Home ୨୪ ଘଣ୍ଟା ୨୪ ଖବର ୨୪ ଘଣ୍ଟା ୨୪ ଖବର

୨୪ ଘଣ୍ଟା ୨୪ ଖବର

22
0

୨୫ ନଭେମ୍ବର ୨୦୨୦, ବର୍ଷର ୩୩୦ତମ ଦିବସ, ୪୮ତମ ବୁଧବାର

୧) ଆର୍କଟିକ୍ ବରଫ ତରଳିବାକୁ ନେଇ ବୈଜ୍ଞାନିକଙ୍କ ବଡ଼ ଚେତାବନୀ, କହିଲେ- ଆସିପାରେ କରୋନାଠୁ ବି ବଡ଼ ସଙ୍କଟ।

୨) କାର୍ତ୍ତିକ ପୂର୍ଣ୍ଣିମା ଦିନ ଲାଗିବ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ପୂର୍ଣ୍ଣିମା ତିଥିର ଆରମ୍ଭ ନଭେମ୍ବର ୨୯ ରେ ଅପରାହ୍ନ ୧୨ଟା ୪୭ରୁ ଆରମ୍ଭ ହୋଇ ନଭେମ୍ବର ୩୦ ରେ ଅପରାହ୍ନ ୨ଟା ୫୯ ପର୍ଯ୍ୟନ୍ତ ରହିବ।

୩) ବହୁ ଦିନର ଅପେକ୍ଷା ପରେ କରୋନାକୁ ନେଇ ଆସିଲା ଖୁସି ଖବର: ଖୁବ୍‌ ଶିଘ୍ର ଭାରତକୁ ମିଳିବ ଅକ୍ସଫୋର୍ଡ ଟିକା, ୪୫ ଦିନ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିବ ଅନୁମତି ।

୪) ଅସହ୍ୟ ଜାଡରେ ଥରୁଛି ଓଡ଼ିଶା, ୧୫ ଡିଗ୍ରୀ ତଳେ ୧୨ଟି ସହରରେ ସର୍ବନିମ୍ନ ତାପମାତ୍ରା।

୫) ଭୀଷଣ ବାତ୍ୟା ରୂପ ନେଇ ମାଡ଼ିଆସୁଛି ‘ନିଭାର’, ରାଜ୍ୟରେ ପଡ଼ିବନି ପ୍ରଭାବ।

୬) ଇଣ୍ଟନ୍ୟାସନାଲ୍‌ ଏମି ଆୱାର୍ଡ: ୱେବ୍‌ ସିରିଜ୍‌ ‘ଦିଲ୍ଲୀ କ୍ରାଇମ୍’କୁ ମିଳିଲା ଶ୍ରେଷ୍ଠ ଡ୍ରାମା ସିରିଜ୍‌ ଆୱାର୍ଡ।

୭) କାଲି ଲ୍ୟାଣ୍ଡଫଲ କରିବ ବାତ୍ୟା ‘ନିଭାର’: ଜାରି ହେଲା ଆଲର୍ଟ, ବସ-ଟ୍ରେନ୍‌ ବାତିଲ।

୮) ବାଇଡେନ୍ ଦୁର୍ବଳ, ଚୀନ୍ ବିରୋଧରେ ଆରମ୍ଭ କରିପାରନ୍ତି ଯୁଦ୍ଧ।

୯) ଡବ୍ଲ୍ୟୁଏଚ୍‌ଓର ସତର୍କବାଣୀ: ଦ୍ୱିତୀୟ ଲହରିରେ ଘାଣ୍ଟି ହେଉଛି ୟୁରୋପ, ୨୦୨୧ରୁ ଆରମ୍ଭ ହେବ ତୃତୀୟ ଲହରି।

୧୦) ବିଶ୍ୱ ମତ୍ସ୍ୟ ଦିବସରେ ଓଡିଶାକୁ ସମ୍ମାନିତ କଲେ କେନ୍ଦ୍ର ସରକାର, ୨୦ ବର୍ଷ ଭିତରେ ଦୁଇ ଗୁଣା ବଢିଛି ମଧୁର ମାଛ ଚାଷ।

୧୧) ଥଣ୍ଡା, କାଶ, ଜ୍ଵର ପୀଡ଼ିତ ସାବଧାନ! ଡାକ୍ତରୀ ପରାମର୍ଶ ବିନା ଔଷଧ ନେଲେ ତଥ୍ୟ ପାଇଯିବ ସ୍ଵାସ୍ଥ୍ୟ ବିଭାଗ।

୧୨) ଜୀବନସାଥୀ ଚୟନ କରିବା ସମସ୍ତଙ୍କ ଅଧିକାର, ସରକାର କରିପାରିବେନି ହସ୍ତକ୍ଷେପ: ଆହ୍ଲାବାଦ ହାଇକୋର୍ଟ।

୧୩) ତୁରନ୍ତ କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ଫେରାଇବାକୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ।

୧୪) ବୈଜ୍ଞାନିକଙ୍କ ନୂଆ ଅନୁସନ୍ଧାନ: ଏଲିଅନଙ୍କ ଦ୍ୱାରା ଅନ୍ତରୀକ୍ଷରୁ ମିଳିଛି ସିଗ୍ନାଲ।

୧୫) ସୋସିଆଲ ମିଡିଆ ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ: ବିନାନୁମତିରେ ଆପତ୍ତିଜନକ ଫଟୋ ମହିଳାଙ୍କ ଶାଳୀନତା ପ୍ରତି ଅପମାନ।

୧୬) ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସର ସଫଳ ପରୀକ୍ଷଣ କଲା ଭାରତ।

୧୭) ‘୮୦ ବର୍ଷ ହେଲାଣି ଆଜୀବନ ମାମଲାର ଜଲଦି ଶୁଣାଣି କର’, ଆଶାରାମଙ୍କ ଏହି ଅପିଲକୁ ସ୍ୱୀକାର କଲେ କୋର୍ଟ।

୧୮) ଚକ୍ଷୁ ବିଶେଷଜ୍ଞ କଲେ ସତର୍କ : କରୋନା ସଂକ୍ରମିତଙ୍କ ଠାରେ ଦେଖାଯାଉଛି ଗଭୀର ଚକ୍ଷୁ ସମସ୍ୟା, ହରାଉଛନ୍ତି ଦୃଷ୍ଟି ଶକ୍ତି।

୧୯) ସାରା ଦେଶରେ ୪୦୦ ଟଙ୍କାରେ RTPCR ଟେଷ୍ଟ କରିବା ନେଇ ସମସ୍ତ ରାଜ୍ୟକୁ ଜବାବତଲବ କଲେ ସୁପ୍ରିମକୋର୍ଟ।

୨୦) ଡିସେମ୍ବର ତୃତୀୟ ସପ୍ତାହ ପୂର୍ବରୁ ଖୋଲିପାରେ ଶ୍ରୀମନ୍ଦିର: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

୨୧) ଭାରତର ଡିଜିଟାଲ ଷ୍ଟ୍ରାଇକ୍‌ , ୫ମାସ ଭିତରେ ବ୍ୟାନ୍‌ ହେଲାଣି ୨୬୭ ଆପ୍।

୨୨) ବାତ୍ୟା ‘ନିବାର’ ପ୍ରଭାବରେ ତାମିଲନାଡୁ-ଆନ୍ଧ୍ରପ୍ରଦେଶରେ ବର୍ଷା: ପୁଡୁଚେରୀରେ ରାତ୍ରକାଳୀନ କର୍ଫ୍ୟୁ ଜାରି।

୨୩) କରୋନା ଟିକା କରଣ ପାଇଁ ମୋଦି ନବୀନ ଆଲୋଚନା- ସ୍ୱାସ୍ଥ୍ୟକର୍ମୀ ଏବଂ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ପ୍ରଥମେ ମିଳିବ ଟିକା।

୨୪) କାର୍ତ୍ତିକ ପୂର୍ଣ୍ଣିମାରେ ସରକାରଙ୍କ କଟକଣା, ବନ୍ଦ ହେଲା ଡଙ୍ଗା ଭସା।

LEAVE A REPLY

Please enter your comment!
Please enter your name here