Home ସବୁ ଖବର ଏନଡିଏ ରେ ଯୋଗ ଦେବେ କି ଜଗନ ?

ଏନଡିଏ ରେ ଯୋଗ ଦେବେ କି ଜଗନ ?

50
0

ୱାଇ ଏସ୍ ଆର୍ କଂଗ୍ରେସ ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ବିଜେପି ନେତୃତ୍ୱାଧୀନ ଏନଡିଏ ରେ ଯୋଗ ଦେଇ ପାରନ୍ତି ବୋଲି ଏବେ ଚର୍ଚ୍ଚା ଯୋର ଧରିଛି |

ଜଗନ ଗତକାଲି ଦିଲ୍ଲୀ ଯାଇଛନ୍ତି | ଆଜି ତାଙ୍କର ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ସହ ଭେଟ ହେବାର କାର୍ଯ୍ୟକ୍ରମ ରହିଛି | ସେ ରାଜ୍ୟର ବିକାଶ ସମ୍ପର୍କରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଇଛନ୍ତି ବୋଲି କୁହାଯାଉଛି |

ଏହି ଅବସରରେ ମୋଦୀ ଜଗନଙ୍କ ୱାଇଏସଆର୍ କଂଗ୍ରେସକୁ ଏନଡିଏରେ ସାମିଲ ହେବାପାଇଁ ପ୍ରବର୍ତ୍ତାଇ ପାରନ୍ତି ବୋଲି ଚର୍ଚା ଜୋର ଧରିଛି |

ଜଗନ ନିକଟରେ ଦୁଇଥର ଦିଲ୍ଲୀ ଯିବା ଏ ଚର୍ଚାକୁ ଖୋରାକ ଯୋଗାଇଛି | ଗତ ସେପ୍ଟେମ୍ୱର 22 ତାରିଖରେ ଜଗନ ଦିଲ୍ଲୀ ଯାଇ ଅମିତ ସାହାଙ୍କୁ ଭେଟି ଆଲୋଚନା କରିଥିଲେ | ସେ ସେତେବେଳେ ମୋଦୀଙ୍କୁ ଭେଟିବାକୁ ଚାହିଁଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନଥିଲା |

ଏଇ ନିକଟ ଅତୀତରେ ଏନଡିଏର ଦୁଇ ପୁରୁଣା ସହଯୋଗୀ, ମହାରାଷ୍ଟ୍ରର ଶିବସେନା ଓ ପଞ୍ଜାବର ଶିରେମଣୀ ଅକାଳୀ ଦଳ ବିଜେପି ନେତୃତ୍ୱାଧୀନ ଏନଡିଏ ସହ ଯେପରି ହରକତ କରି ଦୁରେଇ ଯାଇଛନ୍ତି, ତଥା ଉତ୍ତର ପ୍ରଦେଶର ଯୋଗୀ ସରକାର ଯେପରି ଶାହାଙ୍କ ବୋଲକରା ହୋଇ ରହିବାକୁ ଅପସନ୍ଦ କରି ଆସୁଛନ୍ତି ଓ କଟ୍ଟର ଠାକୁର କାର୍ଡ ଖେଳୁଛନ୍ତି , ତାକୁ ନେଇ ଏନଡିଏ ବଡ ଚିନ୍ତାରେ ଅଛି ଏବଂ ନିଜର ସ୍ଥିତି ମଜବୁତ କରିବା ପ୍ରୟାସରେ ଅଛି | ଏପରିକି ଯୋଗୀ ଯେକୌଣସି ମୁହୂର୍ତ୍ତରେ ଶିବସେନା ଓ ଅକାଳୀ ଦଳ ପରି ଯେକୌଣସି ରାଜନୈତିକ ନିଷ୍ପତ୍ତି ନେଇଯାଇ ପାରନ୍ତି ବୋଲି ଏକ ଆଶଙ୍କା ମଧ୍ୟ ବିଜେପିକୁ ଘାରୁଛି |

ଏ ସବୁ ରାଜନୈତିକ ହଟଚମଟକୁ ଦୃଷ୍ଟିରେ ରଖି ଆଜିର ଜଗନ- ମୋଦୀ ଭେଟକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଛି | ଅନ୍ୟ କେତେକଙ୍କ ମତରେ ଏଇ ମଉକାରେ ଜଗନ ବିଜେପିକୁ ବିଜେଡି ଭଳି ଆବଶ୍ୟକବେଳେ ସମର୍ଥନ ଦେବାର ପ୍ରତିଶ୍ରୁତି ଦେଇ ନିଜ ରାଜ୍ୟ ପାଇଁ ବିଭିନ୍ନ ସୁବିଧା ସୁଯୋଗ ହାତେଇବା ତଥା ସିବିଆଇ ପଂଝା ରୁ ନିଜକୁ ଯଥା ସମ୍ଭବ ସୁରକ୍ଷିତ ରଖିବା ପ୍ରୟାସରେ ଅଛନ୍ତି ବୋଲି ମଧ୍ୟ ଚର୍ଚା ହେଉଛି |

Advt

LEAVE A REPLY

Please enter your comment!
Please enter your name here