୬. ମହନ୍ତ
ଆତ୍ମାର ସଙ୍ଗେ ଖେଳୁଥାନ୍ତି
ମନକୁ ନିଶ୍ଚଳେ ରଖନ୍ତି
ପର ଅପର ତାଙ୍କ ନାହିଁ
ସଙ୍ଗତେ ସର୍ବ ଲୋକ ରହି
ପଦ୍ମପତର ପାଣି ମତ
ମିଶି ନମିଶି ରହେ ଚିତ୍ତ
ସ୍ୱଧର୍ମ ସ୍ୱକର୍ମ କରନ୍ତି
ସୁଶୀଳ ଶୁଦ୍ଧ ତାଙ୍କ ମତି
ଆନନ୍ଦ ସର୍ବଦା ଶରୀରେ
ପରମାନନ୍ଦରେ ବିହରେ
ଜୀବର ସୁଖ ମନେ ଚିନ୍ତି
ସର୍ବ ମଙ୍ଗଳ ସଙ୍କଳ୍ପନ୍ତି
ବ୍ରଜ ଗୋପାଳ ଏହା ଧର
ଅଚ୍ଯୁତ ଆଜ୍ଞା କର ସାର
- ମହାପୁରୁଷ ଅଚ୍ଯୁତାନନ୍ଦ