Home ଖୋଲା ବିଚାର ସେ ବିଚରା କେତେ ଥର ଜନ୍ମ ହେବ ?

ସେ ବିଚରା କେତେ ଥର ଜନ୍ମ ହେବ ?

59
0

ସତେ ତ, ଏ ଦେଶକୁ ଅଧର୍ମ ହିଁ ଭରସା

ପୃଥିବୀର ଅନ୍ୟ ଦେଶ ମହାଦେଶରେ ଭଗବାନ ଥରେ ଲେଖା ଜନ୍ମ ହେଇଛନ୍ତି, କେଉଁଠି ଆଦୌ ଜନ୍ମ ହେଇ ନାହାନ୍ତି, ଟେଲିଫୋନ୍ କି ଟେଲିପାଥିରେ ଥରେ ଅଧେ ଧର୍ମ ବୁଝେଇ ଦେଇଛନ୍ତି, ସେତିକିରେ ଚାଲିଛି,

ଆମ ଭାରତରେ 9 ଥର ଜନ୍ମ ନେଲେଣି ଭଗବାନ,

ବିଚରା ଅବତାର ହେଇ ହେଇ ଥକିଗଲାଣି,

ତଥାପି ଏ ଲୋକଗୁଡା ମଣିଷ ହେଉ ନାହାନ୍ତି,

ବାରମ୍ୱାର ଧର୍ମର ଗ୍ଳାନି ହେଉଛି,

ମୁଁ ବେଳେବେଳେ ଭାବୁଛି,
ଏଇଟା ଦେଶ ନା ବିଧର୍ମୀଙ୍କ ଡମ୍ପିଂ ୟାର୍ଡ ?

ମଲା ପରେ ସବୁ ଚୋର ଜକାୟତ ଲାଂଚଖୋର ଦୁର୍ନୀତିଗ୍ରସ୍ତ ଠକ ବଦମାସ ଈର୍ଷାଳୁ ଲୋଭି ଅହଂକାରୀ ଦୁଷ୍କର୍ମକାରୀ ପୁଣି ଗଣ ଦୁଷ୍କର୍ମକାରୀ ସବୁ ଯାକ ଏଇଠି ଜନ୍ମ ହେଉଛନ୍ତି

ଯେତେକ ବିଧର୍ମୀ ସବୁ ଏଇଠି ଜନ୍ମ ହେଇ ଧର୍ମକୁ 9 ଥର ଗ୍ଳାନି କରିଥିଲେ,

ଭଗବାନ 9 ଥର ଜନ୍ମ ହେଇ ସଫେଇ କରି ସାରିଲା ପରେ ବି ପୁଣି ଗ୍ଳାନି ହେଲାଣି,

ସେ ବିଚରା କେତେ ଥର ଜନ୍ମ ହେବ ତମ ଅଳିଆ ସଫା କରିବାକୁ ??

ଏଠି ତ ସବୁ ଅଭାବ
ଧନ ଅଭାବ
ଜ୍ଞାନ ଅଭାବ
ମନ ଅଭାବ
କାମ ଅଭାବ
ପ୍ରେମ ବି ଅଭାବ

ଏଗୁଡା କେହି କାହାକୁ ଭଲ ବି ପାଉ ନାହାନ୍ତି

ତୁଚ୍ଛା ଅଳିଆ ଗୁଡା
ସେଥିରେ ଭାରତ କୁଆଡେ ବିଶ୍ୱଗୁରୁ ହେବ

  • ଲକ୍ଷ୍ମୀଧର ନାୟକ

LEAVE A REPLY

Please enter your comment!
Please enter your name here