Home ଧନ୍ୟବାଦ ସରକାର ଭାରତ ବାୟୋଟେକ୍ ଗୋଟେ ଭଲ କମ୍ପାନୀ, କିଏ ଏ କମ୍ପାନୀ ମାଲିକ

ଭାରତ ବାୟୋଟେକ୍ ଗୋଟେ ଭଲ କମ୍ପାନୀ, କିଏ ଏ କମ୍ପାନୀ ମାଲିକ

202
0

1996 ରୁ ଭାରତ ବାୟୋଟେକ୍ ଇଣ୍ଟରନାସନାଲ୍ ଲିମିଟେଡ୍ ହାଇଦ୍ରାବାଦର ଜେନମ୍ ଭାଲି ଠାରେ ତାର କମ୍ପାନୀ ପ୍ରତିଷ୍ଠା କରିଛି ।

ଏ କମ୍ପାନୀ ଟାଇଫଏଡ୍, କୁକୁରକାମୁଡା ଇଞ୍ଜେକସନ୍, ପୋଲିଓ, ରୋଟାଭାଇରସ ହେପାଟାଇଟିସ, ଏମିତି ପ୍ରାୟ 12 ପ୍ରକାର ଟୀକା ଉତ୍ପାଦନ କରୁଚି | ବିଦେଶକୁ ରପ୍ତାନୀ ମଧ୍ୟ କରୁଚି ବୋଲି କୁହାଯାଉଛି |

ଏ କମ୍ପାନୀ ନାମରେ ପ୍ରାୟ 150 ଟି ପେଟେଣ୍ଟ ଅଛି | ଏ କମ୍ପାନୀ ପ୍ରଥମ ଭାରତୀୟ କମ୍ପାନୀ ହିସାବରେ ଚିକୁନଗୁନିଆ, ଜାଇକା ଭାଇରସ ଟୀକା ଉତ୍ପାଦନ ପେଟେଣ୍ଟ ପାଇଁ ଆବେଦନ କରି ପଞ୍ଜିକୃତ ମଧ୍ୟ ହୋଇଛି

ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦରେ ଅବସ୍ଥିତ ଏ କମ୍ପାନୀରେ ପ୍ରାୟ 1600 କର୍ମଚାରୀ କାମ କରୁଛନ୍ତି |

ମୋ ମତରେ ଏଭଳି କମ୍ପାନୀଟିକୁ ଏଭଳି ଜଣେ ଦକ୍ଷ ଓ ନିଷ୍ଠାବାନ ଶିଳ୍ପପତିଙ୍କୁ ଓଡିଶା ମୁହାଁ କରିବାକୁ ହେତୁକ ଅହେତୁକ ସବୁ ପ୍ରକାର ଅନୁକମ୍ପା ପ୍ରଦାନ କରାଯାଇ କମ୍ପାନୀଟିକୁ ଯଥାଶୀଘ୍ର ଓଡିଶାରେ ପ୍ରତିଷ୍ଠା ଓ କାର୍ଯ୍ୟକ୍ଷମ କରାଯିବା ଉଚିତ |

ଏ କମ୍ପାନୀକୁ ଯେଉଁ ଯେଉଁ ଅନୁକମ୍ପା ଦେଉଛ ଦିଅ ମନା ନାହିଁ, ସେ ସବୁ ଦିଆ ନଗଲେ ସେମାନେ ଆସିବେ ମଧ୍ୟ ନାହିଁ, ତେଣୁ ସବୁ ପ୍ରକାର ସହଯୋଗ ଦିଅ,

କିନ୍ତୁ ସବୁ ସହଯୋଗରେ , ସେ ଜମି ସହଯୋଗ ହେଉ କି ବିଜୁଳି ସହଯୋଗ ହେଉ କି ଟିକସ ସହଯୋଗ ଯାହା ବି ହେଉ,
କିନ୍ତୁ ସବୁଥିରେ ଧାଡିଏ କମନ କ୍ଲଜ୍ ରଖିବ ଯେ, ଯେଉଁଦିନ ତୁମେ ମୋ ରାଜ୍ୟର ଏ କାରଖାନା ବନ୍ଦ କରିଦେବ, ସେ ଜମିର ମାଲିକାନା, ଅନ୍ୟ ଇନ୍ୟଫାଷ୍ଟ୍ରକଚରାଲ ସହଯୋଗର ମାଲିକାନା ମୋ ରାଜ୍ୟ ସରକାର ହାତକୁ ବାଇ ଡିଫଲ୍ଚ ତାଲି ଆସିବ |

ଏ କମ୍ପାନୀ ଏବେ କରୋନା ଟୀକା, କୋଭାକ୍ସିନ ଉତ୍ପାଦନ କରିବାକୁ ଯାଉଛି, ମୋ ରାଜ୍ୟର ଲୋକେ 5 କୋଟି କୋଭାକସିନ ଟୀକା କିଣିବେ,ଟାଇଫଏଡ୍ ଟିକା କିଣିବେ, ରାବିଜ୍ , ଜାପାନୀ ଜର , ମେଲେରିଆ ଜ୍ୱର ଟୀକା କିଣିବେ, ସେତିକି ବେପାରରେ ତ ଗୋଟେ କମ୍ପାନୀ ଚାଲିବ, ତାହେଲେ ସେ କମ୍ପାନୀ ମୋ ଓଡିଶାରେ ବ୍ରାଞ୍ଚ କାରଖାନାଟିଏ ବସେଇ ସେ ସବୁ ଏଇଠି ଉତ୍ପାଦନ ନ କରିବ କାହିଁକି ?

ମୋ ଓଡିଆ ବାୟୋଟେକ୍ନୋଲୋଜି ପିଲାଏ ଚାକିରୀ କରିବାକୁ ହାଇଦରା ବାଦ ଯିବେ କାହିଁକି ? ମୋ ଆଟିଆଇ ଇଲେକ୍ଟ୍ରିସିଆନ କେରଳ ଯିବ କାହିଁକି , ମୋ ମେଟ୍ରିକ ଫେଲ ପିଲା ତାମିଲନାଡୁରେ ସିକୁରିଟି ଗାର୍ଡ ହେବ କାହିଁକି ?

ଆମ ଆଇ ଏ ଏସ୍ ବ୍ରେନ ମାନେ କେବଳ ଏତିକି କଥା ଚିନ୍ତା କରି ରାତିରେ ଶୋଇଲେ ସକାଳୁ ଉଠିଲା ବେଳକୁ ମୋ ଓଡିଶା ସୁନା ହେଇଯିବ |

ଏଇ କଥା ମୁଁ ବାରମ୍ୱାର କହୁଛି, ବାରମ୍ୱାର ଅନୁରୋଧ କରୁଛି, ଏଭଳି ଅନେକ ଶିଳ୍ପସବୁର ଜୋଗ୍ରାଫିକାଲ ବାଇଫରକେସନ୍ ସମ୍ଭବ ଓ ଉଭୟଙ୍କ ପାଇଁ ଲାଭଦାୟକ | ଏମିତି ହେଇ ପାରିବ ଓ ଖୁବ୍ ସହଜରେ ହୋଇ ପାରିବ

ଏଇଟା ପୁଣି ହେଲା କେମିତି ? ସନ୍ତୋଷ କୁମାର ଷଡଙ୍ଗୀ ବୋଧହୁଏ ବିଜ୍ଞାନ ଓ କାରିଗରୀ ବିଭାଗ ସଚିବ ଅଛନ୍ତି, ତାଙ୍କର ଏ ଉଦ୍ୟମକୁ ପ୍ରଣାମ |

ଅନ୍ୟ ସଚିବ ମାନେ ମଧ୍ୟ ଏପରି ଉଦ୍ୟମ କରିପାରିବେ,
ଛୋଟ ଛୋଟ ଉଦ୍ୟମ, ସୁରୁଖୁରୁ ସମ୍ପନ୍ନତା |

ପ୍ରତ୍ୟେକ ବିଭାଗର ସଚିବ ଯଦି ମାସକୁ ଏଇପରି ଗୋଟିଏ କାରଖାନା ବସେଇବାର ବନ୍ଦୋବସ୍ତ କରନ୍ତେ, ଓଡିଶା ସମ୍ପନ୍ନତାରେ ଗହଗହ ଡାକନ୍ତା, ସାରା ବିଶ୍ୱ ଦେଖିବାକୁ ଆସନ୍ତା ଓଡିଶା ମଡେଲ ବିକାଶ |

ପ୍ରକୃତି କଣ କଣ ନଦେଇଛି ଓଡିଶାକୁ , କେବଳ ଖଣି ଖୋଳି ବିକି ଦେବାକୁ କଣ ଶିଳ୍ପ କୁହାଯାଏ କି ? ସେଗୁଡା ଚାଲାଖିଆ ଲୋକଙ୍କ ଲୁଟେରା ଯୋଜନା |

ବୈଜୟନ୍ତ ତାଙ୍କ ଲାଇନର ଗୋଟେ କାମ କରନ୍ତେ କି, ସିଏ ଓଡିଶାରେ ଗୋଟେ ସାଇକଲ ଉତ୍ପାଦନ କାରଖାନା କରିକି ଦେଖାନ୍ତୁ, ଆମେ ତାଙ୍କୁ ସେଥିପାଇଁ ଯେତେ ଜମି ଦରକାର ଦେବୁ , ସେ ଜମିଦଳିତର ହେଇଥାଉ କି ଆଦିବାସୀର, ଓଡିଶା ବିକାଶ ପାଇଁସମସ୍ତେ ସହଯୋଗ କରିବେ,

ଓଡିଶା ଲୋକ ବର୍ଷକୁ କେତେ ସାଇକେଲ କିଣନ୍ତି, ତାର ହିସାବ କେହି ରଖେ କି ?

ସାଇକେଲ କାରଖାନା କୁଟୀର ଶିଳ୍ପରେ ବି ହେଇ ପାରିବ, ସ୍ମଲ, ମିଡିୟମ, ଲାର୍ଜ ସ୍କେଲରେ ବି ହେଇ ପାରିବ , ଯେଉଁଟା ସୁବିଧା ଭାବୁଛନ୍ତି କରନ୍ତୁ |

କେବଳ ଓଡିଶା ଖଣିଜକୁ ଖୋଳି ବିକି ଦେବା ଶିଳ୍ପ ନୁହେଁ କି, ଓଡିଶା ମା ତା ଗର୍ଭ ବିଦାରି ଅଜାଡି ଦେଉଥିବା ଖଣିଜକୁ ବିଦେଶୀଙ୍କ ହାତରେ ଟେକି ଦେଇ, ଓଡିଶା ସରକାରଙ୍କୁ ତେଲେଇ କୋଟି କୋଟି ଟଙ୍କାର ବିଜୁଳି ପଇସା ଛାଡ ହାତେଇ, ତିନି ତିନିଟା ହେଲିକାପ୍ଟର ପାଳିବା ଲୋକ ଶିଳ୍ପପତିରେ ଗଣା ନୁହେଁ |

ତମେ ଯଦି ଏଡେ ପାରିବାର, ତମେ ଯଦି ଓଡିଶାକୁ ଏତେ ଭଲ ପାଉଚ, ବେଶୀ ନୁହେଁ , ଓଡିଶାରେ ମାତ୍ର ପାଞ୍ଚଟି ଡାଉନ ଷ୍ଟ୍ରିମ ଇଣ୍ଡଷ୍ଟ୍ରୀ ବସେଇକି ଦେଖେଇଲ ଟିକେ ଦେଖିବା ସେ ସବୁ ଇଣ୍ଡଷ୍ଟ୍ରୀରୁ କେମିତିକା ଧୁଆଁ ବାହାରୁଛି |

ବୈଜୟନ୍ତ ବାବୁ ତ ଓଡିଆ ପୁଅ ହିସାବରେ ଓଡିଶାରେ ଶିଳ୍ପ କରିବେ, ମୁଁ କିନ୍ତୁ ଆମ ଆଇଏଏସ୍ ମେରିଟ୍ ବ୍ରେନ ସେକ୍ରେଟାରୀଙ୍କ କଥା କହୁଛି,

ହେ ମହାବାହୁ ଗଣ , ଓଡିଶା ଲୋକଙ୍କୁ ଟିକେ କରୁଣା କର |
ବେଶୀ ନୁହେଁ ଜଣକେ ମାସକୁ ଗୋଟିଏ ଛୋଟିଆ ଶିଳ୍ପ ବସିବାର ବନ୍ଦୋବସ୍ତ କର, ରାଜ୍ୟରେ ଡିପାର୍ଟମେଣ୍ଚ କେଇଟା ଅବଶ୍ୟ ମୁଁ ଜାଣିନି, 36 ଟା ହେଇଥିଲେ ମାସକୁ 36 ଉଦ୍ଦ୍ୟୋଗ ସମ୍ଭବ, ସେଥିରେ ଦଶଟା ପିଲା କାମ କରନ୍ତୁ, ଆମେ ରାଜି |

ଯେମିତି ଏ ଟୀକା ଉଦ୍ୟୋଗ ଆଇଲା , ସେମିତି ମକା ବାଲାଙ୍କୁ ଡାକ, କପଡା ବାଲାଙ୍କୁ ଡାକ, ଛତା ବାଲାଙ୍କୁ ଡାକ, ଜୋତା ବାଲାଙ୍କୁ ଡାକ, ଚକଲେଟ୍ ଆଇସକ୍ରିମ ବାଲାଙ୍କୁ ଡାକ, ରାଫେଲ ରକେଟ୍ ତିଆରି ବାଲାଙ୍କୁ ବି ଡାକ, ବାବୁ ହେ ସବୁ ଫଳିବ ଏ ଓଡିଶା ମାଟିରେ,

ଏମିତି କିଛି ନକରି , ସେ ଦରମା ଗୁଡା କାହିଁକି ନେଉଚ, ସେଗୁଡା ତମର କେମିତି ହଜମ ହେଉଚି କେଜାଣି !
ତୁମକୁ ଦରମା ଦିଆଯାଉଛି କଣ ଖାଲି କିରାଣୀଙ୍କ ସିସିଆର, କାହାର ପ୍ରମୋସନ, ବଦଳି ଫାଇଲ ଚଷିବାକୁ, ଗରିବ ଲୋକଙ୍କ ପଛରେ ଆଇନ ଜାଲ ଧରି ଗୋଡେଇ ଗୋଜେଇ ମାଡିବସି ଫାଇନ ଆଣି ସରକାରୀ ଖାଳେଇରେ ପୁରେଇବାକୁ ?

କି ହୋ ଆମେ ପା 100 ଖର୍ଚ କଲେ ଖୁସିରେ ଖୁସିରେ ସେଥିରୁ 18 ଜି ଏସ ଟି ଦାନ କରୁଚୁ, ତମେ ପୁଣି ଏ ଫାଇନ ଜୋରିମାନା ଜାଲ ଧରି କାହିଁକି ସକାଳୁ ସଞ୍ଜ ବରମୁଳ ଗଡିଆ ଗୋଳୋଉଛ ?

ହେ ପ୍ରଭୁ
ତୁମେମାନେ ଆମ ସମାଜର ଆଗୁଆ ମଣିଷ, ବେଷ୍ଚ ବ୍ରେନ, ତେଣୁ ସିନା ତୁମକୁ ଭରସା |

ଏ ଭରସା ଟିକକ ରଖ ହେ ମହାବାହୁ ବଳିଆରଭୁଜମାନେ |

ଏ କମ୍ପାନୀର ପ୍ରତିଷ୍ଠାତା ଡକ୍ଟର କୃଷ୍ଣମୂର୍ତ୍ତୀ ଇଲ୍ଲା ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି , ସେ ଜଣେ ସାଇଣ୍ଚିଷ୍ଚ ମଧ୍ୟ | କର୍ମ କୁଶଳତା, କର୍ମ ଦକ୍ଷତା ଓ ନିଷ୍ଠା କ୍ଷେତ୍ରରେ ଏ କମ୍ପାନୀର ଭଲ ନାଁ ଅଛି |
ମୋଟାମୋଟି ଏ କମ୍ପାନୀ ପ୍ରୋଫାଇଲ ଖୁବ୍ ଭଲ ଲାଗୁଛି |

Mrs Suchitra Ella & Dr. Krishna Murthy Ella, Founder and CMD, Bharat Biotech

ହଁ ଏ ଯେଉଁ ଭାରତ ବାୟୋଟେକ୍ ଟୀକା କମ୍ପାନୀ ମାଲିକ ଡ. କୃଷ୍ଣାମୂର୍ତ୍ତୀ ଇଲା , ତାଙ୍କ ଓରିଜିନାଲ ଘର ହେଉଛି ତାମିଲନାଡୁରେ, ତାଙ୍କୁ ତତ୍କାଳୀନ ଆନ୍ଧ୍ର ପ୍ରଦେଶସରକାର ଶିଳ୍ପ ବସେଇବାର ସୁଯୋଗ ଦେଲାରୁ ସେ ଆଜି ସମଗ୍ର ବିଶ୍ୱରେ ନାମ ଅର୍ଜନ କରି ପାରିଛନ୍ତି, ତେଣୁ ଏକଥାକୁ ନେଇ, ୟାଙ୍କୁ ତାଙ୍କ ଗାଁ ଲୋକ ଜ୍ଞାନକରି ଦୟାକରି କେହି କିଛି ଖରାପ ଭାବିବନି, ତୁମକୁ କରୋନା ଟୀକା ରାଣ୍ |

ଲାଗୁଛି ଭାରତ ବାୟୋଟେକ୍ ଗୋଟେ ଭଲ କମ୍ପାନୀ : ଓଡିଶାରେ କାରଖାନା କଲେ ଖୁବ୍ ଭଲ ।

  • ଲକ୍ଷ୍ମୀଧର ନାୟକ

LEAVE A REPLY

Please enter your comment!
Please enter your name here