Home ସମ୍ଯକ୍ ପରିଚୟ ବୀର ବିକ୍ରମ ଯାଦବ IAS

ବୀର ବିକ୍ରମ ଯାଦବ IAS

420
0

ରାଜସ୍ଥାନର ଜୟପୁରରେ ୩୧, ଜୁଲାଇ, ୧୯୭୧ ରେ ଜନ୍ମିତ ବୀର ବିକ୍ରମ ଯାଦବ ଆଇଆଇଟି ରୁର୍କିରୁ ସିଭିଲ ଇଞ୍ଜିନିୟରିଂରେ ସ୍ନାତକ କରିବା ପରେ ଆଇଆଇଟି ଦିଲ୍ଲୀରୁ ବିଲ୍ଡିଂ ସାଇନ୍ସରେ ସ୍ନାତକୋତ୍ତର କରିଛନ୍ତି ।

୧୯୯୬ରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।

ବାରିପଦା ଉପଜିଲ୍ଲାପାଳ ଭାବେ ଚାକିରି ଆରମ୍ଭ କରି ସେ ମାଲକାନଗିରି, ବରଗଡ ଓ ଝାରସୁଗୁଡା ଜିଲ୍ଲାପାଳ ଦାୟିତ୍ୱ ତୁଲାଇଛନ୍ତି ।

ଆସ୍କା ଚିନି କଳ ପରିଚାଳନା ନିର୍ଦ୍ଦେଶକ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ, ଅତିରିକ୍ତ ସଚିବ ଭାବେ ମଧ୍ୟ ସେ କାମ କରିଛନ୍ତି ।

ବୈଷୟିକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ନିର୍ଦ୍ଦେଶକ, ନିୟୋଜନ ନିର୍ଦ୍ଦେଶକ, ଶିଳ୍ପ ବିଭାଗରେ କାମ କରିବା ପରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇ କେନ୍ଦ୍ର ସରକାରଙ୍କ ଅଧୀନରେ ବିଭିନ୍ନ ମନ୍ତ୍ରଣାଳୟରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାମ କରିଛନ୍ତି ।

ଓଡିଶା କ୍ୟାଡରକୁ ଫେରିବା ପରେ ଅବକାରୀ ବିଭାଗରେ କମିଶନର ତଥା ସଚିବ ଭାବେ ନିଯୁକ୍ତ ଥିଲେ ।

ବର୍ତ୍ତମାନ ବୀରବିକ୍ରମ ଯାଦବ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ତଥା ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ଏହା ସହିତ ସେ ଅତିରିକ୍ତ ଭାବେ ସମବାୟ ବିଭାଗର କମିଶନର ତଥା ସଚିବ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି ।

ଜଣେ ଶାନ୍ତ ସରଳ ନୀର୍ଭିକ ସତ୍ୟନିଷ୍ଠ କର୍ତ୍ତବ୍ୟପରାୟଣ ଅଫିସର ଭାବେ ଜଣାଶୁଣା ବୀର ବିକ୍ରମ ଯାଦବ ତାଙ୍କର କର୍ତ୍ତବ୍ୟପରାୟଣତା ପାଇଁ ଅଧିକରୁ ଅଧିକ ଯଶବିମଣ୍ଡିତ ହୁଅନ୍ତୁ |

swadhina.com wishes Sri Vir Vikram Yadav the very best.

LEAVE A REPLY

Please enter your comment!
Please enter your name here