କେନ୍ଦ୍ର ସରକାର ବନାମ କୃଷକଙ୍କ ସଂଗ୍ରାମ:
ଦିଲ୍ଲୀ-ହରିୟାଣା ସୀମାରେ ୫ମ ଦିନରେ ଚାଷୀ ଆନ୍ଦୋଳନ; କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ ପରେ ଆଜି କରିବେ ଦିଲ୍ଲୀ ଜାମ
କୃଷକ ଆଇନକୁ ବିରୋଧ କରି ଦୁଇମାସ ଧରି ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ଏବେ ଦିଲ୍ଲୀରେ ଆସି ପହଂଚିଛି । କୃଷକମାନେ ଗତ ୪ ଦିନ ଧରି ଦିଲ୍ଲୀ-ହରିୟାଣା ସୀମାରେ ରାଜରାସ୍ତାରେ ଆନ୍ଦୋଳନ କରିଛନ୍ତି । ଜନ୍ତର ମନ୍ତରରେ ଧାରଣା ଦେବାକୁ ସେମାନେ ଜିଦ ଧରି ବସିଛନ୍ତି ।
ଗତକାଲି ରାତିରେ ବିଜେପି ସଭାପକି ଜେ.ପି ନଡ୍ଡାଙ୍କ ଘରେ ଗତକାଲି ରାତିରେ ଉଚ୍ଚସ୍ଚରୀୟ ବୈଠକ ବସିଥିଲା । ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂ, ନରେନ୍ଦ୍ର ସିଂ ତୋମାର ସାମିଲ ହୋଇଥିଲେ । ବୈଠକ ପ୍ରାୟ ୨ ଘଂଟା ଧରି ଚାଲିଥିଲା । ସେପଟେ ଦାବି ପୂରଣ ନ ହେଲେ ଚାଷୀ ଦିଲ୍ଲୀ ଜାମ କରିବାକୁ ଚେତାବନୀ ଦେଇଛନ୍ତି । ଆନ୍ଦୋଳନ କରୁଥିବା ଚାଷୀ ବୁରାଡି ଯିବାକୁ ମନା କରି ଦେଇଛନ୍ତି । ସେମାନଙ୍କ କହିବା କଥା ହେଉଛି, ବୁରାଡି ହେଉଛି ଏକ ମୁକ୍ତ ଜେଲ ।
ଚାଷୀ ସଂଗଠନ ଭାରତୀୟ କିଷାନ ୟୁନିଅନ୍ କ୍ରାନ୍ତିକାରୀ ପଂଜାବର ରାଜ୍ୟ ଅଧ୍ୟକ୍ଷ ସୁରଜିତ ସିଂହ ଫୁଲେ କହିଛନ୍ତି, ଆଲୋଚନା ପାଇଁ ରଖାଯାଇଥିବା ସର୍ତ ଚାଷୀଙ୍କ ପାଇଁ ଅପମାନ । ଆମେ ବୁରାଡି କେବେ ବି ଯିବୁ ନାହିଁ, ବୁରାଡି ଓପନ ପାର୍କ ନୁହେଁ ବରଂ ଏକ ଓପନ ଜେଲ । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଯନ୍ତରମନ୍ତର ନେବା ନାଁରେ ବୁରାଡି ପଡିଆକୁ ନେଇ ବନ୍ଦ କରିଦିଆଯିବ ବୋଲି ସୂଚନା ମିଳିଛି । ବୁରାଡି ଜେଲ ଯିବା ଅପେକ୍ଷା ଚାଷୀମାନେ ଦିଲ୍ଲୀର ପାଂଚଟି ପ୍ରବେଶ ପଥକୁ ଅବରୋଧ କରାଯିବ । ସେମାନଙ୍କ ପାଖରେ ୪ ମାସରେ ରାସନ ରହିଛି, ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ସୁରଜିତ ସିଂହଫୁଲେ କହିଛନ୍ତି ।
ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୃଷକମାନଙ୍କ ସମସ୍ତ ଦାବି ନେଇ ଆସନ୍ତା ଡିସେମ୍ବର ୩ପୂର୍ବରୁ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ । ଏହା ସହ ବୁରାଡି ମୈଦାନକୁ ସମସ୍ତ ଆନ୍ଦୋଳନକାରୀ ଯିବା ପର ଦିନ ସରକାର ସେମାନଙ୍କ ସହ ଆଲୋଚନା କରିବେ ବୋଲି ଶାହା କହିଥିଲେ । ତେବେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତ କୃଷକ ସଂଗଠନ ।
କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଆନ୍ଦୋଳନରତ ଚାଷୀ: କହିଲେ ବୁରାଡି ଏକ ମୁକ୍ତ ଜେଲ,ପାଲଟା ସରକାରଙ୍କୁ ପ୍ରଶ୍ନ କଲେ କିଏ ମାଗିଥିଲା କୃଷି ବିଲ ?

ଡିସେମ୍ବର ପାଇଁ ଆସିଲା ରାଜ୍ୟ ସରକାରଙ୍କ କୋରୋନା ଗାଇଡ୍ଲାଇନ ।
ଡିସେମ୍ବର ୩୧ ଯାଏ କଣ୍ଟେନ୍ମେଣ୍ଟ ଜୋନ୍ରେ ଜାରି ରହିବ ଲକ୍ଡାଉନ । ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ମେଡିକାଲ କଲେଜ । ଧାର୍ମିକ ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବ ସ୍ଥାନୀୟ ପ୍ରଶାସନ
ବିବାହ ଉତ୍ସବରେ ଶୋଭାଯାତ୍ରା ମନା, ୨୦୦ରୁ ଅଧିକ ଲୋକ ଏକାଠି ହେବେନି । ଡିସେମ୍ବର ହେବାକୁ ଥିବା ତୋଷାଳୀ ମେଳା, ଶିଶିର ସରସ ମେଳା ଏଥର ବନ୍ଦ । ଅଙ୍ଗନବାଡ଼ି କେନ୍ଦ୍ର, ସିନେମା ହଲ୍, ଥିଏଟର, ସୁଇମିଂ ପୁଲ୍ ବନ୍ଦ । ଅନ୍ଲାଇନ୍ ପାଠପଢ଼ା ଓ ପରୀକ୍ଷା ପାଇଁ ଲାଗୁ ହେବନି କଟକଣା
ରାଜ୍ୟରେ ଦିଆଯିବ କୋରୋନା ଟିକା ।
ଏଥିପାଇଁ ୮ ହଜାର ୩ ଶହ ଟିକାକରଣ କର୍ମୀ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ସହ ବୈଠକ ପରେ ରାଜ୍ୟ ସରକାରଙ୍କ ସୂଚନା । କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ସହ ହୋଇଛି ଆଲୋଚନା । ରାଜ୍ୟର କୋଭିଡ ସ୍ଥିତି ଓ ଟିକା ଆବଶ୍ୟକତା ନେଇ ଆଲୋଚନା
ରାଜ୍ୟରେ ଟିକାର ସଂରକ୍ଷଣ ଓ ପରିବହନ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା । ସ୍ବାସ୍ଥ୍ୟକର୍ମୀ, ବୟସ୍କ, ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ପ୍ରଥମେ ମିଳିବ ଟିକା । ଜିଲ୍ଲା ଓ ବ୍ଲକ୍ ସ୍ତରରେ ଏଥିପାଇଁ ଗଠନ ହୋଇଛି କମିଟି । ତଦାରଖ ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଷ୍ଟିଅରିଂ କମିଟି ଗଠିତ
ଖରିଫ ଧାନ ସଂଗ୍ରହ ନେଇ ଅଧିକାରୀମାନଙ୍କୁ ସମବାୟ ମନ୍ତ୍ରୀଙ୍କ ନିର୍ଦେଶ । ଧାନ ସଂଗ୍ରହ ତ୍ବରାନ୍ବିତ କର, ପ୍ରକ୍ରିୟାରେ ସ୍ବଚ୍ଛତା ରଖ |
ଆଜି ସୁଦ୍ଧା ୧୧ ଜିଲ୍ଲାରେ ସଂଗ୍ରହ ହୋଇଛି ୨.୩୮ ଲକ୍ଷ ଟନ୍ ଧାନ । ଗତବର୍ଷର ସ୍ଥିତି ତୁଳନାରେ ଏହା ୮୫% ଅଧିକ ହୋଇଥିବା ସୂଚନା । ଏବର୍ଷ ଏଯାଏ ଧାନ ବିକିଲେଣି ୩୫ ହଜାର ୭୮୯ ଜଣ ଚାଷୀ । ବରଗଡ଼ରେ ସର୍ବାଧିକ ୧,୪୨,୧୨୨ ଟନ୍ ଧାନ ସଂଗ୍ରହ ହୋଇଛି |

ପରୀ ହତ୍ୟା ମାମଲା, ନୟାଗଡ଼ ଯଦୁପୁର ଗାଁ ଅଭିମୁଖେ SIT । SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଯାଇଛି ଟିମ୍ । ପରୀଙ୍କ ବାପା-ମାଆଙ୍କୁ ପଚରାଉଚରା ସହ ପାରିପାର୍ଶ୍ବିକ ସ୍ଥିତି ସମୀକ୍ଷା କରିବ ଟିମ୍ |
୧୫ ଡିଗ୍ରୀ ତଳେ ରାଜ୍ୟର ୧୫ଟି ସହରର ତାପମାତ୍ରା
। ୮.୮ ଡିଗ୍ରୀ ସହ ସୋନପୁର ଆଜିର ଶୀତଳ ସହର ଦାରିଙ୍ଗବାଡ଼ି ୯,
ଫୁଲବାଣୀ ୯.୮,
ଅନୁଗୁଳ ୧୦,
ବାରିପଦା ୧୨,
ଭବାନୀପାଟଣା ୧୨,
କୋରାପୁଟ ୧୨.୪,
କେନ୍ଦୁଝର ୧୨.୪,
ଝାରସୁଗୁଡ଼ା ୧୩.୨,
ସୁନ୍ଦରଗଡ଼ ୧୪,
ତାଳଚେର ୧୪,
ବୌଦ୍ଧ ୧୪,
ବଲାଙ୍ଗିରରେ ବି ୧୪ ଡିଗ୍ରୀ ତାପମାତ୍ରା,
କଟକ ୧୪.୫,
ଚାନ୍ଦବାଲି ୧୪.୮ ଓ
ଭୁବନେଶ୍ବରର ତାପମାତ୍ରା ୧୫.୪ ଡିଗ୍ରୀ |
ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ । ଆକାଶ ପାଠକଙ୍କ ଆକାଉଣ୍ଟରେ ଅର୍ଥ ଜମା ନେଇ ଛାନ୍ଭିନ୍ ଜାରି । କିଛି ବ୍ୟାଙ୍କ କର୍ମଚାରୀଙ୍କୁ ନେଇ ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ୍ |
IPL ଢାଞ୍ଚାରେ ଓଡ଼ିଶାରେ OCA ଆୟୋଜନ କରିବ OCL ଟି-୨୦ । ଓଡ଼ିଶା କ୍ରିକେଟ ସଂଘ-OCA ବୈଠକରେ ହେଲା ନିଷ୍ପତ୍ତି । ଓସିଏଲ୍ର ସବୁ ମ୍ୟାଚ୍ ବାରବାଟୀରେ ଓ ଫ୍ଲଡ୍ ଲାଇଟରେ ଖେଳାଯିବ । IPL ଓ ବିଶ୍ବକପ ପରିଚାଳନା ସଂସ୍ଥା TCM ସ୍ପୋର୍ଟ୍ସକୁ ଦିଆଗଲା ଦାୟିତ୍ବ ।
ପ୍ରତିଭାବାନ କ୍ରିକେଟର ବାଛିବା ପାଇଁ ଆୟୋଜିତ ହେବ ଟୁର୍ଣ୍ଣାମେଣ୍ଟ । ୮୪ ଜଣ କ୍ରିକେଟରଙ୍କୁ ନେଇ ଗଠନ ହେବ ୬ଟି ଟିମ୍ । OCL ପୂର୍ବରୁ ୧୬୮ ଖେଳାଳିଙ୍କୁ ନେଇ ଡିସେମ୍ବର ୫ରୁ ହେବ ଟ୍ରାଏଲ ମ୍ୟାଚ |
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ । ବାସାଗୁଡା ନିକଟରେ ଏକ ମାଲବାହୀ ଗାଡିକୁ ଉଡ଼ାଇଲେ ମାଓବାଦୀ । ଗୁରୁତର ଅବସ୍ଥାରେ ୨ ଜଣ ବିଜାପୁର ମେଡିକାଲରେ ଭର୍ତ୍ତି । ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର । ବିଜାପୁର SP କୋମଲୋଚନ କଶ୍ୟପଙ୍କ ସୂଚନା |
ଆଜି ରାଜ୍ୟରେ ୩୭୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୨୧୯ ଓ ସ୍ଥାନୀୟ ଅଞ୍ଚଳରୁ ୧୫୯ ଆକ୍ରାନ୍ତ ଚିହ୍ନଟ । ଅନୁଗୁଳରୁ ସର୍ବାଧିକ ୩୮ ଆକ୍ରାନ୍ତ ଚିହ୍ନଟ |
ଭୁବନେଶ୍ବରରେ କୋଭିଡ ନିୟମ ଭାଙ୍ଗିବାରୁ ବନ୍ଦ ହେଲା ଶିଶୁମନ୍ଦିର । ଚିନ୍ତାମଣିଶ୍ବରରେ ସାଇ ସରସ୍ବତୀ ବିଦ୍ୟା ମନ୍ଦିରକୁ ବନ୍ଦ କଲା BMC । ନିୟମ ଭାଙ୍ଗି ସ୍କୁଲ ଖୋଲିବା ସହ ନବମ ଶ୍ରେଣୀର ପରୀକ୍ଷା କରୁଥିଲେ କର୍ତ୍ତୃପକ୍ଷ |
ଜାନୁଆରୀ ପ୍ରଥମ ସପ୍ତାହରେ ହୀରାକୁଦ ଡ୍ୟାମରେ ହେବ ପକ୍ଷୀ ଗଣନା । ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀଙ୍କ ସୁରକ୍ଷା ପାଇଁ ୪ଟି ଟିମ୍ ଗଠନ । ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ।
ପକ୍ଷୀଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ ୩୦ କର୍ମଚାରୀ । ବୋଟ୍ ସାହାଯ୍ୟରେ ହୀରାକୁଦ ନଦୀବନ୍ଧ ଅଞ୍ଚଳରେ ହେବ ପାଟ୍ରୋଲିଂ ।