ହେବନାହିଁ ବାଲିଯାତ୍ରା , ହେବ ନାହିଁ ବଡ ଓଷା, ଡରିଗଲେ କଲେକ୍ଟର |
କରୋନା ଭୟରେ ଏ ବର୍ଷ କଟକର ପ୍ରସିଦ୍ଧ ବାଲି ଯାତ୍ରା ବନ୍ଦ ରହିବ | କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି କହିଛନ୍ତି ଏକଥା |
କେବଳ ବାଲିଯାତ୍ରା ନୁହେଁ ଏ ବର୍ଷ ପ୍ରଭୁ ଧବଳେଶ୍ୱରଙ୍କ ପୀଠରେ ବଡ ଓଷା ପର୍ବ ଜନିତ ଯାତ୍ରା ମଧ୍ୟ ହେବ ନାହିଁ |
ଲୋକ ଗହଳିକୁ ନା | କରୋନା ପ୍ରାଦୁର୍ଭାବରୁ ସୁରକ୍ଷିତ ରହିବାକୁ ଏହା ହିଁ ଏକମାତ୍ର ପନ୍ଥା ବୋଲି ବିଚାରୁଛନ୍ତି କଟକ କଲେକ୍ଟର, ଯଦିଓ ଏ ନେଇ ଏକ ବିଧିବଦ୍ଧ ନିଷ୍ପତି ଘୋଷଣା ବାକି ଅଛି |
ଜିଲ୍ଲାପାଳଙ୍କ ନା କୁ ହଁ କହିଛନ୍ତି ବାଲିଯାତ୍ରା ବ୍ୟବସାୟୀ ସଂଘ |
ଏଟା କରୋନା ଭାଇରସ୍ ନା କଳ୍କୀ ଅବତାର ପଚାରୁଛନ୍ତି କଟକିଆ |
