ଛୋଟ ଛୋଟ ଉଦ୍ଯମ, ସୁରୁଖୁରୁ ସମ୍ପନ୍ନତା
ରାଜ୍ୟବାସୀଙ୍କୁ ଉନ୍ନତ ବିଦ୍ୟୁତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଆନନ୍ଦପୁରରେ ଜଳବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ରାଜ୍ୟ ଗ୍ରୀଡ଼କୁ ବର୍ଷକୁ ୧୦୦ ମିଲିୟନ ୟୁନିଟ୍ ବିଦ୍ୟୁତ ପ୍ରଦାନ କରିବାକୁ ଯାଉଥିବା ଏହି ପ୍ରକଳ୍ପ ଦ୍ବାରା ଆନନ୍ଦପୁର ସମେତ ସମଗ୍ର ଓଡ଼ିଶାବାସୀ ଉପକୃତ ହେବେ।

ଲୋକାର୍ପିତ ଏହି ଜଳବିଦ୍ୟୁତ ପ୍ରକଳ୍ପ ରାଜ୍ୟର ସବୁଜ ଓ ପୁନଃ ବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହା ପରିବେଶ ଅନୁକୂଳ ଏବଂ ଏଥିପାଇଁ କେହି ବିସ୍ଥାପିତ ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି।

ଜଳବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ କରି ରାଜ୍ୟ ତଥା ଦେଶର ବିକାଶରେ କେନ୍ଦୁଝରର ବିଶେଷ ଅବଦାନ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଜିଲ୍ଲାରେ ମେଡିକାଲ କଲେଜ କାମ ଚାଲୁଥିବା ବେଳେ ରାସ୍ତାର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି। ଏଥିସହ ସବୁ ଘରକୁ ପାଇପ ପାଣି ଯୋଗାଇବା ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ସେ କହିଛନ୍ତି।
