Home ୨୪ ଘଣ୍ଟା ୨୪ ଖବର ୨୦୨୦-୨୧ ଶିକ୍ଷାବର୍ଷରୁ ସୈନିକ ବିଦ୍ୟାଳୟରେ OBC ସଂରକ୍ଷଣ ଲାଗୁ ହେବ: ପ୍ରତିରକ୍ଷା ସଚିବ ଅଜୟ କୁମାର

୨୦୨୦-୨୧ ଶିକ୍ଷାବର୍ଷରୁ ସୈନିକ ବିଦ୍ୟାଳୟରେ OBC ସଂରକ୍ଷଣ ଲାଗୁ ହେବ: ପ୍ରତିରକ୍ଷା ସଚିବ ଅଜୟ କୁମାର

56
0

୩୧ ଅକ୍ଟୋବର ୨୦୨୦, ବର୍ଷର ୩୦୫ତମ ଦିବସ ୪୪ତମ ଶନିବାର

୧) ଶ୍ରୀମନ୍ଦିର କାର୍ତ୍ତିକ ନୀତି, ବାଳଭୋଗ ଏବଂ ନାଗାର୍ଜୁନ ବେଶର ନୀତି ନିର୍ଘଣ୍ଟ ପ୍ରସ୍ତୁତ, କାର୍ତ୍ତିକରେ ଦକ୍ଷିଣ ଓ ଉତ୍ତର ଦ୍ୱାରରେ ମିଳିବ ମହାପ୍ରସାଦ‌।

୨) ତୁର୍କୀ ଓ ଗ୍ରୀସରେ ବଡ଼ ଧରଣର ଭୂମିକମ୍ପ, ତୁର୍କୀରେ ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ, ଅନେକ ଅଟ୍ଟାଳିକ ମିଶିଲା ମାଟିରେ‌।

୩) ନଭେମ୍ବରରେ ବି ଶନିବାର ବନ୍ଦ ରହିବ ସବୁ ସରକାରୀ ଅଫିସ୍।

୪) କନ୍ଧମାଳ ଗଞ୍ଜାମ ସୀମାରେ କୁମ୍ବିଙ୍ଗ ବେଳେ ଗୁଳି ବିନିମୟ, ମୃତାହତ ସୁଚନା ନାହିଁ।

୫) ଭାରତକୁ ଫିଜିଓଥେରାପି ଏବଂ ସ୍ପୋର୍ଟସ ସାଇନ୍ସରେ ବିଶ୍ୱ ଶ୍ରେଷ୍ଠ ଅଭ୍ୟାସ ଆଣିବା ପାଇଁ ଅଭିନବ ବିନ୍ଦ୍ରା ସ୍ପୋର୍ଟସ୍ ମେଡିସିନ ଆଣ୍ଡ ରିସର୍ଚ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ।

୬) ଝାଡ଼ଖଣ୍ଡ: ଲୋହରଦଗା ଜିଲ୍ଲାରେ ମାଓବାଦୀଙ୍କ ‘ଆଇଇଡି’ ବିସ୍ଫୋରଣରେ ଦୁଇ ପୁଲିସ କର୍ମଚାରୀ ଆହତ।

୭) ଓଡ଼ିଶାରେ ପୁନଃ ସଂକ୍ରମଣ ହେଉଛି କରୋନା, ଶୀତରେ ସଂକ୍ରମଣ ବଢ଼ିବା ସମ୍ଭାବନା।

୮) ୨୦୨୦-୨୧ ଶିକ୍ଷାବର୍ଷରୁ ସୈନିକ ବିଦ୍ୟାଳୟରେ OBC ସଂରକ୍ଷଣ ଲାଗୁ ହେବ: ପ୍ରତିରକ୍ଷା ସଚିବ ଅଜୟ କୁମାର ।

୯) ଭିନ୍ନକ୍ଷମମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ଓ କୃତ୍ରିମ ଅଙ୍ଗରୋପଣ ସେବା ଯୋଗାଇ ଦେବା ପାଇଁ ଅଙ୍ଗନବାଡ଼ି ମାଧ୍ୟମରେ ହିତାଧିକାରୀ ଚିହ୍ନଟ।

୧୦) ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ ପକ୍ଷରୁ ପ୍ରସ୍ତୁତ ଶୁଦ୍ଧ ମୁସଲିନ୍ କପଡ଼ାରେ ନିର୍ମିତ ଦୁଇ ସ୍ତରୀୟ ‘ହାପି ଦିୱାଲୀ’ ମୁଦ୍ରିତ ମାସ୍କର ସୀମିତ ସଂସ୍କରଣ ବିକ୍ରି ଆରମ୍ଭ ହୋଇଛି। ଏହା ପଶ୍ଚିମବଙ୍ଗର ପାରମ୍ପରିକ ଖଦି କାରିଗରମାନଙ୍କ ଦ୍ୱାରା ନିର୍ମିତ ଏକ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ସୂତା କପଡାରେ ତିଆରି ମାସ୍କ।

୧୧) ଓଡ଼ିଶାର ମହାମାରୀ ମୁକାବିଲା ବିଶ୍ୱବାସୀଙ୍କ ପାଇଁ ମଡେଲ ସାଜିଛି- ସୁବ୍ରତ ବାଗଚୀ।

୧୨) ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶିତ: ସ୍ନାତକ କଳାରେ ୯୦.୦୬ ପ୍ରତିଶତ୍‌ ପାସ୍‌।

୧୩) କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜାର ଶାନ୍ତି ଶୃଙ୍ଖଳା ପାଇଁ ୮ ପ୍ଲାଟୁନ୍ ପୋଲିସ ମୁତୟନ।

୧୪) ଦେଶର ବିଭିନ୍ନ ନଦୀବନ୍ଧ ମରାମତି ପାଇଁ ଖର୍ଚ୍ଚ ହେବ ୧୦ ହଜାର କୋଟି ଟଙ୍କା, ତାଲିକାରେ ଓଡିଶାର ୩୬ ନଦୀବନ୍ଧ‌।

୧୫) ଉପନିର୍ବାଚନ ପାଇଁ ଛୁଟି ଘୋଷଣା, ଭୋଟ ଦେବା ପାଇଁ ନିର୍ବାଚନ ମଣ୍ଡଳୀ ବାହାରେ ଚାକିରି କରୁଥିବା ଲୋକ ବି ଛୁଟି ନେଇପାରିବେ।

୧୬) ଏନ. କେ. ସିଂଙ୍କ ନେତୃତ୍ୱରେ ଗଠିତ ପଞ୍ଚଦଶ ଅର୍ଥ ଆୟୋଗ ଆସନ୍ତା ମାସ ୯ ତାରିଖରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନିକଟରେ ଏହାର ରିପୋର୍ଟ ଦାଖଲ କରିବେ। ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ପରବର୍ତ୍ତୀ ପାଞ୍ଚଟି ଆର୍ଥିକ ବର୍ଷ ପାଇଁ ରିପୋର୍ଟ ଉପରେ ଆୟୋଗ ଆଜି ସେମାନଙ୍କର ବିଚାର ବିମର୍ଶ ଶେଷ କରିଛନ୍ତି‌।

୧୭) ତୈଳ ସନ୍ଧାନ ନେଇ ଓ.ଏନ.ଜି.ସି ର ଅସ୍ତରଙ୍ଗଠାରୁ ପୁରୀ ପର୍ଯ୍ୟନ୍ତ ସର୍ଭେ।

୧୮) ଦ୍ରୁତ ହେଉଛି କରୋନାର ଦ୍ଵିତୀୟ ଲହର, ବିନା କାମରେ ଘରୁ ବାହାରନ୍ତୁ ନାହିଁ: ସତର୍କ କଲେ ଏମ୍ସ ନିର୍ଦେଶକ ଡ଼. ଗୁଲେରିଆ।

୧୯) ୮୫ ଦିନ ପରେ ପ୍ରଥମ ଥର ଦେଶରେ ୬ ଲକ୍ଷରୁ ତଳକୁ ଖସିଲା ଆକ୍ଟିଭ୍ କେସ୍ ସଂଖ୍ୟା , ସୁସ୍ଥହାର ୯୧%କୁ ବୃଦ୍ଧି।

୨୦) କରୋନାରୁ ବର୍ତ୍ତିବା ଲାଗି ମାସ୍କକୁ ଭ୍ୟାକସିନ୍ ଭାବନ୍ତୁ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।

୨୧) ବଙ୍ଗୋପସାଗରରେ ଆସନ୍ତା କାଲିଠାରୁ ଲଘୁଚାପ, ଓଡ଼ିଶା ଉପରେ ବିଶେଷ ପ୍ରଭାବ ନାହିଁ: ଆଇଏମଡି‌।

୨୨) ଭାରତୀୟ ନୌସେନା କ୍ଷୁଦ୍ର ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ କୋରା’ରୁ ଶୁକ୍ରବାର ଯୁଦ୍ଧପୋତ ବିଧ୍ଵଂସୀ କ୍ଷେପଣାସ୍ତ୍ରର ସଫଳ ବ୍ୟବହାରିକ ପରୀକ୍ଷା କରାଯାଇଛି। ଭାରତୀୟ ନୌସେନା କହିବା ଅନୁସାରେ, ବଙ୍ଗୋପସାଗରରେ କରାଯାଇଥିବା ଏହି ବ୍ୟବହାରିକ ପରୀକ୍ଷାରେ ସର୍ବାଧିକ ଦୂରତ୍ବରୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରଟି ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଥିବା ଜାହାଜଟିକୁ ଠିକଣା ସ୍ଥାନରେ ମାଡ଼ କରିଛି।

୨୩) ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ, କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ସ୍ଵୀକାର୍ଯ୍ୟ ନୁହେଁ।

୨୪) ନଭେମ୍ବରରେ ସ୍କୁଲ ଖୋଲିବ। ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

LEAVE A REPLY

Please enter your comment!
Please enter your name here