Home କୁହ ସରକାର କେରଳ ମୁଖ୍ୟମନ୍ତ୍ରୀ କଲେ, ଓଡିଶା ମୁଖ୍ୟମନ୍ତ୍ରୀ କରନ୍ତେ ନି !

କେରଳ ମୁଖ୍ୟମନ୍ତ୍ରୀ କଲେ, ଓଡିଶା ମୁଖ୍ୟମନ୍ତ୍ରୀ କରନ୍ତେ ନି !

119
0

ବାଃ ବାଃ ବାଃ ବଢିଆ ମଜା

କେରଳ ମୁଖ୍ୟ ମନ୍ତ୍ରୀ ମୋ ଫେସ୍ ବୁକ୍ ଖେଳେଇ ଓଡିଆ ପଢନ୍ତି ହେ,

ମୁଁ ଆଜି ଜାଣିଲି

ଦେଖ ଦେଖ ମୁଁ ନଭେମ୍ୱର 2019 ରେ ମୋ ଫେସବୁକରେ ଲେଖିଥିବା ମୋ ଓଡିଆ ପୋଷ୍ଚ ପଢିକି କେରଳ ମୁଖ୍ୟ ମନ୍ତ୍ରୀ କେମିତି ପରିବାର ଦର ସ୍ଥିର କଲେ | 1 ନଭେମ୍ୱର 2020 ରୁ ଲାଗୁ ହେବ |

ତା ପର କଥା ଗୁଡା ପିଆଜ ଆଳୁ ବେପାରୀଙ୍କୁ ପୁରା ନେଚରୋପାଥି ଚିକିତ୍ସା ପରିକା କଥା ହେବ |

17 ନଭେମ୍ୱର 2019 ରେ ମୁଁ ନିମ୍ନୋକ୍ତ କଥା ଲେଖିଥିଲି –

” ଚାଷୀଠୁ ବେପାରୀ ପିଆଜ କିଣିଲା 5 ଟଙ୍କାରେ,
ସାଇତିବା ଖର୍ଚ 5 ଟଙ୍କା,
ଲାଭ ରଖିବ 5 ଟଙ୍କା,

ବିକିବ 15 ଟଙ୍କାରେ,

ଯଦି ସପ୍ଲାଇ ଠୁ ଡିମାଣ୍ଡ ଅଧିକ ହେଲା,
ତା ହେଲେ ବଜାରରେ ପିଆଜ ମିଳିବନି,

କିନ୍ତୁ 15 ଟା 100 କାହିଁକି ହେବ ?

ଆରେ ବାବୁ
କେତେଥର କହିବି,
ତମ କୃଷି ବିଭାଗ ସବୁ କୃଷିଜାତ ଦ୍ରବ୍ୟର
Cost Price ନିର୍ଦ୍ଧାରଣ କରୁ,

ଚାଷୀପାଇଁ ତା ଉପରେ 50% ଲାଭ ମିଶେଇ
ଗୋଟାଏ Minimum Support Price ଘୋଷଣା କରୁ,

ଚାଷୀ ଠୁ ପିଆଜ ରସୁଣ ଆଳୁ କି ସେ ଯାହା ବି ହେଉ,
ରେଲିଆନ୍ସ, ଫ୍ଲିପକୀର୍ଟ୍, ଆମାଜନ୍ କି ଏକ ନମ୍ୱର ହାଟ ପଣ୍ଡାବାବୁ ଯେଉଁ ବେପାରୀ ବି କିଣୁ ,

ଏଇ ମିନିମମ୍ ସପୋର୍ଟ ପ୍ରାଇସରେ କିଣିବ,

ସେଥିରେ ବେପାରୀର ସାଇତିବା ଟ୍ରାନସପୋର୍ଟେସନ୍ ଇତ୍ୟାଦି ଖର୍ଚ ମିଶାଇ ଗୋଟେ
Maximum Retail Price ସ୍ଥିର କରୁ କୃଷି ବିଭାଗ,

ଯେଉଁ ବେପାରୀ ବିକିବ,
ଏଇ ନିର୍ଦ୍ଧାରିତ MRP ଦାମ୍ ରେ ବିକିବ,

ବିଜ୍ଞପ୍ତିରେ
ଆଳୁ ଅମଳ ମାସରେ 10,
ଜୁନ୍ ମାସରେ 12
ଡିସେମ୍ୱର ମାସରେ 15 ଲେଖା ହୋଇଥିଲେ ବି
କିଛି ଯାଏ ଆସେ ନାହିଁ,

ଖାଉଟି ଏକଥା ଆଗରୁ ଜାଣିଥିବ,
ପିଆଜ ମିଳିବ ତ 15 ରେ ମିଳିବ,
ନମିଳିବ ତ ନମିଳିବ,

15 ଟା 100 କାହିଁକି ହେବ ?

ଲୋକଙ୍କ ହାତରେ ସରକାରଙ୍କ ଏଇ ବିଜ୍ଞପ୍ତି କାଗଜ ଖଣ୍ଡିକ ଥିଲେ ଯଦି କୋଉ ବେପାରୀ 15 କୁ 100 କରେ , ଲୋକେ ଗୋଡେଇ ଗୋଡେଇ ପିଟିବେ,
ନହେଲେ ବେପାରୀ ଜେଲ୍ ଯିବ,

ବେପାରୀ ଜେଲ୍ ଯିବା ଜାଗାରେ
ଏ ସରକାର କାହିଁକି ଗାଦୀରୁ ଯାଉଛି,
ଏହା ଆଉ ଏକ ରହସ୍ୟମୟ ଘଟଣା

ସରକାରକୁ ଏତିକି କଥା ହିସାବ କରି ନୋଟିଫିକେସନ୍ ଟିଏ କରି ଦେବାକୁ କଣ କଷ୍ଟ ହେଉଛି,
ଏ ହିସାବ କରିବା ପାଇଁ ଏମିତି କେତେ ଟଙ୍କା ଖର୍ଚ ହେବ,
ମୁଁ ତ ବୁଝି ପାରୁନି,

ଆପଣମାନେ ବୁଝି ପାରୁଛନ୍ତି କି ? “

  • ଲକ୍ଷ୍ମୀଧର ନାୟକ

LEAVE A REPLY

Please enter your comment!
Please enter your name here