Home ୨୪ ଘଣ୍ଟା ୨୪ ଖବର ବୈଜ୍ଞାନିକଙ୍କ ଦାବି: ଫେବୃଆରୀରେ କମିଯିବ କରୋନା

ବୈଜ୍ଞାନିକଙ୍କ ଦାବି: ଫେବୃଆରୀରେ କମିଯିବ କରୋନା

27
0

୨୪ ଘଣ୍ଟା ୨୪ ଖବର

୧୯ ଅକ୍ଟୋବର ୨୦୨୦, ବର୍ଷର ୨୯୩ତମ ଦିବସ, ୪୨ତମ ସୋମବାର

୧) ନୂତନବର୍ଷ ଆରମ୍ଭରେ ଉପଲବ୍ଧ ହେବ କରୋନା ଟିକା: ୧୦ ବର୍ଷ ପର୍ଯ୍ୟନ୍ତ ରହିବ ଏହାର ପ୍ରଭାବ। କରୋନା ଭୂତାଣୁରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଏହା ପାଇଁ ପ୍ରସ୍ତୁତ ଟିକା ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ ବୋଲି ଆଇସିଏମ୍‌ଆରର ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ କହିଛନ୍ତି।

୨) କରୋନା ସଙ୍କଟ ମଧ୍ୟରେ ସରାୟୁ ନଦୀ କୂଳରେ ଆରମ୍ଭ ହୋଇଛି ଭବ୍ୟ ରାମଲୀଲା । ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ରାମଲୀଲାରେ ସିନେ ଜଗତର କିଛି କଳାକାର ମଧ୍ୟ ସାମିଲ ହୋଇଛନ୍ତି।

୩) SBI ଜାରି କଲା ନୂଆ ଲୋନ ସ୍କିମ, ୫ ଲକ୍ଷ ପର୍ଯ୍ୟନ୍ତ ଋଣରେ ଦେବାକୁ ପଡ଼ିବନି ସୁଧ।

୪) କରୋନା ସଂପର୍କରେ ଆସିଲା ନୂଆ ତଥ୍ୟ, ଏହି ଭୂତାଣୁ ମଣିଷ ଚର୍ମରେ ସକ୍ରିୟ ରହୁଛି ପ୍ରାୟ ନଅ ଘଣ୍ଟା।

୫) ଭାରତ ସୀମା ନିକଟରେ ମିସାଇଲ୍ ଛାଡିଲା ଚୀନ୍: ଥରି ଉଠିଲା ପାହାଡ, ଭିଡିଓ ଜାରି କରିଛି ଗ୍ଲୋବାଲ୍ ଟାଇମ୍ସ।

୬ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ, 400 କିଲୋମିଟରରୁ ଅଧିକ ଲକ୍ଷ୍ୟକୁ ନଷ୍ଟ କରିବ।

୭) ୧୯ରୁ ୩ ଦିନ ବର୍ଷା ସମ୍ଭାବନା, ୨୦ରୁ ବଢ଼ିପାରେ ବର୍ଷାର ପରିମାଣ।

୮) ଏଟିଏମରୁ ୫ ହଜାରରୁ ଅଧିକ ଟଙ୍କା ଉଠାଇଲେ ଦେବାକୁ ପଡ଼ିପାରେ ଅତିରିକ୍ତ ଟଙ୍କା, ୮ ବର୍ଷ ପରେ ବଦଳିବାକୁ ଯାଉଛି ନିୟମ।

୯) କେରଳରେ ଆରମ୍ଭ ହେଲା ଭାରତର ପ୍ରଥମ ଓ୍ବାଟର ଟାକ୍ସି ସେବା, ବସିବେ ୧୦ ଜଣ ଯାତ୍ରୀ।

୧୦) ଜଗତସିଂହପୁର: ବଜ୍ରପାତରେ ଚାଲିଗଲା ଦୁଇ ଜୀବନ। ଦଶାହ କାର୍ଯ୍ୟ ସମୟରେ ନଦୀରେ ଗାଧୋଉଥିବା ବେଳେ ବଜ୍ରପାତରେ ଦୁଇଜଣଙ୍କ ମୃତ୍ୟୁ।

୧୧) ଭାରତୀୟ ସେନାର ଗୁରୁତ୍ୱପୂର୍ଣ୍ଣ ଲେଫ୍ଟନାଂଟ ପଦବୀକୁ ଦୁଇ ଓଡ଼ିଆ ଯବାନଙ୍କ ସୁନୀଲ କୁମାର ବିଶ୍ୱାଳ ଏବଂ ଅବିନାଶ ଜେନା ପଦୋନ୍ନତି।

୧୨) ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ କରୋନା ଭାଇରସ୍‌ ସଂକ୍ରମଣର ଆଶଙ୍କା କମ୍‌: ବିଶେଷଜ୍ଞ ।

୧୩) ୟୁପି ହାଥରସ୍ ଘଟଣା ପ୍ରତିବାଦରେ ଅକ୍ଟୋବର ୨୬ରେ କଂଗ୍ରେସର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ।

୧୪) ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ସ୍ୱୀକାର କଲେ, ଦେଶର ଅନେକ ସ୍ଥାନରେ ହୋଇସାରିଲାଣି କମ୍ୟୁନିଟି ଟ୍ରାନ୍ସମିସନ୍।

୧୫) ପାକିସ୍ତାନର ଜେଲରେ ବନ୍ଦୀ ଅଛନ୍ତି ୩୨୪ ଭାରତୀୟ, ଜେଲ ଦଣ୍ଡ କାଟି ସାରିବା ପରେ ମଧ୍ୟ ଛାଡ଼ୁନି ପାକିସ୍ତାନ।

୧୬) ବୟସ୍କ ରୋଗୀଙ୍କୁ ସଂକ୍ରମିତ ରକ୍ତ ଦିଆଯିବା ଘଟଣା: ଓଡ଼ିଶାର ମୁଖ୍ୟ ସଚିବ ଓ ସ୍ଵାସ୍ଥ୍ୟ ସଚିବଙ୍କୁ ‘ଏନ୍‌ଏଚ୍‌ଆର୍‌ସି’ଙ୍କ ଚେତାବନୀ।

୧୭) ଭାରତର ପ୍ରଥମ ମହିଳା ଭାବେ ଐଶ୍ଵର୍ଯ୍ୟା ଶ୍ରୀଧରଙ୍କୁ ମିଳିଲା ଚଳିତ ବର୍ଷର ଶ୍ରେଷ୍ଠ ୱାଇଲଡ଼ ଲାଇଫ ଫଟୋଗ୍ରାଫର ଆୱାର୍ଡ।

୧୮) କୋଭିଡ୍-୧୯ ସମ୍ବନ୍ଧୀୟ ଔଷଧପତ୍ର ଉପରୁ ‘ଆଇପିଆର୍‌’ ଛାଡ଼ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକାର ପ୍ରସ୍ତାବକୁ ଆମେରିକା ଓ ୟୁରୋପୀୟ ୟୁନିୟନ୍‌ର ବିରୋଧ।

୧୯) ବୈଜ୍ଞାନିକଙ୍କ ଦାବି: ଫେବୃଆରୀରେ କମିଯିବ କରୋନା।

୨୦) ଜଟଣୀରେ ଲଗାତର ୭ଟି ବୋମାମାଡ଼; ଘରର କାନ୍ଥ ଭାଙ୍ଗି ଚୁର୍‌ମାର; ୨ ଆହତ।

୨୧) ମିଛ ଖବର ପ୍ରଚାର କରୁଥିଲେ ସାବଧାନ, ୩୦୦୦ ନକଲି ୟୁଟ୍ୟୁବ୍‌ ଚ୍ୟାନେଲ ବନ୍ଦ କଲା ଗୁଗୁଲ।

୨୨) କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷା: ୧୯ରେ ପ୍ରଥମ ମେରିଟ ଲିଷ୍ଟ।

୨୩) ଦୀର୍ଘ ୭ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଧଉଳି ଶାନ୍ତି ସ୍ତୁପ।

୨୪) ନବରଙ୍ଗପୁର: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ନେଇ ଥାନାରେ ଏତଲା।

LEAVE A REPLY

Please enter your comment!
Please enter your name here