Home ବିଶ୍ବ ହେଉ ମଧୁମୟ କେମିତି ପାଳିବେ ଦୀପାବଳୀ

କେମିତି ପାଳିବେ ଦୀପାବଳୀ

111
0

ଦୀପାବଳୀରେ ନିଜର ସାତ ପୁରୁଷ କିମ୍ବା ଚଉଦ ପୁରୁଷଙ୍କ ନାମ ଓ କର୍ମ ସ୍ମରଣ କରି ପ୍ରତ୍ଯେକଙ୍କ ନାମରେ ଗୋଟିଏ ଲେଖାଏ ଦୀପ ଲଗାଯାଏ ବୋଲି କୁହାଯାଏ ।

କାହିଁକି ଏପରି କରାଯାଏ ?
ଏପରି କରି ଲାଭ କଣ ?
ଏଇଟା ଗୋଟେ ଅନ୍ଧ ବିଶ୍ୱାସ ନୁହେଁ ତ ?

ଏ ପାରମ୍ପରିକ କାର୍ଯ୍ୟଟି ଧର୍ମ ଫର୍ମ କିଛି ହେଇ ନଥିବ | ବୋଧହୁଏ କଥାଟା ଏପରି ହୋଇଥିବ –

ରାହୁଳ, ନବୀନ, ଅମିତାଭ, ମୋଦୀ, ଗୋପବନ୍ଧୁ , ଶ୍ରୀରାମ, ଶ୍ରୀଲଙ୍କା ଯଦି ସ୍ମରଣୀୟ,
ମୋ ବଂଶର ଲୋକେ , ସେମାନେ ପୂର୍ବପୁରୁଷ ହୁଅନ୍ତୁ କି ଚଳନ୍ତି ପୁରୁଷ, କିମ୍ୱା ଆଗାମୀ ରୁରୁଷ ସେମାନେ ମଧ୍ଯ ଗୈଣ ନୁହନ୍ତି କି ଅସ୍ମରଣୀୟ ନୁହନ୍ତି,

ସେମାନଙ୍କୁ କେହି ମନେ ନରଖିଲେ ମୁଁ ମନେରଖିବି, ସେମାନଙ୍କ ଅବଦାନକୁ ସ୍ମରଣ କରି ବା ଚଳନ୍ତି ପିଢୀର ଅବଦାନ ସମ୍ପର୍କରେ ଆଲୋଚନା କରି,
କେହି ଖୁସି ନହେଲେ ବି ମୁଁ ବାଣର ରୋସଣି , ଦୀପର ଆଲୁଅ ଲଗେଇ ଖୁସି ହେବି, ପିଠାପଣା କରି ଖାଇବି, ବାଣ୍ଟିବି, ପରବ ପାଳିବି ,
କୃତଜ୍ଞତା ଜ୍ଞାପନ କରିବି – ଏହା ହିଁ ଦୀପାବଳୀ ପର୍ବର ମୂଳ ଉଦ୍ଦେଶ୍ଯ ହୋଇଥାଇ ପାରେ |

ଆପଣ ପାଖରେ ଥିବା ଖଣ୍ଡେ କାଗଜରେ ଏବେ ନିଜର ସାତ ପୁରୁଷଙ୍କ ନାମ ଲେଖନ୍ତୁ, ସେମାନେ ପର ଲୋକବାସୀ ହୋଇଥାଆନ୍ତୁ ଅଥବା ଏବେ ଏ ପୃଥିବୀବାସୀ ହୋଇ ଏବେ ଏ ପୃଥିବୀ ପୃଷ୍ଠରେ ଚଳ ପ୍ରଚଳ ହେଉ ଥାଆନ୍ତୁ,

କେବଳ ଏକ ଦୁଇ କରି ଏମାନଙ୍କର ନାମ ବା ଆପଣଙ୍କର ବଂଶାବଳୀ ଲେଖି ରଖନ୍ତୁ, ଦୀପାବଳୀ ଦିନ ଏ ଲୋକମାନଙ୍କର ସୁଗୁଣାବଳି ଓ ଅବଦାନ ସମ୍ପର୍କରେ ଆଲୋଚନା କରନ୍ତୁ, ଦେଖିବେ ଦୀପାବଳୀର ମହତ୍ୱ ଆପେ ବୁଝି ହୋଇଯିବ ।

ଉଦାହରଣ ସ୍ୱରୂପ ମୁଁ ଏଠାରେ ଠିକେ ଠିକେ ପ୍ରତି ପୁରୁଷରୁ ଜଣକ ନାଁ ଲେଖୁଛି, କାରଣ ପୁରା ବଂଶାବଳି ଡିଜାଇନ ଟା ଏଠାରେ ଜାଗା ଧରିବ ନାହିଁ, ଆପଣମାନେ କିନ୍ତୁ କାଗଜରେ ଆପଣଙ୍କର ପୁରା ବଂଶାବଳିକୁ ଗାର କାଟି ତୀର ଚିହ୍ନ ଦେଇ ଆଜିଠୁ ଲେଖି ରଖନ୍ତୁ,

ଉଦାହରଣ –

  1. ଗୁରୁଚରଣ ନାୟକ
  2. ଗୋଲୋକ ନାୟକ
  3. ଗୋପାଳ ନାୟକ
  4. ସନାତନ ନାୟକ
  5. ଯଦୁନାଥ ନାୟକ
  6. ଗୋପୀନାଥ ନାୟକ
  7. ବେଣୁଧର ନାୟକ
  8. ବନମାଳୀ ନାୟକ
  9. ଫକୀର ଚରଣ ନାୟକ
  10. କାଳିନ୍ଦୀ ଚରଣ ନାୟକ
  11. ମାୟାଧର ନାୟକ
  12. ପରମାନନ୍ଦ ନାୟକ
    13.ଲକ୍ଷ୍ମୀଧର ନାୟକ
    14.ଅଙ୍କିତ ଅନନ୍ତ ନାୟକ

ମୁଁ ଗେଟେ ଗୋଟେ ନାଁ ଲେଖିଲି କେବଳ ଉଦାହରଣ ଦେବାକୁ, ଆପଣ ପୁରା ବଂଶାବଳୀ ଲେଖି ରଖନ୍ତୁ ଗୋଟେ ବଡ କାଗଜରେ | ତାପରେ ଦେଖନ୍ତୁ ସେ କାଗଜ ଖଣ୍ଡକରୁ କେମିତି ନାନାଦି ଆନନ୍ଦ ଉତ୍ପାଦନ ହେଉଛି | ଖୁସି ମାର୍କେଟରେ ବିକ୍ରି ହୁଏ ନାହିଁ |

ଦୀପାବଳୀରେ ସମସ୍ତେ ଆନନ୍ଦିତ ହୁଅନ୍ତି, ଆପଣଙ୍କ ପରିବାର ବି ଆନନ୍ଦିତ ହୁଅନ୍ତୁ, କାରଣ ଆନନ୍ଦ ହିଁ ଈଶ୍ୱର ।

ଅବଶ୍ୟ ଆନନ୍ଦ ନାମରେ ମାତ୍ରାଧିକ ଶବ୍ଦ ଓ ବାୟୁ ପ୍ରଦୂଷଣ , ଆନନ୍ଦ ନୁହେଁ ଦୁଃଖ ବାଣ୍ଟିଥାଏ, ତେଣୁ ବର୍ଜନୀୟ ।

  • ଲକ୍ଷ୍ମୀଧର ନାୟକ

LEAVE A REPLY

Please enter your comment!
Please enter your name here