ନିଯୁକ୍ତି ବିଜ୍ଞାପନ
ପଦବୀ : ଟ୍ରିଟମେଣ୍ଟ ଅଡିଟ୍ ଅଫିସର୍
ଯୋଗ୍ୟତା : IAS
କରୋନାରେ ଏବେ ଅଧିକ ଲୋକ ମରୁଛନ୍ତି ବୋଲି ରିପୋର୍ଟ ଆସୁଛି, ହସପିଟାଲରେ ରୋଗୀଙ୍କର ଚିକିତ୍ସା ଅବହେଳା ହେଉଛି ବୋଲି ସରକାର ସନ୍ଦେହ ପ୍ରକାଶ କରୁଛନ୍ତି |
ସରକାରଙ୍କ ସନ୍ଦେହ ଅମୁଳକ ମଧ୍ୟ ନୁହେଁ | ସେପରି ହେଉଥାଇ ପାରେ |
ତେଣୁ ସ୍ୱାସ୍ଥ୍ୟ ସଚିବ ଡେଥ୍ ଅଡିଟ୍ ପାଇଁ ଗୋଟେ ଟିମ୍ କରିଛନ୍ତି | ଭଲ କଥା |
କିନ୍ତୁ ଏହା ସମସ୍ୟାର ସମାଧାନ ନୁହେଁ |
ସରକାର ଯଦି ପ୍ରକୃତରେ ସମସ୍ୟାର ସମାଧାନ ଚାହୁଁ ଥାଆନ୍ତି ତାହେଲ ଡେଥ୍ ଅଡିଟ୍ ନୁହେଁ ଟ୍ରିଟମେଣ୍ଟ ଅଡିଟ ର ବନ୍ଦୋବସ୍ତ କରନ୍ତୁ |
ପାସେଣ୍ଟ ଓ ପାସେଣ୍ଟଙ୍କ ଦାୟିତ୍ୱରେ ଥିବା ଅଭିଭାବକ ବା ଆଟେଣ୍ଡାଣ୍ଟଙ୍କ ଠାରୁ ଫିଡବ୍ୟାକ୍ ନିଆଯିବାର ମଜବୁତ୍ ବ୍ୟବସ୍ଥାଟିଏ କରାଯାଉ |
ପ୍ରତ୍ୟେକ ରୋଗୀଙ୍କ ପାଖରେ ଗୋଟେ ଫିଡବ୍ୟାକ୍ ଫର୍ମ ରଖାଯାଉ,
ସେମାନେ ପ୍ରତିଦିନ ସେମାନଙ୍କର ଫିଡବ୍ୟାକ ସେଥିରେ ଲେଖନ୍ତୁ ଏବଂ ତାହାକୁ ଗୋଟାଏ ସେଣ୍ଟ୍ରାଲ ପୋର୍ଟାଲରେ ଅପଲୋଡ କରନ୍ତୁ ହସପିଟାଲ କର୍ମଚାରୀ
ଆଉ ଗୋଟିଏ ବ୍ୟବସ୍ଥା ମଧ୍ୟ ରହୁ,
ଏଇ ବ୍ୟବସ୍ଥାଟି ସବୁଠୁ ଭଲ ଏବଂ ଏ ବ୍ୟବସ୍ଥାରେ ସଠିକ୍ ତଥ୍ୟ ମଧ୍ୟ ମିଳି ପାରିବ |
ଏହା ଏପରି ହେବ ଯେମିତି ଏ ସବୁ ଫିଡ୍ ବ୍ୟାକ୍ ସେମାନେ ସେମାନଙ୍କର ମୋବାଇଲରେ ଅପଲୋଡ୍ କରିପାରିବେ , ସାଇବର କେଫରୁ ବି ଅପଲୋଡ କରିପାରିବେ |
ଏ ସୂଚନା ସମ୍ପୃକ୍ତ ହସପିଟାଲ ମାଲିକ, ଅଧିକାରୀ , ଡାକ୍ତର କିମ୍ୱା ଷ୍ଚାଫ୍ ଯେପରି ଦେଖି ନପାରିବେ |
ଏ ଦାୟିତ୍ୱରେ ଜଣେ ଆଇ ଏ ଏସ କ୍ୟାଡରର ଟ୍ରିଟମେଣ୍ଚ ଅଡିଟ ଅଫିସର ରହିବେ | ଏଇ ଟ୍ରିଟମେଣ୍ଟ ଅଡିଟ୍ ଅଫିସରଙ୍କ କର୍ମଚାରୀ ଟିମ୍ ତାହାକୁ ଦୈନନ୍ଦିନ ମନିଟର କରିବେ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କୁ ଜଣାଇବେ,
ଏ ରିପୋର୍ଟ ଆଧାରରେ ସ୍ୱାସ୍ଥ୍ୟ ସଚିବ କି କି ପଦକ୍ଷେପ ନେଉଛନ୍ତି ତାହା ପବ୍ଲିକ୍ ଦେଖିବେ |
ପାରିବେ କି ସ୍ୱାସ୍ଥ୍ୟ ସଚିବ ?

ଆମକୁ ଜଣେ ଆଇଏଏସ କ୍ୟାଡରର ଟ୍ରିଟମେଣ୍ଚ ଅଡିଟ୍ ଅଫିସର ଦରକାର, କଣ ଦେଇ ପାରିବେ ମୋ ସରକାର ?
ଏବେ ତ କଣ ଶୁଣିବାକୁ ମିଳୁଛି ଯେ ଆଇ ଏ ଏସ୍ ମାନେ କେନ୍ଦ୍ରୀୟ ଡେପୁଚେସନରୁ ଫେରି ବୁଲୁଛନ୍ତି, ତାଙ୍କ ହାତକୁ କାମ ଯୋଗାଇ ଦେଇ ପାରୁ ନୀହାନ୍ତି ମୋ ସରକାର | ସେମାନେ ବସି ବସି ଦରମା ନେଉଛନ୍ତି |
ସେମାନଙ୍କୁ ଟ୍ରିଟମେଣ୍ଟ ଅଡିଟ୍ ଅଫିସର କରିଦେଲେ ଚଳନ୍ତା ନି କି ?
ବସିକି କାହିଁକି ଦରମା ନେବେ ?
#ମୋସରକାର
