Home ଜିବୀକା ଆସିଲେ କେତେ, ଗଲେ କେତେ, ରହିଲେ କେତେ, କରିବେ କଣ ?

ଆସିଲେ କେତେ, ଗଲେ କେତେ, ରହିଲେ କେତେ, କରିବେ କଣ ?

82
0

ପ୍ରବାସ ଫେରନ୍ତା ଶ୍ରମିକଙ୍କ ଜୀବିକା ସମ୍ପର୍କରେ ଗବେଷଣାତ୍ମକ ରିପୋର୍ଟ

ଲକଡାଉନ ଯୋଗୁଁ ପ୍ରବାସରୁ ଫେରିଥିବା ଶ୍ରମିକଙ୍କ ଜୀବିକା ସମ୍ପର୍କରେ ଇନଫରେନ୍ସିଆଲ ସର୍ଭେ ଷ୍ଟାଟିଷ୍ଟିକ୍ସ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ (ଆଇଏସଏସ ଆଣ୍ଡ ଆରଏଫ) ଏକ ଗବେଷଣାତ୍ମକ ରିପୋର୍ଟ ପ୍ରସ୍ତୁତ କରିଛି ।

ଏହି ସର୍ବେକ୍ଷଣରେ ୬ଟି ରାଜ୍ୟ ଯଥା ବିହାର, ଛତିଶଗଡ, ଝାଡଖଣ୍ଡ, ଓଡିଶା, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗର ୩୪ଟି ଜିଲ୍ଲା ସାମିଲ ହୋଇଥିଲା ।

ଜୁଲାଇ ୫ରୁ ଜୁଲାଇ ୨୧, ୨୦୨୦ ମଧ୍ୟରେ ୫୦୫ ଗ୍ରାମ ପଂଚାୟତ ଓ ୨୯୧୭ ପ୍ରବାସୀଙ୍କୁ ନେଇ ଏହି ସର୍ବେକ୍ଷଣ ହୋଇଥିଲା ।

ପ୍ରବାସୀ ଫେରନ୍ତାଙ୍କ ଜୀବିକା ଓ ନିଯୁକ୍ତି ସୁଯୋଗ, ବିକଳ୍ପ ଜୀବିକା ସୃଷ୍ଟି ପାଇଁ ସରକାରୀ ହସ୍ତକ୍ଷେପ/ସହାୟତା/ଯୋଜନାର ପ୍ରଭାବ ଆଦିକୁ ଗବେଷଣାରେ ସାମିଲ କରା ଯାଇଥିଲା ।

Migrant labourers returning to Odisha

ସର୍ବେକ୍ଷଣରୁ ଜଣାପଡିଛି ପ୍ରବାସୀ ପରିବାରର ଅଧିକାଂଶ ଅବିବାହିତ ପୁରୁଷ ଏକାକୀ ପ୍ରବାସ ଯାଇଥାନ୍ତି । ଅବିବାହିତ ପ୍ରବାସୀଙ୍କ ହାରାହାରି ବୟସ ୨୫ ବର୍ଷ ଓ ବିବାହିତଙ୍କ ବୟସ ୩୩ ବର୍ଷ ।

ଏମାନଙ୍କ ଆୟ ଉପରେ ହାରାହାରି ନିର୍ଭରଶୀଳ ସଦସ୍ୟ ସଂଖ୍ୟା ୩.୨୪ ।

କାମ ନଥିବାକୁ ୫୬.୭୪% ଓ କୋଭିଡ-୧୯ ଭୟ ଯୋଗୁ ୪୦.୪୪% ଏଇ ଭଳି ଦୁଇଟି ମୁଖ୍ୟ କାରଣ ଯୋଗୁଁ ପ୍ରବାସୀ ମାନେ ଘରକୁ ଫେରିଥିଲେ ।

ଘରକୁ ଫେରିବା ପରେ କିଛି ପ୍ରବାସୀ ପାରିବାରିକ କୃଷି କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଆଉ କେତେକ ବେକାର ଅଛନ୍ତି ।

୪୯.୩୦% ପ୍ରବାସ ଫେରନ୍ତା କୃଷି କାର୍ଯ୍ୟରେ ସ୍ୱନିୟୋଜିତ ହୋଇଛନ୍ତି । ମାତ୍ର ୨.୮୨% ପ୍ରବାସ ଫେରନ୍ତା ଦିନ ମଜୁରିଆ ଭାବେ ଚାଷବାସ କିମ୍ବା ଏମଜିଏମଆରଇଜିଏରେ କାମ କରୁଛନ୍ତି ।

୪୬.୬୮% ପ୍ରବାସରୁ ଫେରି ବେକାର ଅଛନ୍ତି ।

MNREGA work undertaken in Bolangir district of Odisha

ପ୍ରବାସ ଫେରନ୍ତା ପରିବାରର ମୁଖିଆଙ୍କ ବର୍ତ୍ତମାନର ମାସିକ ହାରାହାରି ଆୟ ୧୨୨୬ ଟଙ୍କା ଥିବା ବେଳେ ପ୍ରବାସରେ ହାରାହାରି ମାସିକ ଆୟ ୧୬,୯୪୨ ଟଙ୍କା ଥିଲା ।

ଗାଁକୁ ଫେରିବା ପରେ ପ୍ରବାସୀମାନେ ଏକାଧିକ ଯୋଜନାରେ ସହାୟତା ପାଇଛନ୍ତି ।


୧୧.୧୦% ଜନଧନ ଆକାଉଂଟରେ ୫ ଶହ ଟଙ୍କା ପାଇଥିବା ବେଳେ
୬୩. ୩୮% କ୍ୱାରାଟାଂଇନ ସମାପ୍ତ ପରେ ୨ ହଜାର ଟଙ୍କା ଲେଖାଏଁ ସହାୟତା ପାଇଛନ୍ତି ।


ପିଡିଏସ ମାଗଣା ଚାଉଳ ୩୨.୩୯ % ଗ୍ରହଣ କରିଥିବା ବେଳେ ୨୦.୯୩% ମାଗଣା ଡାଲି ପାଇଛନ୍ତି ।

Migrant workers waiting at railway station to go back to their work places

୫୯.୫୬% ପ୍ରବାସୀ ନିଜ କର୍ମସ୍ଥଳୀକୁ ଫେରି ଯିବାକୁ ଚାହୁଁଛନ୍ତି ।

ସେମାନଙ୍କ ମଧ୍ୟରୁ
୪୮.୩୧% ପୁରୁଣା କର୍ମସ୍ଥଳୀରେ ନିଯୁକ୍ତି ଆଶ୍ୱାସନା ପାଇ,

୩୫.୪୭% ନିଜ ଅଂଚଳରେ ନିଯୁକ୍ତି ସୁଯୋଗ ନପାଇ ଓ

୧୫.୨୦%ଙ୍କୁ ନିଯୁକ୍ତିଦାତା ନିଯୁକ୍ତି ଦେବାକୁ ଆଗ୍ରହୀ ଥିବାରୁ ପ୍ରବାସରେ ଯିବାକୁ ଇଚ୍ଛୁକ ଅଛନ୍ତି ।

LEAVE A REPLY

Please enter your comment!
Please enter your name here