Home ଧନ୍ୟବାଦ ସରକାର ସବୁ ଖବର

ସବୁ ଖବର

29
0

୨୦୨୧ରେ ନୂଆ ରୂପରେ ଶୋଭା ପାଇବ ଲିଙ୍ଗରାଜ ମନ୍ଦିର

ଏକାମ୍ର କ୍ଷେତ୍ର ଯୋଜନାର ୯୫% କାମ ଶେଷ ହୋଇଥିବା ସୂଚନା, ଜମି ଅଧିଗ୍ରହଣ ସରିଛି, ବାକି କାମ ଖୁବ୍‌ଶୀଘ୍ର ଶେଷ ହେବ, BMC କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ।

ସେବାୟତ କହିଲେ, ନବୀନ ଶୁଣିଲେ…
ଲିଙ୍ଗରାଜ ମନ୍ଦିର ସାମ୍ନାରେ ସେବାୟତଙ୍କ ସହ ସିଧାକଥା ହେଲେ, ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଲିଙ୍ଗରାଜ ମନ୍ଦିର ନିକଟରେ ଏକାମ୍ର ଯୋଜନାର ସମୀକ୍ଷା କଲେ CM ନବୀନ, ଏକାମ୍ର କ୍ଷେତ୍ର ପ୍ରକଳ୍ପର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କଲେ ନବୀନ, ପ୍ରକଳ୍ପ ପାଇଁ ଜମି ହସ୍ତାନ୍ତର କରିଥିବା ଲୋକଙ୍କୁ ନବୀନଙ୍କ ଧନ୍ୟବାଦ ।

ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପାଇଁ ହେବ ସ୍ବତନ୍ତ୍ର ଆଇନ, ଏକାମ୍ର କ୍ଷେତ୍ରକୁ ଭକ୍ତ ଓ ପର୍ଯ୍ୟଟକ ଆକର୍ଷିତ କରିବାକୁ ହେବ ଯୋଜନା, ଖୁବଶୀଘ୍ର ଏକାମ୍ର କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା କରାଯିବ: CM ନବୀନ ।
ଜମି ଅଧିଗ୍ରହଣ, ଉଚ୍ଛେଦ ଓ ଉନ୍ନତୀକରଣ କାର୍ଯ୍ୟର ସମୀକ୍ଷା କଲେ CM, ଲିଙ୍ଗରାଜ ମନ୍ଦିରକୁ ସମସ୍ତ ସଂଯୁକ୍ତ ରାସ୍ତାର ପ୍ରଶସ୍ତୀକରଣର ସମୀକ୍ଷା, ଇ-ଯାନ, ପାର୍କିଂ, ଆଲୋକୀକରଣ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କଲେ, ଶିବରାତ୍ରି ପୂର୍ବରୁ ସବୁ କାମ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ।
ଲିଙ୍ଗରାଜରେ ମୁଖ୍ୟମନ୍ତ୍ରୀ… ନବୀନ ଦେଖିଲେ ସୌନ୍ଦର୍ଯ୍ୟ କାମ ।

କେତେ ବାଟ ଆଗେଇଲା ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ? ବୁଲି ବୁଲି ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଘରୋଇ ଲ୍ୟାବ୍‌ରେ କୋରୋନା ଟେଷ୍ଟ ଫି ନିର୍ଦ୍ଧାରଣ କଲେ ରାଜ୍ୟ ସରକାର । ଘରୋଇ ଲ୍ୟାବ୍‌ରେ ୪୦୦ ଟଙ୍କାରେ ହେବ RT-PCR ଟେଷ୍ଟ । GST ସହ ଟେଷ୍ଟ ଫି ୪୦୦ ଟଙ୍କା ଧାର୍ଯ୍ୟ କଲେ ରାଜ୍ୟ ସରକାର । ଫି ନିର୍ଦ୍ଧାରଣ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ।

କଟକରେ ନକଲି ସାମଗ୍ରୀର କାରବାର ରୋକିବା ପାଇଁ ଜିଲ୍ଲାସ୍ତରୀୟ କମିଟି ଗଠିତ ।ନକଲି କାରବାର ରୋକିବାକୁ ନିୟମିତ ଚଢ଼ାଉ ହେବ । CMC ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନୋଡାଲ ଅଫିସର ଦାୟିତ୍ବ । ନକଲି କାରବାର ରୋକିବାକୁ ଜାରି ହେବ ଟୋଲ ଫ୍ରି ନମ୍ବର । ଗତ ଦେଢ଼ ମାସରେ ୧୪ଟି ନକଲି କାରଖାନା ଠାବ ହୋଇଛି ।

ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସ୍‌ର କିରାଣିଙ୍କ ଘରେ ଭିଜିଲାନ୍ସ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ, ବରିଷ୍ଠ କିରାଣି ସଞ୍ଜୁକ୍ତା ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ, ସଞ୍ଜୁକ୍ତାଙ୍କ ଗାଁ ସାତପୁରା ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି, କଟକ ଓ ଜଗତସିଂହପୁର ଜିଲ୍ଲାରେ ୨ଟି ଟିମ୍‌ର ଚଢ଼ାଉ ।

ଆଜିଠୁ ୮ ତାରିଖ ଯାଏ ମାଓବାଦୀଙ୍କ PLGA ସପ୍ତାହ, ସୀମା ସିଲ୍‌ ସହମୋଟର ଯାନବାହନ ଯାଞ୍ଚ କରୁଛି ପୋଲିସ

କୋରାପୁଟ ପଟ୍ଟାଙ୍ଗୀରେ ଓଡ଼ିଶା-ଆନ୍ଧ୍ର ସୀମାରେ ଉତ୍ତେଜନା, ସମ୍ବାଇ ପଞ୍ଚାୟତ ସୀମାରେ ଆନ୍ଧ୍ର କର୍ମଚାରୀଙ୍କ ମାପଚୁପ ବେଳେ ଉତ୍ତେଜନା, ଆନ୍ଧ୍ରର ୪ ଜଣଙ୍କୁ ଅଟକ ରଖିଲେ ସୁନାବେଡ଼ା ଓ ଡେକାପାର ଗାଁ ଲୋକ, ପୋଲିସ ହସ୍ତକ୍ଷେପରେ ମୁକୁଳିଲେ ଆନ୍ଧ୍ର ପ୍ରଦେଶର ୪ ଜଣ ଲୋକ ।

କଟକ IIFL ସୁନାଲୁଟ୍‌ ମାମଲାରେ ଆଉ ୨ ଅଭିଯୁକ୍ତ ଗିରଫ, ଦେବାଶିଷ ହାଜରା ଓ ନୀଳମଣି ସାହାଙ୍କୁ ଗିରଫ କଲା ପୋଲିସ, ସୁନା ଲୁଟ୍‌ ମାମଲାରେ ଗିରଫ ସଂଖ୍ୟା ୧୩କୁ ବୃଦ୍ଧି, ଗିରଫ ୨ ବ୍ୟକ୍ତି ମୁଖ୍ୟ ଅଭିଯୁକ୍ତ ଲାଲା ଅମୃତ ରାୟର ସହଯୋଗୀ, ଲୁଟ୍‌ ସୁନା ବିକ୍ରି ଅର୍ଥ ଉଭୟଙ୍କ ଆକାଉଣ୍ଟକୁ ପଠାଉଥିଲା ଲାଲା ।

ରାଜ୍ୟରେ କୋହଳ ହେଲା କୋରୋନା ପାଇଁ ଲାଗିଥିବା ଖର୍ଚ୍ଚ କଟକଣା, ଉନ୍ନୟନମୂଳକ କାର୍ଯ୍ୟର ଆବଶ୍ୟକତା ଦୃଷ୍ଟିରୁ କୋହଳ ହେଲା କଟକଣା, କୋହଳ ହେଲା ଡିଜିଟାଲ ଯୋଗାଯୋଗ ସାମଗ୍ରୀ କିଣା ନିୟମ, ଡିଜିଟାଲ ସାମଗ୍ରୀ କିଣା ପାଇଁ ଲୋଡ଼ା ନାହିଁ ଅର୍ଥ ବିଭାଗର ଅନୁମତି ।
ଏଣିକି ଦୀର୍ଘକାଳୀନ ଅଗ୍ରୀମ ଅର୍ଥ ନେଇପାରିବେ ସରକାରୀ କର୍ମଚାରୀ, ଗୃହ ନିର୍ମାଣ, ଗାଡ଼ି ଓ କଂପ୍ୟୁଟର କିଣା ପାଇଁ ନେଇପାରିବେ ଅଗ୍ରୀମ ରାଶି, ଅନ୍ୟାନ୍ୟ କଣ୍ଟିଜେନ୍ସି ପାଣ୍ଠି ବିନିଯୋଗ ନିୟମ ବି କୋହଳ, ଏଣିକି ଏଥିପାଇଁ ଥିବା ବଜେଟର ୭୫% ଯାଏ ଅର୍ଥ ବିନିଯୋଗ ହୋଇପାରିବ ।
ପୂର୍ବରୁ ଏହି ବଜେଟ୍‌ରୁ ସର୍ବାଧିକ ଖର୍ଚ୍ଚ ସୀମା ୬୦%ରେ ସୀମିତ ଥିଲା, ଚାଲିଥିବା ଯୋଜନାର କାର୍ଯ୍ୟକାରିତା ପାଇଁ ହୋଇପାରିବ ନୂଆ ଟେଣ୍ଡର, ଏଥିପାଇଁ ଅର୍ଥ ବିଭାଗର ଅନୁମତି ନେବା ଆବଶ୍ୟକ ନାହିଁ, କୋରୋନା ଯୋଗୁଁ ଜୁଲାଇ ୭ରେ ଲାଗିଥିଲା ସରକାରୀ ଖର୍ଚ୍ଚ କଟକଣା ।

ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଦ୍ବୈତ ପରୀକ୍ଷଣ କିଟ୍‌ ଲୋକାର୍ପିତ, ବିଶ୍ବ ଏଡ୍‌ସ ଦିବସରେ ଲୋକାର୍ପଣ କଲେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର,ଗୋଟିଏ କିଟ୍‌ରେ ହୋଇପାରିବ HIV ଓ ଯୌନ ସଂକ୍ରମଣ ପରୀକ୍ଷା , ଗର୍ଭବତୀଙ୍କଠୁ ଥରେ ମାତ୍ର ରକ୍ତ ନମୁନା ନେଇ ୨ଟି ପରୀକ୍ଷା ହେବ ।
ରାଜ୍ୟର ୧୧୬୧ଟି କେନ୍ଦ୍ରରେ ବିନା ମୂଲ୍ୟରେ HIV ପରୀକ୍ଷା ହେଉଛି, ଓଡ଼ିଶାର HIV ସଂକ୍ରମଣ ହାର ଜାତୀୟ ହାର ୦.୨୨%ରୁ କମ୍‌ ଥିବା ସୂଚନା, ଓଡ଼ିଶାରେ HIV ସଂକ୍ରମଣ ୨୦୧୦ରେ ଥିଲା ୦.୩୧%, ୨୦୧୯ରେ ହୋଇଛି ୦.୧୪% ।

ଫାଇଜର ଟିକାକୁ ବ୍ରିଟେନର ଅନୁମତି
କରୋନା ଭ୍ୟାକ୍ସିନ ‘ଫାଇଜର’ କୁ ବ୍ରିଟେନ୍ ସରକାରଙ୍କ ଅନୁମତି । ଆସନ୍ତା ସପ୍ତାହରେ ବ୍ରିଟେନରେ ଉପଲବ୍ଧ ହେବ ଫାଇଜର ଟିକା । ୯୫% ଫଳପ୍ରଦ ନେଇ କମ୍ପାନି ଦାବି କରିଛି । ପ୍ରଥମ କୋଭିଡ୍ ଟିକା ଭାବେ ଅନୁମତି ପାଇଲା ଫାଇଜର ।

ଆକାଶ ପାଠକଙ୍କ ଆକାଉଣ୍ଟରୁ ଟଙ୍କା ମିଳିବା ଘଟଣା, ଅଭୟ ଭିଜିଲାନ୍ସକୁ ମିଛ ତଥ୍ୟ ଦେଇଥିବା ସୂଚନା, ଜମି ବିକି ପୁଅ ଆକାଉଣ୍ଟରେ ଟଙ୍କା ରଖିଥିବା କହିଥିଲେ ଅଭୟ, ଅଭୟଙ୍କ କୌଣସି ଜମି ନ ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ।


ପୋଲିସ ବିଭାଗର ସବୁ ଜରୁରୀ ସହାୟତା ପାଇଁ ଗୋଟିଏ ନମ୍ବର- ୧୧୨
ତ୍ବରିତ ସେବା ପାଇଁ ୧୦୯୮ଟି ପଦବୀ ମଧ୍ୟ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର, ତାହା ହେଉଛି ୧୧୨ । ଏହା ତୁରନ୍ତ କାର୍ଯ୍ୟକାରୀ ହେବ ।
ପୋଲିସ ଆମ୍ବୁଲାନ୍‌ସ, ଦମକଳ ତଥା ମହିଳା ହେଲ୍‌ପ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭନ୍ନ ନମ୍ବରକୁ ଡାଏଲ କରିବାକୁ ପଡିବ ନାହିଁ ।
୧୧୨ ରେ ପୋଲିସ ପକ୍ଷରୁ ସବୁ ଜରୁରୀ ସହାୟତା ତୁରନ୍ତ ମିଳିପାରିବ।
ଜନସାଧାରଣଙ୍କ ସୁବିଧା ତଥା ତ୍ବରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ଏସବୁକୁ ଏକୀଭୂତ କରି ଗୋଟିଏ ନମ୍ବର ଯଥା ୧୧୨ ରେ ପରିଣତ କରାଯାଇଛି ।
୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ବରିତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗର ୧୦୯୮ଟି ବିଭିନ୍ନ ପଦବୀ ସୃଷ୍ଟିକୁ ମଧ୍ୟ ଅନୁମୋଦନ କରିଛନ୍ତି।
୧୧୨ ସେବା ପାଇଁ ୪-ଡି.ଏସ୍‌.ପି, ୧୫୧-ସବ୍‌ଇନ୍ସପେକ୍ଟର, ୨୦୩- ସହକାରୀ ସବ୍ ଇନ୍‌ସପେକ୍ଟର ଏବଂ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ ।
ଏତଦ୍‌ବ୍ୟତୀତ outsourcing ଜରିଆରେ ୧୯୮ଜଣ Call Taker Executive ଏବଂ ୨୩୬ଟି ଗାଡି ମଧ୍ୟ ନିୟୋଜିତ ହେବେ ।
ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଜରୁରୀ ସହାୟତା ଗୋଟିଏ ନମ୍ବର ୧୧୨ ରେ ଉପଲବ୍‌ଧ ହେବା ଦ୍ବାରା ଜନସାଧାରଣଙ୍କୁ ଅଧିକ ଦକ୍ଷତାର ସହ ଉତ୍ତମ ସେବା ଯୋଗାଇ ଦେବାରେ ପୋଲିସ ସଫଳ ହେବ ଏବଂ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଅଧିକ ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ସବୁ ଜିଲ୍ଲାପାଳ ଓ କମିସନରଙ୍କୁ ସ୍ବାସ୍ଥ୍ୟ ବିଭାଗ ACSଙ୍କ ଚିଠି, କୋଭିଡ୍‌ ରୋଗୀଙ୍କ ଦୁଆରେ ଆଉ ଲଗାଯିବନି ପୋଷ୍ଟର, ଆଜିଠୁ ନିର୍ଦେଶ କାର୍ଯ୍ୟକାରୀ କରିବାକୁ ପ୍ରଦୀପ ମହାପାତ୍ରଙ୍କ ନିର୍ଦେଶ, ଗୃହ ପୃଥକବାସରେ ରହୁଥିବା ଲୋକଙ୍କ ଦୁଆରେ ପୂର୍ବରୁ ଲାଗୁଥିଲା ପୋଷ୍ଟର ।

ଶେଷ ମ୍ୟାଚରେ ୧୩ ରନରେ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ । ୨-୧ରେ ଦିନିକିଆ ସିରିଜ କବଜା କଲା ଅଷ୍ଟ୍ରେଲିଆ ।

ଚାଷୀଙ୍କ ଦାବି; ଆଲୋଚନାକୁ ମୋଦି ନିଜେ ଆସନ୍ତୁ
ଚାଷୀଙ୍କ ସହ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି । ଅନ୍ୟପକ୍ଷରେ କୃଷକ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ଚାଷୀ ସଙ୍ଗଠନମାନେ ସ୍ଥିର କରିଛନ୍ତି । ଦିଲ୍ଲୀ ସୀମାରେ ପ୍ରତିଦିନ ଚାଷୀଙ୍କ ସଂଖ୍ୟା ବଢୁଛି । ଯାହା ଫଳରେ ସୀମାରେ ଉତ୍ତେଜନା ବଢିବା ସହ ଟ୍ରାଫିକ୍ ବ୍ୟବସ୍ଥା କ୍ରମାଗତ ଭାବେ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଥିବା ବେଳେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କର ବଡ ବୟାନ ଆସିଛି ।
ସେ କହିଛନ୍ତି ଯେ, ଚାଷୀମାନଙ୍କୁ ମୋର ଅନୁରୋଧ ଯେ ସେମାନେ ପ୍ରଥମେ ଆଇନର ପ୍ରାବଧାନ ସମ୍ପର୍କରେ ସବିଶେଷ ସୂଚନା ନିଅନ୍ତୁ । ଅନେକ ବିଚାରବିମର୍ଷ ପରେ କୃଷି ଆଇନରେ ଏହି ସଂସ୍କରଣ କରାଯାଇଛି । ଯଦି ତଥାପି ଆଇନ ସହ ଚାଷୀଙ୍କର ସମସ୍ୟା ଅଛି ତେବେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବାରେ କୌଣସି ଦ୍ୱିଧା ନାହିଁ । ଆମେ ଚାଷୀଙ୍କ ସହ ଦୃଢ ଭାବେ ଠିଆ ହେବା ପାଇଁ ପ୍ରସ୍ତୁତ ଅଛୁ । ଆସନ୍ତାକାଲି ବୈଠକରେ ପୁଣି ଥରେ ଏମଏସପି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବ ।


ଏକ ସମାଧାନ ମିଳିବା ନେଇ ଆମେ ଆଶାବାଦୀ ଅଛୁ । ଅନ୍ୟପକ୍ଷରେ ଚାଷୀ ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି । ସରକାର ଆନ୍ଦୋଳନର ଦାବି ନମାନିଲେ ପରିସ୍ଥିତି ଅଣାୟତ୍ତ ହେବ । ମନ୍ତ୍ରୀ କିମ୍ୱା ସରକାରଙ୍କ ଉଚ୍ଚ ପଦାଧିକାରୀ ନୁହେଁ ବରଂ ଆମେ ମୋଦିଙ୍କ ସହ ସିଧାସଳଖ ଭାବେ ଆଲୋଚନା ଚାହୁଁଛୁ ବୋଲି ଚାଷୀ ସଙ୍ଗଠନ ସ୍ପଷ୍ଟ କରିଛି ।

କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଜାଗା ବୁଲି ଦେଖିଲେ ବିଶେଷଜ୍ଞ ଟିମ୍
ବରଗଡ଼:- ଆଜି ଭୁବନେଶ୍ୱରରୁ ଆସିଥିବା ଏକ ବିଶେଷଜ୍ଞ ଟିମ୍ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ନିର୍ମାଣ ହେବାକୁ ଥିବା କ୍ୟାନସର ହସ୍ପିଟାଲ ସ୍ଥାନ କୁ ବୁଲି ଦେଖିଥିଲେ। ଏହା ସହିତ ଜିଲ୍ଲାର ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ସହ ବୈଠକ ରେ ଏଥିପାଇଁ ପ୍ରସ୍ତୁତ ହୋଇଥିବା ପ୍ଲାନ୍ ଡିଜାଇନ୍,ଏଷ୍ଟିମେଟ ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷଜ୍ଞ ଟିମ୍ ସହ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here