ଦୟାକରି ଦେଖନ୍ତୁ 5T ସଚିବ
ମୋ ସରକାରର DIPRO ମାନେ ଏମିତି ପଠାଉଛନ୍ତି ନିଉଜ୍ |
ଆମେ ଟେକ୍ନୋଲୋଜି ବ୍ୟବହାର କରି କୁଆଡେ ଶାସନ କରୁଛନ୍ତି |
ଏମିତି ହାତରେ ଲେଖି ମୋବାଇଲରେ ଫଟୋ ଉଠେଇ ନିଉଜ ପଠାଇଲେ ସେ ନିଉଜକୁ କିଏ କେମିତି ଛାପିବ

କାହା ପାଖରେ ଏତେ ସମୟ ଥାଏ ଯେ, ସେ ନିଉଜ ଫଟୋ କପିର ପ୍ରିଣ୍ଚ ଆଉଟ୍ ବାହାର କରିବ, ତାକୁ ଟାଇପ କରିବାକୁ ଡିଟିପି ଅପରେଟରକୁ ଦେବ, ସେ ଡିଟିପି କଲା ପରେ ତାକୁ ୱେବ ଭରସନକୁ କନଭରସନ୍ କରିବ, ତାପରେ ତାକୁ ୱେବ ପୋର୍ଟାଲରେ ଅପଲୋଡ୍ କରିବ
ଏମିତି ହେଲେ ସରକାରଙ୍କ କୋଉ ଭଲ କାମର ନିଉଜ୍ କେଉଁଠି କେମିତି ପ୍ରକାଶିତ ହେବ ଯେ !
ଜଣେ ଜିଲ୍ଲା ସୂଚନା ଅଧିକାରୀଙ୍କୁ କମ୍ପ୍ୟୁଟରଟିଏ ଦିଆଯିବନି, ୱେବ ଭରସନ ଲାଙ୍ଗୁଏଜରେ କେମିତି ଟାଇପ କରି ପଠାଯାଏ, ତାଙ୍କୁ ସେ ପ୍ରଶିକ୍ଷଣ ବି ଦିଆଯିବନି
ଆମେ ତାହେଲେ କଣ ଏଇ ଟେକ୍ନୋଲୋଜି କଥା କହୁଛେ ?
ସରକାର ଦୟାକରି ଧ୍ୟାନ ଦିଅନ୍ତୁ
ସରକାର କେବଳ ଭୁଲ କାମ କରନ୍ତି ନାହିଁ
ସତ କହିବାକୁ ଗଲେ ସବୁ ସରକାର ବହୁତ ଭଲ କାମ, ଅଳପ ଭୁଲ କାମ କରନ୍ତି
କିନ୍ତୁ ସେ ସବୁର ପ୍ରଚାର ପ୍ରସାର ହୋଇ ପାରେନି, ଏଇ ସବୁ ଟିକେ ଟିକେ ତ୍ରୁଟିରୁ
ଜିଲ୍ଲା ସୂଚନା ଅଧିକାରୀଙ୍କୁ ଯଦି କମ୍ପ୍ୟୁଟର ଦିଆ ନଯିବ, ତାଙ୍କୁ ପ୍ରଶିକ୍ଷଣ ଦିଆ ନଯିବ, ସେମାନେ ଏମିତି ହାତରେ ଲେଖି , ଫଟୋ ଉଠେଇ ନିଉଜ୍ ପଠେଇବେ ,
କେଉଁ କେଉଁ କାମର ଡକୁମେଣ୍ଟେସନ କରି ଖବର ପଠାଇଲେ ସରକାରଙ୍କର ସୁନାମ ହୁଏ ଓ ଲୋକ ଉତ୍ସାହିତ ହୁଅନ୍ତି,
ଗୋଟିଏ ଜିଲ୍ଲା ସୂଚନା ଅଧିକାରୀ ଅଫିସ ଦିନକୁ କେତୋଟି ନିଉଜ ପଠାଇବା କଥା,
ଅନ୍ତତ ଗୋଟିଏ ସଫଳ କାହାଣି ପଠାଇଲେ ବି , ତାହା କଦଳୀ ଚାଷ ହେଉ ପଛେ, ଗଣମାଧ୍ୟମ ଛାପି ପାରନ୍ତା ନାହିଁ
କିନ୍ତୁ ଜିଲ୍ଲା ସୂଚନା ଅଧିକାରୀମାନଙ୍କୁ ସେପରି ପ୍ରଶିକ୍ଷଣ ଦିଆଯାଉଛି କି ?
ଏପରି ଆଉ କେତେଦିନ ଚାଲିବ ??
