୧୩ ନଭେମ୍ବର ୨୦୨୦, ବର୍ଷର ୩୧୮ତମ ଦିବସ, ୪୬ତମ ଶୁକ୍ରବାର
୧) ଆଗାମୀ ୨୪ ଘଣ୍ଟା ଯାଏଁ ଅପରିବର୍ତ୍ତିତ ରହିବ ପାଗ, ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିବା ସହ ଅନୁଭୂତ ହେବ ଥଣ୍ଡା।
୨) ପ୍ରଥମ ୟୁରୋପୀୟ ରାଷ୍ଟ୍ରଭାବେ ବ୍ରିଟେନ୍ରେ କରୋନା ମୃତ୍ୟୁସଂଖ୍ୟା ୫୦ ହଜାର ଟପିଲା।
୩) ଏଣିକି ଟିଭିରେ ପଢ଼ିବେ + ୨ କଳା ଛାତ୍ରଛାତ୍ରୀ।
୪) ସଂଯୁକ୍ତ ଆରବ ରାଷ୍ଟ୍ରର ରାଜଧାନୀ ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ କାର୍ଯ୍ୟକ୍ରମ ଆରମ୍ଭ।
୫) ଚଳିତ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୟମାସରେ ଦେଶର ଅଭିବୃଦ୍ଧି ହାର ୮.୬ ପ୍ରତିଶତ ହ୍ରାସ ପାଇବ: ଭାରତୀୟ ରିଜର୍ଭ ବ୍ୟାଙ୍କର ଆକଳନ।
୬) ଭୁବନେଶ୍ଵର: ଲର୍ଣ୍ଣିଂ ଲାଇସେନ୍ସ ଆବେଦନକାରୀ ଆସନ୍ତା ସୋମବାର ୧୬ ତାରିଖଠାରୁ ସେମାନଙ୍କ ସ୍ଲଟ୍ ବୁକିଂ କରିପାରିବେ।
୭) ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ ମହାସଂଘର ସଭାପତି ନିର୍ବାଚିତ।
୮) ସେନା ପ୍ରତ୍ୟାହାର ପାଇଁ ଭାରତ-ଚୀନ୍ କଥାବାର୍ତ୍ତା ଜାରି, ଏପ୍ରିଲ-ମେ’ ପରର ନିର୍ମାଣ ଭାଙ୍ଗିବେ ଦୁଇ ରାଷ୍ଟ୍ର।
୯) କୋଣାର୍କ ଓ ଇକୋ ରିଟ୍ରିକି ଉତ୍ସଵ ପାଇଁ ପୁରୀ ଜିଲ୍ଲାପାଳ ଏବଂ ଏସପିଙ୍କ ସ୍ଥିତି ଅନୁଧ୍ୟାନ।
୧୦) ଏଣିକି ବାହାର ରାଜ୍ୟର ଡାକ୍ତରଙ୍କୁ ମିଳିପାରିବ ସରକାରୀ ନିଯୁକ୍ତି।
୧୧) ପୁରୀ ଐତିହ୍ୟ କରିଡର ପାଇଁ କ୍ୟାବିନେଟ୍ ନିଷ୍ପତ୍ତି : ବିନାମୂଲ୍ୟରେ ଅଧିଗୃହୀତ ଜମି ଶ୍ରୀମନ୍ଦିରକୁ ହସ୍ତାନ୍ତର କରାଯିବ।
୧୨) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଡିଶା ସରକାରଙ୍କ ୧୧ହଜାର ୨୦୦ କୋଟିର ଅତିରିକ୍ତ ବଜେଟ୍।
୧୩) ଭୁବନେଶ୍ୱର: ଆସନ୍ତା ୬ ମାସ ମଧ୍ୟରେ ହୋଇପାରେ ପୌର ନିର୍ବାଚନ।
୧୪) ପୁରୀ ସୌନ୍ଦର୍ଯ୍ୟକରଣ: ୪୬୧ କୋଟିରେ ୪ଟି କାର୍ଯ୍ୟର ଟେଣ୍ଡର ନେଲା ଏନସିସି ଲିମିଟେଡ।
୧୫) ଦିଲ୍ଲୀ ହାଲ୍ ବେହାଲ୍: ସ୍ଵଚ୍ଛ ବାୟୁ ପାଇଁ ମେସିନ୍ ଭରସା, ପୂର୍ବ ଦିଲ୍ଲୀରେ ଲାଗିଲା ଆଉ ଏକ ବିଶାଳ ବାୟୁ ବିଶୋଧକ ଯନ୍ତ୍ର।
୧୬) ଭାରତୀୟ ନୌସେନାରେ ସାମିଲ ହେଲା ଯୁଦ୍ଧଜାହଜ ୱଜିର।
୧୭) ଓପିଏସ୍ସିର ନୂଆ ସଦସ୍ୟ ହେଲେ ବିଭୁତି ପଟ୍ଟନାୟକ ଓ ସୁଧାଂଶୁ ରଥ।
୧୮) ଲେହକୁ ଜମ୍ମୁ-କଶ୍ମୀରର ଅଂଶ ଭାବେ ଦେଖାଇଲା ଟ୍ୱିଟର, କେନ୍ଦ୍ର ସରକାର ପଠାଇଲେ ନୋଟିସ।
୧୯) ଅର୍ଥନୀତିକୁ ନେଇ କଂଗ୍ରେସ ଟାର୍ଗେଟ୍ରେ ବିଜେପି, ଚିଦାମ୍ବରମ କହିଲେ ବାସ୍ତବତା ଲୁଚାଇବାକୁ ସରକାରଙ୍କ ସାଥ ଦେଉଛନ୍ତି ସୀତାରମଣ।
୨୦) ଭାରତକୁ ଖୁବ୍ ଶୀଘ୍ର ମିଳିବ ଋଷ୍ ନିର୍ମିତ ମାରାତ୍ମକ ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀ।
୨୧) ଜାଲିଆତି ହୋଇଥିବା ଅଭିଯୋଗ କରି ଆଉ ଥରେ ପୋଷ୍ଟାଲ୍ ବାଲଟ୍ର ଗଣନା ପାଇଁ ଦାବି କଲେ ତେଜସ୍ଵୀ।
୨୨) ଅର୍ଣ୍ଣବ ଗୋସ୍ଵାମୀଙ୍କ ବଡ ଘୋଷଣା, ଓଡିଆ ସହିତ ବିଭିନ୍ନ ଭାଷାରେ କରିବେ ନ୍ୟୁଜ ଚ୍ୟାନେଲ।
୨୩) ଡିସେମ୍ବର ୧ରୁ କୋଣାର୍କ ଉତ୍ସବ- ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ।
୨୪) ଟ୍ରେନରେ ଆତସବାଜି ଓ ଫଟକା ପରିବହନ କରିବା ବିରୋଧରେ ପୂର୍ବତଟ ରେଳପଥର ସ୍ୱତନ୍ତ୍ର ଅଭିଯାନ।
