୨୧ ଅକ୍ଟୋବର ୨୦୨୦, ବର୍ଷର ୨୯୫ତମ ଦିବସ, ୪୩ତମ ବୁଧବାର
୧) ଦାଦାବଟିକୁ ନା | 9938910000 ହ୍ୱାଟସଆପ ନମ୍ୱର ଜାରିକଲେ ପୋଲିସ ଡିଜି ଅଭୟ | ଏହି ନମ୍ୱରରେ କମ୍ପ୍ଲେନ କଲେ ସୂଚନାଦାତାଙ୍କ ନାମ ଗୋପନୀୟ ରଖାଯିବ ବୋଲି କହିଲେ ଡିଜି |
୨) ପାର୍ବଣକୁ ନେଇ ସତର୍କ କଲେ ମୁଖ୍ୟମନ୍ତ୍ରୀ: ଘରେ ରହି ମାଆଙ୍କ ପୂଜା କରିବାକୁ ଆହ୍ଵାନ।
୩)ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ; ୨୪ ଯାଏ ବର୍ଷା ସମ୍ଭାବନା।
୪) ଭୁବନେଶ୍ୱର: ଆର୍ଟିଓ ପରିସର ଦଲାଲ ମୁକ୍ତ ନିର୍ଦେଶନାମାକୁ କାଏମ୍ ରଖିଲେ ହାଇକୋର୍ଟ।
୫) ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ।
୬) ଦାଉଦ ସହଯୋଗୀ ଇକବଲ୍ ମିର୍ଚିର ୨୨.୪୨ କୋଟିର ସମ୍ପତ୍ତି ଜବତ କଲା ED।
୭) ଜମ୍ମୁ କଶ୍ମୀର ପୁଲୱାମାରେ ଏନକାଉଣ୍ଟର, ଟଳିଲେ ଦୁଇ ଆତଙ୍କବାଦୀ।
୮) ଆସାମରେ ଦେଶର ସର୍ବପ୍ରଥମ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କର ଶିଳାନ୍ୟାସ କଲେ ନିତିନ ଗଡକରୀ।
୯) ବାଣପୁରର ମା ଭଗବତୀ ମନ୍ଦିର ଖୋଲିବାକୁ ଦାବି ଜଣାଇଲେ ସ୍ଥାନୀୟବାସୀ।
୧୦) ପୁରୀ: ବରାଦୀ ଅବଢ଼ା ଉପରୁ ଉଠିଲା କଟକଣା, ଏବେ ଅର୍ଡର ଦେଇ ପାଇପାରିବେ ମହାପ୍ରସାଦ।
୧୧) ଚୀନ୍ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍।
୧୨) ଟ୍ୟାଙ୍କ ବିଧ୍ଵଂସୀ କ୍ଷେପଣାସ୍ତ୍ର ‘ସ୍ୟାଣ୍ଟ’ର ସଫଳ ପରୀକ୍ଷଣ।
୧୩) ଆଫଗାନିସ୍ତାନରେ ବୋମା ବିସ୍ଫୋରଣ: ୫ ମୃତ, ୯ ଗୁରୁତର।
୧୪) ରୋଗୀଣା ପତ୍ନୀକୁ ଟ୍ରଲିରେ ବୋହି ଏସ୍ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ।
୧୫) ଫେସବୁକ୍ରେ ଭିଡିଓ ସର୍ଚ୍ଚ କରିବା ହେଲା ଆହୁରି ସହଜ, ଏବେ କମ୍ ଡାଟା ଖର୍ଚ୍ଚ କରି ଦେଖିପାରିବେ ନିଜ ମନପସନ୍ଦର ଭିଜୁଆଲ।
୧୬) ନଭେମ୍ବର ୧୧ ତାରିଖରୁ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଆଜି ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।
୧୭) NEP ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଗବେଷଣାକୁ ବୃଦ୍ଧି କରିବ – ରମେଶ ପୋଖରିୟାଲ।
୧୮) ପ୍ରଥମ ପର୍ଯ୍ୟାୟ ବିହାର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ୩୭୫ ଜଣ କୋଟିପତି ଓ ୩୨୮ ଜଣ ଅପରାଧିକ ମାମଲା ଥିବା ପ୍ରାର୍ଥୀ: ରିପୋର୍ଟ।
୧୯) ଡବ୍ଲ୍ୟୁଏଚ୍ଓର କୋଭିଡ୍ ସତର୍କବାଣୀ: ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ୨ ବର୍ଷ ଯାଏ ଶୃଙ୍ଖଳିତ ହେବାକୁ ପଡ଼ିବ।
୨୦) ଦୁର୍ଗାପୂଜା ପାଇଁ କଟକରେ ଚଳିତ ବର୍ଷ ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ, ୧୦୦ ଜଣ ଅଧିକାରୀ।
୨୧) ୨୦୨୧ ଫେବୃଆରି ବେଳକୁ ଅଧା ଅଧି ଭାରତୀୟ କରୋନା ସଂକ୍ରମିତ ହୋଇ ସାରିଥିବେ: ରିପୋର୍ଟ ।
୨୨) ଟିଆରପି ସ୍କାମ: ୟୁପିର ଏଫଆଇଆର ଆଧାରରେ ସିବିଆଇ ରୁଜୁ କଲା ମାମଲା।
୨୩) ସାବଧାନ: ଏଣୁତେଣୁ ପୋଷ୍ଟ ସେଆର୍ କଲେ ବ୍ଲକ୍ ହୋଇପାରେ ଆପଣଙ୍କ ଫେସବୁକ ଆକାଉଣ୍ଟ।
୨୪) କୋରୋନାକୁ ନେଇ ମୋଦିଜୀ ସାର୍ବଜନୀନ କଲେ ଅତି ଗୁରୁତ୍ୱପୂର୍ଣ୍ଣ ଗଭୀର ଗବେଷଣା ଲବ୍ଧ ଜ୍ଞାନ ଗର୍ଭକ ଲୋକ କଲ୍ୟାଣକାରୀ ଗୁପ୍ତ ମନ୍ତ୍ର :
ମୋଦୀ ଜୀ କହିଲେ – ଲକଡାଉନ୍ ସରିଛି କିନ୍ତୁ ଭାଇରାସ ଯାଇନି।