୨୩ ନଭେମ୍ବର ୨୦୨୦, ବର୍ଷର ୩୨୮ତମ ଦିବସ, ୪୭ତମ ରବିବାର
୧) ଶୀତ ବଢ଼ିବା ସହ ବଢ଼ୁଛି କରୋନା ସଂକ୍ରମଣ: ଟେଷ୍ଟିଂ ବଢ଼ାଇବାକୁ ରାଜ୍ୟକୁ କେନ୍ଦ୍ରର ପରାମର୍ଶ।
୨) ପ୍ରବଳ ଜାଡ଼ରେ ଥରୁଛି ଦିଲ୍ଲୀ, ୧୭ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା।
୩) ଅଁଳା ନବମୀ: ସାକ୍ଷୀଗୋପାଳ ମନ୍ଦିର ପରିସରରେ ମଧ୍ୟରାତ୍ରରୁ ୧୪୪ ଧାରା ଲାଗୁ।
୪) ପାକିସ୍ତାନର ଜେହାଦ୍ ବିଶ୍ୱବିଦ୍ୟାଳୟ: ନିଜ ଦେଶ ପାଇଁ ସୃଷ୍ଟି କରୁଛି ସମସ୍ୟା।
୫) ୨୦୦୦ ବର୍ଷ ତଳେ ଇଟାଲିରେ ଉଦ୍ଗୀରଣ ହୋଇଥିବା ଆଗ୍ନେୟଗିରି ପାଉଁଶରୁ ବାହାରିଲା ଦୁଇଜଣ ବ୍ୟକ୍ତିଙ୍କର ଦେହାବଶେଷ।
୬) ଏଣିକି ଅସ୍ତ୍ରୋପଚାର କରିବେ ଆୟୁର୍ବେଦିକ ଡାକ୍ତର: କାନ, ଆଖି, ଦାନ୍ତ, ଅସ୍ଥି ଶଲ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସାଧାରଣ ଅସ୍ତ୍ରୋପଚାର କରାଇବାକୁ ଆଇନସମ୍ମତ ଅନୁମତି।
୭) ଉତ୍ତରାଖଣ୍ଡ ସରକାରଙ୍କ ନୂଆ ସ୍କିମ୍: ଅନ୍ୟ ଧର୍ମରେ ବିବାହ କଲେ ମିଳିବ ୫୦ ହଜାର ପ୍ରୋତ୍ସାହନ ରାଶି।
୮) ୱେଲ ମାର୍କ ରୂପ ନେଲା ଲଘୁଚାପ, ଆଗାମୀ ୨୪ ଘଣ୍ଟାରେ ଅବପାତର ରୂପ ନେବା ସମ୍ଭାବନା।
୯) ଆଣ୍ଡାମାନ ସାଗରରେ ତ୍ରିପାକ୍ଷୀୟ ନୌସେନା ଯୁଦ୍ଧାଭ୍ୟାସ, ମିଳିତ ହୋଇଛନ୍ତି ଭାରତ ସମେତ ସିଙ୍ଗାପୁର ଓ ଥାଇଲ୍ୟାଣ୍ଡ ସେନା।
୧୦) ନିଷ୍ପତି ବଦଳାଇଲେ ସରକାର: ୧୫ରୁ କମ୍ ଛାତ୍ର ଥିବା ସ୍କୁଲ ହେବ ବନ୍ଦ।
୧୧) କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୧ ବାତିଲ, କରୋନା ପରିସ୍ଥିତି ସୁଧୁରିଲେ ନିଆଯିବ ନିଷ୍ପତ୍ତି।
୧୨) ରୁଷ: ମଦ ସରିଯିବାରୁ ସାନିଟାଇଜର ପିଇ ୭ ମୃତ।
୧୩) ରାଜ୍ୟର ଅନୁସୂଚିତ ଅଞ୍ଚଳରେ କୌଣସି ପିଲା ଶିକ୍ଷା ପାଇବାରୁ ବଞ୍ଚିତ ହେବେ ନାହିଁ – ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ।
୧୪) ଛତିଶଗଡରୁ ଓଡିଶା ଧାନ ଜବତ। ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକରୁ ଛତିଶଗଡର ଦେଓଭୋଗକୁ ଯାଉଥିଲା ଧାନ। ଟ୍ରାକ୍ଟର ସହ ଧାନକୁ ଜବତ କଲା ପୁଲିସ।
୧୫) ନୂଆପଡା: ମାଓ କ୍ୟାମ୍ପ ଧ୍ୱଂସ; ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ।
୧୬) କେରଳ ସରକାରଙ୍କ ନୂଆ ନିୟମ, ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କଲେ ପାଞ୍ଚ ବର୍ଷର ଜେଲଦଣ୍ଡ।
୧୭) ଟାଇମ ପତ୍ରିକାର ୨୦୨୦ ସର୍ବଶ୍ରେଷ୍ଠ ଆବିଷ୍କାର ତାଲିକାରେ ଭାରତର ଅର୍ଣ୍ଣବ କାପୁରଙ୍କ ଡିଭାଇସ।
୧୮) ଗୁଜରାଟ: ଦ୍ଵିତୀୟ ପର୍ଯ୍ୟାୟରେ ରୂପ ବଦଳାଉଛି କରୋନା, ଜଣକୁ ହେଲେ ପରିବାରର ସମସ୍ତେ ପଜିଟିଭ।
୧୯) ମଙ୍ଗଳରେ ଜନବସତି: କାଚ ଘରେ ରହିବେ ଲୋକେ।
୨୦) କାର୍ତ୍ତିକ ପୂର୍ଣ୍ଣିମାରେ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ।
୨୧) ଲର୍ଣ୍ଣର ଲାଇସେନ୍ସ ପାଇବା ପ୍ରଣାଳୀ ହେଲା ସହଜ, ରାଜ୍ୟ ସରକାରଙ୍କ ଦ୍ଵାରା ‘ସାରଥୀ’ ପୋର୍ଟାଲ୍ରେ ନୂତନ କାଗଜାତ ଦାଖଲ ସୁବିଧା ଆରମ୍ଭ। ଆବେଦନକାରୀମାନେ ଏବେ ସଡ଼କ ପରିବହନ କାର୍ଯ୍ୟାଳୟକୁ ନଯାଇ ସେମାନଙ୍କର କାଗଜାତ ‘ସାରଥୀ’ ପୋର୍ଟଲ୍ରେ ସହଜରେ ଦାଖଲ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୂଚନା।
୨୨) ଏବେ ଆତଙ୍କବାଦୀଙ୍କ ସାହାଯ୍ୟ ନେଉଛି ଚୀନ, ଦିଲ୍ଲୀରୁ ଗିରଫ ହୋଇଥିବା ଆତଙ୍କୀଙ୍କ ସୂଚନା।
୨୩) ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ସଫଳତା, ଜୈଶ-ଇ-ମହମ୍ମଦର ଜଣେ ଆତଙ୍କବାଦୀ ଗିରଫ।
୨୪) କଂଗ୍ରେସ ଏକ ଦୁର୍ବଳ ବିରୋଧୀ ଦଳ: ସିବଲ୍।