Home ସବୁ ଖବର ଧୈର୍ଯ୍ଯ ଓ ସାହସର ଅତୁଳନୀୟ ବ୍ଯକ୍ତିତ୍ୱ ଥିଲେ ବୈଷ୍ଣବ ବାବୁ

ଧୈର୍ଯ୍ଯ ଓ ସାହସର ଅତୁଳନୀୟ ବ୍ଯକ୍ତିତ୍ୱ ଥିଲେ ବୈଷ୍ଣବ ବାବୁ

162
0

ଭାଷା ଜନନୀର ସେବାପାଇଁ ମଧୁବାବୁଙ୍କପରି ବୈଷ୍ଣବ ବାବୁଙ୍କ ନାମ ମଧ୍ଯ କାଳ କାଳକୁ ସ୍ମରଣୀୟ ହୋଇ ରହିବ

ଧୈର୍ଯ୍ଯ ଓ ସାହସର ଅତୁଳନୀୟ ବ୍ଯକ୍ତିତ୍ୱ ଥିଲେ ବୈଷ୍ଣବ ବାବୁ । ବୃହତ୍ତର ସମାଜ କଲ୍ୟାଣ ସର୍ବଦା ତାଙ୍କର କର୍ମ ପ୍ରେରଣାର ଭିତ୍ତିଭୂମି ହେଉଥିଲା । ସେ ତାଙ୍କ ସ୍କୁଲ ଜୀବନରୁ ଶେଷ ନିଶ୍ୱାସ ପର୍ଯ୍ଯନ୍ତ , ଜୀବନରେ ଏପରି କୌଣସି କର୍ମ ଖସଡାକୁ ପ୍ରାଧାନ୍ଯ ଦେଇ ନାହାନ୍ତି, ଯାହା ବୃହତ୍ତର ସମାଜ ପାଇଁ କଲ୍ଯାଣକାରୀ ନୁହେଁ ।

ଓଡିଆ ଭାଷା ସୁରକ୍ଷା ଆନ୍ଦୋଳନ ତାଙ୍କ ଜୀବନର ଶେଷ ଆନ୍ଦୋଳନ ଥିଲା । ଓଡିଆ ଭାଷାର ଅସ୍ତିତ୍ୱ ସଙ୍କଟାପନ୍ନ ହେଉଥିବା ଅନୁଭବ କରି, ସେ ତାଙ୍କ ଜୀବନର ଶେଷ ସଂଗ୍ରାମର ସୂତ୍ରପାତ କରିଥିଲେ ।

ବିଜେଡିରେ ଥାଇ ମଧ୍ଯ ସେ ଏ ଆନ୍ଦୋଳନ ଆରମ୍ଭ କରିଥିଲେ, ସେ ହିଁ ବିଜେଡିର ଏକମାତ୍ର ନେତା ଥିଲେ , ଯିଏ ସୌହାର୍ଦ୍ଦପୂର୍ଣ୍ଣ ଭାବେ , ନୀର୍ଭିକତାର ସହ ନବୀନଙ୍କୁ ଭେଟି କହିପାରୁଥିଲେ –
‘ଓଡିଆ ଭାଷାପାଇଁ ରାଜ୍ଯ ଶାସନର ମୁଖ୍ଯଭାବେ ଆପଣଙ୍କୁ ଏ ସବୁ କାର୍ଯ୍ଯ କରିବାକୁ ହେବ । ‘

ସେ ତାଙ୍କର ଜୀବଦ୍ଦଶାରେ ଭାଷା ଆନ୍ଦୋଳନକୁ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚାଇ ଦେଇ ଯାଇଛନ୍ତି ମଧ୍ଯ ।

ନବୀନବାବୁ ବୈଷ୍ଣବବାବୁଙ୍କ ଏ ସ୍ପଷ୍ଟବାଦୀ ପ୍ରସ୍ତାବ ପ୍ରତି କୌଣସି ସମୟରେ ଅସୂୟା କିମ୍ୱା ଅସହିଷ୍ଣୁଭାବ ପ୍ରଦର୍ଶନ କରି ନାହାନ୍ତି, ତାହା ବୈଷ୍ଣବବାବୁଙ୍କ ବ୍ଯକ୍ତିତ୍ୱର ବିରଳତା, ସାହସ ଏବଂ ରାଜନୈତିକ କ୍ଷମତା ନିର୍ଲୋଭତାର ପ୍ରମାଣ ଦିଏ ।

ଭାଷା ଜନନୀର ସେବାପାଇଁ ମଧୁବାବୁଙ୍କପରି ବୈଷ୍ଣବ ବାବୁଙ୍କ ନାମ ମଧ୍ଯ କାଳ କାଳକୁ ସ୍ମରଣୀୟ ହୋଇ ରହିବ ।

ସେ ସମାଜପାଇଁ ସାର୍ଥକ ଜୀବନ ଜୀଇଛନ୍ତି ।
ତାଙ୍କର କୃତି ଓ କୀର୍ତ୍ତୀ ଲୋକ ସ୍ମୃତି ହେଉ,
ତାଙ୍କର ଜୀବନ ଗାଥା, ଲୋକ କଲ୍ଯାଣ ପ୍ରାପ୍ତ ହୋଇ କାଳ କାଳକୁ ଜାଜୁଲ୍ଯମାନ ହୋଇ ରହୁ ।

                   - ଲକ୍ଷ୍ମୀଧର ନାୟକ
                      ୨୨.୧୧.୨୦୧୮

LEAVE A REPLY

Please enter your comment!
Please enter your name here