Home କୁହ ସରକାର ଚେଇଁଲେଣି ଆନ୍ନା ! କୁଆଡେ ଗଲେ ବାବା ରାମ ଦେବ ??

ଚେଇଁଲେଣି ଆନ୍ନା ! କୁଆଡେ ଗଲେ ବାବା ରାମ ଦେବ ??

79
0

ପୁଣି କଣ ଚେଇଁଲେଣି ଆନ୍ନା ! ଆନ୍ନାଙ୍କ ନିଦ ଭାଙ୍ଗିଲା କି !! କୁଆଡେ ଗଲେ ବାବା ରାମ ଦେବ ??

ଆନ୍ନା ହଜାରେଙ୍କ ଚେତାବନୀ : ମୋଦି ସରକାର ଚାଷୀଙ୍କ ଦାବି ନଶୁଣିଲେ ଅନଶନକୁ ଓହ୍ଲାଇବେ ଆନ୍ନା ହଜାରେ

ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିବା ମଧ୍ୟରେ ଏବେ ଚାଷୀଙ୍କ ପାଇଁ ସ୍ୱର ଉଠାଇଛନ୍ତି ଆନ୍ନା ହଜାରେ । ଆନ୍ନା କହିଛନ୍ତି ବାରମ୍ୱାର ସରକାରଙ୍କୁ ଜଣାଇବା ପରେ, ସରକାରଙ୍କ ପ୍ରତିଶ୍ରୁତି ପରେ ବି ଦେଶରେ ଯେଉଁ ଲୋକପାଳ ଆଇନ ପାଇଁ ଆନ୍ଦୋଳନ ଚାଲିଥିବା, ସେ ଧାରଣାରେ ବସିଥିଲେ ତାହା ହୋଇପାରିନି । ଏବେ ଚାଷୀ ଯେଉଁ ଆନ୍ଦୋଳନ କରିଛନ୍ତି ତାହା ଅହିଂସା ବାଟରେ ଚାଲିଛି ।

ସରକାର ଏହାକୁ ଦୁର୍ବଳ କରିବାକୁ ଯୋଜନା କରିବେ । ତେଣୁ ଦେଶର ଚାଷୀ ଏକାଠି ହୋଇ ଆଗକୁ ଆସିବା ସମୟ ଆସିଛି ।

ସରକାର ଚାଷୀଙ୍କ ଦାବି ପୂରଣ ନକଲେ , ସେ ନିଜ ଜୀବନର ଶେଷ ଆନ୍ଦୋଳନ ଭାବେ ଚାଷୀଙ୍କ ପାଇଁ ଅନଶନରେ ବସିବେ । ଏହା ସହିତ ସାରାଦେଶର ଚାଷୀ ଏକାଠି ହୋଇ ଅହିଂସା ବାଟରେ ଆନ୍ଦୋଳନରେ ସାମିଲ ହେବାକୁ ସମସ୍ତ ଚାଷୀଙ୍କୁ ଆହ୍ୱାନ କରିଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ।

କେନ୍ଦ୍ରର ପ୍ରସ୍ତାବକୁ କୃଷକଙ୍କ ନା

୧୪ ଦିନର ଚାଷୀ ନିଆଁକୁ ଲିଭାଇବାକୁ ସରକାର ଢାଳିଥିଲେ ପ୍ରସ୍ତାବର ପାଣି । କିନ୍ତୁ ଏହି ଲିଖିତ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଛନ୍ତି କୃଷକ । ପ୍ରସ୍ତାବ ନୁହେଁ, ଆଇନ ରଦ୍ଦ କରନ୍ତୁ ସରକାର ।

ଏପରି ତମାମ ଦାବି ରଖି ଆନ୍ଦୋଳନରେ ଅଡି ବସିଛନ୍ତି ଚାଷୀ । ମୋଦି ସରକାରଙ୍କ ଲିଖିତ ପ୍ରସ୍ତାବ ଜାରି ହେବା ପରେ ଚାଷୀ ସଙ୍ଗଠନର ନେତାଙ୍କ ଦ୍ୱାରା ଡକାଯାଇଥିଲା ଏକ ସାମ୍ବାଦିକ ସମ୍ମିଳନୀ । ସରକାର ଯଦି ଆଇନ ରଦ୍ଦ ନକରନ୍ତି, ତେବେ ୧୨ ଡିସେମ୍ବରରେ ଦିଲ୍ଲୀ-ଜୟପୁର ରାଜରାସ୍ତାକୁ ବନ୍ଦ କରାଯିବ ସହ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଆହ୍ୱାନ ଦେଇଛନ୍ତି ଚାଷୀ ନେତା ।

ଚାଷୀ ନେତା ଦର୍ଶନ ପାଲଙ୍କ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି, କେନ୍ଦ୍ର ସରକାଙ୍କ ବିରୋଧରେ ଆନ୍ଦୋଳନ ଆଗକୁ ଆହୁରି ବ୍ୟାପକ ହେବ । ଦେଶର ସମସ୍ତ କୃଷକଙ୍କୁ ‘ଦିଲ୍ଲୀ ଚଲୋ’ଡାକରା ଦିଆଯିବ । ସମସ୍ତ ରାଜ୍ୟରେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ।

ଏହା ସହ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରୀଙ୍କୁ ଚାଷୀ ସଙ୍ଗଠନ ଘେରାଉ କରିବ ବୋଲି ଖୋଲା ଆହ୍ୱାନ ଦେଇଛନ୍ତି ଚାଷୀ ନେତା । ସେପଟେ ହଠାତ୍ ଚାଷୀଙ୍କ ଏପରି ଧମକ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଯାଇଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

କୃଷକ ଏବଂ ଚାଷୀଙ୍କ ମଧ୍ୟରେ ରହିଥିଲା ୬ଷ୍ଠ ବୈଠକ । ସେପଟେ ରାତିଅଧିଆ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଚାଷୀ ନେତା ଭେଟିବା ପରେ ସ୍ଥଗିତ ରହିଥିଲା ବୈଠକ । ଏବଂ କେନ୍ଦ୍ର ସରକାର ଜାରି କରିଥିଲେ ୮ଟି ଲିଖିତ ପ୍ରସ୍ତାବ । ଚାଷୀ ଏହି ପ୍ରସ୍ତାବରେ ରାଜି ହେବା ନେଇ ଭାବି ବସିଥିଲେ ସରକାର ।

କିନ୍ତୁ ହଠାତ ଚାଷୀ ନେତାଙ୍କ ସାମ୍ବାଦିକ ସମ୍ମିଳନୀ ବଦଳାଇ ଦେଇଛି ମୋଡ । ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ, ତୀବ୍ର ପ୍ରତିବାଦ ଏବଂ ଧର୍ମଘଟର ଧମକ ସରକାର ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ଥିବେବେଳେ, ଏନେଇ କେନ୍ଦ୍ରର ଆଭିମୁଖ୍ୟ ଏବେ ଜଣା ପଡ଼ିନାହିଁ ।

Farmer Unions unanimously reject Govt proposal. Call to intensify struggles.

  1. On the 12th, toll plazas across the country will be made toll-free.
  2. Delhi-Jaipur Highway to be jammed by Dec 12th.
  3. On 14th, there is a call to all north Indian farmers to come to delhi – “Dilli Chalo”.
  4. Call to Farmers from other states outside of Delhi’s adjoining states to conduct local protest actions.
  5. Call to boycott all JIO products, Ambani/Adani Malls, Petrol Pumps, etc.
  6. Nationwide gherao of BJP leaders, their district and state offices.
  7. New slogan of FarmersProtest- ‘Sarkaar ki Asli Majboori – Adani, Ambani, Jamakhori’.

LEAVE A REPLY

Please enter your comment!
Please enter your name here