Home କବିତା କଏ ହଜେଇଲା ସିନ୍ଧୁ ନଦୀ କି !

କଏ ହଜେଇଲା ସିନ୍ଧୁ ନଦୀ କି !

61
0

କଏ ହଜେଇଲା ସିନ୍ଧୁ ନଦୀ କି !

ଗଙ୍ଗା ସିନ୍ଧୁ ସରସ୍ୱତୀ ଚ
ଯମୁନା ଗୋଦାବରୀ ନର୍ମଦା
କାବେରୀ ସରଜୁ ମହେନ୍ଦ୍ରତନୟା
ଚର୍ମମ୍ୱତୀ ବେଦୀକା
କ୍ଷିପ୍ରା ବେତ୍ରବତୀ ମହାସୁରନଦୀ
ଖ୍ଯାତା ଜୟା ଗଣ୍ଡକି
ପୁର୍ଣ୍ଣଃପୁର୍ଣ୍ଣା ଜଳୌଃ ସମୁଦ୍ର ସହିତାଃ
କୁର୍ବନ୍ତୁ ମେ ମଙ୍ଗଳମ୍ ।।

ଏତେକ ନଦ ନଦୀର ପବିତ୍ର ପଣତରେ (ଅବବାହିକାରେ ) ଅବସ୍ଥିତ ଦେଶ ବା ରାଜ୍ଯମାନଙ୍କୁ ନେଇ ଗଠିତ ହୋଇଥିଲା ମୋ ଭାରତବର୍ଷ ।
କାହିଁକି ଆମେ ଭାଙ୍ଗି ଖଣ୍ଡ ଖଣ୍ଡ କରିଦେଲୁ ଆମ ଅଖଣ୍ଡ ଭାରତବର୍ଷକୁ ?

ମୋତେ ମୋ ଶ୍ରୀକୃଷ୍ଣଙ୍କ ଭାରତବର୍ଷ ଦରକାର । କିଏ ମୋତେ ଫେରେଇ ଦେଇପାରିବ ମୋର ସେହି ଅତିପ୍ରିୟ ସ୍ୱର୍ଣପ୍ରସୂ ପରମ ପବିତ୍ର ଭାରତବର୍ଷ ?
ମୋ ଶ୍ରୀକୃଷ୍ଣଙ୍କ ଭାରତବର୍ଷ ।

୧୯୪୭ ରେ କିଏ ପୋତିଦେଲା ତାର ବାଡ ମୋ ପ୍ରିୟ ଭାରତ ଛାତିରେ ?

ସେହି ଦିନଠାରୁ ଭାରତ ଲଢୁଛି ଭାରତ ସହିତ,
ବିଶ୍ୱ ମାରୁଛି ତାଳି;
ଭାରତ ମାତାର ଗୋଟିଏ ସନ୍ତାନ ଆରକୁ ଦେଉଛି ଗାଳି ।
ବାଡ ଖଣ୍ଡେ ପାଇଁ ନିଇତି ବହୁଚି ରକତ ଝରଣା ହୋଇ,
ଜନ୍ମ ନିଅ ଆଉ ଥରେ ହେ ଶ୍ରୀକୃଷ୍ଣ , ଆଉ ସହି ନ ହୁଅଇ ।
କେତେଦିନ ଆଉ ଲଢୁଥିବ ଏଠି ଭାଇ ସଙ୍ଗେ ଗୋଟେ ଭାଇ !

ଭାରତେ ଜନମି ଛୁଇଁ ପାରୁନାହିଁ ପବିତ୍ର ସିନ୍ଧୁ ସଲିଳ
ଭାଇକୁ ଭାଇରେ ଲଢାଉଛି ବିଶ୍ୱ
କରିବାକୁ ଶୀରିହୀନ ।

  • ଲକ୍ଷ୍ମୀଧର ନାୟକ

LEAVE A REPLY

Please enter your comment!
Please enter your name here