାଇଁ ଖର୍ଚ କରିବ ୨୦ ଟଂକା ।

ସେହିପରି ଡାଇକ୍ଲୋଫେନାକ୍ ୫୦ ମିଗ୍ରା ସିଡୁଲ୍ ଡ୍ରଗ୍, କିନ୍ତୁ ପାରାସିଟାମୁଲ୍ ସହ ଯଦି ଡାଇକ୍ଲୋଫେନାକ୍ ମିଶାଇ ଗୋଟାଏ ଟାବ୍ଲେଟ୍ ତିଆରି କରିଦିଆଗଲା, ତାହା ସିଡୁଲ୍ ଡ୍ରଗ୍ ହେବ ନାହିଁ, କଂପାନି ମନ ଇଚ୍ଛା ଏହାର ମୁଲ୍ଯ ନିର୍ଧାରଣ କରିପାରିବ, ଅନ୍ଯପକ୍ଷରେ ରୋଗୀ ଆବଶ୍ଯକତା ନଥାଇ ଅଧିକା ପଇସାଦେଇ ଗୋଟାଏ extra ଔଷଧ ଗିଳିବ ଓ ଶରୀର ତାକୁ ପରିସ୍ରା ବାଟେ ମୁତିବ ନହେଲେ ମଳ ବାଟେ ହଗିବ ।

ଗୋଟାଏ ଗୋଟାଏ ଇଂଜେକ୍ସନ୍ ର ଉତ୍ପାଦନ ଖର୍ଚ ୫୦ ଟଂକା, ବିକ୍ରୀହେବ ୫ ହଜାର ଟଂକାରେ, ଫଳରେ ସରକାରଂକ ସାହାଣମେଲା ସ୍ୱାସ୍ଥ୍ ଯୋଜନା ର ସବୁ ଟଂକା ରୋଗୀଂକୁ ଶୀଖଣ୍ଡି ସଜେଇ ପଶିଯିବ ଔଷଧ କଂପାନୀଂକ ପକେଟ୍ ରେ ।
ତେଣୁ ନବୀନ ସରକାର ମୋର ବୋଲ ମାନନ୍ତୁ –
କେଂଦ୍ର ସରକାରଂକୁ ବାଧ୍ଯ କରନ୍ତୁ ଏ ସିଡୁଲ୍ ନନ୍ ସିଡୁଲ୍ ଦୁର୍ବୁଦ୍ଧି ଓ କଂପାନୀ ପ୍ରେମ ଛାଡି, ସବୁ ଔଷଧକୁ, ଇଂଜେକ୍ସନ୍ ସିରିଂଜ୍ ଠାରୁ ଆରମ୍ଭ କରି X-ray ମେସିନ୍ ପର୍ଯ୍ଯନ୍ତ ସବୁ ମେଡିକାଲ୍ ଆପ୍ଲାଏନ୍ସ ଉତ୍ପାଦନ କରୁଥିବା କଂପାନୀ ମାନଂକୁ Essential commodities Act 1955 ଅନୁଯାୟି Drug Price Control Order ମାଧ୍ଯମରେ କଂପାନୀ ମାନଂକର MAPE କୁ ୧୦୦% ରେ Cap କରିବାପାଇଁ ।
( MAPE – Maximum Allowable Post Manufacturing Expenses )

ଏ ୧୦୦% ଏକ୍ସଟ୍ରାକୁ କଂପାନୀ ମାନେ ନିମ୍ନ ମତେ ଭାଗ ବଣ୍ଟା କରନ୍ତୁ –
Wholesaler- 8%
Retailer- 24%
Sales promotion & distribution – 18%
GST – 25%
Profit – 25%
Total – 100%

ଏଥିପାଇଁ ଦରକାର ହେଲେ ଜୋର୍ ଦାର ଆନ୍ଦୋଳନ କରନ୍ତୁ ନବୀନ, ମହାନଦୀ ବଂଚାଅ ଆନ୍ଦୋଳନ ଅପେକ୍ଷା ଏ ମଣିଷ ବଂଚାଅ ଆନ୍ଦୋଳନ ଅଧିକ ଜରୁରୀ ।

ନହେଲେ ସ୍ୱାସ୍ଥ ବଜେଟ୍ ର ସବୁ ପଇସା କଂପାନୀ ତିଜୋରୀ ରେ ପୁରେଇବାକୁ କଂପାନୀ, ଡାକ୍ତରଖାନା, ଡାକ୍ତର ସବୁ ମିଶିଯାଇ ସବୁ ମଣିଷଂକୁ କାଗଜ ପତ୍ରରେ ରୋଗୀ ବନେଇ ଦେଇ ଓଡିଶା ରାଜକୋଷକୁ ଲୁଟି ନେବେ ।

ଅବଶ୍ଯ ସ୍ୱାସ୍ଥ ମଂତ୍ରୀ, ଅମଲା ତଂତ୍ରୀ ବି ଭାଗ ପାଇବେ, କେବଳ ଲୁଟି ହେଇଯିବ ମୋର ରାଜ କୋଷ, ଯାହାକୁ ଦିନକୁ ୩୦୦ ଟଂକା ଖର୍ଚ କରୁଥିବା ମୁଲିଆ ବି ପ୍ରତିଦିନ ୫୪ ଟଂକା ଦାନ କରି ଭରଣା କରୁଛି – ୧୮% ଜି ଏସ୍ ଟି ହିସାବରେ ।

ପ୍ରାଇଭେଟ୍ ହସ୍ପିଟାଲ୍ ମାନଂକରେ ମଧ୍ଯ ପ୍ରତ୍ଯେକ ସେବାର ମୁଲ୍ଯ ନିର୍ଧାରଣ କରାଯାଉ, ଯେପରି
ସିଜେରିଆନ୍ ଡେଲିଭରି – ୧୫ ହଜାର,
ଆଇ ସିୟୁ ଚାର୍ଜ – ଦିନକୁ ୭୦୦
ବେଡ୍ ଚାର୍ଜ – ଦିନକୁ ୩୦୦ ଇତ୍ଯଦି ଇତ୍ଯାଦି

ନବୀନଂକ ଏ ଯୁଗାନ୍ତକାରୀ ସ୍ୱାସ୍ଥ ଯୋଜନା ଶେଷରେ ଔଷଧ କଂପାନୀ, ପ୍ରାଇଭେଟ୍ ହସ୍ପିଟାଲ୍ ମାଧ୍ଯମଦେଇ ବିଜେଡି ପାର୍ଟି ଚାନ୍ଦା ଆଦାୟ ଯୋଜନାରେ ପରିଣତ ନହେଉ, ସେଥିପାଇଁ ସବୁ ଔଷଧକୁ ଡ୍ରଗ୍ ପ୍ରାଇସ୍ କଣ୍ଟ୍ରୋଲ୍ ଅର୍ଡର ଅଧୀନକୁ ଅଣାଯାଉ,
କେନ୍ଦ୍ର ସରକାର ତୁରନ୍ତ ଏ କଥା କରନ୍ତୁ, ନହେଲେ ନବୀନ ତୁରନ୍ତ ଏଥିପାଇଁ ଆନ୍ଦୋଳନ କରନ୍ତୁ, ଏବଂ ଓଡିଶାର ଜନ ସାଧାରଣ ଏ ଆନ୍ଦୋଳନକୁ ତୀବ୍ର କରି, କେଂଦ୍ର ସରକାରଂକୁ ବାଧ୍ଯ କରନ୍ତୁ ଏପରି କରିବା ପାଇଁ ।
– ଲକ୍ଷ୍ମୀଧର ନାୟକ ( 15.08.2018 )

NO COMMENTS

error: Content is protected !!