୧୭ ନଭେମ୍ବର ୨୦୨୦, ବର୍ଷର ୩୨୨ତମ ଦିବସ, ୪୬ତମ ମଙ୍ଗଳବାର
୧) ମଡେର୍ଣ୍ଣା ଟିକା ୯୫% ସଫଳ। ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ଏହି ତଥ୍ୟ ମିଳିଛି।
୨) ଶୀତକାଳ ପାଇଁ ବନ୍ଦ ହେଲା କେଦାରନାଥ ମନ୍ଦିର କବାଟ। ପ୍ରବଳ ତୁଷାରପାତରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଧଳା ଚାଦରରେ ଆସ୍ତରଣରେ ଘୋଡ଼େଇ ରହିଛି ମହାଦେବଙ୍କ ମନ୍ଦିର।
୩) କ୍ରମାଗତ ୪୪ ଦିନ ପାଇଁ ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ।
୪) ୭ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର।
୫) ଦିଲ୍ଲୀରେ ଆହୁରି ବଢିଲା ବାୟୁ ପ୍ରଦୂଷଣ; ବର୍ଷା ସତ୍ତ୍ୱେ ବି ଥମୁନି।
୬) ଦିଲ୍ଲୀରେ କରୋନା ସ୍ଥିତି ସଙ୍ଗୀନ; ପ୍ରତି ଘଣ୍ଟାରେ ଯାଉଛି ୪ ଜୀବନ।
୭) କରୋନା ଭାଇରସ ମହାମାରୀ ମୁକାବିଲା ଲାଗି କେବଳ ଟିକା ଯଥେଷ୍ଟ ନୁହେଁ: WHO ମୁଖ୍ୟ।
୮) ଛତିଶଗଡ଼ରୁ ଧାନ ଆଣି ମଣ୍ଡିରେ ଯେପରି ବିକ୍ରି ନ ହୁଏ ସେଥି ନିମନ୍ତେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଜିଲ୍ଲାପାଳମାନଙ୍କୁ ପତ୍ର।
୯) କୋବିଡ ଭାକ୍ସିନ ସଫଳତାର ଶ୍ରେୟ ଟ୍ରମ୍ପଙ୍କୁ ଦେଲା ହ୍ୱାଇଟ୍ ହାଉସ୍, ଫାଇଜର ପରେ ସଫଳତା ଘୋଷଣା କଲେ Moderna।
୧୦) ଏକାଠି ହୋଇପାରେ ସଂସଦର ଶୀତ ଓ ଆସନ୍ତା ବର୍ଷର ବଜେଟ୍ ଅଧିବେଶନ।
୧୧) ‘ପାକିସ୍ତାନର ପ୍ରତି ଲଞ୍ଚିଂ ପ୍ୟାଡ୍ରେ ଅଛନ୍ତି ୩୦୦ ଆତଙ୍କବାଦୀ’: ବିଏସ୍ଏଫ୍ ଆଇଜି।
୧୨) ସେନାର କଡ଼ା କାର୍ଯ୍ୟାନୁଷ୍ଠାନ : କମାଣ୍ଡର ସହିତ ୨୨୨ ପାକିସ୍ତାନୀ ଆତଙ୍କବାଦୀ ନିହତ, ଅନୁପ୍ରବେଶକାରୀ ଆତଙ୍କିତ।
୧୩) RCEPରେ ଭାରତର ଅନୁପସ୍ଥିତିକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କଲେ ଚିଦାମ୍ବରମ, କହିଲେ ‘ଗଣତନ୍ତ୍ରରେ ନୁହେଁ ଗ୍ରହଣୀୟ’।
୧୪) ସରକାରଙ୍କ ନିଷ୍ପତ୍ତି: ଏଥର ନଦୀ ଘାଟରେ ହେବ ନାହିଁ ଛଟ୍ ପୂଜା, ନିୟମ ଭାଙ୍ଗିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।
୧୫) ମଙ୍ଗଳବାର ଦ୍ୱାଦଶ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
୧୬) ତିନି ଓଡ଼ିଆ ଯୁବ ଗବେଷକ ଡ. ରଞ୍ଜିତ୍ ପାଣିଗ୍ରାହୀ, ଡ. ଆକାଶ କୁମାର ଭୋଇ ଓ ଡ ପ୍ରଦୀପ କୁମାର ମଲ୍ଲିକ ଅଷ୍ଟ୍ରେଲିଆରେ ସମ୍ମାନିତ।
୧୭) ଆସନ୍ତା ୨୦ ତାରିଖରୁ ସମ୍ବଲପୁରରେ ବନ୍ଦ ହେବ ସଦର କୋଭିଡ ହସ୍ପିଟାଲ। ସଂକ୍ରମଣ କମୁଥିବାରୁ ପ୍ରଶାସନ ନେଲା ନିଷ୍ପତି।
୧୮) ସଂଯୁକ୍ତ ରାଷ୍ଟ୍ରର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ମିଳିବ ନୋବେଲ୍ ସମ୍ମାନ।
୧୯) ୨୦୨୧ ଅକ୍ଟୋବର ସୁଦ୍ଧା ବିଦେଶୀ ପୁଞ୍ଜି ୨୬%କୁ ହ୍ରାସ କରିବା ନିମନ୍ତେ ଡିଜିଟାଲ୍ ମିଡିଆମାନଙ୍କୁ ସରକାରଙ୍କ ନିର୍ଦେଶ।
୨୦) ଆଡିଲେଡରେ ଭୟଙ୍କର ରୂପ ଧାରଣ କଲାଣି କରୋନା, ସଂକଟରେ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜ।
୨୧) ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବକୁ ବର୍ଜନ କଲେ ମହାମେଣ୍ଟ ନେତା।
୨୨) ବିହାରରେ କେବଳ ନାମକୁ ମାତ୍ର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର, ବିଜେପି ତାଙ୍କୁ ଚିପୁଡି ନିର୍ଜୀବ କରି ହିଁ ଛାଡିବ: ଯଶବନ୍ତ ସିହ୍ନା।
୨୩) ଉଚ୍ଚଶିକ୍ଷା ବିଭାଗ ଅଧିନକୁ ଆସିବ ରାଜ୍ୟର ୧୫ଟି ବିଇଡି କଲେଜ।
୨୪) ଡିସେମ୍ବରରେ ଆକାଶ ଛୁଆଁ ହୋଇପାରେ ସୁନା ଦର।