Home ସବୁ ଖବର ଶୁଭ ସକାଳ

ଶୁଭ ସକାଳ

8
0

ଖବର ଆଜିର
ତାରିଖ ୧୨/୧୦/୨୦ ସୋମବାର।।।

୧-ଆଇପିଏଲ୍‌ -୨୦୨୦ : ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନସ୍।

୨-ତେୱତିଆ ଓ ପରାଗଙ୍କ ଦମଦାର ବ୍ୟାଟିଂ । ୫ ୱିକେଟରେ ବିଜୟ ହାସଲ କଲା ରାଜସ୍ଥାନ ରୟାଲ୍ସ ।

୩-ନଭେମ୍ବରରେ ମହିଳା ଆଇପିଏଲ୍‌: ୩ ଟିମ୍‌ର କ୍ୟାପ୍‌ଟେନ୍‌ ଓ ଖେଳାଳିଙ୍କ ନାଁ ଘୋଷଣା କଲା ବିସିସିଆଇ।

୪- ଆଜିଠୁ ଓଜେଇଇ : ୨୪ ସହରରେ ୫୯ ପରୀକ୍ଷା କେନ୍ଦ୍ର, ପରୀକ୍ଷା ଦେବେ ୮୦ ହଜାର ଛାତ୍ରଛାତ୍ରୀ।

୫-୬୮ଟି ଶିକ୍ଷାନୁଷ୍ଠାନ ପାଇଁ ଆଜିଠୁ ଏକକ ପିଜି ପ୍ରବେଶିକା।

୬-କରୋନା ଟିକା କୋଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସଫଳ । ଓଡ଼ିଶାରେ ହେଉଥିବା ମାନବ ପରୀକ୍ଷଣର ମୁଖ୍ୟ କହିଲେ, ଦେଖାଯାଇନି ପାର୍ଶ୍ୱ ପ୍ରତିକ୍ରିୟା, ସୃଷ୍ଟି ହେଉଛି ଆଣ୍ଟିବଡି । ଖୁବଶୀଘ୍ର ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ।

୭-ଆକ୍ରମଣାତ୍ମକ ମୁଦ୍ରାରେ ଅପରାଜିତା । କାର୍ଯ୍ୟାଳୟ ସିଲ ପରେ ରାସ୍ତାକଡରେ ଦରବାର ଲଗାଇଲେ ଭୁବନେଶ୍ୱର ସାଂସଦ । କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଚିଠି, ପ୍ରମାଣ ସ୍ୱରୂପ ଦେଇଛି ଫଟୋ ଓ ଭିଡିଓ ।

୮-ଶୀତ ଋତୁରେ ଅଧିକ ବିପଦଜନକ ହୋଇପାରେ Covid-19: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।

୯-ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି । ପ୍ରବଳ ବର୍ଷା ନେଇ ସତର୍କ ରହିବାକୁ ଚିଠି ଲେଖିଲେ ଏସଆରସି । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ।

୧୦-ଭାରତ ତରଫରୁ ଶୋକ ସନ୍ଦେଶ ଦେବା ପାଇଁ ଦୁଇଦିନିଆ କୁଏତ ଗସ୍ତରେ ଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୧୧-ପୁରୀ ବେଳାଭୂମିକୁ ମିଳିଲା ‘ବ୍ଲୁ ଫ୍ଲାଗ୍ ମାନ୍ୟତା’ ଟ୍ୱିଟ୍ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ।

୧୨-୨୩ ରାଜ୍ୟ ଓ ୮ କେନ୍ଦ୍ର ଶାସିତ ଅଞ୍ଚଳରେ ଚାକିରି ବ୍ୟବସ୍ଥାରେ ପରିବର୍ତନ: ନିଯୁକ୍ତି ପାଇଁ ଲୋଡ଼ା ନାହିଁ ସାକ୍ଷାତକାର।

୧୩-TRP scam: ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ ବ୍ୟାଙ୍କ ଖାତାକୁ ୧୧ ମାସରେ ଆସିଛି ୧ କୋଟି ଟଙ୍କା।

୧୪-ଅତି ଦ୍ରୁତଗାମୀ ଟ୍ରେନ୍‌ରୁ ନନ୍-ଏସି ସ୍ଲିପର୍ କୋଚ୍ ହଟାଯାଇ କେବଳ ଏସି କୋଚ୍ ଲାଗିବ: ରେଳ ମନ୍ତ୍ରାଳୟ।

୧୫-ଫାରୁଖ ଅବଦ୍ଦୁଲାଙ୍କ ବିବାଦୀୟ ବୟାନ: କହିଲେ-ଚୀନ ସହାୟତାରେ ଜମ୍ମୁ-କାଶ୍ମୀରକୁ ପୁଣି ଫେରିବ ଧାରା ୩୭୦।

୧୬-ଉପନିର୍ବାଚନ ପାଇଁ ବିଜେପି କଲା ପ୍ରାର୍ଥୀ ଘୋଷଣା: ବାଲେଶ୍ୱର ସଦରରୁ ମାନସ ଦତ୍ତ, ତିର୍ତ୍ତୋଲରୁ ଲଢ଼ିବେ ରାଜକିଶୋର ବେହେରା।

୧୭-ଫ୍ରେଞ୍ଚ ଓପନ: ନୋଭାକ ଜାକୋଭିକଙ୍କୁ ହରାଇ ରେଡ୍ କୋର୍ଟର ବାଦଶାହା ରାଫେଲ ନାଡାଲ ଜିତିଲେ ୨୦ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍।

ଶୁଭ ସକାଳ,ସୁପ୍ରଭାତ

  • ସୁବାସ ଚନ୍ଦ୍ର ମହାନ୍ତି, ପୁରୀ

LEAVE A REPLY

Please enter your comment!
Please enter your name here