Home କୁହ ସରକାର ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ପାଇଁ ଆମେରିକାରୁ କିଣା ହେଲା ଅତ୍ୟାଧୁନିକ ନୂଆ ବିମାନ

ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ପାଇଁ ଆମେରିକାରୁ କିଣା ହେଲା ଅତ୍ୟାଧୁନିକ ନୂଆ ବିମାନ

67
0

ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ପାଇଁ କିଣା ହେଲା ନୂଆ ବିମାନ, ଜାଣନ୍ତୁ ଏହାର ଦାମ୍ ଓ ଉପଯୋଗିତା ସମ୍ପର୍କରେ

ଭାରତରେ ପହଞ୍ଚିଲା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ବି୭୭୭ ବିମାନ। ଏସବୁ ବିମାନର ଦାମ୍ ଗୋଟିକୁ 8,500 କୋଟି ଟଙ୍କା ଲେଖାଏ ।

ପୂର୍ବରୁ ଭାରତର ଭି ଭି ଆଇ ପି ମାନେ B747 ଉଡାଜାହାଜ ବ୍ୟବହାର କରୁଥିଲେ। B777 ତା ଠାରୁ ଉନ୍ନତ ମାନର ଅଧିକ ଆରାମଦାୟକ ସୁବିଧା ଥିବା ବିମାନ।

ଏହାକୁ ଆମେରିକାରୁ କିଣା ଯାଇଛି ଏବଂ ଏହା ଗତ କାଲି ଆସି ଦିଲ୍ଲୀରେ ପହଞ୍ଚିଛି।

ଆମେରିକାରୁ ଭାରତ ପ୍ରାୟ 13 ହାଜର କିଲୋମିଟର ରାସ୍ତାକୁ ଏ ବିମାନ ମାତ୍ର 15 ଘଣ୍ଟା ରେ ପହଞ୍ଚାଇ ଦେଇ ପାରୁଛି।

ପୂର୍ବରୁ ଏ ବିମାନ ଗୁଡିକୁ ଭାରତର A1 ବିମାନ କୁହଯାଉଥିଲା ଏବଂ ଭାରତର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ମାନେ ବିଦେଶକୁ ଗଲେ ଏହି ବିମାନ ନେଇ ଯାଉଥିଲେ।

ମୋଦୀଜି ତାଙ୍କ ପସନ୍ଦର ଏହି ନୂଆ ବିମାନର ଖୁବ୍ ଶୀଘ୍ର ନୂତନ ନାମକରଣ କରିବେ।

ଅବଶ୍ଯ କରୋନା ପରି ମହାମାରୀ ସମୟରେ ଦେଶର ସାଧାରଣ ଜନତାଙ୍କ ପାଇଁ କରୋନା ଟୀକା କିଣିବାକୁ ସରକାରଙ୍କ ପାଖରେ ପଇସା ନଥିଲାବେଳେ ଓ ଭାରତର ଅର୍ଥନୀତି GDP ବିଯୁକ୍ତ 23.9 % କୁ କମି ଯାଇ ଦେଶ ଘୋର ଅର୍ଥିକ ସଙ୍କଟର ସାମନା କରୁଥିବା ସମୟରେ ପ୍ରଧାନ ମନ୍ତ୍ରୀଙ୍କ ଏ ସଉକକୁ ତାଙ୍କର ନିନ୍ଦୁକମାନେ ଘୋର ନିନ୍ଦା କରୁଥିବା ବେଳେ ତାଙ୍କ ପ୍ରଶଂସକଙ୍କୁ ଏହା ଅତିଶୟ ଆନନ୍ଦିତ କରିଛି।

Advt

LEAVE A REPLY

Please enter your comment!
Please enter your name here