Home Uncategorized Who deserves ‘Bhoi Health Cap’ ?CDMOs ? Health Secy ? 5T ?...

Who deserves ‘Bhoi Health Cap’ ?CDMOs ? Health Secy ? 5T ? CM ? Media ? Opposition Party ? Or we the People ??

35
0
  • ୨୪ ଘଣ୍ଟା ୨୪ ଖବର –

୧୨ ଅକ୍ଟୋବର ୨୦୨୦, ବର୍ଷର ୨୮୬ତମ ଦିବସ, ୪୧ତମ ସୋମବାର

୧) ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। ପ୍ରବଳ ବର୍ଷା ନେଇ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି। ୧୪ରେ ଆଉ ଏକ ଲଘୁଚାପ।

୨) ଶୀତ ଋତୁରେ ଅଧିକ ବିପଦଜନକ ହୋଇପାରେ Covid-୧୯: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।

୩) ଏବେ ନୂଆ ରୂପରେ ଆସିବ ଆଧାରକାର୍ଡ: ଏଟିଏମ୍‌ ଭଳି ଆକର୍ଷଣୀୟ, ୱାଲେଟ୍‌ରେ ନେବା ହେବ ସହଜ।

୪) ଏଣିକି ଘଣ୍ଟା ପ୍ରତି ୧୩୦ କିଲୋମିଟରରୁ ୧୬୦ କିଲୋମିଟର ବେଗରେ ଯାଉଥିବା ମେଲ / ଏକ୍ସପ୍ରେସ ଟ୍ରେନରୁ ଏସି ନଥିବା ବଗି ହଟିବ। ଅର୍ଥାତ୍ ସ୍ଲିପର ଏବଂ ସାଧାରଣ ବଗି ରହିବ ନାହିଁ। ଅର୍ଥାତ୍ ଏବେ ଏସିରେ ଯାତ୍ରା ପାଇଁ ଯାତ୍ରୀଙ୍କ ଭଡ଼ା ମଧ୍ୟ ବଢ଼ିବ।

୫) ଡେନମାର୍କର ଫେଡେରେସନ୍ ଅଫ୍ ଏନଭରମେଣ୍ଟାଲ୍ ଏଜୁକେସନ ଆନ୍ତର୍ଜାତିକ ଜୁରୀ ପୁରୀ ବେଳାଭୂମିକୁ ଵ୍ଲୁ ଫ୍ଲାଗ ମାନ୍ୟତା ପ୍ରଦାନ କରିଛନ୍ତି। ପୁରୀ ବେଳାଭୂମିକୁ ମିଳିଲା ଵ୍ଲୁ ଫ୍ଲାଗ୍ ବିଚର ମାନ୍ୟତା। ଫଳରେ ବିଶ୍ୱସ୍ତରରେ ପୁରୀ ବେଳାଭୂମିର ମାନ୍ୟତା ବୃଦ୍ଧି ପାଇଛି। ।

୬) ଉତ୍ତରାଖଣ୍ଡ: ଖାଇକୁ ଖସିଲା କାର, ପୂର୍ବତନ ବିକେଟିସି ଅଧ୍ୟକ୍ଷଙ୍କ ସମେତ ୨ ବିଜେପି ନେତା ମୃତ।

୭) ଭାରତ-ଚୀନ୍ ବିବାଦ ପରେ ସୋସିଆଲ ମିଡିଆର ଅପବ୍ୟବହାର ବୃଦ୍ଧି: ସୋସିଆଲ ମିଡ଼ିଆରେ ଶତାଧିକ ୱେବସାଇଟ୍, ପେଜ୍, ଆକାଉଣ୍ଟ ବ୍ଲକ।

୮) ସୁନ୍ଦରଗଡ ଜିଲ୍ଲାରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ବିକାଶ ପାଇଁ ବଳିଷ୍ଠ ପଦକ୍ଷେପ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ଶୁଭାରମ୍ଭ।

୯) ରାଜମାତା ବିଜୟ ରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ୧୦୦ ଟଙ୍କା ସ୍ମରଣୀୟ ମୁଦ୍ରା ରିଲିଜ୍ କରିବେ ପ୍ରଧାନମନ୍ତ୍ରୀ ମୋଦୀ।

୧୦) ପୃଥିବୀର ଯେକୌଣସି ସ୍ଥାନରେ ୬୦ ମିନିଟ୍‌ରେ ଆମେରିକୀୟ ସେନାର ଅସ୍ତ୍ରଶସ୍ତ୍ର ପହଞ୍ଚାଇବାକୁ ଅତି ଦ୍ରୁତଗାମୀ ରକେଟ୍‌ ନିର୍ମାଣ କରିବ ‘ସ୍ପେସ୍ଏକ୍ସ୍’ ।

୧୧) ଆନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା କିଶୋରୀମାନଙ୍କ ନିମନ୍ତେ ଜୀବନ କୌଶଳ ସମ୍ବନ୍ଧିତ ସ୍ୱତନ୍ତ୍ର ପ୍ୟାକେଜ ଅଦ୍ୱିକାର ଲୋକାର୍ପଣ।

୧୨) ସରକାରୀ ତୈଳ କମ୍ପାନୀ ଗୁଡ଼ିକୁ ପେଟ୍ରୋଲିଅମ ମନ୍ତ୍ରାଳୟର ନିର୍ଦ୍ଦେଶ, ପ୍ରବାସୀ ଶ୍ରମିକଙ୍କ ପାଇଁ ନିର୍ମାଣ କର ୫୦ହଜାର ଘର।

୧୩) ଦେଶର ୨୮ ରାଜ୍ୟ ମଧ୍ୟରୁ ୨୩ ରାଜ୍ୟ ଓ ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ନିମନ୍ତେ ଆଉ ସାକ୍ଷାତକାର ଲୋଡ଼ା ପଡ଼ିବ ନାହିଁ। ସରକାରୀ ଚାକିରି ନିମନ୍ତେ ସାକ୍ଷାତକାର ବ୍ୟବସ୍ଥା ଉଚ୍ଛେଦ ହୋଇଛି: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ।

୧୪) ଭକ୍ତଙ୍କ ପାଇଁ ଦୁର୍ଗା ପୂଜା ପୂର୍ବରୁ ଖୋଲିଲା ପ୍ରସିଦ୍ଧ ମା କାମାକ୍ଷା ମନ୍ଦିର, ଦର୍ଶନ କରିବା ପୂର୍ବରୁ କରାଇବାକୁ ହେବ କୋଭିଡ୍ ଟେଷ୍ଟ।

୧୫) ସ୍ୱାମୀତ୍ୱ ଯୋଜନାରେ ଗାଁର ଲୋକମାନେ ହେବେ ଆତ୍ମ ନିର୍ଭର – ପ୍ରଧାନମନ୍ତ୍ରୀ।

୧୬) ମିଳିଲାନି ଆମ୍ବୁଲାନ୍ସ ସେବା: ଦୁଇ ଦିନ ଧରି ପୁରୀରୁ କଟକ ବଡ ମେଡିକାଲ ପର୍ଯ୍ଯନ୍ତ ଦୀର୍ଘ ୮୫ କିଲୋମିଟର ଟ୍ରଲିରେ ବୋହି ବୋହି ଆଣିଥିବା ସ୍ତ୍ରୀଙ୍କୁ ବଞ୍ଚାଇ ପାରିଲେନି ସ୍ଵାମୀ

୧୭) ଅବିବାହିତଙ୍କ ଲାଗି କରୋନା ସଂକ୍ରମଣର ଭୟ ସର୍ବାଧିକ: ବିଶେଷଜ୍ଞ।

୧୮) କଳାହାଣ୍ଡି ଜିଲାର ଭବାନୀପାଟଣା-ରାୟଗଡା ୬ ନମ୍ବର ରାଜ୍ୟ ରାଜପଥର ଢେପଗୁଡା ଘାଟି ରାସ୍ତାରେ ଆତଙ୍କରାଜ ଚଳାଇଥିବା ଏକ ଅନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ ବିଶ୍ୱନାଥପୁର ପୁଲିସ ହାତରେ ଧରାପଡିଛି।

୧୯) ବୋରିଗୁମ୍ମା ଲକ ଡାଉନ ପାଇଁ ପାଞ୍ଚ ମାସ ହେଲା ବିଭିନ୍ନ ବିଦ୍ୟାଳୟର ପାଚକ ପାଚିକା ପାଇ ନାହାନ୍ତି ପ୍ରାପ୍ୟ।

୨୦) ଆସାମ ପୁଲିସ ପରୀକ୍ଷା ପ୍ରଶ୍ନପାତ୍ର ଲିକ ଘଟଣାରେ ଆଉ ୪ ଗିରଫ। ୫.୪ କୋଟି ଟଙ୍କା ସିଜ।

୨୧) ଉତ୍ତରପ୍ରଦେଶରେ ଶିଶୁ ଶ୍ରମିକ ଓ ମାନବ ଚାଲାଣ ଉପରେ ଏକ ପ୍ରକଳ୍ପ ଆରମ୍ଭ କଲା ଭାରତୀୟ ସମାଜ ବିଜ୍ଞାନ ଗବେଷଣା ପରିଷଦ।

୨୨) ଖୁସି ଖବର: ଲଗାତାର ୮ଦିନ ଧରି ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୦୦ରୁ ଖସିଛି ।

୨୩) ଚୋରି ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ପୁଲିସ କରେଣ୍ଟ ଲଗାଇବା ଘଟଣାରେ ଝାରଖଣ୍ଡରେ ପ୍ରତିବାଦ।

୨୪) କରୋନା ପାଇଁ ରାତାରାତି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗାୟିକା ରାନୁ ମଣ୍ଡଲ ଏବେ ପୂର୍ବାବସ୍ଥାକୁ ଫେରିଛନ୍ତି। କରୋନା ଯୋଗୁଁ ତାଙ୍କୁ କାମ ମିଳୁ ନଥିବାରୁ ସେ ତାଙ୍କ ନୂଆ ଘର ଛାଡି ଏବେ ନିଜ ପୁରୁଣା ଘରେ ରହୁଛନ୍ତି।

LEAVE A REPLY

Please enter your comment!
Please enter your name here