Home ଖୋଲା ବିଚାର ପାପନାଶିନୀ ଗଣ ଚକ୍ର

ପାପନାଶିନୀ ଗଣ ଚକ୍ର

47
0

ଭୋଟ ବିକିବା ପାଇଁ
ମତଦାତା ପଇସା ନିଏ ନାହିଁ

ସିଏ ଯେତେବେଳେ ଦେଖେ ଏଗୁଡା ସମସ୍ତେ ସେବକ ମୁଖା ପିନ୍ଧା ଚୋର, ତା ଠୁ ସବୁ ଚୋରି ପଇସାକୁ ନେଇ ତାର ପାପ ଗଣ୍ଠୁଲି କୁ ହାଲକା କରିଦିଏ ,

କିନ୍ତୁ ସେ ଚୋର ତା ପ୍ରବୃତ୍ତି ଛାଡେ ନାହିଁ,
ପୁଣି ପାଞ୍ଚ ବର୍ଷ ଗୋଟାଇ ମୁଣି ଭର୍ତ୍ତି କରେ ,

ସାଧାରଣ ଜନତା, ପାପନାଶିନୀ ଗଙ୍ଗା ପରି ପୁଣି ତା ପାପ ସଞ୍ଚୟ କୁ ଧୋଇ ନିଏ ।

ଏହା ପବିତ୍ର ପାପନାଶିନୀ
ଗଣ ଚକ୍ର

ଏଥର ସେବକମାନେ ଏତେ ପାପ ଅଳିଆ ସଞ୍ଚିତ କରି ରଖିଛନ୍ତି ଯେ ଖୋଦ୍ ଗଙ୍ଗା ବି ମଇଳା ହୋଇ ଯିବାର ଆଶଙ୍କା ହେଉଛି ।

ହେ ମତଦାତା ମାନେ !
ଅନୁରୋଧ
ମନରେ କୌଣସି ସଙ୍କୋଚ ନରଖି ଆପଣଙ୍କର ଏ ସେବକମାନଙ୍କୁ ନିର୍ବାଚନ ସମୟରେ ପରିଷ୍କାର ଭାବରେ ସଫା କରିଦିଅନ୍ତୁ। ତାଙ୍କ ପାପ ଗଣ୍ଠୁଲି କୁ ହାଲକା କରି ଦିଅନ୍ତୁ ,

ଏହା ଏକ ପୁଣ୍ୟ କାର୍ଯ୍ୟ ଅଟେ ।

କାରଣ ପାପ ଟଙ୍କା ପାପୀଙ୍କ ହାତରେ ନ ରହି ଯେତେ ଶୀଘ୍ର ସାଧାରଣ ଲୋକଙ୍କ ହାତ କୁ ଆସିଯିବ ସେତେ ଭଲ

ମନେରଖିବେ
ଯାହାକୁ ପରିଶ୍ରମ କରି ବେଶି ସଫା କରିବେ,
ତାକୁ ଆଉ ସେବକ ନକରି ଆପଣଙ୍କ ପରି ମାଲିକ କରିଦେବେ,

ଯେମିତିକି ପରବର୍ତୀ ନିର୍ବାଚନ ବେଳକୁ ସିଏ ଆପଣଙ୍କ ସହ ମାଲିକ ଭୂମିକାରେ ଛିଡ଼ା ହୋଇ ଆଉ କାହାକୁ ସଫା କରୁଥିବ

  • ଲକ୍ଷ୍ମୀଧର ନାୟକ
  • 07.12.2018

LEAVE A REPLY

Please enter your comment!
Please enter your name here