Home ୨୪ ଘଣ୍ଟା ୨୪ ଖବର ୨୪ ଘଣ୍ଟା ୨୪ ଖବର

୨୪ ଘଣ୍ଟା ୨୪ ଖବର

46
0

୬ ନଭେମ୍ବର ୨୦୨୦, ବର୍ଷର ୩୧୧ତମ ଦିବସ, ୪୫ତମ ଶୁକ୍ରବାର

୧) ସ୍କୁଲ ଓ କଲେଜ ପାଇଁ ଗାଇଡଲାଇନ ଜାରି କଲା ୟୁଜିସି।

୨) ସିବିଆଇ ଲାଗି ଦରଜା ବନ୍ଦ କଲା ଝାଡ଼ଖଣ୍ଡ: ତଦନ୍ତ ଲାଗି ନେବାକୁ ପଡ଼ିବ ରାଜ୍ୟ ସରକାରଙ୍କ ଅନୁମତି।

୩) ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁର୍ପାର୍ଶ୍ୱରୁ ଉଚ୍ଛେଦ ପ୍ରସଙ୍ଗ: ହାଇକୋର୍ଟ କହିଲେ- ଜମି ହରାଇଥିବା ବ୍ୟକ୍ତିଙ୍କୁ ୬ ସପ୍ତାହ ଭିତରେ ବିବାଦ ନଥିବା ଜମି ଦିଅ।

୪) ଚୀନରେ ମାତିଛି ଆଉ ଏକ ଭୟଙ୍କର ଭାଇରସ: ଜୈବଔଷଧ ପ୍ରସ୍ତୁତି କାରଖାନାରୁ ବାହାରିଛି ଭୂତାଣୁ ବ୍ରସେଲୋସିସ୍, ୬୦୦୦ରୁ ଅଧିକ ଆକ୍ରାନ୍ତ।

୫) କୋଭିଡ ମାମଲା ବୃଦ୍ଧି ପରେ ଭାରତରୁ ବିମାନ ଯାତ୍ରାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଲା ଚୀନ୍।

୬) ୯୨ ହଜାର କୋଟିର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ମଞ୍ଜୁରୀ: ୩୨ ହଜାର ନୂତନ ନିଯୁକ୍ତି ସୁଯୋଗ।

୭) ସାଂସଦ ଅଚ୍ୟୁତ ସାମନ୍ତଙ୍କ କନ୍ଧମାଳ ସଂସଦୀୟ କ୍ଷେତ୍ର ପରିଦର୍ଶନ; ବେକାର ଓ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେବାକୁ ପ୍ରୟାସ।

୮) ଏକାମ୍ରକାନନ ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ପ୍ରସଂଗ ହାଇକୋର୍ଟରେ ଜନସ୍ବାର୍ଥ ମାମଲା।

୯) ଓଡ଼ିଶା ପରେ ଦିଲ୍ଲୀ, ପଶ୍ଚିମବଙ୍ଗରେ କଟକଣା- ଦୀପାବଳିରେ ଫୁଟିବନି ବାଣ।

୧୦) ୭ କୁଖ୍ୟାତ ଆତଙ୍କବାଦୀ କମାଣ୍ଡରଙ୍କ ତାଲିକା ଜାରି କଲା ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀ।

୧୧) ପାରାଦ୍ୱୀପ ସମୁଦ୍ର ଉପକୂଳରେ ସମରାଭ୍ୟାସ ସାଗର କବଚ ଉଦଘାଟିତ: ଭାଗନେଲେ ଓଡ଼ିଶା ଓ ପଶ୍ଚିମବଙ୍ଗର ୯ଟି ବିଭାଗ।

୧୨) ମାରାତ୍ମକ କରୋନା ରୋକିବାରେ ସଫଳ ହେଉଛି ଆଇଭରମେକ୍ସିନ। ଏହି ମେଡିସିନ ଶରୀରରେ ଭୂତାଣୁର ମାତ୍ରା କମାଇ ଦେଉଥିବା ଭୁବନେଶ୍ୱର AIIMS ଗବେଷଣାରୁ ଜଣାପଡ଼ିଛି।

୧୩) କେନ୍ଦୁଝର ଜିଲ୍ଲାରେ ୨ ମାସ ଖୋଲିବନି ଧର୍ମାନୁଷ୍ଠାନ।

୧୪) ଭାରତ ବାୟୋଟେକ ପ୍ରସ୍ତୁତ କରୁଥିବା କରୋନା ଟିକାକୁ ନେଇ ଆସିଛି ଏକ ବଡ ଖୁସି ଖବର । ଆକଳନ ତୁଳନାରେ ଗୋଟିଏ ମାସ ପୂର୍ବରୁ ଅର୍ଥାତ ଫେବୃଆରୀ ମାସରେ ଭାରତ ତାର କରୋନା ଟିକା ପାଇବ।

୧୫) ଭାରତ ଓ ବ୍ରିଟେନ ମଧ୍ୟରେ ଦୂରସଞ୍ଚାର, ସୂଚନା ଏବଂ ଦୂରସଞ୍ଚାର ବୈଷୟିକ ଜ୍ଞାନ (ଆଇସିଟି) ସଂକ୍ରାନ୍ତ ବୁଝାମଣାପତ୍ର ସ୍ଵାକ୍ଷରକୁ କ୍ୟାବିନେଟର ଅନୁମୋଦନ।

୧୬) ଗ୍ରହ ନକ୍ଷତ୍ର ବିଜ୍ଞାନ କ୍ଷେତ୍ରରେ ବିଜ୍ଞାନ ଓ ବୈଷୟିକ ସହଯୋଗ ପାଇଁ ଭାରତ-ସ୍ପେନ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ।

୧୭) ୧୬ରେ ବାହାରିବ ପିଜି ଏନଟ୍ରାନସ ମେରିଟ୍ ଲିଷ୍ଟ , ଡିସେମ୍ବର ୧୦ ସୁଦ୍ଧା ଶେଷ ହେବ ନାମ ଲେଖା।

୧୮) ଗୁଗଲ୍ କ୍ରୋମ୍ ଆଉଟ୍, ଗୁଗଲ କିପ୍ ଇନ୍: ଖୁବ ଶୀଘ୍ର ବନ୍ଦ ହୋଇଯିବ chrome app।

୧୯) ଭାରତ-ୟୁକେ ମଧ୍ୟରେ ଭେଷଜ ସାମଗ୍ରୀ ନିୟନ୍ତ୍ରଣ କ୍ଷେତ୍ରରେ ବୁଝାମଣାପତ୍ରକୁ କ୍ୟାବିନେଟର ମଞ୍ଜୁରି।

୨୦) ‘ଦୈନିକ ସାଢ଼େ ୪ ଘଣ୍ଟା ବସିବ ବିଧାନସଭାର ଶୀତ ଅଧିବେଶନ’।

୨୧) ଶୀତଦିନେ ଭାଇରଲ ଇନଫେକ୍ସନ ଅଧିକ ହୁଏ ତେଣୁ ସଂକ୍ରମଣ ବଢିବା ଆଶଙ୍କା ରହିଛି: ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ଼. ନିରୋଜ ମିଶ୍ର।

୨୨) ଓଡିଶା ଜଙ୍ଗଲରେ ଦେଖାଦେଲା ବିରଳ କଳା ବାଘ: କ୍ୟାମେରାରେ କଏଦ୍ ହେଲା ଫଟୋ।

୨୩) ଟିଆରପି ସ୍କାମ୍: ୪ ଜଣିଆ କମିଟି ଗଠନ କଲେ କେନ୍ଦ୍ର ସରକାର, ଟେଲିଭିଜନ ରେଟିଂର ଗାଇଡଲାଇନ୍ସର ଅନୁଧ୍ୟାନ କରିବେ ଏହି ସ୍ୱତନ୍ତ୍ର ଟିମ୍।

୨୪) ଆଗାମୀ ବର୍ଷ ୮୭ ପ୍ରତିଶତ ଭାରତୀୟ କମ୍ପାନୀ ନିଜ କର୍ମଚାରୀଙ୍କ ବେତନ ବୃଦ୍ଧି କରିପାରନ୍ତି: ସର୍ଭେ ରିପୋର୍ଟ।

LEAVE A REPLY

Please enter your comment!
Please enter your name here