Home ୨୪ ଘଣ୍ଟା ୨୪ ଖବର ୨୪ ଘଣ୍ଟା ୨୪ ଖବର

୨୪ ଘଣ୍ଟା ୨୪ ଖବର

8
0

୧୬ ନଭେମ୍ବର ୨୦୨୦, ବର୍ଷର ୩୨୧ତମ ଦିବସ, ୪୬ତମ ସୋମବାର

୧) କରୋନା ଯୋଗୁଁ ଆସନ୍ତାବର୍ଷ ଖାଦ୍ୟାଭାବକୁ ନେଇ ସାରା ବିଶ୍ୱ ବଡ଼ ଚ୍ୟାଲେଞ୍ଜ ସାମ୍ନା କରିବାକୁ ଯାଉଥିବାରୁ ୨୦୨୦ ଅପେକ୍ଷା ୨୦୨୧ରେ ସ୍ଥିତି ଆହୁରି ଖରାପ ହୋଇପାରେ: WFP।

୨) ରାଜ୍ୟର ସବୁ ଆରଟିଓରେ ଆରମ୍ଭ ହେବ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ।

୩) ସବୁ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟଦକ୍ଷତା ପାଇଁ ପୂର୍ବତଟ ରେଳପଥକୁ 2019-20 ଆର୍ଥିକ ବର୍ଷ ପାଇଁ ସମ୍ମାନୀୟ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରେଳବାଇ ରାଷ୍ଟ୍ରୀୟ ପୁରସ୍କାର।

୪) ୨୦୧୯ ପାଇଁ ଓଡ଼ିଶାକୁ ମିଳିଲା ‘ଷ୍ଟାର୍ଟ ଅପ୍‌ ଲିଡର’ ମାନ୍ୟତା।

୫) ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ଆସନ୍ତା ୧୮ ତାରିଖରେ ସକାଳ ୧୧ଟାରେ ବସିବ ସର୍ବଦଳୀୟ ବୈଠକ।

୬) ବିହାରରେ ହୋଇପାରନ୍ତି ୨ ଜଣ ଉପ-ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ ବିଜେପି ବିଧାୟକ ଦଳ ନେତା ଏବଂ ଉପ ନେତାଙ୍କ ନାଁ।

୭) ପରାଜୟକୁ ହଜମ କରି ପାରୁନାହାନ୍ତ ଟ୍ରମ୍ପ ସମର୍ଥକ; ରାଜରାସ୍ତାରେ ପୁଲିସ ସହ ହିଂସାତ୍ମକ ସଂଘର୍ଷ।

୮) ମଞ୍ଚ ନାଟକକୁ ଅନୁମତି ଦାବିରେ କଳାକାରଙ୍କ ଧାରଣା।

୯) ଦିଲ୍ଲୀରେ ବଢୁଥିବା କରୋନା ସ୍ଥିତିକୁ ନେଇ ଜରୁରୀ ବୈଠକ ଡକାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।

୧୦) ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ, ଭଦ୍ରକ ଜିଲ୍ଲା ଗୋରାମାଟି ପଞ୍ଚାୟତ ଚକପୁର ଗାଁରେ ଅଲୌକିକ ଘଟଣା।

୧୧) ସୋମବାରଠାରୁ ଖୋଲିବ ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିର: ଘଣ୍ଟାକୁ ୧୦୦ ଶ୍ରଦ୍ଧାଳୁ କରିପାରିବେ ଦର୍ଶନ।

୧୨) ବାରଣ ସତ୍ୱେ ଦୀପାବଳିରେ ବାଣ ଫୁଟାଇଲେ ଲୋକେ। ରାଜ୍ୟର ବିଭିନ୍ନ ଥାନାରେ ମାମଲା।

୧୩) ‘ବିଶ୍ଵ ଶିଶୁଦିବସ’ ଅବସରରେ ନୀଳ ଆଲୋକରେ ଉଦ୍‌ଭାସିତ ହେବ ରାଷ୍ଟ୍ରପତି ଭବନ, କୁତୁବ ମୀନାର ଏବଂ ଅନ୍ୟାନ୍ୟ ସ୍ମାରକୀ।

୧୪) ଶୀତ ଋତୁ ପାଇଁ ବନ୍ଦ ହେଲା ଗଙ୍ଗୋତ୍ରୀ ଧାମ ଦ୍ୱାର।

୧୫) ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ପାଇଁ ରାହୁଲ ଦ୍ରାବିଡ଼ଙ୍କ ଦାବି।

୧୬) ଆସନ୍ତା ସପ୍ତାହରେ କାନପୁରରେ ପହଞ୍ଚିବ ସ୍ପୁଟୋନିକ-୫ର ପ୍ରଥମ ବ୍ୟାଚ୍, କରାଯିବ ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ।

୧୭) ଭାରତର ବିରୋଧ ସତ୍ଵେ ଗିଲ୍‌ଗିଟ୍-ବାଲଟିଷ୍ଟାନରେ ନିର୍ବାଚନ କରାଉଛି ପାକିସ୍ତାନ, ବିରୋଧ ଆଶଙ୍କାରେ ମୁତୟନ କରିଛି ୧୬ ହଜାର ସୁରକ୍ଷାକର୍ମୀ।

୧୮) ଅଷ୍ଟ୍ରେଲିଆରେ ଭାରତୀୟ ଟିମ୍‌ ରହୁଥିବା ହୋଟେଲ୍‌ ନିକଟରେ ଭୟଙ୍କର ବିମାନ ଦୁର୍ଘଟଣା: ଦୌଡ଼ି ଜୀବନ ବଞ୍ଚାଇଲେ।

୧୯) ହ୍ୟାକରଙ୍କ ଟାର୍ଗେଟରେ କରୋନା ଭ୍ୟାକସିନ୍, ଭାରତ ସମେତ ସାତଟି ଦେଶକୁ ଆର୍ଲଟ କଲା ମାଇକ୍ରୋସଫ୍ଟ।

୨୦) ଚୀନରେ ଆତଙ୍କ: ବ୍ରାଜିଲର ଗୋମାଂସ ଏବଂ ସାଉଦି ଆରବ ଚିଙ୍ଗୁଡ଼ିରୁ କରୋନାଭାଇରସ୍ ଚିହ୍ନଟ।

୨୧) ହ୍ୱାଇଟ୍ ହାଉସରେ ଦୀପାବଳି ପାଳନ କଲେ ଟ୍ରମ୍ପ ଦମ୍ପତି।

୨୨) ଧନତେରସରେ ବିକ୍ରି ହେଲା ୪୦ ଟନ ସୁନା, ସାରାଦେଶରେ ୨୦ ହଜାର କୋଟି ଟଙ୍କାର କାରବାର।

୨୩) ଦିଲ୍ଲୀରେ କଟକଣା ସତ୍ତ୍ଵେ ବାଣ ଫୁଟାଇଲେ ଅମାନିଆ, ସାଙ୍ଘାତିକ ହେଲା ବାୟୁ ପ୍ରଦୂଷଣ।

୨୪) କ୍ଷେତ୍ରୀୟ ଅଖଣ୍ଡତା-ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବା ଆବଶ୍ୟକ: ଜୟ ଶଙ୍କର।

LEAVE A REPLY

Please enter your comment!
Please enter your name here