Home ଜୀବନ ବେଦ ଜପ କରନ୍ତୁ ‘ଓମ୍‌’, ଦୂରେଇବ ସମସ୍ୟା

ଜପ କରନ୍ତୁ ‘ଓମ୍‌’, ଦୂରେଇବ ସମସ୍ୟା

24
0

ପିଲାଟି ଦିନରୁ ଓମ ଶବ୍ଦ ଉଚ୍ଚାରଣ କରିବା ଖୁବ୍‌ ଭଲ ବୋଲି ଆମେ ଶୁଣି ଆସୁଛୁ । ‘ଓମ୍‌’ ଶବ୍ଦ ଖୁବ ଶକ୍ତିଶାଳୀ ବୋଲି ବିଶ୍ୱାସ ରହିଛି ।

ଆମେଯେତେ ଥର ଓମ ଉଚ୍ଚାରଣ କରୁ ସେତେଥର ଆମେ ଈଶ୍ୱରଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ସାନ୍ନିଧ୍ୟ ପାଇଥାଉ ବୋଲି ବରିଷ୍ଠମାନେ ଆମକୁ କହିଥାନ୍ତି ।

ତେବେ ଓମର ଉଚ୍ଚାରଣ ବୈଜ୍ଞାନିକ ଦୃଷ୍ଟିରୁ ବି ବେଶ ଉପାଦେୟ ।

‘ଓମ୍‌’ ଶବ୍ଦ ଉଚ୍ଚାରଣ କଲେ ମସ୍ତିଷ୍କର ବ୍ୟାୟାମ ହୁଏ । ଏହା ଦ୍ୱାରା ମାନସିକ ଶାନ୍ତି ମିଳିବା ସହ ଜିଜ୍ଞାସା ମନୋଭାବ ବଢିଥାଏ ।

ଥରେ ‘ଓମ୍‌’ ଉଚ୍ଚାରଣ କରିବା ଦ୍ୱାରା ଶରୀରରେ ୪୩୨ ସ୍ପନ୍ଦନ ହୋଇଥାଏ । ‘ଓମ୍‌’ ଶବ୍ଦ ସର୍ବୋକୃଷ୍ଟ ପ୍ରାକୃତିକ କମ୍ପନ ସୃଷ୍ଟିକାରୀ ।

ଦୈନିକ ଏହି ବ୍ୟାୟାମ କରିବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ । ବିତୃଷ୍ଣାଭାବ, ପାଠପଢାରେ ମନ ନଲାଗିବା, ଆତ୍ମହତ୍ୟା ପରି ଚିନ୍ତାଧାରା ହ୍ରାସ
ପାଏ ।

ନିଜକୁ ଦୁର୍ବଳ ଭାବୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଖୁବ୍‌ ଭଲ ବ୍ୟାୟାମ୍‌ । ଏହା ଉଚ୍ଚାରଣ କରିବା ଦ୍ୱାରା ଆତ୍ମବିଶ୍ୱାସ ବଢିଥାଏ ।

Sudipta Kar

LEAVE A REPLY

Please enter your comment!
Please enter your name here