Home ଐତିହ୍ୟ ଶ୍ରୀଜଗନ୍ନାଥଙ୍କ ମାମୁଁ ଘରୁ ଆସୁଛି ପରୁହାଁ ଭାର

ଶ୍ରୀଜଗନ୍ନାଥଙ୍କ ମାମୁଁ ଘରୁ ଆସୁଛି ପରୁହାଁ ଭାର

313
0

ମହାପ୍ରଭୁମାନଙ୍କ ମାମୁଁ ଘରୁ ଆସୁଛି ପରୁହାଁ ଭାର

ଶ୍ରୀଜଗନ୍ନାଥ ବଳଭଦ୍ର ଓ ଶୁଭଦ୍ରାଙ୍କୁ ପୁତ୍ର ଜ୍ଞାନରେ ବାତ୍ସଲ୍ୟ ଭକ୍ତିରେ ଆରାଧନା କରୁଥିଲେ ଶ୍ରୀକ୍ଷେତ୍ରର ଆଦ୍ୟ ବିନ୍ଧାଣୀ, ଶ୍ରୀମନ୍ଦିରରେ ଦାରୁ ବିଗ୍ରହର ଆଦ୍ୟ ପ୍ରତିଷ୍ଠାତା ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାରାଣୀ |

ସେଥିପାଇଁ ମହାପ୍ରଭୁ ମଧ୍ୟ ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାରାଣୀଙ୍କୁ ପିତା ମାତା ଜ୍ଞାନରେ ପ୍ରତିବର୍ଷ ଶ୍ରାଦ୍ଧ ଦିଅନ୍ତି, ମହାପ୍ରଭୁମାନେ ସେଦିନ ଶ୍ରାଦ୍ଧ ବେଶ ବି ହୁଅନ୍ତି |

ଗୁଣ୍ଡିଚାରାଣୀଙ୍କ ବାପ ଘର ହେଉଛି କଟକ ଜିଲ୍ଲାର ନିଆଳୀ ମାଧବ, ଫୁଲନଖରା ପାଖରୁ 40 କିଲୋମିଟର ଭିତରକୁ |

ଗୁଣ୍ଡିଚା ରାଣୀଙ୍କ ବାପା ହେଲେ ନିଆଳୀର ତତ୍କାଳୀନ ସୋମବଂଶୀ ରାଜା ମାଧବ କେଶରୀ | ନିଆଳୀରେ ଏକ ବହୁ ପୁରାତନ ଦୁର୍ଗାମାଧବ ମନ୍ଦିର ବା ଶ୍ରୀକୃଷ୍ଣ ମନ୍ଦିର ଅଛି | ମାଧବ କେଶରୀଙ୍କର ଏ ହେଲେ ଇଷ୍ଟ ଦେବତା , ମାଧବ କେଶରୀ ଏହାଙ୍କୁ ପୁତ୍ର ଜ୍ଞାନରେ ବାତ୍ସଲ୍ୟ ଭକ୍ତିରେ ଆରାଧନା କରୁଥିଲେ |

ତେଣୁ ଏହି ଆଧାରରେ ଶ୍ରୀଜଗନ୍ନାଥଙ୍କ ମାମୁଁ ଘର ଗାଁ ହେଲା ନିଆଳୀ ଓ ମାଧବ ହେଲେ ଶ୍ରୀଜଗନ୍ନାଥଙ୍କ ମାମୁଁ |

ଏମିତ ତ ଶ୍ରୀମନ୍ଦିରରେ ବାର ମାସରେ ତେର ପର୍ବ ଖଞ୍ଜି ଦେଇଛି ଓଡିଆ ତାର ଉତ୍ସବପ୍ରିୟ ଶ୍ରୀଜଗନ୍ନାଥଙ୍କ ପାଇଁ, ଓଡିଆ ସଂସ୍କୃତିକୁ ମହନୀୟ ମହିମାମୟ ଆନନ୍ଦମୟ କରି ତୋଳିବାକୁ |
ତେଣୁ ପ୍ରଥମାଷ୍ଟମୀ ହେଲେ ମାମୁଁ ଘରୁ ପରୁହାଁ ଭାର ଆସିବ ହିଁ ତ ଆସିବ ନା !

ଏ ଭଡିଓରେ ଦେଖନ୍ତୁ କେଡେ ସୁନ୍ଦର ଭାବରେ ଶ୍ରୀଜଗନ୍ନନାଥଙ୍କ ନିତ୍ୟ ପାର୍ଷଦ ଲୀଳା ସାଥୀମାନେ କେତେ ଢଙ୍ଗରେ, ନାଚି ନାତି ଢଳି ଢଳି ନଉଡି ଗାଇ ଘଣ୍ଟ ଘଣ୍ଟା କାହାଳୀ ଶିଙ୍ଗା ତୁରୀ ଭେରି ବାଇ ବଡ ଦାଣ୍ଡ ଉଛୁଳାଇ କେଡେ ଆନନ୍ଦରେ ଆସୁଛନ୍ତି ମହାପ୍ରଭୁମାନଙ୍କୁ ପରୁହାଁ କରିବାକୁ |

ଶ୍ରୀମନ୍ଦିର ରୀତିନୀତିରେ ବିଭିନ୍ନ କାରଣରୁ ବହୁ ପରମ୍ପରା ଅନେକ ସମୟରେ ସାମୟିକ ବ୍ୟାହତ ହୋଇଥିବା କଥା ଇତିହାସ କହେ, ଏପରିକି ରଥଯାତ୍ରା ନହୋଇ ପାରିବା, ନବକଳେବର ନ ହୋଇ ପାରିବା, ମହାପ୍ରଭୁ କେତେବେଳେ ସୋନପୁରର ଗୋପାଳୀ ଗାଁରେ ପାତାଳୀ ହେବା ତ କେତେବେଳେ ଦାରୁବିଗ୍ରହଙ୍କ ବ୍ରହ୍ମରାଶୀ ପଥର ପେଟିକାରେ ପଶି ନେମାଳର ବ୍ରହ୍ମାନନ୍ଦ ଦାସଙ୍କ ଗାଈ ଗୋଠରେ ବର୍ଷବର୍ଷ ଧରି ପାତାଳି ହେବା କଥା ଆମେ ଶୁଣିଛେ | ସେହିପରି ମହାପ୍ରଭୁଙ୍କ ଏ ପ୍ରଥମାଷ୍ଟମୀ ପରୁହାଁ ପରମ୍ପରା ବି ବହୁଦିନ ଧରି ବ୍ୟାହତ ହୋଇଥିବା ସ୍ୱାଭାବିକ୍ |

ଶ୍ରଦ୍ଧାଳୁ ଯୋଗୀନ୍ଦ୍ର ଦାସ, ନିଆଳି

ନିଆଳୀର ଶ୍ରୀଜଗନ୍ନାଥ ପ୍ରାଣ ଶ୍ରଦ୍ଧାଳୁମାନେ ପୁନଶ୍ଚ ଏ ପରମ୍ପରାକୁ ଉଜ୍ଜିବୀତ କରାଇଥିବାରୁ ସେମାନେ ଆନ୍ତରୀକ ଶ୍ରଦ୍ଧା ଓ ସମ୍ମାନର ପାତ୍ର ନିଶ୍ଚୟ |

  • ଲକ୍ଷ୍ମୀଧର ନାୟକ

LEAVE A REPLY

Please enter your comment!
Please enter your name here