Home ସବୁ ଖବର କିଟ୍ କୁ ଟାଇମସ ‘ଆୱାର୍ଡସ ଏସିଆ’ ୨୦୨୦ ପୁରସ୍କାର

କିଟ୍ କୁ ଟାଇମସ ‘ଆୱାର୍ଡସ ଏସିଆ’ ୨୦୨୦ ପୁରସ୍କାର

43
0

ବିଶ୍ୱସ୍ତରରେ କିଟ୍ ବିଶ୍ଵବିଦ୍ୟାଳୟକୁ ମିଳିଛି ଆଉ ଏକ ସମ୍ମାନଜନକ ପୁରସ୍କାର।

ମଙ୍ଗଳବାର ଟାଇମସ ହାଇଅର ଏଜୁକେସନ ପକ୍ଷରୁ ‘ଆୱାର୍ଡସ ଏସିଆ ୨୦୨୦ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ସମଗ୍ର ଏସିଆରେ ଏକମାତ୍ର ଅନୁଷ୍ଠାନ ଭାବେ କିଟ୍ ବିଶ୍ୱବିଦ୍ୟାଳୟ ଏହି ଗୌରବର ଅଧିକାରୀ ହୋଇଛି।

କିଟ୍ ବିଶ୍ଵବିଦ୍ୟାଳୟକୁ ବର୍ଷର ‘ଶ୍ରେଷ୍ଠ କାର୍ଯ୍ୟସ୍ଥଳ’ (ୱାର୍କପ୍ଲେସ ଅଫ ଦି ଇଅର) ମାନ୍ୟତା ଦେଇଛି ଟାଇମସ ହାଇଅର ଏଜୁକେସନ। ଚଳିତ ବର୍ଷ ଚୟନ କରାଯାଇଥିବା ‘ୱାର୍କପ୍ଲେସ ଅଫ ଦି ଇଅର’ କାଟେଗୋରୀରେ ସମଗ୍ର ଏସିଆ ମହାଦେଶରେ ଭାରତରୁ କିଟ୍ କେବଳ ଓ ଏକମାତ୍ର ଅନୁଷ୍ଠାନ ଭାବେ ମନୋନୀତ ହୋଇଛି।

ଖବରରେ ଖୁସି ବ୍ୟକ୍ତ କରି କିଟର ସମସ୍ତ କର୍ମଚାରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ଏହାର ଶ୍ରେୟ ପ୍ରତିଷ୍ଠାତା ଅଚ୍ୟୁତ ସମନ୍ତଙ୍କୁ ଦେଇଛନ୍ତି। ଶ୍ରୀ ସାମନ୍ତଙ୍କ ଦୂରଦୃଷ୍ଟି ଯୋଗୁଁ ଏହା ସମ୍ଭବ ହୋଇ ପାରିଛି ବୋଲି କର୍ମଚାରୀ ଓ ଛାତ୍ରଛାତ୍ରୀ କହିଛନ୍ତି।

Dr Achyut Samanta, founder KIIT

କିଟ୍ ପ୍ରତିଷ୍ଠା ହେବା ଦିନଠାରୁ କିଟରେ ଅଧ୍ୟାପକ ଓ କର୍ମଚାରୀଙ୍କୁ ସ୍ଵାଧୀନ ଭାବେ କାର୍ଯ୍ୟ ସମ୍ପାଦନା କରିବାର ପରମ୍ପରା ସୃଷ୍ଟି କରାଯାଇଛି। ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏଠାରେ ଉଭୟ ଅଧ୍ୟାପକ ଓ ପ୍ରଶାସନିକ କର୍ମଚାରୀମାନଙ୍କୁ ସେମାନଙ୍କ ଆର୍ଥିକ ଓ ପ୍ରଶାସନିକ ଦାୟିତ୍ୱ ନିର୍ବାହ କାର୍ଯ୍ୟନ୍ୱୟନ କ୍ଷେତ୍ରରେ ସ୍ଵାଧୀନତାକୁ ଗୁରୁତ୍ଵ ଦେଇ ଆସିଛନ୍ତି।

ପ୍ରତିଷ୍ଠାତା ଭାବେ ଶ୍ରୀ ସାମନ୍ତ କେବଳ କର୍ମଚାରୀମାନେ ଯେଭଳି ଭାବ ଭାବେ କାର୍ଯ୍ୟ ସମ୍ପାଦନ କରି ପାରିବେ ସେଥିପାଇଁ ସର୍ବଦା ଉତ୍ସାହିତ କରିଥାନ୍ତି। ଫଳରେ କିଟରେ କାର୍ଯ୍ୟ ସମ୍ପାଦନ କରିବାର ଏକ ଭଲ ବାତାବରଣ ସୃଷ୍ଟି ହୋଇ ପାରିଛି ଓ କିଟ୍ ବିଶ୍ଵରେ ସୁନାମ ଅର୍ଜନ କରି ପାରିଛି।

ଏହି ସର୍ବେକ୍ଷଣରେ ବିଶ୍ଵର ବହୁ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ, ଗବେଷକ ଓ ସ୍ଥାନୀୟ ଲୋକଙ୍କ ମତାମତକୁ ଟାଇମସ ହାଇଅର ଏଜୁକେସନ ଚୟନ କମିଟିର ବିଚାରପତିଙ୍କ ଦ୍ଵାରା ପୁଙ୍ଖାନୁପୁଙ୍ଖ ବିବେଚନା କରାଯିବା ପରେ ଏହି ପୁରସ୍କାର ପାଇଁ କିଟକୁ ଚୟନ କରାଯାଇଛି।
ଏହା ଓଡିଶା ତଥା ଭରତ ପାଇଁ ଏକ ଗୌରବର ବିଷୟ ବୋଲି କୁହାଯାଉଛି।

A view of KIIT Bhubaneswar

LEAVE A REPLY

Please enter your comment!
Please enter your name here