ନିଟ ପରୀକ୍ଷାରେ ୭୨୦ରୁ ୭୨୦ ନମ୍ବର ରଖି ଶତ ପ୍ରତିଶତ ସଫଳତା ଲାଭ କଲେ ଓଡିଆ ପୁଅ ସୋଏବ ଆଫତାବ। ଓଡିଶାର ପ୍ରଥମ ଛାତ୍ର ଭାବେ ସୃଷ୍ଟି କଲେ ଇତିହାସ।
୧୭ ଅକ୍ଟୋବର ୨୦୨୦, ବର୍ଷର ୨୯୧ତମ ଦିବସ, ୪୨ତମ ଶନିବାର
୧) ବିବାହ ପାଇଁ ଝିଅମାନଙ୍କର ଉପଯୁକ୍ତ ବୟସ କଣ ହେବ, ସରକାର ଶୀଘ୍ର ନିଷ୍ପତ୍ତି ନେବେ: ପ୍ରଧାନମନ୍ତ୍ରୀ ମୋଦୀ।
୨) ପୁଣି ବନ୍ୟା ଆଶଙ୍କା। ୧୯ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ପ୍ରଭାବରେ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍ଆରସି।
୩) ନିଟ ପରୀକ୍ଷାରେ ୭୨୦ରୁ ୭୨୦ ନମ୍ବର ରଖି ଶତ ପ୍ରତିଶତ ସଫଳତା ଲାଭ କଲେ ଓଡିଆ ଛାତ୍ର ସୋଏବ ଆଫତାବ। ଓଡିଶାର ପ୍ରଥମ ଛାତ୍ର ଭାବେ ସୃଷ୍ଟି କଲେ ଇତିହାସ।
୪) ବାଲେଶ୍ୱରରେ ଏମସ ସାଟେଲାଇଟ ସେଣ୍ଟର ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟିଲା କଂଗ୍ରେସର ୨ ଜଣିଆ ପ୍ରତିନିଧି ଦଳ।
୫) ମାଆ ବିରଜାଙ୍କ ରଥ ଯାତ୍ରା ପୂର୍ବରୁ ଶେଷ ହେଲା ସେବାୟତଙ୍କ କରୋନା ପରୀକ୍ଷା।
୬) ସିଲ ହୋଇଥିବା ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲାଯିବ: ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ।
୭) ହାଇକୋର୍ଟଙ୍କ ନିର୍ଦ୍ଦେଶ: ନଭେମ୍ବର ୨୫ ଯାଏ ଉଚ୍ଛେଦ, ନିର୍ମାଣ ଭଙ୍ଗା, ସଂପତ୍ତି ନିଲାମ ଉପରେ ସ୍ଥଗିତ।
୮) ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟାଙ୍କ ଓ ଏଟିଏମଗୁଡିକରେ ସୁରକ୍ଷା କର୍ମୀ ମୁତୟନ ଓ ସିସିଟିଭି ଆଲାର୍ମ ମରାମତି କରିବାକୁ ବ୍ୟାଙ୍କ ଅଧିକାରୀଙ୍କୁ ନିର୍ଦ୍ଦେଶ।
୯) କମିଶନରେଟ୍ ପୋଲିସର ନୂଆ ଯୋଜନା ‘ଦାଦାବଟିକୁ ନା’, ପୁରସ୍କୃତ ହେବେ ସୂଚନାଦାତା।
୧୦) ପାର୍ବଣ ଋତୁରେ ଦାଦାବଟି ମାଗିଲେ ଅଭିଯୁକ୍ତ ହୋଇପାରନ୍ତି ତଡ଼ିପାର। ଦରକାର ପଡ଼ିଲେ ରାଜ୍ୟ ବାହାରକୁ ପଠାଇପାରେ କମିଶନରେଟ୍ ପୁଲିସ। ଦାଦାବଟି ମାଗୁଥିବା ବ୍ୟକ୍ତିଙ୍କୁ କଡ଼ା ଭାଷାରେ ତାଗିଦ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।
୧୧) ଆତ୍ମନିର୍ଭର ଭାରତ ଅଧୀନରେ ବିଶ୍ୱସ୍ତରୀୟ ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ବୃହତ ଇସ୍ପାତ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ପ୍ରସ୍ତାବ।
୧୨) ବଲାଙ୍ଗୀର ଓ କୋରାପୁଟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦୁଇଟି ନୂତନ ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା ହେବ: ମନ୍ତ୍ରୀ ଶ୍ରୀ ଆରୁଖ।
୧୩) ରାୟଗଡା ଜିଲ୍ଲା ଗୁଣୁପୁର ଅର୍ନ୍ତଗତ ଓକିଲଗୁଡାଠାରେ ଥିବା ଏକ ପଥର ଖାଦନରେ ଭୀଷଣ ବିସ୍ଫୋରଣ: ୩ ମୃତ।
୧୪) ମଥୁରା: କୃଷ୍ଣ ଜନ୍ମଭୂମିରୁ ମସଜିଦ୍ ହଟାଇବା ଆବେଦନକୁ ସ୍ଵୀକାର କଲେ ମଥୁରା କୋର୍ଟ, ପକ୍ଷକାରଙ୍କୁ ମାଗିଲେ ଜବାବ।
୧୫) ଜାହାଜ ପୁନଃ ବିନିଯୋଗ ପ୍ରାଧିକରଣ ଭାବେ ଅଧିଷ୍ଠିତ ହେବେ ଜାହାଜ ଚଳାଚଳ ମହାନିର୍ଦ୍ଦେଶକ।
୧୬) ୧୯ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ, ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି।
୧୭) ନଭେମ୍ବର ପହିଲାରୁ ବିନା ଓଟିପିରେ ମିଳିବନି ଏଲପିଜି ସିଲିଣ୍ଡର ଗ୍ୟାସ।
୧୮) ଜିଏସ୍ଟି କ୍ଷତିପୂରଣ ବିବାଦର ଅବସାନ: ରାଜ୍ୟମାନଙ୍କୁ ୨.୧୬ ଲକ୍ଷ କୋଟିର କ୍ଷତିପୂରଣ ଦେବ କେନ୍ଦ୍ର।
୧୯) ରେଳବାଇର ବଡ଼ ନିଷ୍ପତ୍ତି: ଡିସେମ୍ବର ପହିଲାରୁ ଆସିପାରେ ପାସେଞ୍ଜର ଟ୍ରେନର ନୂଆ ସମୟସାରଣୀ, ବାତିଲ ହୋଇପାରେ ୬୦୦ ମେଲ-ଏକ୍ସପ୍ରେସ ଟ୍ରେନ, ଦଶ ହଜାର ୨୦୦ ଷ୍ଟପେଜ ହେବ ଉଚ୍ଛେଦ ସମ୍ଭାବନା।
୨୦) ବାଲେଶ୍ୱର: ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ରାତ୍ରକାଳୀନ ସଫଳ ପରୀକ୍ଷଣ।
୨୧) ଗୁରୁତର କରୋନା ରୋଗୀଙ୍କ ମୃତ୍ୟୁ ରୋକିବାରେ ରିମେଡ଼ିସିଭର ଅସଫଳ: ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ।
୨୨) ‘ରାଖି’ ବାନ୍ଧିବା ସର୍ତ୍ତରେ ଯୌନ ନିର୍ଯାତନାକାରୀଙ୍କୁ ଜାମିନ ମଞ୍ଜୁରିକୁ ବିରୋଧ କରି ସୁପ୍ରିମ୍ କୋର୍ଟରେ ନଅ ମହିଳା ଓକିଲଙ୍କ ଆବେଦନ।
୨୩) ମହାରାଷ୍ଟ୍ର ସରକାରକୁ ବରଖାସ୍ତ କରିବା ପାଇଁ ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ।
୨୪) ଗୁଗୁଲ ମ୍ୟାପରେ ନୂଆ ସୁବିଧା: ବ୍ୟବହାରକାରୀ କୌଣସି ସ୍ଥାନର ବ୍ୟସ୍ତ ବହୁଳତା ସମ୍ପର୍କରେ ଜାଣି ପାରିବେ।