Home ସବୁ ଖବର ସବୁ ଖବର

ସବୁ ଖବର

39
0

ଡିସେମ୍ବର ୮ରେ ଭାରତ ବନ୍ଦ ଡାକରାକୁ 18 ଦଳର ସମର୍ଥନ । ବିଜେଡି ଦ୍ବନ୍ଦ ରେ । ବିଜେପି ବିରୁଦ୍ଧରେ ଗଲେ ଜେଲ୍ ଯିବା ଭଯ, ଆନ୍ଦୋଳନ ବିରୁଦ୍ଧରେ ଗଲେ ଭୋଟ କମିବା ଭୟ। ସରୁନି ଅଙ୍କ କଷା ।

TRSର ପୂର୍ଣ୍ଣ ସମର୍ଥନ,ସମର୍ଥନ ଘୋଷଣା କଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ, ସବୁ କର୍ମୀ ଓ ସମର୍ଥକଙ୍କୁ ବନ୍ଦ ପାଳନରେ ଅଂଶ ଗ୍ରହଣ ପାଇଁ ପରାମର୍ଶ, କେନ୍ଦ୍ରର କୃଷି ଆଇନ ବିରୋଧରେ କୃଷକ ମିଳିତ ମଞ୍ଚ ଦେଇଛି ବନ୍ଦ ଡାକରା, ପୂର୍ବରୁ କଂଗ୍ରେସ ଭାରତ ବନ୍ଦ ଡାକରାକୁ ସମର୍ଥନ ଘୋଷଣା କରିଥିଲା ପଶ୍ଚିମ ଓଡିଶାରେ ତେଜିଛି ଚାଷୀ । -ସରକାର-କୃଷକ ସଂଗଠନ ୫ମ ପର୍ଯ୍ୟାୟ ଆଲୋଚନା ବିଫଳ, ୯ ତାରିଖରେ ପରବର୍ତ୍ତୀ ଆଲୋଚନା ।-କୃଷକ ଆନ୍ଦୋଳନ, କୃଷି ବିଲର ସଂଶୋଧନ ପାଇଁ ସରକାର ରାଜି । ସମ୍ପୁର୍ଣ୍ଣ ବିଲ୍ ପ୍ରତ୍ୟାହାର କରିବାକୁ ଜିଦରେ ଅଟଳ କୃଷକ ।-ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ସମର୍ଥନ ଘୋଷଣା କଲା ରାଜ୍ୟ କଂଗ୍ରେସ ।

ଭାରତ ବନ୍ଦକୁ ସମର୍ଥନ କରିବ ନବ ନିର୍ମାଣ କୃଷକ ସଂଗଠନ । ଆସନ୍ତା ୮ ତାରିଖରେ ହେବ ଭାରତ ବନ୍ଦ । ବିଭିନ୍ନ ସ୍ଥାନରେ ବିକ୍ଷୋଭ ସହ ପିକେଟିଂ କରିବ ସଂଗଠନ । ଲୋକଙ୍କୁ ସଚେତନ କରାଇବା ପାଇଁ କାଲି ସଂଧ୍ୟା ୫ଟାରେ ହେବ ସଚେତନତା ରାଲି ।

ରାଜ୍ୟରେ ହ୍ରାସ ପାଉଛି କରୋନା ଗ୍ରାଫ୍‌: ଦ୍ବିତୀୟ ଲହରି ଆଶଙ୍କା ନାହିଁ, ଫେବୃଆରୀ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡ଼ିବ: ଡାକ୍ତର ଜୟନ୍ତ ପଣ୍ଡା । ଟିକା ପରୀକ୍ଷଣରେ ସଫଳତା ନେଇ ମତ ରଖିଲେ ‘ହୁ’ ମୁଖ୍ୟ ଟେଡ୍ରୋସ୍‌, ଏବେ କରୋନା ମହାମାରୀ ମୁକ୍ତ ବିଶ୍ବର ସ୍ବପ୍ନ ଦେଖିହେବ । କୋଭିଡ୍-୧୯ ଟିକାକରଣ ପରବର୍ତ୍ତୀ ପ୍ରତିକୂଳ ଘଟଣା ଯାଞ୍ଚ ଲାଗି ସରକାର ପୁନର୍ଗଠନ କଲେ ରାଜ୍ୟ ଓ ଜିଲ୍ଲାସ୍ତରୀୟ କମିଟି । କରୋନାରୁ ମୁକୁଳିଗଲେ ବି ମାନ୍ଦାବସ୍ଥା ବିରୋଧରେ ଲଢିପାରିବେନି ଗରିବ ଦେଶ : UNCTAD ରିପୋର୍ଟ ଦେଶରେ କୋଭିଡ୍‌ ଟିକା ବିକ୍ରି ପାଇଁ ଫାଇଜରର ଆବେଦନ, ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଲୋଡ଼ିଲା ଭାରତର ଅନୁମତି, ଭାରତର ଡ୍ରଗ୍ସ ମହାନିୟନ୍ତ୍ରକ-DCGIଙ୍କ ଅନୁମତି ଲୋଡ଼ିଲା ଫାଇଜର, ଫାଇଜରର କୋଭିଡ୍‌ ଟିକାକୁ ବ୍ରିଟେନ୍‌ରେ ଅନୁମତି ମିଳିସାରିଛି

କୋଣାର୍କ ଉତ୍ସବର ଉଦ୍‍ଯାପନୀ ସନ୍ଧ୍ୟା – ଓଡ଼ିଶୀରେ କୃଷ୍ଣଗାଥା, କଥକରେ ଶାସ୍ତ୍ରୀୟ ନୃତ୍ୟ ଦେଖି ବିଭୋର ଦର୍ଶକ ।

ପରୀ ରାଜନୀତି ସରଗରମ: ପରୀ ବାପାମା’ଙ୍କୁ ଭେଟିଲେ ବିଜେପି-କଂଗ୍ରେସ, କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ରହିଛନ୍ତି ବିରୋଧୀ ।-ଦୁଇ ସପ୍ତାହ ସମୟ ଦିଅନ୍ତୁ ଖୋଲିବ ‘ପରୀ ହତ୍ୟାକାଣ୍ଡ’ର ଗୁମର : ଅରୁଣ ବୋଥ୍ରା ।ପରୀ ହତ୍ୟା ମାମଲା : ବାବୁଲିଙ୍କ ଘରେ ଏସ୍‌ଆଇଟି, ଡ୍ରାଇଭର୍‌କୁ ଉଠାଇନେଲା ।

-ଆସନ୍ତା ୧୦ ତାରିଖରେ ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।

୨0ଘରୋଇ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ଅନଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟସ ଆଦି ସହିତ ଜଡ଼ିତ ସମସ୍ତ ବିଜ୍ଞାପନରେ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) ପକ୍ଷରୁ ଜାରି କରାଯାଇଥିବା ଦିଶାନିର୍ଦ୍ଦେଶ ପାଳନ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। 

ପୁରୀରେ ହାଜତ ମୃତ୍ୟୁ ଘଟଣା ପରେ ଜିଲ୍ଲାର ୬ ପୋଲିସଙ୍କ ବଦଳି, ପୁରୀର ବାସେଳିସାହି IIC ଜୀବନାନନ୍ଦ ଜେନାଙ୍କ ବଦଳି, ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କଲେ ପୁରୀ ଏସ୍‌ପି, ହାଜତ ମୃତ୍ୟୁ ଘଟଣା ପରେ ଚର୍ଚ୍ଚାରେ ଥିଲେ ଜୀବନାନନ୍ଦ, ସଂଜୀବ ପ୍ରଧାନ ହେଲେ ବାସେଳିସାହିର ନୂଆ ଆଇଆଇସିକୁମ୍ଭାରପଡ଼ା ଥାନା IIC କୁଳମଣି ସେଠୀଙ୍କ ବଳିଆପଣ୍ଡା ଥାନାକୁ ବଦଳି, ବଳିଆପଣ୍ଡା ଥାନାଧିକାରୀ ଚିନ୍ମୟ ରାଉତଙ୍କୁ ସମୁଦ୍ରକୂଳ ଥାନାକୁ ବଦଳି, ସମୁଦ୍ରକୂଳ ଥାନାଧିକାରୀ ବିଚିତ୍ରାନନ୍ଦ ସେଠୀଙ୍କୁ କୁମ୍ଭାରପଡ଼ାକୁ ବଦଳି , କୁମ୍ଭାରପଡ଼ା SI ସମରେନ୍ଦ୍ର ପାଇକରାୟ ହେଲେ ବଳଙ୍ଗା ଥାନା OIC

ପୁରୀରେ ଆରମ୍ଭ ହେଲା 5T କଲ୍‌ସେଣ୍ଟର । ପୋଲିସ ଲୋକଙ୍କ ନିକଟତର ହେବା ପାଇଁ ବ୍ୟବସ୍ଥା ଆରମ୍ଭ । 7653891930 ନମ୍ବରରେ କଲ୍‌ କିମ୍ବା ହ୍ବାଟ୍‌ସ ଆପ୍‌ କରିହେବ । ୨୪ ଘଣ୍ଟା ଅଭିଯୋଗକାରୀଙ୍କ ସହ ହେବ ଯୋଗାଯୋଗ । SPଙ୍କ ପକ୍ଷରୁ ଅଭିଯୋଗକାରୀଙ୍କ ସହ କରାଯିବ ଯୋଗାଯୋଗSPଙ୍କ ଅଫିସ୍‌ରେ ମଧ୍ୟ ଖୋଲାଗଲା ଅଭିଯୋଗ ପ୍ରକୋଷ୍ଠ । ଅଫିସ୍‌ରେ ଜଣେ ମହିଳା ଅଧିକାରୀ ଅଭିଯୋଗ ଗ୍ରହଣ କରିବେ । ସକାଳ ୧୦ଟାରୁ ସଂଧ୍ୟା ୬ଟା ଅଭିଯୋଗ ଗ୍ରହଣ କରିବେ । ଛୁଟି ଦିନ ମାନଙ୍କରେ ମଧ୍ୟ ଏହି ପ୍ରକୋଷ୍ଠ ଚାଲିବ । ସମସ୍ତ ଅଭିଯୋଗକୁ SP ଓ ଅତିରିକ୍ତ SP ଅନୁଧ୍ୟାନ କରିବେ

ଢେଙ୍କାନାଳର କପିଳାସ ବନାଞ୍ଚଳରୁ ୫ ବନ୍ୟପ୍ରାଣୀ ଶିକାରୀ ଗିରଫ, ଶିକାରୀଙ୍କଠାରୁ ୨ଟି ହରିଣ ଛାଲ, ୪ଟି ଦେଶୀ ବନ୍ଧୁକ ଜବତ, ୧୦୦ଟି ଫାଶ ଓ ବଜ୍ରକାପ୍ତା କାତି ମଧ୍ୟ ଜବତ କଲା ବନ ବିଭାଗ

ବେପରୁଆ ଗାଡ଼ି ଚାଳକଙ୍କୁ ଆଉ ମିଳିବନି ନିସ୍ତାର,୨୦୨୧ ଜାନୁଆରିରୁ ପୁଣି ଟ୍ରାଫିକ‌ ଯାଞ୍ଚ କଡ଼ାକଡ଼ି କରିବାକୁ ଯୋଜନା,ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ,ସୁପ୍ରିମକୋର୍ଟଙ୍କ କମିଟିର ନିର୍ଦେଶ ପରେ ସରକାରଙ୍କ ନିଷ୍ପତ୍ତି,ଡିସେମ୍ବରରେ ନୂଆ ଆଇନ ସଂପର୍କରେ ଲୋକଙ୍କୁ ସଚେତନ କରାଯିବବାଇକ୍‌ରେ ୨ ଜଣ ଯାକ ଆରୋହୀଙ୍କୁ ହେଲମେଟ ବାଧ୍ୟତାମୂଳକ, କୋଭିଡ ପାଇଁ କୋହଳ ଥିବା ଟ୍ରାଫିକ୍‌ ଯାଞ୍ଚ ପୁଣି କଡ଼ାକଡ଼ି ହେବ, ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା

ସିଡ୍‌ନୀରେ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-୨୦ ମ୍ୟାଚ୍‌ । ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଲା ଭାରତ । ଏହା ସହ ସିରିଜ ହାତେଇଲା ଟିମ୍‌ ଇଣ୍ଡିଆ । ଅଷ୍ଟ୍ରେଲିଆ ୧୯୪/୫, ଭାରତ ୧୯୫/୪

LEAVE A REPLY

Please enter your comment!
Please enter your name here