Home କବିତା ସାରା ଯୌବନଟାକୁ ଲେଖିଦେବା ପରେ

ସାରା ଯୌବନଟାକୁ ଲେଖିଦେବା ପରେ

118
0

କାକର କାଳି
ଆଉ ଦୁବ କଲମରେ
ପୁନେଇଁ ଜହ୍ନର
ଧଳା କାଗଜରେ
ସାରା ଯୌବନଟାକୁ
ଲେଖିଦେବା ପରେ

ଚାଳିଶିଆ ଚଷମାରେ
ଅତିକ୍ରାନ୍ତ ବୟସରେ
ଖାଲି ଯାହା
କଳଙ୍କତକ ପଢିହେଲେ ହେଉଥିବ
ବାକିସବୁ ଦିଶୁଥିବ
ସାଦା କାଗଜପରି
ତୋଫା ଧଳା

  • ଲକ୍ଷ୍ମୀଧର ନାୟକ

LEAVE A REPLY

Please enter your comment!
Please enter your name here