Home କୁହ ସରକାର PUBLIC QUESTION : ଶିଳ୍ପ ବିଭାଗ ଟା ରହିବ କାହିଁକି, କଣ ଖାଲି ଦରମା ନେବାକୁ...

PUBLIC QUESTION : ଶିଳ୍ପ ବିଭାଗ ଟା ରହିବ କାହିଁକି, କଣ ଖାଲି ଦରମା ନେବାକୁ ?

109
0

PUBLIC QUESTIONS

ଶିଳ୍ପ ବିଭାଗ ଟା ରହିବ କାହିଁକି,
କଣ ଖାଲି ଦରମା ନେବାକୁ ?

ଇଲେକସନ୍ ପୂର୍ବରୁ ପା ଆମେ କହିଥିଲେ,
ବାବୁ ଆମେ ତୁମକୁ ଭୋଟ୍ ଦେବୁ,
ତମେ ଆମପାଇଁ
25 ହଜାର ଛୋଟ ବଡ ଶିଳ୍ପ କରିବ

ଦୁଇ ବର୍ଷ ପୁରିବାକୁ ବସିଲାଣି

ୟା ଭିତରେ 25 ଟା ତ ହେବା କଥା
ସେ କୁଟୀର ଶିଳ୍ପ ହେଉ ପଛେ

ଆମେ ଚାହା ତ ବାହାରୁ କିଣିବା
ଚପଲ ବି ବାହାରୁ କିଣିବା
ଚୋକଡ ବି ବାହାରୁ କିଣିବା
ଚଣା ବି ବାହାରୁ କିଣିବା
ଚିନି ବି ବାହାରୁ କିଣିବା
କୁକୁର ଚେନ୍ ବି ବାହାରୁ କିଣିବା
ଚାବି ବି ବାହାରୁ କିଣିବା
ଚେସ୍ ବୋର୍ଡ ବି ବାହାରୁ କିଣିବା
ଚାଖୁ ପନିକି ବି ବାହାରୁ କିଣିବା
ଜୋତା ପଲିସି ଚେରି ବି ବାହାରୁ କିଣିବା
ଚାମତ ଚଟୁ ବି ବାହାରୁ କିଣିବା
ସଦାବିହାରୀ ପାତାଳଗରୁଡ ଶଂକର ହାତିଆ ଘାସ ଚାରା ବି ବାହାରୁ କିଣିବା
ଚାଲୁଣି ବି ବାହାରୁ କିଣିବା
ଚକୁଳି ପିଠା ବି କେ ଏଫ୍ ସି ରୁ କିଣିବା
ଚାଉମିନ୍ ବି ବାହାରୁ କିଣିବା

ସରକାର ନାହିରେ ଜଡାତେଲ ପକେଇ କୋଡିଏ ବର୍ଷ ଶୋଇଲା ପରେ ବି ଆଉ ଛ ମାସ ଶୋଇବ

କଣ ଟିକେ ସହଯୋଗ କଲେ ଲୋକେ ଏ ସବୁ ଛୋଟମୋଟ ଉଦ୍ୟୋଗ କରିପାରିବେ, ସରକାର ସେତେକ ବି କରିବ ନି,

ତାହେଲେ ଶିଳ୍ପ ବିଭାଗ ଟା ରହିବ କାହିଁକି,
କଣ ଖାଲି ଦରମା ନେବାକୁ ?

ୟା ଭିତରେ ଓଡିଶାରେ
କେଇଟା ଶିଳ୍ପ
କେଉଁଠି ବସିଲା
ସେଗୁଡା କେଉଁମାନେ ବସେଇଲେ
ସେଥିରେ କେତେ ଲୋକ ଚାକିରୀ କଲେ
ଦାଦନ କେତେ କମିଲା

ତାର ଗୋଟାଏ ହିସାବ
ମୃଖ୍ଯ ଶାସନ ସଚିବ କିମ୍ବା 5 T ସଚୀବ ପାଣ୍ଡିଆନ୍ ବାବୁ
ଦିଅନ୍ତୁ ଓଡିଶାବାସୀଂକୁ

LEAVE A REPLY

Please enter your comment!
Please enter your name here