Home ସବୁ ଖବର ସବୁ ଖବର

ସବୁ ଖବର

50
0

ସବୁ ଖବର


ଆଜି ଆରମ୍ଭ ହେବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ। ଭାରତୀୟ ସମୟ ଦିନ ୧.୪୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ। 


ଐତିହାସିକ ନିଷ୍ପତ୍ତି, ବିପଦଜନକ ଡ୍ରଗ୍ସ କ୍ୟାଟେଗୋରିରୁ ବାଦ୍‌ ପଡ଼ିଲା ‘ଭାଙ୍ଗ’ !!


ୱେସ୍‌କୋ, ସାଉଥ୍‌କୋକୁ ବି ନେଲା ଟାଟା ପାୱାର ।


୧.୪୦ ଲକ୍ଷ ଖାଲି ସ୍ଥାନ ପାଇଁ ବିଭିନ୍ନ ପରୀକ୍ଷାର ଆୟୋଜନ କରିବା ପାଇଁ RRB, NTPC ୨୦୨୦ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ ।


କୋରାପୁଟ ପଟ୍ଟାଙ୍ଗୀ ବ୍ଲକ ସମ୍ବାଇ ସୀମା ବିବାଦ ପ୍ରସଙ୍ଗ । ସମ୍ବାଇର ସୁନାବେଡ଼ାରେ ଆନ୍ଧ୍ର-ଓଡ଼ିଶା ପ୍ରଶାସନର ମିଳିତ ବୈଠକ । ବୈଠକରେ କୋରାପୁଟ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଡିଏମ୍‌ ଓ ଜୟପୁର ଉପଜିଲ୍ଲାପାଳ ଉପସ୍ଥିତ । ଆନ୍ଧ୍ର ପକ୍ଷରୁ ବିଶାଖାପାଟଣାର ବରିଷ୍ଠ ପ୍ରାଶାସନିକ ଅଧିକାରୀ ଉପସ୍ଥିତ ।


ବଲାଙ୍ଗିର ଟିଟିଲାଗଡ଼ ମୁରିବାହାଲ ରେଞ୍ଜରଙ୍କ ଘରେ ଚଢ଼ାଉ,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ, ରେଞ୍ଜର ପ୍ରଶାନ୍ତ ନାଏକଙ୍କ ହାଟପଦା ଘରେ ଭିଜିଲାନ୍ସର ଚଢ଼ାଉ, ମୁରିବାହାଲ ରେଞ୍ଜ ଅଫିସ ଓ ବେଲପଦର ଫାର୍ମ ହାଉସରେ ଚଢ଼ାଉ


ଭୁବନେଶ୍ବର: ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ମହାନଗର ନିଗମରେ କୋଭିଡ୍‌ ମୁକାବିଲାରେ ନିୟୋଜିତ ଆୟୁଷ ଡାକ୍ତରଙ୍କୁ ଦାୟିତ୍ବମୁକ୍ତ କରିବାକୁ ସ୍ବାସ୍ଥ୍ୟ ବିଭାଗର ଚିଠି, ଗ୍ରାମାଞ୍ଚଳରେ ଆୟୁର୍ବେଦିକ ଔଷଧ ବଣ୍ଟନର ଆବଶ୍ୟକତା ଦୃଷ୍ଟିରୁ ନିଷ୍ପତ୍ତି


ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଟିଏ ଆକାଉଣ୍ଟରେ ଅଢ଼େଇ କୋଟି ଟଙ୍କା, ପ୍ରଦୀପଙ୍କ ICICI ବ୍ୟାଙ୍କ ଆକାଉଣ୍ଟରେ ଅଢ଼େଇ କୋଟି, ବ୍ରହ୍ମପୁର କୋଟପେଟା ଆକାଉଣ୍ଟରେ ଅଛି ଅଢ଼େଇ କୋଟି ଟଙ୍କା, ଗତବର୍ଷ ପ୍ରଦୀପ ବାର୍ଷିକ ୧୦ ଲକ୍ଷର ଆୟ ଦେଖାଇଥିଲେ, ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣରେ ୧୦ ଲକ୍ଷ ଆୟ ।
ଏହି ବର୍ଷ ଗୋଟିଏ ଆକାଉଣ୍ଟରେ ଜମା ହୋଇଛି ଅଢ଼େଇ କୋଟି, ୪ ମାସରେ ରବୀନ୍ଦ୍ର ସାହୁ ନାମକ ବ୍ୟକ୍ତି ଜମା କରିଛନ୍ତି ୭୫ ଲକ୍ଷ ଟଙ୍କା, ସୂର୍ଯ୍ୟ ଫିଲିଙ୍ଗ ଷ୍ଟେସନ ଜମା କରିଛି ୪୦ ଲକ୍ଷ ଟଙ୍କା ।
ଏସ୍‌.କେ. ମହାରଣା ନାମକ ବ୍ୟକ୍ତି ଜମା କରିଛନ୍ତି ୨୫ ଲକ୍ଷ ଟଙ୍କା, କୁମ୍ବପାଣି ସାହୁ ନାମକ ବ୍ୟକ୍ତି ଜମା କରିଛନ୍ତି ୨୦ ଲକ୍ଷ ଟଙ୍କା, ଗୁରୁମୂର୍ତ୍ତି ଅଏଲ କମ୍ପାନି ପ୍ରାୟ ୪୦ ଲକ୍ଷ ଜମା କରିଛନ୍ତି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ।
ସାଇବର ଥାନାର କେସ୍‌ ନମ୍ବର-୨୬ ଅନୁସାରେ ଗିରଫ କଲା ପୋଲିସ । ଲାଗିଲା IPCର ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧ ଓ ୪୨୦-B ଦଫା ଏବଂ IT ଆଇନର ୬୬ସି ଓ ୬୬ଡି ଦଫା ଲାଗିଲା ।


ଦିଲ୍ଲୀରେ କେନ୍ଦ୍ର ସରକାର-କୃଷକଙ୍କ ମଧ୍ୟରେ ଆଜିର ବୈଠକ ଶେଷ । ୩୫ଟି କୃଷକ ସଂଗଠନ ସହ ଡିସେମ୍ବର ୫ରେ ହେବ ପରବର୍ତ୍ତୀ ବୈଠକ ।


ମତ୍ସ୍ୟ ଓ ପଶୁସଂପଦ ବିଭାଗର ୧୫ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ । ଭିସି ଜରିଆରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହୀରାକୁଦ ଜଳଭଣ୍ଡାରରେ ହେବ କେଜ୍‌ କଲ୍‌ଚର ବା ପଞ୍ଜୁରି ମାଛ ଚାଷ । ପଞ୍ଜୁରି ମାଛ ଚାଷ ପାଇଁ ଉଦ୍ୟୋଗୀଙ୍କ ସହ ଚୁକ୍ତିପତ୍ର ସ୍ବାକ୍ଷରିତ ।
ଚାଷୀ ଓ ଯୁବକମାନଙ୍କୁ ବ୍ୟାପକ କୃଷି ଉଦ୍ୟୋଗ ସୃଷ୍ଟି ପାଇଁ ଆହ୍ବାନ । ଅନ୍‌ଲାଇନରେ ହେବ ଡଙ୍ଗାର ପଞ୍ଜୀକରଣ ଓ ଲାଇସେନ୍‌ସ ପ୍ରାପ୍ତି । ଲୁଣିଜଳ ମାଛଚାଷର ପଞ୍ଜୀକରଣ, ଯୋଜନାର ରିହାତି ଲାଭ ବି ମିଳିବ ।
ବୃହତ ଓ ମଧ୍ୟମ ହ୍ରଦରେ ପଞ୍ଜୁରି ମାଛ ଚାଷକୁ ପ୍ରୋତ୍ସାହନ ମିଳିବ । ଏହାଦ୍ବାରା ରାଜ୍ୟର ବାର୍ଷିକ ମତ୍ସ୍ୟ ଉତ୍ପାଦନ ୧.୨୪ ଟନ୍‌ ବଢ଼ିପାରିବ । ଜଳଭଣ୍ଡାର ଲିଜ୍‌ରୁ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ଲାଭବାନ ହେବେ ।


ଭିଜିଲାନ୍ସ ଜାଲରେ କଳାହାଣ୍ଡିର କୋକସରା ସିଡିପିଓ ଜୟନ୍ତୀ ମହାନ୍ତି । ଅଙ୍ଗନବାଡ଼ି କର୍ମୀଙ୍କ ୨ ମାସର ଦରମା ମଞ୍ଜୁର କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ ।


୧୯୬୩ ନକ୍ସା ଅନୁସାରେ ସୀମା ନିର୍ଦ୍ଧାରଣ
ଆନ୍ଧ୍ର-ଓଡିଶା ସାମା ବିବାଦ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ୧୯୬୩ସେଟେଲମେଣ୍ଟ ଅନୁସାରେ ହେବ ସୀମା ନିର୍ଦ୍ଧାରଣ । ଉଭୟ ସୀମାନ୍ତବାସୀ ସେହି ସୀମାକୁ ମାନିବାକୁ ବାଧ୍ୟ ହେବେ । ଉଭୟ ରାଜ୍ୟ ପ୍ରଶାସନ ମଧ୍ୟରେ ହୋଇଛି ଚୁକ୍ତିନାମା ।


ରାଜନୈତିକ କ୍ୟାରିୟରକୁ ନେଇ ସୁପରଷ୍ଟାର ରଜନୀକାନ୍ତଙ୍କ ଘୋଷଣା । ଜାନୁଆରୀରେ ନୂଆ ରାଜନୈତିକ ଦଳ କରିବେ ଲଞ୍ଚ । ଡିସେମ୍ବର ୩୧ରେ ହେବ ବିଧିବଦ୍ଧ ଘୋଷଣା


ଇଂଲଣ୍ଡରେ ଆଗାମୀ ସପ୍ତାହରୁ ଦିଆଯିବ କରୋନା ଟିକା । ଭାରତକୁ ଫାଇଜର ଟିକା ଯୋଗାଇ ଦେବା ପାଇଁ ଚାଲିଛି କଥାବାର୍ତ୍ତା ।


ବ୍ୟାପୁଛି ଚାଷୀ ଆନ୍ଦୋଳନ । ଚାଷୀଙ୍କୁ ପ୍ରତାରଣା ଅଭିଯୋଗରେ ପଦ୍ମବିଭୂଷଣ ଫେରାଇଲେ ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ।


ନୂଆ କ୍ରେଡିଟ କାର୍ଡ କିମ୍ଵା ଡିଜିଟାଲ ଲଞ୍ଚ ପାଇଁ ଏଚଡିଏଫସିକୁ ବାରଣ କଲା ଆର୍‌ବିଆଇ ।


ଭାରତୀୟ ଆମେରିକାନ୍ ଗୀତାଞ୍ଜଳି ରାଓ ‘Time kid of the year’ ମନୋନୀତ ।


ମହାପ୍ରଭୁଙ୍କ ନାର୍ଗାଜୁନ ବେଶର ଚନ୍ଦ୍ର ସୂର୍ଯ୍ୟ ଗାଏବ ହେବା ପ୍ରସଙ୍ଗ । ନୀତି ପ୍ରଶାସକର ତଦନ୍ତ ଜାରି । ବେଶ କାରିଗରଙ୍କୁ ଡାକି ବେଶର ଲିଖିତ ରେକର୍ଡ ରଖିଲା ପ୍ରଶାସନ ।


ଆକ୍ସନ ମୋଡରେ ନୀତିଶ ସରକାର : ଏକା ସାଙ୍ଗରେ ୬୦୦ରୁ ଅଧିକ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ୮୫ ବରଖାସ୍ତ ।

LEAVE A REPLY

Please enter your comment!
Please enter your name here